23 ଫେବୃୟାରୀ 2020, ରବିବାର- ଆଜି ୮ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ହେବେ ପ୍ରଶଂସିତ । କିନ୍ତୁ

23 ଫେବୃୟାରୀ 2020, ରବିବାର- ଆଜି ୮ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ହେବେ ପ୍ରଶଂସିତ । କିନ୍ତୁ ଯୁକ୍ତିତର୍କ, ବାଦ ବିବାଦ ଠାରୁ ଦୂରେ ରୁହନ୍ତୁ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜିର ଦିନଟି ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟାରମ୍ଭ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ପାଇଁ ବନ୍ଧୁ ସାହାଯ୍ୟ କରିବେ ଏବଂ ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ । ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ବୃଦ୍ଧି ପାଇବ । କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢ଼ିପାରେ । ବହୁତ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । କିନ୍ତୁ ପରୋକ୍ଷ ଶତ୍ରୁତାରୁ ସମ୍ପର୍କୀୟାଙ୍କ ଦ୍ୱାରା ଅପଯଶ ପାଇପାରନ୍ତି । ପାପଗ୍ରହ ଯୁକ୍ତ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଅନ୍ୟମାନଙ୍କୁ ନିଜ ବାଣୀକୁ ସଂଯୋମତାରେ ରଖନ୍ତୁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପାରେ । କର୍ମକ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହୋଇପାରନ୍ତି । ସଭାସମିତିରେ ଯୋଗ ଦେଇପାରନ୍ତି । ଆନୁଷ୍ଟାନିକ ବୈଠକରେ ଆପଣଙ୍କ ମତକୁ ଅଗ୍ରାଧିକାର ଦିଆଯିବ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । କର୍ମଭାବରେ ଶୁକ୍ର ଥିବା ଯୋଗୁଁ ଆଜିର କାମଗୁଡ଼ିକ ଠିକ୍‌ଠିକ୍‌ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଅର୍ଥ ସମ୍ପର୍କିତ ଆଲୋଚନା ଓ ପରିବହନରେ ଦେଖି ଚାହିଁ ପଦକ୍ଷେପ ନିଅନ୍ତୁ । କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ମାଧ୍ୟମ ଧରଣର ଫଳ ପ୍ରଦାନ କରିବ । ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ । ବ୍ୟବସାୟିକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଆର୍ଥିକ କ୍ଷେତ୍ର ପାଇଁ ଅସୁବିଧା ହେବ ନାହିଁ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ସାମାନ୍ୟ ବିଳମ୍ବରେ ପାଇବେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆପଣଙ୍କର ଆତ୍ମବିଶ୍ଵାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ମହିଳାମାନେ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଭାଗ୍ୟାଧିପ ଉଚ୍ଚରାଶିରେ ରହିଥିବାରୁ ଦୀର୍ଘଦିନ ହେଲା ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । କୌଣସି ବିଷୟ ଉପରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ମନମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ, କିନ୍ତୁ ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଜନସେବାରେ ନିଜକୁ ନିୟୋଜିତ କରି ଆଶାତୀତ ଲାଭ ପାଇବେ । ଯାନବାହାନ, ଗୃହ କ୍ରୟ କରିବାର ଯୋଗ ରହିଛି । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଶୁକ୍ର ଓ ଶନି ନିଜ ନିଜ ସ୍ଥାନରେ ବଳବାନ୍‌ ଯୋଗୁଁ ବିଭିନ୍ନ ସମସ୍ୟା ଭିତରେ ସମୟ କଟାଇବାକୁ ପଡ଼ିପାରେ । ଅନ୍ୟମାନଙ୍କର ସାହାଯ୍ୟ ଲାଭ କରି କାମ ହାସଲ କରିବେ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ବନ୍ଧୁଙ୍କ ଦ୍ଵାରା ଆୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିପାରେ । ମନ ଛଟପଟ ହେଉଥିଲେ ମଧ୍ୟ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ନିଶ୍ଚୟ ହେବେ । ସାମାନ୍ୟ ଧୈର୍ଯ୍ୟଧାରଣ କଲେ ସମସ୍ୟାର ସରଳ ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କେତେକ ଅତ୍ୟାବଶ୍ୟକ କ୍ରୟ କରିବା ଲାଗି ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିବ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଉଚ୍ଚାରୋହୀ ମଙ୍ଗଳଙ୍କ ପ୍ରଭାବରୁ କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ପାରିବାରିକ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ମଙ୍ଗଳମୟ ରହିବ । ବ୍ୟବସାୟୀମାନେ କର୍ମ କ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖାନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କୃଷିଜୀବିମାନେ ଆନନ୍ଦିତ ହେବେ । ଉପରିସ୍ଥଙ୍କ ଆଦେଶରେ ସ୍ଥଗିତ କାମକୁ ପୂର୍ଣ୍ଣ କରିବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ପରିବାର ସ୍ଥାନରେ ଶୁକ୍ର ରହିଥିବାରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମାନସିକ ଦୃଷ୍ଟିରୁ ଦିନଟି ଆପଣ ପାଇଁ ଅଶାନ୍ତି ମୁକ୍ତ ରହିବେ । ଶୁଭଗ୍ରହ ପ୍ରଭାବରୁ ଚିନ୍ତା ନ କରି କାମରେ ମନ ଦିଅନ୍ତୁ, ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ପାରସ୍ପରିକ ସୁସମ୍ପର୍କ ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଅଫିସ୍‌ କାମରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଗୃହସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବେ । ପାରିବାରିକ କ୍ଷେତ୍ର ପୂର୍ବପରି ଅସ୍ଥିରତା ମଧ୍ୟରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ରାଶିରେ ତିନୋଟି ଗ୍ରହ ରହି ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବେ । ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ଅଫିସରେ ଆଜି ସାବଧାନତା ଅବଲମ୍ବନ କରିବା ଦରକାର । ପରିବହନ କ୍ଷେତ୍ରରେ ବିଶେଷ ଅସୁବିଧା ହେବ ନାହିଁ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା କରି ଆପଣଙ୍କ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରନ୍ତି, ତଥାପି କିଛି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଚାକିରିରେ ଦାୟିତ୍ବ ବୃଦ୍ଧି ହେବ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ । ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ଭୁଲ୍‌ ବୁଝାମଣାଜନିତ ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ । ବନ୍ଧୁ ବିରୋଧ, ପ୍ରତିବେଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Be the first to comment

Leave a Reply

Your email address will not be published.


*