23 ଅଗଷ୍ଟ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହଯୋଗ । ପୂର୍ଣ୍ଣ ହେବ

23 ଅଗଷ୍ଟ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହଯୋଗ । ପୂର୍ଣ୍ଣ ହେବ

23 ଅଗଷ୍ଟ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହଯୋଗ । ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଛା ! ଆର୍ଥିକ କ୍ଷେତ୍ରରେ ଆସିବା ସ୍ଵଚ୍ଛଳତା ।

ଆମେ ଆପଣଙ୍କୁ ୨୩ ଅଗଷ୍ଟ, ରବିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଯୋଜନା ଅନୁସାରେ କାର୍ଯ୍ୟ କରିବେ କିନ୍ତୁ ସଫଳତା ପାଇବାରେ ବିଳମ୍ବିତ ହୋଇପାରେ । ମଘା ନକ୍ଷତ୍ରସ୍ଥ ରବିଙ୍କ ଯୋଗୁଁ ସକାଳୁ ସକାଳୁ କୌଣସି ଖବର ପାଇ ବିସ୍ମୟାଭିଭୂତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ ଏବଂ ପ୍ରତ୍ୟେକ ଦିଗରୁ ନାସ୍ତିସୂଚକ କଥା ଶୁଣି ମାନସିକ ସ୍ତରରେ ଦ୍ଵନ୍ଦରେ ପଡିଯିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଆପଣଙ୍କ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି କାର୍ଯ୍ୟ କରିବା ଦ୍ଵାରା ମିଥ୍ୟା ଦୋଷାରୋପ ଆପଣଙ୍କ ଉପରେ ଲାଗିପରେ । ପୁରାତନ ରୋଗପୀଡ଼ା ଯୋଗୁଁ ମାନସିକ ସୁସ୍ଥତା ହରାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପାରିବାରିକ ସମସ୍ୟାକୁ ଭିତ୍ତି କରି ମାନସିକ ସ୍ତରରେ ଅଶାନ୍ତି ରହିବେ । ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ ବନ୍ଧୁ, ସହକର୍ମୀ କିମ୍ବା ପଡୋଶୀଙ୍କ ପରାମର୍ଶାନୁସାରେ କାମ କରି ସମ୍ୟକ ଉପକୃତ ପାଇବେ । ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ଉଚ୍ଚାଧିକାରୀଙ୍କ ଠାରେ ମନର ଭାବକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ଉଚ୍ଚାଧିକାରୀଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିପାରିବାରେ ପଛଘୁଞ୍ଚା ଦେବେ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶେଷ ସମୟରେ ନିଷ୍ପତ୍ତି ବଦଳାଇ ସକାଶେ ଅନ୍ୟମାନେ ଆପଣଙ୍କ ଉପରେ ବିରକ୍ତି ହୋଇପାରନ୍ତି । ଆର୍ଥିକ ସ୍ଥିତିକୁ କେନ୍ଦ୍ର କରି ପରିବାରରେ ବାଦବିବାଦ, ଯୁକ୍ତିତର୍କ ଲାଗିପାରେ । ଅସାବଧାନତା ବଶତଃ ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ହାତକୁ ନେଇଥିବା କାମଗୁଡିକ ସହଜରେ ଓ ସୁବିଧାରେ ସମ୍ପର୍ଣ୍ଣ କରିପାରିବେ । ରବି ଓ ବୁଧ ଉଭୟେ ମଘା ନକ୍ଷତ୍ରରେ ରହିଥିବା ଯୋଗୁଁ କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । କିନ୍ତୁ ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ନିକଟ ସମ୍ପର୍କୀୟ ବନ୍ଧୁମାନେ ନିଜ ଫାଇଦା ହାସଲ ପାଇଁ ଆପଣଙ୍କର ପ୍ରଶଂସାଗାନ କରିପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭ ନ ହେଲେ ମଧ୍ୟ କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ପରୋକ୍ଷ ଶତ୍ରୁତା ଯୋଗୁଁ ଆଶା କରିଥିବା କାମଟି ସମ୍ପନ୍ନ ହୋଇପାରିବ ନାହିଁ । ଅଧିକାଂଶ ସମୟରେ ଭାବପ୍ରବଣତାରେ ସମୟ ଅତିବାହିତ କରିବେ, ଯାହାକି ପରିବାରରେ ଅଶାନ୍ତିର ବହ୍ନି ପ୍ରଜ୍ଜ୍ଵଳିତ ହେବାର ଆଶଙ୍କା ରହିଛି । ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ, ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ପାପଯୁକ୍ତ ଶୁକ୍ର ଓ କେତୁ ନକ୍ଷତ୍ରସ୍ଥ ବୁଧଙ୍କ ଯୋଗୁଁ ଆପଣ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ହେବ ନାହିଁ । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା ଯୋଗୁଁ ଘରକଥା ବୁଝିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଏଣେ ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । କିନ୍ତୁ ଶତ୍ରୁତା କରୁଥିବା ବ୍ୟକ୍ତି ମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁଁ ମନରେ ଅସ୍ଥିରତା ଲାଗି ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ହରି ଶଙ୍କର ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ରାଶିରେ ଗ୍ରହ ସ୍ଥିତିର ପ୍ରତିକୂଳତା ହେତୁ ପରିଜନଙ୍କ କହିବ ଅନୁସାରେ କାମ କରିବାକୁ ପଡିବ । ବନ୍ଧୁଙ୍କ ସାହାର୍ଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍ ହୋଇଯିବ । ନିକଟସ୍ଥ ବ୍ୟକ୍ତି ବିଶେଷମାନେ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି । କୌଣସି ପ୍ରକାର ତରବରିଆ କାମ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ଶତ୍ରୁତା କରୁଥିବା ଲୋକଙ୍କ ଠାରୁ ଗୁଜବ ଖବର ପାଇ ବିବ୍ରତ ହେବେ । ଗୁରୁଜନମାନଙ୍କ ତଥା ବରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ପରିବାରର ଆତ୍ମୀୟମାନଙ୍କ ବେଖାତିର ମନୋଭାବରୁ ବ୍ୟଥିତ ହୋଇପାରନ୍ତି । ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି ଓ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଅବଶ୍ୟ ସାମୟିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । କିନ୍ତୁ ବ୍ୟବସାୟୀ, ବାଣିଜ୍ୟରେ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ । କର୍ମକ୍ଷେତ୍ରରେ ଭଲ କଲେ ମଧ୍ୟ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କରିପାରନ୍ତି । ଆଜି ଜଣେ ବନ୍ଧୁଙ୍କ ଠାରୁ ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇବେ । ପରିସ୍ଥିତିକୁ ଖାତିରି ନ କରି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ସମାଜରେ ମାନସମ୍ମାନ ବଢିବ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ପରିସ୍ଥିତି ଗମ୍ଭୀର ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ବରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ ଓ ଭଗବାନଙ୍କୁ ସ୍ମରଣ କରନ୍ତୁ । କର୍ମାଧିପ ଦ୍ୱଦଶସ୍ଥ ଓ ଶତ୍ରୁକ୍ଷେତ୍ରସ୍ଥ ହେତୁ ସମସ୍ୟା ମଧ୍ୟରେ କାର୍ଯ୍ୟ ହାସଲ କରିବେ । ଦୀର୍ଘ ଦିନରୁ ବାରମ୍ବାର ଚେଷ୍ଟା କରୁଥିବା କାମଗୁଡିକ ସୁବିଧାରେ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଅଫିସରେ ଉଚ୍ଚାଧିକାରୀ ଏକାଧିକ କାମ ଅର୍ପଣ କରିବେ ଯାହାଫଳରେ ବିଶ୍ରାମ ନେବାକୁ ମଧ୍ୟ ଅବସର ମିଳି ନ ପାରେ । ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । କିନ୍ତୁ ରାଜନୈତିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପୁରୁଣା ରୋଗର ପ୍ରାଦୁର୍ଭାବ ପୁଣିଥରେ ଦେଖିବାକୁ ମିଳିପାରେ, ଯାହାଫଳରେ ମନ ଭଲ ରହିବ ନାହିଁ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ରାଶିରେ ବୃହସ୍ପତି ଏକାଦଶ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ଲକ୍ଷ୍ୟହାସଲ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । କିନ୍ତୁ ବାକ୍ ଅସଂଯତ କାରଣରୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ବ୍ୟବସାୟରେ ବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଧିକାଂଶ ସମୟ ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ପରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଧୌର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ରାଶିରେ ଶନିଙ୍କ ଅବସ୍ଥିତି କାରଣ ଯୋଗୁଁ କର୍ମକ୍ଷେତ୍ରରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଏଣେ ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ସରକାରୀ ସ୍ତରରୁ ଅଭିଯୋଗ ଆସିପାରେ । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ସକାଳୁ ସକାଳୁ ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିବ । କିନ୍ତୁ ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ । ବନ୍ଧୁଙ୍କ ପରାମର୍ଶକ୍ରମେ ଦୈନିକ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଆମତ୍ତୃପ୍ତି ଲାଭ କରିବେ । ପ୍ରତିଟି କ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ତିନୋଟିଗ୍ରହ ସ୍ଵଗୃହୀ ହେତୁ ଅନ୍ୟମାନଙ୍କୁ ସଠିକ୍‌ ପରାମର୍ଶ ଦେଇ ପ୍ରଶଂସିତ ହେବେ । ବିଭିନ୍ନ ପ୍ରକାର ସ୍ଥଗିତ କାର୍ଯ୍ୟକୁ ନେଇ ସମ୍ୟକ ଚିନ୍ତିତ ରହିପାରନ୍ତି, କିନ୍ତୁ ଯଥାଚିତ୍ତ ସମୟରେ କାର୍ଯ୍ୟଗୁଡିକ ସମ୍ପର୍ଣ୍ଣ ହୋଇଯିବ । କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ସାଧାରଣ ଘଟଣାକୁ କେନ୍ଦ୍ର କରି ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ର ସ୍ନେହଶ୍ରଦ୍ଧା ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦଶମ ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କୌଣସି ଅଭାବ ନ ଥାଇ ମଧ୍ୟ ଅତୀତର କେତେକ କଥାକୁ ସ୍ମରଣ କରି ମଧ୍ୟାହ୍ନରେ ମନଟା ଭଲ ଲାଗିବ ନାହିଁ । ଆପଣଙ୍କ କେତେକ ଭୁଲ୍‌ ନିଷ୍ପତ୍ତି ପ୍ରତ୍ୟେକ କ୍ଷେତ୍ରରେ ଭଲ ବଦଳରେ ସମସ୍ୟାର କାରଣ ହୋଇପାରେ । ଅଫିସରେ କେତେକେ କାମ ଅଟକିଯାଇଥିବା ଯୋଗୁଁ ଅନୁତାପ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ପାରିବାରିକ ଜୀବନ ହସଖୁସିରେ ଅତିହାନିତ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିଲେ, କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କେତୁଯୁକ୍ତ ବକ୍ରୀ ବୃହସ୍ପତିଙ୍କ କାରଣରୁ କର୍ମକ୍ଷେତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ପରିସ୍ଥିତି ଆଡ଼କୁ ଗତି କରିପାରେ । କଥାବାର୍ତ୍ତରେ ସଂଯମତା ଆଚରଣ କରନ୍ତୁ, ନଚେତ ବିବାଦଗ୍ରସ୍ତରେ ପଡ଼ିପାରନ୍ତି । ଆପଣଙ୍କର କଥା ଓ କାମ କରିବାର କୌଶଳ ଲୋକଙ୍କୁ ଖୁସି କରାଇବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି । ସାମୟିକ ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ । ପାରିବାରିକ କ୍ଷେତ୍ରରେ ସରସ ସୁନ୍ଦର ପରିବେଶ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *