ଜାଣନ୍ତୁ ରାଶି ଅନୁସାରେ କେଉଁ ଧାତୁଟି ଆପଣଙ୍କ ପାଇଁ ଶୁଭ ଓ ସଫଳଦାୟକ ଅଟେ ?

ଜାଣନ୍ତୁ ରାଶି ଅନୁସାରେ କେଉଁ ଧାତୁଟି ଆପଣଙ୍କ ପାଇଁ ଶୁଭ ଓ ସଫଳଦାୟକ ଅଟେ ?

ଆପଣ ନିଜ ରାଶି ଅନୁଯାୟୀ ଧାତୁର ଏକ ରିଙ୍ଗ ପିନ୍ଧିବା ଶୁଭଦାୟକ ହୋଇଥାଏ । ନଚେତ୍ ବେଳେବେଳେ ବିପରୀତ ଫଳ ପାଇବା ସମ୍ଭାବନା ଥାଏ । ରାଶି ଆନୁସାରେ ଯଦି ବ୍ୟକ୍ତି ଧାତୁଗୁଡିକ ପରିଧାନ କରନ୍ତି; ତେବେ ବ୍ୟକ୍ତି ବିଶେଷ ଉପକୃତ ହୋଇଥାନ୍ତି । ବ୍ୟବସାୟ, ବାଣିଜ୍ୟ, ପାରିବାରିକ ସୁଖ ଶାନ୍ତି, ସମାଜରେ ମାନ-ସମ୍ମାନ ବୃଦ୍ଧି ପ୍ରତି କ୍ଷେତ୍ରରେ ଯଶଲାଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଧାତୁ ଶୁଭଦାୟକ ଅଟେ…

Google

ସୁନା:- ଏହି ଧାତୁଟି ମେଷ, ସିଂହ, ଧନୁ, ବିଛା ଓ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ବହୁତ ଲାଭପ୍ରଦ ହୋଇଥାଏ କାରଣ ସୁନା ଧାତୁ ଗ୍ରହମାନଙ୍କର ଗୁରୁ ଅଟେ ।

ରୁପା :- ଏହି ଧାତୁ ବୃଷ, କର୍କଟ, ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଵିଶେଷ ଲାଭଦାୟକ ଓ ଫଳପ୍ରଦ ଅଟେ । ଏହି ଧାତୁର ମାଲିକ ଚନ୍ଦ୍ର ହୋଇଥାନ୍ତି ।

Google

ତମ୍ବା :- ଏହି ଧାତୁ ମେଷ, ସିଂହ ଓ ବିଛା ରାଶି ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭପ୍ରଦ ଅଟେ । ଏହି ଧାତୁର ମାଲିକ ସୁର୍ଯ୍ୟଦେବ ଅଟନ୍ତି ।

ଲୁହା :- ଏହି ଧାତୁ ମକର ଓ କୁମ୍ଭ ଜାତକଧାରୀ ବ୍ୟକ୍ତିଙ୍କ ପାଇଁ ଅତି ଉତ୍ତମ ବୋଲି ଧରି ନିଆଯାଇଛି । ଏହି ରାଶିର ବ୍ୟକ୍ତିମାନେ ଲୌହ ନିର୍ମିତ ମୁଦି ତିଆରି କରି ନିଜ ପାପୁଲିର ମଧ୍ୟମ ଆଙ୍ଗୁଳିରେ ଧାରଣ କରିବା ଉଚିତ । ଏହି ଧାତୁର ଗୁରୁ ଶନି ଦେବ ଅଟନ୍ତି ।

Google

ପିତ୍ତଳ :- ଏହି ଧାତୁଟିକୁ ସୁନା ସହିତ ତୁଳନା କରାଯାଏ । ମେଷ, ସିଂହ, ବିଛା, ଧନୁ ଓ ମୀନ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଓ ବିଶେଷ ଫଳପ୍ରଦ ମଧ୍ୟ ହୋଇଥାଏ । ଏହି ଧାତୁ ମଧ୍ୟ ଗ୍ରହମାନଙ୍କ ଗୁରୁ ଅଟେ ।

କଂସା :- ଏହା ଏକ ମିଶ୍ର ଧାତୁ ବା ଏଲୟ ଅଟେ । ଏହି ଧାତୁଟି ବୁଧ ଗ୍ରହ ସହ ସମ୍ବନ୍ଧିତ ଅଟେ । ମିଥୁନ ଓ କନ୍ୟା ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶ୍ରେୟସ୍କର ଅଟେ ।

ଅନୁଛେଦଟିକୁ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ !

Leave a Reply

Your email address will not be published. Required fields are marked *