ଏହି ୫ଟି ଜିନିଷ ହାଡ଼ଗୁଡିକୁ ଦୁର୍ବଳ କରିଦିଏ । ଆଜି ହିଁ ଖାଇବା ବନ୍ଦ କରି ଦିଅନ୍ତୁ ।

ଏହି ୫ଟି ଜିନିଷ ହାଡ଼ଗୁଡିକୁ ଦୁର୍ବଳ କରିଦିଏ । ଆଜି ହିଁ ଖାଇବା ବନ୍ଦ କରି ଦିଅନ୍ତୁ ।

ଆପଣମାନେ ଅନୁଧ୍ୟାନ କରିଥିବେ ଆଜିକାଲି ଅଳ୍ପ ବୟସରେ ହିଁ ଯୁବକମାନେ ଗଣ୍ଠି ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଯାହାର ମୁଖ୍ୟ କାରଣ ହେଉଛି ଅନିୟମିତ ଆହାର ଓ ତ୍ରୁଟି ପୂର୍ଣ୍ଣ ଜୀବନ ଶୈଳୀ । ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଏପରି କିଛି ଖାଦ୍ୟ ସାମଗ୍ରୀ ରହିଛି, ଯାହାକୁ ଅତ୍ୟଧିକ ମାତ୍ରାରେ ସେବନ କରିବା ଦ୍ଵାରା ଆମ ଶରୀରର ହାଡଗୁଡିକର କ୍ୟାଲସିୟମ ମାତ୍ରାରେ ଅଭାବ ପରିଲକ୍ଷିତ ହୋଇଥାଏ, ଯାହାକି ଭବିଷ୍ୟତରେ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ, ହାଡ ବା ଅସ୍ଥିଗୁଡିକୁ ମଜବୁତ ବା ଦୃଢ କରିବା ନିମନ୍ତେ ଅତ୍ୟନ୍ତ ଜରୁରୀ, ଯେପରି ଏକ ଶକ୍ତିଶାଳୀ ଘର ତିଆରି କରିବା ପାଇଁ ଏକ ସଦୃଢ ମୂଳଦୁଆର ଆବଶ୍ୟକ, ଠିକ ସେହିପରି ଏକ ସୁସ୍ଥ ଶରୀର ପାଇଁ ସେହିଭଳି ଦୃଢର ହାଡ ଆବଶ୍ୟକ ।

Google

କିନ୍ତୁ ଆପଣମାନେ ଖାଉଥିବା ବାହାରର କିଛି ଖାଦ୍ୟ, ଯାହାକି ଆପଣଙ୍କ ହାଡ଼ଗୁଡିକୁ ଅତ୍ୟନ୍ତ ଦୁର୍ବଳ କରି ଦେଉଛି । ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ, ଯାହା ଆମ ଶରୀରର ହାଡଗୁଡିକୁ ଦୁର୍ବଳ କରିଦେଇଥାଏ ।

୧) ଅଧିକ ମାତ୍ରାରେ ଚିନି ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ହାଡ଼କୁ ଦୁର୍ବଳ କରିଦେବ । ଯଦି ଅପଣ ମିଠା ଜିନିଷ ଖାଇବାକୁ ଅଧିକ ପସନ୍ଦ କରନ୍ତି; ତେବେ ତାହାକୁ କମେଇ ଦିଅନ୍ତୁ, ନଚେତ ଗମ୍ଭୀର ସମସ୍ୟା ସୃଷ୍ଟି କରିବ ।

ଏହା ସଙ୍ଗେ ସଙ୍ଗେ ଅଧିକ ଚକୋଲେଟ୍ ଖାଇବା ଦ୍ୱାରା ମଧ୍ୟ ହାଡ ଦୁର୍ବଳ ହୋଇଯାଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଚିନି ଏବଂ ଅକ୍ସାଲେଟ୍ ପରିମାଣ ବଢି ଯାଇଥାଏ । ଯେଉଁଥି କାରଣରୁ ଶରୀରରେ କ୍ୟାଲସିୟମ୍ ଅବଶୋଷିତ ହୁଏ ନାହିଁ ଏବଂ ହାଡ ଦୁର୍ବଳ ହେବାକୁ ଲାଗେ । ଚକୋଲେଟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ ।

Google

୨) ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଥଣ୍ଡା ପାନୀୟ (କୋଲ୍ ଡ୍ରିଂକ୍ସ) ପିଇବା ପାଇଁ ଅଧିକ ପସନ୍ଦ କରନ୍ତି । କଣ ଆପଣ ଜାଣିଛନ୍ତି କି, ଏଥିରେ କାର୍ବନ ଡାଇକ୍ସାସାଇଡ (Dioxide) ଓ ଫସଫରସ୍ ରହିଛି, ଯାହାକି ହାଡ଼ ପାଇଁ ବହୁତ କ୍ଷତି କାରକ ଅଟେ ।

Google

୩) ଚା’ ଓ କଫି ପିଇବା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ଚା’ ଓ କଫିର ଅଧିକ ସେବନ କରିବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ । ଚା’ ଓ କଫିରେ କୈଫିନର ମାତ୍ର ଅଧିକ ଥାଏ; ଯାହାକୁ ସେବନ କରିବା ଅର୍ଥ ହାଡ଼ଗୁଡି଼କ ନିମନ୍ତେ ହାନିକାରକ ହୋଇଥାଏ ।

Google

୪) ଅଧିକ ମାତ୍ରାରେ ଲୁଣକୁ ସେବନ କରିଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ । ଲୁଣରେ ସୋଡିୟମ ଥାଏ, ଯାହା ଶରୀର ଭିତରକୁ ଗଲା ପରେ ଦେହର ଥିବା କ୍ୟାଲସିୟମକୁ ୟୁରିନ ମାଧ୍ୟମରେ ବାହାରକୁ ବାହାର କରିଦିଏ । ଏଥିପାଇଁ ଆପଣଙ୍କୁ ଲୁଣର ବ୍ୟବହାର କମ କରିବା ଉଚିତ ।

Google

୫) ଛେଳି ମାଂସ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ଅଟେ । କିନ୍ତୁ ଛେଳି ମାଂସ ଖାଇବା ଦ୍ୱାରା ଆମର କଣ ଅପକାରିତା ହୁଏ, ସେ ବିଷୟରେ ବୋଧେ ଅଳ୍ପ କେତେକ ଲୋକ ହିଁ ଜାଣିଥିବେ । ଛେଳି ମାଂସରେ ହାଇଡ୍ରକ୍ଳରିକ୍ ଏସିଡର ମାତ୍ର ଅଧିକ ଥାଏ, ଛେଳି ମାଂସ ଅଧିକ ଖାଇବା ଦ୍ୱାରା ଆମ ଶରୀରର ହାଡ଼ଗୁଡିକ ଧୀରେ ଧୀରେ ଦୁର୍ବଳ ହୋଇଯାଏ । ଯେଉଁଥିରେ ପାଇଁ ଆମ ଶରୀରର ଖଞ୍ଜା ଗୁଡିକରେ ଧୀରେ ଧୀରେ ଯନ୍ତ୍ରଣା ହେବାକୁ ଲାଗେ । ତେଣୁ ଆମେ ଆମ ଶରୀରକୁ ସୁସ୍ଥ ଓ ଅଧିକ ମଜବୁତ କରିବା ନିମନ୍ତେ ଛେଳିମାଂସ ଖାଇବା ପ୍ରତି ଆକର୍ଷଣ କମାଇବା ନିତାନ୍ତ ଜରୁରୀ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ଭଲ ଲାଗିଥିବା ବୋଲି ଆଶା କରୁଛୁ । ଯଦି ଭଲ ଲାଗେ ତେବେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *