ଅବିବାହିତ ପୁଅମାନଙ୍କ ଧାଡି ଲାଗିବା ସତ୍ତ୍ୱେ ଏହି ଅଭିନେତ୍ରୀମାନେ ବିବାହିତ ପୁରୁଷଙ୍କୁ ବିବାହ କରି ଜୀବନ ଅତିବାହିତ କରୁଛନ୍ତି !

ଅବିବାହିତ ପୁଅମାନଙ୍କ ଧାଡି ଲାଗିବା ସତ୍ତ୍ୱେ ଏହି ଅଭିନେତ୍ରୀମାନେ ବିବାହିତ ପୁରୁଷଙ୍କୁ ବିବାହ କରି ଜୀବନ ଅତିବାହିତ କରୁଛନ୍ତି !

ଆମେ ସମସ୍ତେ ଶୁଣିଛୁ ଯେ ପ୍ରେମର କୌଣସି ସୀମା ନଥାଏ । ପ୍ରସିଦ୍ଧ ଗଜଲ୍ ଗାୟକ ଜଗଜିତ ସିଂଙ୍କ ଗଜଲ୍ ‘ହୋଠୋଂ ସେ ଛୁଲୋ ତୁମ ମେରା ଗୀତ ଅମର କର ଦୋ’ରେ ଲେଖାଥିବା ଏହି ପଂକ୍ତି ‘ନା ଉମ୍ର କି ସୀମା ହୋ ନା ଜନମ କା ହୋ ବନ୍ଧନ’, ‘ଜବ ପ୍ୟାର କରେ କୋଇ ଦେଖେ କେଵଲ ହି ମନ’ କୁ ବଲିଉଡ ଅଭିନେତ୍ରୀମାନେ ନିଶ୍ଚିତ ବାରମ୍ବାର ଶୁଣିଛନ୍ତି ସେଥିପାଇଁ କିଛି ଅଭିନେତ୍ରୀ ପ୍ରଥମ ଦେଖାରୁ ବିବାହିତ କିମ୍ବା ଛାଡପତ୍ର ପାଇଥିବା ପୁରୁଷଙ୍କ ପ୍ରେମରେ ପଡ଼ିଯାଇଥିଲେ ।

ଏହି ଅଭିନେତ୍ରୀମାନେ ଦ୍ୱିତୀୟ ପତ୍ନୀ ହେବାକୁ କୌଣସି ଆପତ୍ତି କରିନାହାଁନ୍ତି ଏବଂ ବିବାହ ପରେ ମଧ୍ୟ ସେମାନେ ଖୁସିରେ ଜୀବନ ବିତାଉଛନ୍ତି । ଏହି ତାଲିକାରେ ଥିବା ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଏବଂ ଶିଳ୍ପା ଶେଟ୍ଟୀଙ୍କ ନାମ ଅଧିକ ଚର୍ଚ୍ଚିତ । ଏହା ସହିତ ମଧ୍ୟ ଆମେ ଆପଣଙ୍କୁ ଏପରି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ହୃଦୟ ବିବାହିତ କିମ୍ବା ଛାଡପତ୍ର ହୋଇଥିବା ପୁରୁଷଙ୍କ ଉପରେ ଆସିଥିଲା ।

ଅମୃତା ଆରୋରା ଏବଂ ଶକିଲ ଲଦାଖ

ମଲାଇକା ଆରୋରାଙ୍କ ସାନ ଭଉଣୀ ଏବଂ ବଲିଉଡ ଅଭିନେତ୍ରୀ ଅମୃତା ଆରୋରା ୨୦୦୯ରେ ବ୍ୟବସାୟୀ ଶକିଲ୍ ଲଦାଖଙ୍କୁ ବିବାହ କରିଥିଲେ । ଶକିଲ ଲଦାଖ ପ୍ରଥମେ ଅମୃତା ଆରୋରାଙ୍କର ଘନିଷ୍ଠ ବନ୍ଧୁ ନିଶା ରାଣାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠିଲା ନାହିଁ । ନିଶା ନିଜ ବନ୍ଧୁ ଅମୃତାଙ୍କ ନାମରେ ଅଭିଯୋଗ କରିଛନ୍ତି ଯେ ଅମୃତା ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଆସିଥିଲେ । ଅମୃତା ବିବାହ ପରଠାରୁ ଖୁସିରେ ବିବାହିତ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ସେମାନଙ୍କ ବିବାହକୁ ଦଶ ବର୍ଷରୁ ପୁରିଗଲାଣି ।

ବିଦ୍ୟା ବାଲାନ୍ ଏବଂ ସିଦ୍ଧାର୍ଥ ରୟ କପୁର୍

ଅଭିନେତ୍ରୀ ବିଦ୍ୟା ବାଲାନ୍ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି । ସେ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କ ପ୍ରଥମ କିମ୍ବା ଦ୍ୱିତୀୟ ନୁହେଁ ତୃତୀୟ ପତ୍ନୀ । ସିଦ୍ଧାର୍ଥ ପ୍ରଥମେ ତାଙ୍କ ପିଲାଦିନର ବନ୍ଧୁ ଆରତୀ ବଜାଜଙ୍କୁ ବିବାହ କରିଥିଲେ । ଦ୍ୱିତୀୟରେ ସେ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ପ୍ରଡ୍ୟୁସର୍ କବିତାଙ୍କୁ ବିବାହ କରିଥିଲେ ଯାହା ୨୦୧୧ମସିହାରେ ଭାଙ୍ଗିଯାଇଥିଲା । ଏହାପରେ ସେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ବିବାହ କରିଥିଲେ । ଉଭୟ ଡିସେମ୍ବର୧୪, ୨୦୧୨ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ । ବିଦ୍ୟା ବାଲାନ୍ ଏବଂ ସିଦ୍ଧାର୍ଥ ରୟ କପୁରଙ୍କ ସମ୍ପର୍କ ସେମାନଙ୍କ ପାଇଁ ଏକ ଉଦାହରଣ, ଯେଉଁମାନେ ନିଜ ସମ୍ପର୍କ ଭାଙ୍ଗିବା ପରେ ନିରାଶ ହୋଇଯାଇଛନ୍ତି ।

ରବୀନା ଟଣ୍ଡନ୍ ଏବଂ ଅନିଲ୍ ଥଡାନି

୯୦ଦଶକରେ ବଲିଉଡର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ରବୀନା ଟଣ୍ଡନ୍ । ସେତେବେଳେ ଲକ୍ଷ ଲକ୍ଷ ପୁଅ ରବୀନା ଟଣ୍ଡନଙ୍କ ପାଇଁ ପାଗଳ ଥିଲେ । ଲୋକମାନେ କେବଳ ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ତରସୁଥିଲେ । କିନ୍ତୁ ଏହି ସୁନ୍ଦରୀ ଅନିଲ୍ ଥଡାନୀଙ୍କୁ ବିବାହ କରିଥିଲେ । ଅନିଲ୍ ଥଡାନୀଙ୍କ ଦ୍ୱିତୀୟ ପତ୍ନୀ ହୋଇ ମଧ୍ୟ ରବୀନା ଖୁସି ଅଛନ୍ତି । ଏହି ଦମ୍ପତି ୨୨ ଫେବୃଆରୀ ୨୦୦୪ରେ ରାଜସ୍ଥାନର ଜାଗ ମାଣ୍ଡିର ପ୍ୟାଲେସରେ ବିବାହ କରିଥିଲେ । ଅନିଲ୍ ଥଡାନି ନତାଶା ସିପିଙ୍କୁ ପ୍ରଥମ ବିବାହ କରିଥିଲେ ଯାହାକି କିଛି ଦିନପରେ ଭାଙ୍ଗି ଯାଇଥିଲା ।

ଲାରା ଦତ୍ତା ଏବଂ ମହେଶ୍ ଭୂପତି

ମିସ ୟୁନିଭର୍ସ ଥିବା ଅଭିନେତ୍ରୀ ଲାରା ଦତ୍ତା ମଧ୍ୟ ଜଣେ ବିବାହିତ ପୁରୁଷଙ୍କୁ ବିବାହ କରିଛନ୍ତି । ସେ ୧୬ଫେବୃଆରୀ ୨୦୧୧ରେ ଟେନିସ୍ ଖେଳାଳି ମହେଶ୍ ଭୂପତିଙ୍କୁ ବିବାହ କରିଥିଲେ । ମହେଶ୍ ଭୂପତି ପ୍ରଥମେ ପୂର୍ବତନ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ ।

ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା

ରାନୀ ମୁଖାର୍ଜୀ ଏପରି ଜଣେ ଅଭିନେତ୍ରୀ ଯାହାର ଅଭିନୟ ଏବଂ ସ୍ୱର ଲକ୍ଷ ଲକ୍ଷ ପୁଅଙ୍କୁ ପାଗଳ କରିଦେଇଥିଲା, କିନ୍ତୁ ଶେଷରେ ରାନୀ ମୁଖାର୍ଜୀ ୨୧ଏପ୍ରିଲ ୨୦୧୪ରେ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କର ପ୍ରଥମ କିନ୍ତୁ ଆଦିତ୍ୟ ଚୋପ୍ରାଙ୍କର ଏହା ଦ୍ଵିତୀୟ ବିବାହ ଥିଲା । ରାନୀଙ୍କ ପୂର୍ବରୁ ଆଦିତ୍ୟ ତାଙ୍କ ପିଲାଦିନର ବନ୍ଧୁ ପାୟଲ୍ ଖାନ୍ନାଙ୍କୁ ବିବାହ କରିଥିଲେ । ରାନୀଙ୍କ ଯୋଗୁ ତାଙ୍କର ଛାଡପତ୍ର ହୋଇଥିବା ଆଦିତ୍ୟଙ୍କ ପ୍ରଥମ ପତ୍ନୀ ଅଭିଯୋଗ କରନ୍ତି ।

Leave a Reply

Your email address will not be published. Required fields are marked *