ଅଣ୍ଡରୱାର୍ଲଡ଼ ସମ୍ମୁଖରେ ବଡ ବଡ ଲୋକମାନଙ୍କର ମୁହଁରୁ କଥା ବାହାରିବା ବନ୍ଦ ହୋଇଯାଏ କିନ୍ତୁ ସେମାନଙ୍କ ବିରୁଦ୍ଧରେ ଛିଡା ହୋଇଥିଲେ ପ୍ରୀତି ଜିଣ୍ଟା…

ଅଣ୍ଡରୱାର୍ଲଡ଼ ସମ୍ମୁଖରେ ବଡ ବଡ ଲୋକମାନଙ୍କର ମୁହଁରୁ କଥା ବାହାରିବା ବନ୍ଦ ହୋଇଯାଏ କିନ୍ତୁ ସେମାନଙ୍କ ବିରୁଦ୍ଧରେ ଛିଡା ହୋଇଥିଲେ ପ୍ରୀତି ଜିଣ୍ଟା…

ବଲିଉଡର ଜଣାଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ପ୍ରୀତି ଜିଣ୍ଟା ଅନ୍ୟତମ ଅଟନ୍ତି, ସେ ଆଜି ୪୬ ବର୍ଷର ହୋଇ ଯାଇଛନ୍ତି । ତାଙ୍କ ଜନ୍ମ ୩୧ ଜାନୁଆରୀ ୧୯୭୫ ମସିହାରେ ଶିମଲାରେ ହୋଇଥିଲା । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଥିବା ପ୍ରୀତି ବର୍ତ୍ତମାନ ଚଳଚ୍ଚିତ୍ର ଜଗତ ଠାରୁ ଦୂରେଇ ଯାଇଛନ୍ତି । ୨୩ ବର୍ଷ ବୟସରେ ପ୍ରୀତି ‘ଦିଲ୍’ ଚଳଚ୍ଚିତ୍ରରୁ ବଲିଉଡରେ ପାଦ ରଖିଥିଲେ । ପ୍ରୀତିଙ୍କର ଗଣନା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ହୋଇଥାଏ, ଯେଉଁମାନେ କାହାକୁ ନ ଡରି ନିଜ କଥାକୁ ଖୋଲାଖୋଲି ଭାବରେ ଉପସ୍ଥାପନ କରିଥାନ୍ତି । ୨୦୦୧ ମସିହାରେ ସେ ଅଣ୍ଡରୱାର୍ଲଡ଼ ବିରୁଦ୍ଧରେ କୋର୍ଟରେ ପ୍ରମାଣ ଦେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଏହି ଅଂଶ ‘ଚୋରି ଚୋରି ଚୁପକେ ଚୁପକେ’ ଚଳଚ୍ଚିତ୍ର ସହ ଜଡିତ ହୋଇଛି । ଏହି ଚଳଚ୍ଚିତ୍ରରେ ପ୍ରୀତିଙ୍କ ସହ ସଲମାନ୍ ଖାନ୍ ଏବଂ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ବାସ୍ତବରେ ସେହି ସମୟରେ ଏହି କଥାର ଅତ୍ୟନ୍ତ ଚର୍ଚ୍ଚା ଥିଲା ଯେ, ଚଳଚ୍ଚିତ୍ରରେ ଅଣ୍ଡରୱାର୍ଲଡ଼ ଡ଼ନ୍ ଛୋଟା ଶକିଲଙ୍କର ଟଙ୍କା ଲାଗିଥିଲା । କିନ୍ତୁ କାଗଜପତ୍ରରେ ଫାଇନାନ୍ସରଙ୍କ ନାମ ସ୍ଥାନରେ ମୁମ୍ବାଇର ହୀରା ବ୍ୟବସାୟୀ ଭରତ ଶାହାଙ୍କର ନାମ ଲେଖା ହୋଇଥିଲା । ଏହି ମାମଲାରେ ପୋଲିସ୍ ଭରତ ଶାହାଙ୍କୁ ଗିରଫ୍ ମଧ୍ୟ କରିଥିଲା । ଏପର୍ଯ୍ୟନ୍ତ କି ଅବାସ ମସ୍ତାନଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ପ୍ରିଣ୍ଟ ମଧ୍ୟ ସିଲ୍ କରିଦିଆଯାଇଥିଲା । ତେବେ ବର୍ତ୍ତମାନ ପୋଲିସକୁ ପ୍ରମାଣର ଆବଶ୍ୟକତା ଥିଲା ।

ବଲିଉଡର ମହାନ ସଲମାନ୍ ଖାନ୍, ଶାହାରୁଖ ଖାନ୍, ରାନୀ ମୁଖାର୍ଜୀଙ୍କ ସମେତ ଅନେକ କଳାକାର ପୋଲିସରେ ଅଭିଯୋଗ କରି ସାରିଛନ୍ତି କି ସେମାନଙ୍କୁ ଅଣ୍ଡରୱାର୍ଲଡ଼ରୁ ଧମକ୍ ମିଳୁଛି କିନ୍ତୁ ଭୟଭୀତ ହୋଇ କୋର୍ଟକୁ ପ୍ରମାଣ ଦେବାପାଇଁ କେହି ପହଞ୍ଚିନଥିଲେ ।

ଏଭଳି ପରିସ୍ଥିତିରେ ପ୍ରୀତି ଜିଣ୍ଟା ଏକୁଟିଆ ଏଭଳି ଏକ ଅଭିନେତ୍ରୀ ଥିଲେ, ଯିଏକି କୋର୍ଟରେ ଛିଡା ହୋଇ କହିଥିଲେ କି ତାଙ୍କୁ ଅଣ୍ଡରୱାର୍ଲଡ଼ରୁ ଧମକ୍ ମିଳୁଥିଲା । ସେ କୋର୍ଟରେ କହିଥିଲେ ଯେ, ଚଳଚ୍ଚିତ୍ରର ଶୁଟିଂ ସମୟରେ ତାଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କର ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ସେ କହିଥିଲେ ଯେ, ମୁଁ ଭାଇଙ୍କର ଲୋକ ରଜକ କହୁଛି ଏବଂ ମୋତେ ୫୦ ଲକ୍ଷର ଆବଶ୍ୟକତା ରହିଛି । ଧମକ୍ ଦେଉଥିବା ବ୍ୟକ୍ତି ପ୍ରୀତିଙ୍କୁ କହିଥିଲେ ଯେ, ଯଦି ତାଙ୍କୁ ଟଙ୍କା ନ ଦିଆଯାଏ ତେବେ ପରିଣାମ ଅତ୍ୟନ୍ତ ଖରାପ ହେବ ।

ପ୍ରୀତି କୋର୍ଟରେ କହିଥିଲେ ଯେ, ସେ ଅତ୍ୟନ୍ତ ଡରି ଯାଇଥିଲେ ଏବଂ ଚିନ୍ତିତ ମଧ୍ୟ ହୋଇ ଯାଇଥିଲେ । ସେହି ସମୟରେ ସେ ଚଳଚ୍ଚିତ୍ରର ପ୍ରଯୋଜକ ନଜିମ୍ ରିଜଭିଙ୍କ ସହ କଥା ହୋଇଥିଲେ । ପ୍ରଯୋଜକ ପ୍ରୀତିଙ୍କୁ ଚିନ୍ତା ନ କରିବାକୁ କହିଥିଲେ । ସବୁକିଛି ଠିକ୍ ହୋଇଯିବ । ପ୍ରୀତି ଆହୁରିମଧ୍ୟ କହିଥିଲେ ଯେ, ସେ ଚଳଚ୍ଚିତ୍ର ଅଣ୍ଡରୱାର୍ଲଡ଼ ଚାପରେ ସ୍ଵୀକାର କରିନଥିଲେ ବରଂ ଏଥିପାଇଁ ତାଙ୍କୁ ଦରମା ଆକାରରେ ୨୫ ଲକ୍ଷ ଟଙ୍କା ମିଳିଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରୀତି ନିଜ କ୍ୟାରିଅରରେ ଆରମ୍ଭ ଚଳଚ୍ଚିତ୍ରରୁ ନୁହେଁ ବରଂ ବିଜ୍ଞାପନ ମାଧ୍ୟମରେ କରିଥିଲେ । ୧୯୯୬ ମସିହାରେ ଜଣେ ବନ୍ଧୁଙ୍କର ଜନ୍ମଦିନ ପାର୍ଟି ସମୟରେ ପ୍ରୀତିଙ୍କର ସାକ୍ଷାତ ଜଣେ ନିର୍ଦ୍ଦେଶକଙ୍କ ସହ ହୋଇଥିଲା । ତାଙ୍କୁ ପ୍ରଥମ ବିଜ୍ଞାପନ ଏକ ଚକୋଲେଟ ବ୍ରାଣ୍ଡର ମିଳିଥିଲା । ପରେ ସେ ଏକ ସାବୁନ୍ ବିଜ୍ଞାପନରେ ଦେଖା ଦେଇଥିଲେ ।

୧୯୯୭ ମସିହାରେ ପ୍ରୀତି ତାଙ୍କର ଜଣେ ବନ୍ଧୁଙ୍କ ସହ ଅଡିସନ୍ ପାଇଁ ଯାଇଥିଲେ, ତାଙ୍କ ସାକ୍ଷାତ ନିର୍ଦ୍ଦେଶକ ଶେଖର କପୁରଙ୍କ ସହ ହୋଇଥିଲା । ସେ ପ୍ରୀତିଙ୍କୁ ତାଙ୍କ ଚଳଚ୍ଚିତ୍ର ‘ତାରା ରମ୍ ପମ୍’ ପାଇଁ ସ୍ଵାକ୍ଷର କରାଇଥିଲେ । ତେବେ ହ୍ରିତିକ ରୋଶନଙ୍କ ସହ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ପରେ କୌଣସି କାରଣରୁ ବନ୍ଦ ହୋଇଗଲା । ଏହାପରେ ପ୍ରୀତି କୁନ୍ଦନ ଶାହାଙ୍କ ଚଳଚ୍ଚିତ୍ର ‘କ୍ୟା କେହେନା’ (୨୦୦୦) ସ୍ଵାକ୍ଷର କରିଥିଲେ । କିନ୍ତୁ ଏହା ପୂର୍ବରୁ ନିର୍ଦେଶକ ମଣି ରତ୍ନମଙ୍କ ଚଳଚ୍ଚିତ୍ର ‘ଦିଲ୍’ ସେ (୧୯୯୮)ରେ ରିଲିଜ ହୋଇଗଲା ।

ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ ଯେ, ପ୍ରୀତି ୧୩ ବର୍ଷର ଥିବା ସମୟରେ ଏକ କାର ଦୁର୍ଘଟଣାରେ ନିଜ ପିତା ଦୁର୍ଗାନନ୍ଦ ଜିଣ୍ଟାଙ୍କୁ ହରାଇ ଦେଇଥିଲେ । ଏହି ଦୁର୍ଘଟଣା ପରେ ତାଙ୍କ ମାତା ନୀଳପ୍ରଭା ମଧ୍ୟ ଦୁଇବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇଥିଲେ । ପ୍ରୀତିଙ୍କର ଦୁଇ ଭାଇ ଦୀପାଙ୍କର ଏବଂ ମନୀଷ ଅଛନ୍ତି ।

ପ୍ରୀତି ପ୍ରାରମ୍ଭିକ ସ୍କୁଲିଂ ଶିମଲାର ‘କନଭେଣ୍ଟ ଅଫ୍ ଜିସସ୍ ଏଣ୍ଡ ମେରୀ’ ସ୍କୁଲରୁ କରିଥିଲେ । ପରେ ସେ ‘ଦ ଲରୀନ୍ସ’ ସ୍କୁଲରେ ଯୋଗ ଦେଇଥିଲେ ଏବଂ କଲେଜର ପାଠପଢା ଶିମଲାର ‘ସେଣ୍ଟ ବେଡେସ’ କଲେଜରୁ ପୁରା କରିଥିଲେ । ପ୍ରୀତି ‘କ୍ରିମିନାଲ୍ ସାଇକୋଲୋଜି’ରୁ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ।

ପ୍ରୀତି ନିଜ ଠାରୁ ୧୦ ବର୍ଷର ଛୋଟ ବିଦେଶୀ ବ୍ୟବସାୟୀ ଗୁନଇନଫଙ୍କୁ ୨୦୧୬ ମସିହାରେ ଲୁଚିକରି ବିବାହ କରିଥିଲେ । ସେ ୨୯ ଫେବୃଆରୀରେ ଲସ୍ ଏଞ୍ଜେଲସରେ ଏକ ବେସରକାରୀ ସେରୀମନୀରେ ବିବାହ କରିଥିଲେ । ଲସ୍ ଏଞ୍ଜେଲସରେ ବିବାହ ପରେ ପ୍ରୀତି ମୁମ୍ବାଇରେ ବଲିଉଡ୍ କଳାକାର ମାନଙ୍କ ପାଇଁ ଗ୍ରାଣ୍ଡ ରିସେପସନ୍ ମଧ୍ୟ ଦେଇଥିଲେ ।

ପ୍ରୀତି ଜିଣ୍ଟା ପ୍ରାୟତଃ ୨୩ ବର୍ଷ ବୟସରେ ଚଳଚ୍ଚିତ୍ର ‘ଦିଲ ସେ’ରୁ ଅଭିନୟ ଜଗତରେ ପାଦ ରଖିଥିଲେ । ପ୍ରୀତି ତେଲୁଗୁ, ପଞ୍ଜାବୀ, ପଞ୍ଜାବୀ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ପ୍ରୀତି ଜିଣ୍ଟାଙ୍କର ଆଇପିଏଲ ଟିମ୍ ମଧ୍ୟ ରହିଛି, ଯାହାର ନାମ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଅଟେ ।

Leave a Reply

Your email address will not be published. Required fields are marked *