ଏହି କଥାଗୁଡିକ ଭୁଲରେ ମଧ୍ୟ ସେୟାର୍ କରନ୍ତୁ ନାହିଁ ନିଜ ପତ୍ନୀ କିମ୍ବା ପ୍ରମିକା ସହ ! ନଚେତ୍ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେବ…

ଏହି କଥାଗୁଡିକ ଭୁଲରେ ମଧ୍ୟ ସେୟାର୍ କରନ୍ତୁ ନାହିଁ ନିଜ ପତ୍ନୀ କିମ୍ବା ପ୍ରମିକା ସହ ! ନଚେତ୍ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେବ…

ଆଜିକାର ସମୟରେ ଜଣେ ପ୍ରେମିକାକୁ ଖୁସିରେ ରଖିବା କେତେ କଷ୍ଟ କାମ ଆପଣ ସମସ୍ତେ ଜାଣନ୍ତି । ଜଣେ ଯୁବତୀ ପଛରେ ଦଶ ଜଣ ଯୁବକ ଲାଇନ୍ ଲଗାଇ ଛିଡ଼ା ରୁହନ୍ତି । ଯଦି କୌଣସି ପ୍ରକାରେ ଆପଣ କେହି ଯୁବତୀଙ୍କୁ ପ୍ରେମିକା କରି ନିଅନ୍ତି ତେବେ ଏହି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ମଧ୍ୟ ଏକ ବଡ଼ କଥା ଅଟେ । ଆପଣଙ୍କ ଏକ ଭୁଲ୍ ଓ ହଠାତ୍ ବ୍ରେକଅପ୍ ହୋଇପାରେ । ଏହି ବ୍ରେକଅପ୍ ପଛରେ ଅନେକ କାରଣ ପ୍ରେମିକର ରହିଥାଏ ।

ଆପଣ ମଧ୍ୟ ଦେଖିଥିବେ ଯେ ମହିଳାମାନେ ନିଜ ଗୋପନୀୟ କଥାସବୁ ଲୁଚାଇ ରଖନ୍ତି, ସେପଟେ ପୁରୁଷମାନେ ସବୁକିଛି କହି ଦିଅନ୍ତି । ଏବଂ ଏଠାରେ ଅସୁବିଧା ଏହିକିଯେ କିଛି ବିଶେଷ କଥା ଯଦି ଆପଣ ନିଜ ପ୍ରେମିକାକୁ କହିଦିଅନ୍ତି ତେବେ ଏହା ସମ୍ପର୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଏହି କଥାକୁ ଜାଣିବା ପରେ ସେ ଆପଣଙ୍କ ସହିତ ବ୍ରେକଅପ୍ ମଧ୍ୟ କରିଦେଇପାରେ । ଏଥିପାଇଁ ନିଜ ପ୍ରେମିକାକୁ ଭୁଲରେ ମଧ୍ୟ ଏହିସବୁ କଥା କୁହନ୍ତୁ ନାହିଁ ।

ମହିଳା ବନ୍ଧୁଙ୍କ ସହିତ ବୁଲିବାକୁ ଯିବା : ଇର୍ଷା ଭାବନା ସମସ୍ତ ଝିଅ ମଧ୍ୟରେ ରହିଥାଏ । ସେ ଆପଣଙ୍କୁ କେଉଁ ଅନ୍ୟ ଝିଅ ସହିତ ମଜା କରୁଥିବାର କେବେମଧ୍ୟ ଦେଖିପାରିବ ନାହିଁ । ଆପଣ ତାଙ୍କ ସହିତ ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେଲେମଧ୍ୟ ତାଙ୍କ ମନର କେଉଁ କୋଣରେ ସନ୍ଦେହ ସୃଷ୍ଟି ହୁଏ । ଏଥିପାଇଁ ଆପଣ ଯେବେମଧ୍ୟ ନିଜ ମହିଳା ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ କିମ୍ବା ଆଉ କେଉଁଠାକୁ ବୁଲିବାକୁ ଯାଉଛନ୍ତି ତେବେ ଏହା ବିଷୟରେ ନିଜ ପ୍ରେମିକାକୁ କୁହନ୍ତୁ ନାହିଁ । ନହେଲେ ଆପଣଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଯିବ ।

ପ୍ରେମିକାର ମାଁ ପସନ୍ଦ ନାହିଁ : ସମସ୍ତ ଝିଅ ନିଜ ମାଁ କୁ ବହୁତ ଭଲ ପାଆନ୍ତି । ସେମାନେ କାହା ମୁଖରୁ ତାଙ୍କ ବିଷୟରେ ଖରାପ କଥା ଶୁଣି ପାରନ୍ତି ନାହିଁ । ଏମିତିରେ ଯଦି ଆପଣଙ୍କୁ ନିଜ ପ୍ରେମିକାଙ୍କ ମାଁ ଭଲ ଲାଗେ ନାହିଁ ତେବେ ଏହି କଥାକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତୁ ନାହିଁ । ପରେ ତାଙ୍କ ମାଁ ଆପଣଙ୍କ ସମ୍ପର୍କରେ ଯେତେ ହସ୍ତକ୍ଷେପ କରୁଥାନ୍ତୁ ନା କାହିଁକି । ଆପଣ ନିଜ ପ୍ରେମିକାଙ୍କ ମାଁ ବିଷୟରେ କିଛି ଖରାପ କଥା କୁହନ୍ତୁ ନାହିଁ । ଏଥିରୁ ତାଙ୍କ ଭାବନା ଆହତ ହେବ ଏବଂ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ସମ୍ପର୍କ ଉପରେ ପଡ଼ିବ ।

ଟେକ୍ସଟିଂ କରିବା ଭଲ ଲାଗେ ନାହିଁ : ଅନେକଗୁଡ଼ିଏ ଏପରି ଯୁବକ ଥାଆନ୍ତି ଯାହାକୁ କି ମୋବାଇଲରେ ମେସେଜ୍ ଅର୍ଥାତ ଟେକ୍ସଟିଂ କରିବା ପସନ୍ଦ ନଥାଏ । ତାଙ୍କୁ ଦିନଯାକ ମୋବାଇଲରେ କଥାବାର୍ତ୍ତା କରିବା ମଧ୍ୟ ଭଲ ଲାଗେ ନାହିଁ । ସେମାନେ ଜୀବନରେ ନିଜ ପାଇଁ ଟିକିଏ ସମୟ ଚାହଁନ୍ତି । ଯଦିଓ ଖୋଲାଖୋଲି ଭାବେ ଏହା ନିଜ ପ୍ରେମିକାକୁ କହିପାରନ୍ତି ନାହିଁ । ଯଦି ସେ ଏହା କହିଦେବେ ତେବେ କଥା ବ୍ରେକଅପ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଏ ।

ଅନ୍ୟର ପ୍ରେମିକା ଅଧିକ ସୁନ୍ଦରୀ ଦେଖାଯାଏ : ସମସ୍ତ ଯୁବକକୁ ଅନ୍ୟର ପ୍ରେମିକା ନିଜ ପ୍ରେମିକା ଠାରୁ ଅଧିକ ସୁନ୍ଦରୀ ଲାଗେ । ଯଦିଓ ଆପଣ ନିଜ ସମ୍ପର୍କକୁ ବଜାୟ ରଖିବା ପାଇଁ ଚାହଁନ୍ତି ତେବେ ଭୁଲରେ ମଧ୍ୟ ପ୍ରେମିକାଙ୍କ ସମ୍ମୁଖରେ ବନ୍ଧୁଙ୍କ ପ୍ରେମିକାର ପ୍ରଶଂସା କରନ୍ତୁ ନାହିଁ । ଏଥିରେ ଆପଣଙ୍କ ପେମିକା ରାଗିଯିବେ ।

Leave a Reply

Your email address will not be published. Required fields are marked *