ଧୋନିଙ୍କ ସ୍ତ୍ରୀ ସାକ୍ଷୀ ସେୟାର୍ କଲେ ଏହି ସୁନ୍ଦର ଫଟୋ ! ଫ୍ୟାନ୍ସ ପଚାରିଲେ ଏହି ପ୍ରଶ୍ନ…

ଧୋନିଙ୍କ ସ୍ତ୍ରୀ ସାକ୍ଷୀ ସେୟାର୍ କଲେ ଏହି ସୁନ୍ଦର ଫଟୋ ! ଫ୍ୟାନ୍ସ ପଚାରିଲେ ଏହି ପ୍ରଶ୍ନ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ କପ୍ତାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ନିଜ ଇଂଷ୍ଟାଗ୍ରାମରେ ଏକ ଫୋଟ ସେୟାର୍ କରିଛନ୍ତି । ଏହି ଫୋଟରେ ସାକ୍ଷୀଙ୍କ ସହିତ ଇଣ୍ଡିଆନ୍ କ୍ରିକେଟ ଦଳର ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନି ଓ ରିଷଭ ପନ୍ତ ଉପସ୍ଥିତ ଅଛନ୍ତି । ଫୋଟ ସେୟାର୍ କରି ସାକ୍ଷୀ କ୍ୟାପସନରେ ଲେଖିଛନ୍ତି ଯେ, ‘ମିସିଙ୍ଗ ୟୁ ଗାଏଜ !’ ଫୋଟ ଦେଖିବା ପରେ ଏପରି ଲାଗୁଛି ଯେ ଧୋନି ଏବଂ ସାକ୍ଷୀ ଫୋନରେ କାହା ସହିତ ଭିଡ଼ିଓ କଲରେ କଥା ହେଉଛନ୍ତି ଏବଂ ତାଙ୍କ ପଛରେ ରିଷଭ ପନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି ।

ସେପଟେ ରିଷଭ୍ ପନ୍ତଙ୍କ ଉପସ୍ଥିତିକୁ ନେଇ ସୋସିଆଲ୍ ମିଡ଼ିଆରେ କିଛି ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି ସେପଟେ ଧୋନିଙ୍କ ନୂତନ ଲୁକ କୁ ଖୁବ୍ ପ୍ରଶଂସା ମିଳୁଛି । ନିକଟରେ ଧୋନିଙ୍କ ନୂଆ ଲୁକର ଫଟୋ କିଛି ଦିନ ଆଗରୁ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହୋଇଥିଲା ଏବଂ ପ୍ରଶଂସକ ମାନେ ତାଙ୍କ ନୂତନ ଲୁକ କୁ ଖୁବ୍ ପ୍ରଶଂସା କରୁଛନ୍ତି । ଏହି ଫୋଟରେ ପନ୍ତ କାର୍ଟୁନ ଚରିତ୍ର ଟମର ନାଲି ରଙ୍ଗର ପୋଷକ ପିନ୍ଧି ଥିବାର ନଜର ଆସୁଛନ୍ତି । ଫଟୋଗୁଡିକ ସାମନାକୁ ଆସିବା ପରେ ପ୍ରଶଂସକମାନେ ପନ୍ତକୁ ଖୁବ୍ ଟ୍ରୋଲ୍ କରୁଛନ୍ତି ଏବଂ ପଚାରୁଛନ୍ତି ଯେ ସେ ଫୋଟରେ କଣ କରୁଛନ୍ତି ।

ସେପଟେ ପନ୍ତ ଟମଙ୍କ ପୋଷାକ ସହିତ ଫୋଟ ପୋଷ୍ଟ କରି ପ୍ରଶ୍ନ ମଧ୍ୟ ପଚାରିଥିଲେ । ପନ୍ତ ପଚାରିଥିଲେ ଯେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ଏହି ଲୋକପ୍ରିୟ କାର୍ଟୁନ କୁ ଦେଖିଛନ୍ତି ? ପନ୍ତଙ୍କ ଏହି ପ୍ରଶ୍ନରେ ୟୁଜବେନ୍ଦ୍ର ଚହଲ ବିକେଟ୍ କିପର ବ୍ୟାଟ୍ସ ମ୍ୟାନଙ୍କ ସହ ଥଟ୍ଟା କରି କହିଛନ୍ତି ଯେ, ‘ଆପଣଙ୍କୁ ନା ଟମ ଭାଇକୁ ? ସେପଟେ ଆଫଗାନିସ୍ତାନ ଯୁବ ସ୍ପିନର ରସିଦ ଖାଁ ମଧ୍ୟ କହିଛନ୍ତି, “ମୁଁ ଆପଣଙ୍କୁ ଓ ଟମ କୁ ଅନେକ ଥର ଦେଖିଛି ।”

Leave a Reply

Your email address will not be published. Required fields are marked *