ଆଚାର୍ଯ୍ୟ ଚାଣକ୍ୟ ନିଜ ବଚନ ଦ୍ୱାରା ମାନବକୁ ଉତ୍ତମ ଜୀବନ ବଞ୍ଚିବାର ସନ୍ଦେଶ ପ୍ରଦାନ କରିଛନ୍ତି । ଜୀବନର ପ୍ରତ୍ୟେକ ମୋଡ଼ରେ ମାନବକୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା କଥା କାମରେ ଆସିଥାଏ । ଚାଣକ୍ୟ ନୀତିରେ ଅନେକ କଥା ରହିଛି, ଯାହାକୁ ଯଦି ଆମେ ଜୀବନରେ ଉପଯୋଗ କରିବା ତେବେ ଆମେ ଏକ ଉତ୍ତମ ଜୀବନ ଲାଭ କରି ପାରିବୁ । ଏହିପରି ଚାଣକ୍ୟ କହିଛନ୍ତି ଯେ, ଯଦି ମନୁଷ୍ୟକୁ ସଫଳତା ପାଇବାର ଅଛି ତେବେ ତାକୁ କେଉଁ କଥାର ଧ୍ୟାନ ରଖିବା ଉଚିତ ଆସନ୍ତୁ ଜାଣିବା । ଆସନ୍ତୁ ଆମେ ଆପଣଙ୍କୁ ତିନୋଟି ମହତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ।
କର୍ମ ଉପରେ ବିଶ୍ୱାସ :-
ଆଜିକା ସମୟରେ ବିଶ୍ୱାସ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କୌଣସି ବି ଜିନିଷରେ, କୌଣସି ବି ସମ୍ପର୍କରେ କିମ୍ବା କୌଣସି ବି କ୍ଷେତ୍ରରେ ବିଶ୍ୱାସର ଆବଶ୍ୟକତା ରହିଥାଏ । ପୁଣି ଆପଣ ମଧ୍ୟ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେଣୁ କେବେବି ଏହାର ବିପରୀତ ନହୋଇଯାଉ । ଆପଣଙ୍କୁ ନିଜ କାମ ଉପରେ ଭରସା ଆଣିବାକୁ ପଡ଼ିବ ଏବଂ ତାସହିତ ସତ୍ୟ ଏବଂ ସଚ୍ଚୋଟତାର ସହିତ ନିଜର କାମ କରିବା ଆବଶ୍ୟକ । ଯଦି ଆପଣ ଏହିସବୁ ଜିନିଷରେ ତାଳମେଳ ବଜାୟ ରଖି ଚାଲନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନିଜ କାର୍ଯ୍ୟରେ ସଫଳ ହେବେ । ଏହା ଆବଶ୍ୟକ ନୁହେଁ ଯେ, ଆପଣ ଅଧିକ ପରିଶ୍ରମ କରୁଛନ୍ତି ତେଣୁ ଆପଣଙ୍କୁ ସଫଳତା ମିଳିଯିବ । ଅଧିକ ପରିଶ୍ରମ ସହିତ ଅଧିକ ପ୍ରବନ୍ଧନ ଏବଂ କର୍ମ ଉପରେ ଭରସାର ମଧ୍ୟ ଆବଶ୍ୟକତା ରହିଛି । ଯାହାଦ୍ୱାରା ଆପଣଙ୍କୁ ଦୁନିଆରେ ସଫଳ ହେବାରୁ କୌଣସି ବି ଶକ୍ତି ରୋକିପାରିବ ନାହିଁ । ଆପଣ ନିରନ୍ତର ଭାବରେ ନିଜ କାର୍ଯ୍ୟରେ ଲଗାତାର ଲାଗି ରୁହନ୍ତୁ ଏବଂ ଦିନେ ନା ଦିନେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ ହେବ ।
ଅଧ୍ୟବସାୟୀ ହୁଅନ୍ତୁ ଏବଂ ପରାଜୟ ସ୍ୱୀକାର କରନ୍ତୁ ନାହିଁ :-
ଆଚାର୍ଯ୍ୟ ଚାଣକ୍ୟ ସଫଳତା ପାଇଁ ଅନ୍ୟ ସୂତ୍ର ଭାବରେ ଏହା କହିଛନ୍ତି ଯେ, ଆପଣ କେବେବି ନିଜ କାମକୁ ନେଇ ହାର୍ ମାନନ୍ତୁ ନାହିଁ । ଯେଉଁ କାମ କରୁଛନ୍ତି ଲଗାତାର ଭାବରେ ସେହି କାମରେ ଲାଗି ରୁହନ୍ତୁ । ବାରମ୍ବାର ପରାଜୟ ଅର୍ଥାତ ଅସଫଳତା ମିଳିବା ସତ୍ତ୍ୱେ ବି ଯଦି ଆପଣ ସଫଳତାର ବିଶ୍ୱାସ ନେଇ କର୍ମ କରି ଚାଲନ୍ତି ତେବେ ସଫଳତା ନିଶ୍ଚିତ ମିଳିବ । କେବେବି ଥକି ପଡ଼ି ହାରିଯାଇ କାମ ଠାରୁ ମୁହଁ ଫେରାଇ ନିଅନ୍ତୁ ନାହିଁ । ଏପରି ଭାବନ୍ତୁ ନାହିଁ ଯେ ଆପଣ ଏତେ ପରିଶ୍ରମ କରିଲେ, ଏତେ ସଂଘର୍ଷ କରିଲେ ତଥାପି ସଫଳତା ମିଳୁନାହିଁ । ହୋଇପାରେ ଆପଣଙ୍କ କାମରେ କିଛି ତ୍ରୁଟି ରହିଛି କିଛି ଦୁର୍ବଳତା ରହିଛି । ତେଣୁ ଆପଣ ସେହି ତ୍ରୁଟି ଏବଂ ଦୁର୍ବଳତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । କାରଣ ସଫଳତା ଥରେ କିମ୍ବା ଦୁଇଥରରେ ନୁହେଁ ବରଂ ବାରମ୍ବାର ପ୍ରୟାସ ପରେ ମିଳିଥାଏ ।
ବଧିର ହୋଇଯାଅ :-
ବଧିର ହୋଇଯାଅ ଅର୍ଥାତ ନିଜ କାମ ଉପରେ କେବଳ ଧ୍ୟାନ ଦିଅ । ଦୁନିଆ କିଛିବି କହୁ, ଲୋକେ କିଛିବି କୁହନ୍ତୁ କାହାରି କଥା ଶୁଣନ୍ତୁ ନାହିଁ । ଯେଉଁଠି ଆପଣ କେବଳ ନିଜର ମନ କଥା ଶୁଣନ୍ତୁ । ଲୋକେ ଆପଣଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରିବେ, ବିରୋଧ କରିବେ, ଯେଉଁ କାମ କରୁଛନ୍ତି ତାହାକୁ କରିବାକୁ ଦେବେ ନାହିଁ, ସେଥିପାଇଁ ବାରଣ କରିବେ । କିନ୍ତୁ ଆପଣଙ୍କୁ ଏହି ସ୍ଥିତିରେ ନିଜକୁ ବଧିର ବନାଇ ନେବାର ଅଛି । ଯଦି ଆପଣ ଲୋକଙ୍କ କଥାରେ ଆସିଯିବେ ତେବେ ଆପଣ ସଫଳତାର ଶିଖର ପର୍ଯ୍ୟନ୍ତ ପହଞ୍ଚି ପାରିବେ ନାହିଁ । ତେଣୁ ଯେକୌଣସି ପରିସ୍ଥିତିରେ ବି କେବଳ ନିଜ ଲକ୍ଷ ଉପରେ ଧ୍ୟାନ ରଖନ୍ତୁ ।