ଲାଲ୍ ପୁସ୍ତକ ବା ଗ୍ରନ୍ଥ ଅନୁସାରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଲୋକମାନଙ୍କ ହାତରୁ ଲୁଣ, ହୋଇଥାଏ ଅମଙ୍ଗଳ !

କେବଳ ଗୋଟିଏ ଚିମୁଟେ ଲୁଣ ଜୀବନର କେତେ ଗୁଡିଏ ଅସୁବିଧା କଷ୍ଟକୁ ଦୂର କରିଥାଏ । ଲୁଣ ସହିତ ଜଡ଼ିତ କିଛି ଉପାୟ ବିଷୟରେ ଲାଲ୍ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ କିଛି ଲୋକଙ୍କୁ ଏହି ଲୁଣ ଖାଇବା ଉଚିତ ନୁହଁ, ଏହା ବିଷୟରେ ମଧ୍ୟ ଲାଲ୍ ଗ୍ରନ୍ଥରେ କୁହାଯାଇଛି । ତେବେ ସବୁଠାରୁ ପ୍ରଥମେ ନଜର ପକାଇବା ଲୁଣର କିଛି ଉପାୟ ବିଷୟରେ ।

ଲୁଣ ସହିତ ଜଡ଼ିତ ଥିବା କେତୋଟି ଚମତ୍କାରୀ ଉପାୟ

କୋପରୁ ଦୃଷ୍ଟି ଦୂର ହେବ ବା ନକରାତ୍ମକ ଉର୍ଚ୍ଚାରୁ ରକ୍ଷା ମିଳିବ :

ଯଦି ଆପଣଙ୍କ ଉପରେ କୁପ ଦୃଷ୍ଟି ପଡ଼ିଯାଇଛି ତେବେ ଆପଣ ଗୋଟିଏ ଗ୍ଲାସରେ ଲୁଣ ପକାଇ ଏହି ଗ୍ଲାସକୁ ନିଜ ମୁଣ୍ଡ ଉପରେ ୧୧ ଥର ବୁଲାନ୍ତୁ । ଏହା ପରେ ଏହି ଲୁଣକୁ କୌଣସି ନଦୀ କିମ୍ବା ପୋଖରୀରେ ଫିଙ୍ଗି ଦିଅନ୍ତୁ । ଏପରି କରିବା ଦ୍ୱାରା କୁପ ଦୃଷ୍ଟି ଦୂର ହୋଇଥାଏ ।

ନକାରତ୍ମକତାକୁ କରନ୍ତୁ ନଷ୍ଟ

ଗୃହରେ ନକାରତ୍ମକତା ଅନୁଭବ ହେଲେ ଆପଣ ଗୋଟିଏ କାଚ ଗ୍ଲାସ୍ କିମ୍ବା ପାତ୍ର ଭିତରେ ଶ୍ୱେତ ବା ଧଳା ଲୁଣ ପକାନ୍ତୁ । ପରେ ଏହି ଲୁଣକୁ ଘରର କୌଣସି କୋଣରେ ରଖିଦିଅନ୍ତୁ, ଯେଉଁଠାରେ କାହାରି ନଜର ମଧ୍ୟ ଏହା ଉପରେ ପଡ଼ିବ ନାହିଁ । ଏହି ଲୁଣକୁ ୧୧ ଦିନ ପର୍ଯ୍ୟନ୍ତ ଏପରି ହିଁ ରହିବାକୁ ଦିଅନ୍ତୁ ଏବଂ ୧୨ ତମ ଦିନରେ ଏହି ଲୁଣକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ଏହି ଲୁଣକୁ ଫିଙ୍ଗି ସାରିବା ପରେ ଗୃହର ନକାରତ୍ମକତା ଦୂର ହୋଇଯିବ ।

ରୋଗରୁ ମିଳେ ମୁକ୍ତି :

ଗୃହରେ ଯଦି କୌଣସି ବ୍ୟକ୍ତି ରୋଗଗ୍ରସ୍ତ ହୋଇଯାନ୍ତି ତେବେ ଆପଣ ସେହି ବ୍ୟକ୍ତି ପାଖରେ ଗୋଟିଏ ଗ୍ଲାସରେ ଲୁଣ ପକାଇ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ସେହି ବ୍ୟକ୍ତି ଶୀଘ୍ର ହିଁ ଭଲ ହୋଇଯିବେ ଏବଂ ରୋଗରୁ ମୁକ୍ତି ମିଳିଯିବ ।

ଶନିଦେବଙ୍କୁ ଶାନ୍ତ କରିବା :

ଯଦି ଆପଣଙ୍କ ଶନି ଗ୍ରହ ଭାରି ହୋଇଥାଏ ଆପଣ କଳା ଲୁଣର ଦାନ କରନ୍ତୁ । କଳା ଲୁଣର ଦାନ କରିବା ଦ୍ୱାରା ଏହି ଗ୍ରହ ଶାନ୍ତ ହୋଇଯାଏ । ଶନିଙ୍କ ବ୍ୟତୀତ ଆପଣ ଶୁକ୍ର ଏବଂ ରାହୁ ଗ୍ରହର ନିବାରଣ ପାଇଁ ମଧ୍ୟ କଳା ଲୁଣ ଦାନ କରିପାରିବେ ।

ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଲୋକମାନଙ୍କ ଗୃହରେ ଲୁଣ

ଯଦି ଆପଣ ନିମ୍ନରେ ପ୍ରଦତ୍ତ ଲୋକଙ୍କ ଗୃହର ଲୁଣ ଖାଆନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ ଏବଂ ଆପଣଙ୍କୁ କେତେ ଗୁଡିଏ କଠିନ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ । ଏଥିପାଇଁ ଭୁଲରେ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ଗୃହର ଲୁଣ ଖାଆନ୍ତୁ ନାହିଁ ।

ଯେଉଁ ଲୋକମାନେ ନିଜ ଗୁରୁଜନଙ୍କୁ ସମ୍ମାନ ପ୍ରଦାନ କରନ୍ତି ନାହିଁ, ତାଙ୍କ ଗୃହର ଲୁଣ ଖାଆନ୍ତୁ ନାହିଁ । ଏପରି ଲୋକଙ୍କ ଗୃହର ଲୁଣ ଖାଇବା ଦ୍ୱାରା ଆପଣଙ୍କ ସମ୍ମାନ ହ୍ରାସ ପାଇଥାଏ ଏବଂ ଆପଣଙ୍କୁ ଦୁର୍ନାମର ସାମନା କରିବାକୁ ପଡିପାରେ ।

ଯେଉଁ ଲୋକମାନେ ପାପ କର୍ମ କରିଥାନ୍ତି ତାଙ୍କ ଗୃହର ଲୁଣ ସେବନ କଲେ ଆପଣ ମଧ୍ୟ ତାଙ୍କ ପାପର ଭାଗିଦାରୀ ହୋଇଯାଆନ୍ତି । ଏଥିପାଇଁ କୌଣସି ପାପୀ ପୁରୁଷଙ୍କ ଗୃହର ଲୁଣ ଆଦୌ ସେବନ କରନ୍ତୁ ନାହିଁ ।

ଯେଉଁ ବ୍ୟକ୍ତିମାନେ ସଂସ୍କାରର ପାଳନ କରନ୍ତି ନାହିଁ ଏବଂ ଲୋକ ମାନଙ୍କ ସହିତ ସର୍ବଦା କଳହ କରନ୍ତି ତାଙ୍କ ଗୃହର ଲୁଣ ସେବନ କରନ୍ତୁ ନାହିଁ ।

google

ଅଧର୍ମକାରୀ ଲୋକଙ୍କ ଗୃହର ଲୁଣ ଖାଇବା ଦ୍ୱାରା ଆପଣ ମଧ୍ୟ ଅଧର୍ମୀ ହୋଇଯାଆନ୍ତି ।

ଯେଉଁ ଗୃହରେ ସ୍ତ୍ରୀଙ୍କୁ ସମ୍ମାନ ପ୍ରଦାନ କରାଯାଏ ନାହିଁ ସେହି ଗୃହର ଲୁଣ କେବେ ମଧ୍ୟ ଖାଆନ୍ତୁ ନାହିଁ ।

ଯଦି କେହି ବାଧ୍ୟତାମୂଳକ କରି ଆପଣଙ୍କୁ ଲୁଣ ପ୍ରଦାନ କରୁଛି ତେବେ ମଧ୍ୟ ଆପଣ ଏହାକୁ ଗ୍ରହଣ କରନ୍ତୁ ନାହିଁ ।

ଏହା ବ୍ୟତୀତ କେବେ ମଧ୍ୟ କାହାଠାରୁ ବିନା ମୂଲ୍ୟରେ ଲୁଣ ନିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ସେହି ବ୍ୟକ୍ତିର ଗ୍ରହ ଆପଣଙ୍କ ଉପରେ ଚଢ଼ିଯିବ ।

ଉପରୋକ୍ତ ବର୍ଣ୍ଣିତ କଥା ଗୁଡ଼ିକର ଆପଣ ବିଶେଷ ଧ୍ୟାନ ରଖନ୍ତୁ ଏବଂ ସର୍ବଦା ନିଜ ଗୃହର ଲୁଣ ହିଁ ସେବନ କରନ୍ତୁ ।

Be the first to comment

Leave a Reply

Your email address will not be published.


*