ହଠାତ ଏହି ପାଞ୍ଚ ଜଣ ଅଭିନେତ୍ରୀଙ୍କ ମୃତ୍ୟୁ କାରଣରୁ ପ୍ରଶଂସକଙ୍କୁ ଲାଗିଲା ବଡ ଝଟକା , ପଛରେ ଛାଡ଼ିଗଲେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ସମ୍ପତ୍ତି :-

2020 ବର୍ଷଟି ବଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଏକ ଖରାପ ବର୍ଷ ଭାବରେ ପ୍ରମାଣିତ ହୋଇଛି । ଏହି ବର୍ଷ ବହୁତ ବଡ ବଡ ଅଭିନେତାମାନେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ, ୠଷି କପୂର, ଇରଫାନ ଖାନ, ବାଜିଦ ଖାନଙ୍କ ସମେତ ଅନେକ କଳାକାରଙ୍କର ମୃତ୍ୟୁ ହୋଇଛି । ଯାହାଦ୍ୱାରା ଫ୍ୟାନ ମାନଙ୍କୁ ବଡ଼ ଝଟକା ଲାଗିଛି । ତେଣୁ ଆଜି ଆମେ ବୋଲିଉଡ଼ର ସେଇ କେତୋଟି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ହଠାତ ମୃତ୍ୟୁ ହୋଇଯାଇଛି । ପୁଣି ମୃତ୍ୟୁ ପରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ଛାଡିଯାଇଛନ୍ତି । ତେଣୁ ଏହି ଲିଷ୍ଟରେ ବଲିଉଡ଼ର ଚାନ୍ଦିନୀ ଅର୍ଥାତ ଶ୍ରୀଦେବୀଙ୍କ ଠାରୁ ଆରମ୍ଭ କରି ଦିବ୍ୟ ଭାରତୀଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଯେଉଁ ମାନଙ୍କର ମୃତ୍ୟୁ ଆଜିପର୍ଯ୍ୟନ୍ତ ବି ରହସ୍ୟ ହୋଇ ରହିଛି ।

ଶ୍ରୀଦେବୀ :-

ବଲିଉଡ଼ର ଚାନ୍ଦିନୀ ଶ୍ରୀଦେବୀଙ୍କ ମୃତ୍ୟୁ ୨୪ ଫେବୃଆରୀ, ୨୦୦୮ ରେ ହେଇଥିଲା । ଶ୍ରୀଦେବୀ ଜଣେ ଏପରି କଳାକାର ଥିଲେ ଯିଏକି ବୋଲାଉଡ଼ ରେ ଥାଉ ଥାଉ ମଧ୍ୟ ସୁପରଷ୍ଟାରର କିତାବ ହାସଲ କରିଥିଲେ । ଏହି କାରଣରୁ ଶ୍ରୀଦେବୀଙ୍କ ନାମ ବୋଲାଉଡ଼ର ସବୁଠାରୁ ଅଧିକ ଫୀସ ନଉଠିବା ଅଭିନେତ୍ରୀଙ୍କ ନାମ ମଧ୍ୟରେ ସାମିଲ ଥିଲା ।

ଖାସ କଥା ଏହାକି ପ୍ରଶଂସକ ମାନେ ତାଙ୍କର ସୁନ୍ଦର ଅନ୍ଦାଜ, ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଖୁବ ପାଗଳ ଥିଲେ ଏବଂ ସେ ଆଜିବି ଫ୍ୟାନ ମାନଙ୍କ ହୃଦୟରେ ରାଜତ୍ୱ କରନ୍ତି । ଏହି କାରଣରୁ ସେ ସବୁବେଳେ ନିର୍ଦେଶକଙ୍କର ପ୍ରଥମ ପସନ୍ଦ ହୋଇ ରହିଥିଲେ । କିନ୍ତୁ ହଠାତ ମୃତ୍ୟୁ ତାଙ୍କ ଫ୍ୟାନ ମାନଙ୍କୁ ବହୁତ ବଡ ଝଟକା ଦେଇଥିଲା । ତାଙ୍କ ମୃତ୍ୟୁ ଦୁବାଇରେ ହେଇଥିଲା । ମୃତୁ ପରେ ଶ୍ରୀଦେବୀ ୨୪୭ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଯାହାକି ତାଙ୍କ ଝିଅ ଜାହ୍ନବୀ କପୂର ଏବଂ ଖୁସି କପୂରଙ୍କ ନାମରେ ହୋଇ ଯାଇଛି ।

ଦିବ୍ୟା ଭାରତୀ :-

ଦିବ୍ୟା ଭାରତୀ ବୋଲିଉଡ଼ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଥିଲେ । ସେ ଖୁବ କମ ବୟସରେ ସଫଳତାର ଶିଖରରେ ରହିଥିଲେ । ଦିବ୍ୟା ଭାରତୀଙ୍କ ପାଇଁ ଲୋକେ ଏତେ ମାତ୍ରାରେ ପାଗଳ ଥିଲେ ଯେ ଆଗାମୀ ୩ ବର୍ଷ ପାଇଁ ସେ ବୋଲିଉଡ଼ର ନମ୍ବର 1 ଅଭିନେତ୍ରୀ ଭାବରେ ଥିଲେ । ଏହା ବ୍ୟତୀତ ସେ ବୋଲିଉଡ଼ରେ ସବୁଠାରୁ ଅଧିକ ପଇସା ନେଉଥିବା ଅଭିନେତ୍ରୀ ଥିଲେ ।

ଦିବ୍ୟା ଭାରତୀ ଖୁବ କମ ସମୟ ମଧ୍ୟରେ ବଲିଉଡ଼ର ପ୍ରସିଦ୍ଧ କଳାକାରଙ୍କ ସହିତ କାମ କରିଥିଲେ କିନ୍ତୁ ୧୯ ବର୍ଷ ବୟସରେ ଦିବ୍ୟା ଭାରତୀ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଦିବ୍ୟା ଭାରତୀ ୫୦ କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଯାଇଛନ୍ତି । ଯାହାର ମୂଲ୍ୟ ବର୍ତ୍ତମାନ କେତେ ଗୁଣା ଅଧିକ ବଢ଼ି ଯାଇଛି ।

ସୌନ୍ଦର୍ଯ୍ୟା :-

ସାଉଥ ଇଣ୍ଡଷ୍ଟ୍ରି ପରେ ବଲିଉଡ଼ରେ ଧମାଲ ସୃଷ୍ଟି କରିଥିବା ସୌନ୍ଦର୍ଯ୍ୟା ନିଜର ସୌନ୍ଦର୍ଯ୍ୟ ପାଇଁ ଜଣାଯାଆନ୍ତି । ସେ ବୋଲିଉଡ଼ ଫିଲ୍ମ ‘ସୂର୍ଯ୍ୟବଂଶମ’ ରେ ଅମିତାଭ ବଚ୍ଚନଙ୍କ ସହିତ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କୁ ଖୁବ ପସନ୍ଦ କରାଯାଇଥିଲା । ଯେଉଁ କାରଣରୁ ସେ ବଲିଉଡ଼ରେ ଲୋକପ୍ରିୟ ହେବାରେ ଲାଗିଥିଲେ । ସୌନ୍ଦର୍ଯ୍ୟାଙ୍କ ଲୋକପ୍ରିୟତା ର ଅନୁମାନ ଏବେ ଏହି କଥାରୁ ଲଗାଇ ପାରିବା ଯେ ସେ ୧୨ ବର୍ଷର କ୍ୟାରିଅରରେ ୧୧୪ ଟି ଫିଲ୍ମରେ କାମ କରିଥିଲେ, ଯାହାକି ଏକ ବହୁତ ବଡ଼ କଥା ଅଟେ ।

ପୁଣି ଅପ୍ରେଲ ୧୭, ୨୦୦୪ରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟିର ଇଲେକ୍ସନ ପାଇ ପ୍ରଚାର କରିବାକୁ କରୀମନଗର ଯାଉଥିଲେ । ବେଙ୍ଗାଲୁରୁର ଜକକୁର ଏୟରଫିଲଡ଼ ରୁ ଉଡାଣ ପରେ ଯେତେବେଳେ ହେଲିକପ୍ଟର ୧୦୦ ଫୁଟ ପର୍ଯ୍ୟନ୍ତ ପହଞ୍ଚିଲା ସେତେବେଳେ ଦୁର୍ଘଟଣା ହୋଇଗଲା । ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ହୋଇ ଯାଇଥିଲା । ରିପୋର୍ଟ ମୁତାବିକ ସୌନ୍ଦର୍ଯ୍ୟା ୫୦ କୋଟି ଟଙ୍କାର ସମ୍ପତ୍ତି ପରିବାର ପାଇଁ ଛାଡ଼ି ଯାଇଥିଲେ ।

ରୀମା ଲାଗୁ :-

ରୀମା ଲାଗୁ ବୋଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ସେ ଫିଲ୍ମ ସହିତ ଅନେକ ଲୋକପ୍ରିୟ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି । ଯେଉଁ କାରଣରୁ ସେ ସିରିଏଲ ଲାଇନରୁ ନେଇ ଫିଲ୍ମ ଲାଇନ ପର୍ଯ୍ୟନ୍ତ ସବୁ ସ୍ଥାନରେ ପ୍ରସିଦ୍ଧ ଥିଲେ ।

କିନ୍ତୁ ୨୦୧୭ ମସିହାରେ ହଠାତ ରୀମା ଲାଗୁଙ୍କର ନିଧନ ହୋଇଗଲା । ରୀମା ଲାଗୁ ଯେତେବେଳେ ମୃତ୍ୟୁବରଣ କରିଥିଲେ ସେତେବେଳେ ସେ ସିରିଏଲ ‘ ନାମକରଣ ‘ ରେ କାମ କରୁଥିଲେ । ରିପୋର୍ଟରଙ୍କ ମୁତାବିକ ରୀମା ଲାଗୁଙ୍କର ମୋଟ ୧୫ ରୁ ୨୦ କୋଟି ଟଙ୍କାର ସମ୍ପତ୍ତି ଥିଲା । ଯାହା ତାଙ୍କ ଯିବା ପରେ ତାଙ୍କ ପରିବାରକୁ ମିଳିଥିଲା ।

ଜିୟା ଖାନ :-

ଜିୟା ଖାନଙ୍କ ନାମ ସର୍ବଦା ବଲିଉଡ଼ରେ ବିବାଦ ସୃଷ୍ଟି କରିଥାଏ । ଜିୟା ଖାନ ୨୦୧୩ ରେ ଆତ୍ମହତ୍ୟା କରିଥିଲେ । ଯେଉଁ କାରଣରୁ କେବଳ ତାଙ୍କ ଫ୍ୟାନ ମାନଙ୍କୁ ନୁହେଁ ବରଂ ସମଗ୍ର ବଲିଉଡ଼ ଜଗତକୁ ମଧ୍ୟ ଝଟକା ଲାଗିଥିଲା ।

ସେ ମାତ୍ର ୨୫ ବର୍ଷୀୟ ଥିଲେ । ଜିୟା ତିନୋଟି ବୋଲିଉଡ଼ ଫିଲ୍ମରେ କାମ କରିଥିଲେ । ୨୫ ବର୍ଷ ବୟସରେ ଜିୟା ୧୦ ରୁ ୧୫ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ଥିଲେ । ଯାହାକି ତାଙ୍କ ନିଧନ ପରେ ତାଙ୍କ ମାଙ୍କୁ ମିଳିଥିଲା ।

Be the first to comment

Leave a Reply

Your email address will not be published.


*