ଖୁସି ଖବର : ସପ୍ତମ ପେନସନ ଯୋଜନା ଅନୁଯାୟୀ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ୧୧% ବଢ଼ିଲା ମହଙ୍ଗା ଭତ୍ତା…

ଖୁସି ଖବର : ସପ୍ତମ ପେନସନ ଯୋଜନା ଅନୁଯାୟୀ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ୧୧% ବଢ଼ିଲା ମହଙ୍ଗା ଭତ୍ତା…

ଆଜି ଅର୍ଥାତ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ବିଭାଗ କେନ୍ଦ୍ର ସରକାର ଅଧିନସ୍ଥ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ)କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମୋଦନ ଜାରି କରିଛନ୍ତି । ସୂତ୍ରରୁ ଏହା ଜଣାପଡିଛି ଯେ, ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଲକ୍ଷଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ, ଯେଉଁମାନେ ମାସମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର ।

ଯଦିଓ ଏହି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି, ତଥାପି କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେପ୍ଟେମ୍ବରରୁ ଏହି ଡିଏର ଲାଭ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କ୍ୟାବିନେଟ୍ ଅନୁମୋଦନ ପୂର୍ବରୁ ତିନିଟି ଡିଏ କିସ୍ତି ବାକି ରହିଥିଲା ବୋଲି ଜଣାପଡ଼ିଛି । ଗତ ବର୍ଷରୁ ଗୋଟିଏ ଏବଂ ଚଳିତ ବର୍ଷ ଦୁଇଟି କିସ୍ତି ବାକିଥିବା ଜଣାଯାଇଛି । ଆଜି ତିନିଟି ବିଚାରାଧୀନ କିସ୍ତିର ଅଂଶ ଭାବରେ ୧୧ ପ୍ରତିଶତ ଡିଏ ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

ସପ୍ତମ ବେତନ କମିସନ ଅଧୀନରେ ମହଙ୍ଗା ଭତ୍ତା ଜୁଲାଇରେ ପୁନଃ ସ୍ଥାପିତ ହେବ ବୋଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

Leave a Reply

Your email address will not be published. Required fields are marked *