ଆନନ୍ଦ ଆହୁଜା ନୁହେଁ ବରଂ ଏହି ବ୍ୟକ୍ତି ଥିଲେ ସୋନାମ କପୁରଙ୍କ ପ୍ରଥମ ପ୍ରେମ, କରିବାକୁ ଚାହୁଁଥିଲେ ବିବାହ କିନ୍ତୁ…

ଆନନ୍ଦ ଆହୁଜା ନୁହେଁ ବରଂ ଏହି ବ୍ୟକ୍ତି ଥିଲେ ସୋନାମ କପୁରଙ୍କ ପ୍ରଥମ ପ୍ରେମ, କରିବାକୁ ଚାହୁଁଥିଲେ ବିବାହ କିନ୍ତୁ…

୨୦୧୭ ମସିହାଟି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବିଶେଷ ମହତ୍ଵ ରହିଥିଲା । କାରଣ ଏହି ବର୍ଷ ଅନେକ ଛୋଟ ବଡ କଳାକାର (ଷ୍ଟାର୍ସ)ଙ୍କ ବିବାହ ହୋଇଥିଲା । ଛୋଟ ପରଦାର କଳାକାର ହେଉ ବା ବଡ଼ ପରଦାର କଳାକାର ଏହି ବର୍ଷ ଅନେକ ଷ୍ଟାର୍ସ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହେଲେ । ଏହାପରେ ୨୦୧୮ରେ ମଧ୍ୟ ଅନେକ ଷ୍ଟାର୍ସଙ୍କ ବିବାହ ହୋଇଥିଲା । ବିବାହ ହେଲା କିନ୍ତୁ ସଭିଙ୍କ ଠାରୁ ସୋନାମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ଅଧିକ ଚର୍ଚ୍ଚାରେ ଥିଲା । ତାଙ୍କର ବିବାହରେ ବଡ଼ ବଡ଼ ଷ୍ଟାର୍ସ ଉପସ୍ଥିତ ଥିଲେ ।

ସୋନାମ ଓ ଆନନ୍ଦଙ୍କ ବିବାହ ପଞ୍ଜାବୀ ନୀତି ନିୟମ ଅନୁସାରେ ହୋଇଥିଲା । ସୋନମ ବିବାହ ସମୟରେ ଏକ ଲାଲ ରଙ୍ଗର ପୋଷାକ ପିନ୍ଧିଥିଲେ ଯେଉଁଥିରେ କି ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆଜି ସୋନାମ, ଆନନ୍ଦଙ୍କ ସହ ଖୁସିରେ ରହୁଛନ୍ତି କିନ୍ତୁ କଣ ଆପଣ ଜାଣନ୍ତି କି, ବିବାହ ପାଇଁ ଆନନ୍ଦ ଆହୁଜା ସୋନାମ କପୁରଙ୍କ ପ୍ରଥମ ପସନ୍ଦ ନଥିଲେ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ଆନନ୍ଦ ଠାରୁ ପ୍ରଥମେ ସୋନାମଙ୍କ ହୃଦୟରେ ଅନ୍ୟ ଜଣ ପାଇଁ ସ୍ପନ୍ଦନ ହେଉଥିଲା । କିନ୍ତୁ ପରିସ୍ଥିତି ଯୋଗୁଁ ତାଙ୍କୁ ନିଜ ପ୍ରଥମ ପ୍ରେମକୁ ତ୍ୟାଗ କରିବାକୁ ପଡ଼ିଥିଲା ।

ଆନନ୍ଦଙ୍କ ଠାରୁ ପ୍ରଥମେ ଏହି ଜଣଙ୍କ ପାଇଁ ସୋନାମଙ୍କ ହୃଦୟରେ ସ୍ପନ୍ଦନ ହେଉଥିଲା –

ସାହିର ଏବଂ ସୋନମ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସାହିର ବେରୀ ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ନୁହଁନ୍ତି କିମ୍ବା ସେ ଜଣେ ଅଭିନେତା ନୁହଁନ୍ତି । ବାସ୍ତବରେ ସାହିର ବେରୀ ଜଣେ ଉଦ୍ୟୋଗୀ ଏବଂ ଦିଲ୍ଲୀର ଜଣେ ଯୁବ ମଡେଲ ।

ସାହିର ବେରି ଦିଲ୍ଲୀର ଏଣ୍ଟରପ୍ରେନିଅର ଓ ଯୁବ ମୋଡେଲ ଅଟନ୍ତି । ସେ ବେଲଚର ଅଫ ଇଣ୍ଟରନେସନଲ ମୋଡେଲିଙ୍ଗରେ ଡିଗ୍ରୀ ହାସିଲ କରିଛନ୍ତି । ଅନେକ ଥର ଅନେକ ଫ୍ୟସନମାନଙ୍କରେ ସୋନାମ ଓ ସାହିର ସାଥିରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ସୋନାମ, ସାହିରଙ୍କ ଉପରେ କ୍ରୋଧିତ ହୋଇ ଚାଲିଗଲେ, ତେବେ ତାଙ୍କୁ ମନେଇବା ପାଇଁ ସେ ମୁମ୍ବାଇରୁ ଦିଲ୍ଲୀକୁ ସିଫ୍ଟ ହୋଇଥିଲେ । କିନ୍ତୁ ପରେ କୌଣସି କାରଣ ଯୋଗୁଁ ସୋନାମଙ୍କୁ ସାହିରଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ପଡ଼ିଥିଲା ।

ବାପାଙ୍କୁ ଇଚ୍ଛା ନଥିଲା –

ଖବର ଅନୁସାରେ ସୋନାମଙ୍କ ବାପା ଅନୀଲ କପୁରଙ୍କୁ ଏହି ସମ୍ପର୍କ ପସନ୍ଦ ନଥିଲା । ସେ ନିଜ ଝିଅକୁ ସାହିର ସହିତ ବିବାହ କରିବାକୁ ପସନ୍ଦ କରୁ ନଥିଲେ । ସୋନାମ ନିଜ ବାପାଙ୍କ କଥାକୁ ଅଣଦେଖା କରି ସେହି ସମ୍ପର୍କକୁ ବଜାୟ ରଖୁଥିଲେ ଯେଉଁ କାରଣରୁ ଅନୀଲ କପୁର ନିଜ ଝିଅ ସୋନାମଙ୍କ ଉପରେ ରାଗି କରି ରହିବାକୁ ଲାଗୁଥିଲେ । କିନ୍ତୁ କିଛି ଦିନପରେ ସୋନାମ କପୁର ସ୍ୱୟଂ ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ଏବେ ସୋନାମ ଆନନ୍ଦଙ୍କ ସହ ରହୁଛନ୍ତି ଓ ଖୁସିରେ ନିଜ ଜୀବନ ବିତାଉଛନ୍ତି । ସୋନାମଙ୍କ ବିବାହ ହୋଇଥିବାର ଭିଡିଓ ଗୁଡ଼ିକ ବହୁତ ଭାଇରଲ ହୋଇଥିଲା ଯେଉଁଥିରେ କି ସୋନାମ କପୁର ହସି ରହୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *