22 ନଭେମ୍ବର 2020, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ ! ବାଧାବିଘ୍ନର

22 ନଭେମ୍ବର 2020, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ ! ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିପାରେ । ଆର୍ଥିକ ହାନୀର ସମ୍ଭାବନା ମଧ୍ୟ ରହିଛି ।

ଆଜି ଆମେ ଆପଣଙ୍କୁ ୨୨ ନଭେମ୍ବର ରବିବାର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଗତକାଲିର ପରିସ୍ଥିତିରେ ଆଜି କୌଣସି ପରିବର୍ତ୍ତନ ହେବନାହିଁ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ, ଆପଣଙ୍କ ପାଇଁ କ୍ଷତି ହିଁ କ୍ଷତି ସାବ୍ୟସ୍ତ ହେବ, ତେଣୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିରକ୍ତିଭାବ ଜାତ ହେବ । ସାମାଜିକ ସ୍ତରରେ କର୍ତ୍ତବ୍ୟନିଷ୍ଠା, ସହଯୋଗ ମନୋବୃତ୍ତିଜନିତ ପରୋକ୍ଷ ପ୍ରଶଂସା ଲାଭ କରିବେ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତିକୁ ଗ୍ରହଣ କରିବା ଭଲ ହେବ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ, ଯାହାଫଳରେ ମନକୁ ସାମୟିକ ଶାନ୍ତି ମିଳିବ । ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମାବିଶ୍ଵାସ ବଢିବ । ଆଜି କୌଣସି କାମ ନ ଅଟକିଲେ ବି ସମସ୍ୟା ଲାଗି ରହିବ । ବନ୍ଧୁମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । ଅଫିସ୍‌ରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ସହକର୍ମୀ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ଆପଣ ନିଜକୁ ସମ୍ଭାଳି ନେବେ ଓ ରୋଜଗାରର ନୂତନ ପନ୍ଥା ମଧ୍ୟ ଖୋଜି ବାହାର କରିବେ । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅଯଥା ଚିନ୍ତାକରି ମନ ଅସ୍ଥିର ରହିବ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି ହେବା କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଏପରି କି କ୍ଷତିର ସମ୍ମୁଖୀନ ହେବାକୁ ପଡିବ । ଚାକିରି କରୁଥିବା କର୍ମଜୀବିମାନେ ଅଯଥାରେ ଉଚ୍ଚଧିକାରୀଙ୍କ ଠାରୁ ଅପମାନିତ ହେବାକୁ ପଡିପାରେ । କିନ୍ତୁ ସହକର୍ମୀଙ୍କ ସହଯୋଗ ମିଳିବ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ । ପରିବାରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ୱିତ ହୋଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ପାଇଁ ଦିନଟି ଭଲ ରହିବ । ସାମୟିକ ସୁବିଧା ଓ ସୁଯୋଗ ପାଇ ମନରେ ସାମୟିକ ସୁଖୀ ଅନୁଭବ କରିବେ । ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । କିନ୍ତୁ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଧର୍ମକାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ନିଜ ଲୋକଙ୍କ ସକାଶେ ଯେତେ ପ୍ରକାରର ଉତ୍ସର୍ଗୀକୃତ କାମ କଲେ ମଧ୍ୟ ପ୍ରଶଂସା ମିଳିବ ନାହିଁ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି । ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ସତ କହି ବିବାଦ ଘେରରେ ପଡିପାରନ୍ତି । ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହୋଇଯିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସହନଶୀଳତା ଓ ବିନମ୍ରତା ଆପଣଙ୍କ ଆଜିର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବାରେ ସହାୟକ ହେବ । ମାନସିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବ ଓ କାମ ହାସଲରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ କୌଣସି କଥାକୁ ଠିକ୍ ଭାବେ ବିଚାର ନ କରି ଓ ଭୁଲ୍ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି । ଅଫିସ୍ କାର୍ଯ୍ୟକୁ ନିଷ୍ଠାର ସମ୍ପାଦନ କରିଲେ ମଧ୍ୟ ସହକର୍ମୀଙ୍କ ଈର୍ଷା ମନୋଭାବ ଯୋଗୁଁ କୌଣସି ମିଥ୍ୟା ଅଭିଯୋଗରେ ଫସି ଯାଇପାରନ୍ତି । ଆନୁଷ୍ଠନିକ କାର୍ଯ୍ୟରେ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଅବଶ୍ୟ ସାମୟିକ ମାନସିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟ ବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କାର୍ଯ୍ୟକ୍ଷେତ୍ରରେ ଶିଥିଳତା କିମ୍ବା ନିରୁତ୍ସାାହିତ ଅନୁଭବ କରିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ କରିବାକୁ ପଡିବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡୋଶୀଙ୍କ ଜରିଆରେ ଆଶା ପୂରଣ ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସ୍ଥଗିତ ଥିବା କାମକୁ ନେଇ ଚିନ୍ତିତ ରହିବେ କିନ୍ତୁ ସହକର୍ମୀଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପୂର୍ବରୁ କଳହ ଲାଗିଥିବା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ମାଲିମକଦ୍ଦମା, ଜମିଜମା, ପରିବହନ, ସ୍ୱାସ୍ଥ୍ୟ ସମସ୍ୟାକୁ ଚିନ୍ତାର କାରଣ ହୋଇପାରେ । ମାତାଙ୍କ ସ୍ଵାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲିଖିତ ହେବ । ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆଜି ଆପଣଙ୍କୁ ସମାଜରେ ଉଚ୍ଚାସନ, ଶୁଭଖବର ଓ ଆତ୍ମୀୟଙ୍କ ଆଦର ସମ୍ମାନ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସଙ୍ଗେ ସଙ୍ଗେ ବକେୟା ଅର୍ଥ ମଧ୍ୟ ଆଦାୟ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ, ତେଣୁ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍‌ ହୋଇଯିବ । ଅଫିସରେ ଅପ୍ରିୟ ସତ କଥା କହିବା କାରଣରୁ ସହକର୍ମୀଙ୍କ ସହ ଅଯଥାରେ ଶତ୍ରୁତା ସୃଷ୍ଟି ହେବାର ଆଶଙ୍କା ରହିଛି । ଘରୋଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ଏବଂ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବୁଝି ବିଚାରି କାର୍ଯ୍ୟ କରନ୍ତୁ ଓ ବୟୋସ୍କ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ, ଦିନଟି ଭଲରେ କଟିବ । ବହୁତ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ମାନସିକ ସ୍ଥିରତା ରହିନପାରେ କିନ୍ତୁ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ପାରସ୍ପରିକ ତାଳମେଳ ଅଭାବରୁ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ । ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିପାରନ୍ତି । ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡ଼ି ହୋଇଯିବ । ପୁରାତନ ରୋଗପୀଡା କାରଣରୁ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବ । ଦୈହିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ । ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ପ୍ରଭୃତିରେ ଆଶାନୁରୂପକ ସଫଳତା ପାଇବେ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ନାନା ପ୍ରକାର ଚେଷ୍ଟା କରିପାରନ୍ତି । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକଲିପି ସହିବାକୁ ପଡ଼ିପାରେ । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ । ଟଙ୍କା ପଇସା ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ ନଚେତ୍‌ କ୍ଷତିରେ ପଡ଼ିବେ । ପାରିବାରିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜ ମନର ଭାବକୁ ଅଟକାଇ ପାରିବେ ନାହିଁ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନରେ ନକରାତ୍ମକ ଚିନ୍ତାଧାରା ଯୋଗୁଁ ବନ୍ଧୁ ଓ ପରିବାର ମଧ୍ୟରେ ସମସ୍ୟା ଉପୁଜିପରେ । ପରିସ୍ଥିତି ପ୍ରତି ନଜର ଦେଇ କାମ କରି ଚାଲିଲେ କୌଣସି କାମ ଅଟକି ରହିବ ନାହିଁ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ । କୌଣସି ଦୁଃସାହସିକ କାମ ସକାଶେ ଅନ୍ୟମାନେ ପ୍ରେରଣା ଯୋଗାଇବେ, ଯାହାଦ୍ୱାରା ଆପଣ ସମସ୍ୟା ଭିତରରେ ଛନ୍ଦି ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି । ପରୋକ୍ଷ ଶତ୍ରୁତା, ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ ଏବଂ ଆଶାତୀତ ଲାଭ ମଧ୍ୟ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ କିମ୍ବା ଆତ୍ମୀୟମାନେ ଶତ୍ରୁ ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସାଙ୍ଗକୁ ଅର୍ଥସଂକଟରୁ ମଧ୍ୟ ମୁକୁଳି ପରିବେ । ବନ୍ଧୁଙ୍କ ପରାମର୍ଶରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଉଚିତ ନୁହେଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

Be the first to comment

Leave a Reply

Your email address will not be published.


*