22 ଅଗଷ୍ଟ 2020, ଶନିବାର- ଦୀର୍ଘ ୧୨୬ ବର୍ଷ ପରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଅଦ୍ଭୁତ ଯୋଗ ! ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ

22 ଅଗଷ୍ଟ 2020, ଶନିବାର- ଦୀର୍ଘ ୧୨୬ ବର୍ଷ ପରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଅଦ୍ଭୁତ ଯୋଗ ! ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ

22 ଅଗଷ୍ଟ 2020, ଶନିବାର- ଦୀର୍ଘ ୧୨୬ ବର୍ଷ ପରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଅଦ୍ଭୁତ ଯୋଗ ! ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ବିଶେଷ ଲାଭ :

ଆଜି ସମଗ୍ର ଭାରତ ବର୍ଷରେ ଗଣେଶ ଚତୁର୍ଥୀ ପାଳନ କରାଯିବ । ଏହି ପବିତ୍ର ଗଣେଶ ଚତୁର୍ଥୀରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଏକ ଅଦ୍ଭୁତ ସଂଯୋଗ ଘଟିବକୁ ଯାଉଅଛି । ଆଜି ସୂର୍ଯ୍ୟ ସିଂହ ରାଶିରେ ଓ ମଙ୍ଗଳ ମେଷ ଅବସ୍ଥାନ କରିବେ । ଏହିପରି ସଂଯୋଗ ଦୀର୍ଘ ୧୨୬ ବର୍ଷ ପରେ ଘଟିବାକୁ ଯାଉଅଛି । ଆମେ ଆପଣଙ୍କୁ ୨୨ ଅଗଷ୍ଟ, ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରେ । ସ୍ଵଗୃହୀ ମଙ୍ଗଳଙ୍କ ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ । ଗ୍ରହସ୍ଥିତିର ଅନୁକୂଳ ପ୍ରଭାବ କାରଣରୁ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ମନମୁତାବକ ଫଳ ପ୍ରାପ୍ତି କରିବେ । ପ୍ରତ୍ୟୁଷ ଯାତ୍ରା ସଫଳ ରହିବ, ବିବାଦୀୟ ଘଟଣା ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୀର୍ଘ ଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ନିଜ ଲୋକଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇଉଠିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପାରିବାରିକ ଓ କର୍ମ କ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ । ସ୍ଵଗୃହରେ ବୁଧ ରାଶ୍ୟାଧିପତିଙ୍କ ସହ କୋଣଭାବ ମଣ୍ଡନ କରିଥିବାରୁ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ତାହାକୁ ଧୌର୍ଯ୍ୟର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କେତେକ କାର୍ଯ୍ୟ ସକାଶେ ପ୍ରତାରଣାର ଶିକାର ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ଅତି ସହଜରେ ସମାଧାନ କରିପାରିବେ । ନିକଟସ୍ଥ ପାଖ ପଡ଼ୋଶୀମାନେ ଆପଣଙ୍କ ଠାରୁ ସହାୟତା ଆଶା କରିପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା : ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ରାହୁ ଯୁକ୍ତ ଶୁକ୍ର ଓ ଅଷ୍ଟମ ଶନିଙ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର ନ କରି କାମ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ନିଜର ଫାଇଦା ହାସଲ ପାଇଁ ଆତ୍ମୀୟ ସ୍ଵଜନମାନେ ମଧୁର କଥା କହି ଆପଣଙ୍କ ବିରୋଧରେ ହିଁ ଷଢଯନ୍ତ୍ର କରିପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କୌଣସି ଅଭାବ ଅନଟନ ପରିଲକ୍ଷିତ ହେବ ନାହିଁ । ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ । ପାରିବାରିକ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ବିବାଦୀୟ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ବିଜୟୀ ଲାଭ କରିବେ । ରାଶ୍ୟାଧିପ ତୃତୀୟ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ଦେଖାଦେଲେ ମଧ୍ୟ ଧୌର୍ଯ୍ୟର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟ ଓ ପ୍ରଶାସନିକ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ଅଫିସର ଫାଇଲ ସମ୍ବନ୍ଧୀୟ କାର୍ଯ୍ୟ ବୃଦ୍ଧି ହୋଇପାରେ । କିନ୍ତୁ ପରିସ୍ଥିତିକୁ ଯେତିକି ଜଟିଳ ମନେ କରିଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ପାରିବାରିକ ସମସ୍ୟାକୁ ନେଇ ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବାକୁ ପଚାଘୁଞ୍ଛା ଦେବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଆପଣ କର୍ମକ୍ଷେତ୍ର ନିଜ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ କରିବେ । ସ୍ଵଗୃହୀ ରବି ଏକାଦଶାଧିପତି ଯୁକ୍ତ ହୋଇଥିବା କାରଣରୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ଅର୍ଥ ଓ ସମ୍ମାନ ଲାଭ କରିବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟରେ ଲାଭଜନକ ସ୍ଥିତି ସୃଷ୍ଟି ହେବ । କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତି ଆପଣଙ୍କ ଉନ୍ନତି ଓ ସମାଜରେ ଆପଣଙ୍କ ସମ୍ମାନକୁ ସହ୍ୟ କରିପାରିବେ ନାହିଁ । ପରିବାର ମଧ୍ୟରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ଗମ୍ଭୀର ରୂପ ନେଇପାରେ । ନିକଟ ସମ୍ପର୍କୀୟମାନେ ଉପର ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି, ତେଣୁ ସତର୍କତା ଅବଲମ୍ବନ କରିବା ଶ୍ରେୟସ୍କର । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ଶୁଭରଙ୍ଗ: ବାଦାମୀ । ଆରାଧନା: ଶ୍ରୀଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଧନାଧିପତିଙ୍କ ପାପସଂଯୁକ୍ତ ହେତୁ ଆର୍ଥିକ ପରିସ୍ଥିତି କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ । ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହି ପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କୁ ନିଜ କାର୍ଯ୍ୟର କୈଫତ୍ ଦେବାକୁ ପଡିବ ଏବଂ ସାମାନ୍ୟ କଥାରେ ଉତ୍ତେଜିତ ହୋଇ ସହକର୍ମୀ କିମ୍ବା ଉଚ୍ଚାଧିକାରୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଯୁକ୍ତିତର୍କ, ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନରେ ସ୍ନେହ , ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ପାରିବାରିକ ଅଶାନ୍ତିକୁ ଦୂରେଇବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଶୁଭରଙ୍ଗ: ଧୂସର । ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ; ଦିନଟି ସୁରୁଖୁରୁରେ କଟିଯିବ । ଶନିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବା ସହ ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭକରିବେ । କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟ ଦେଇ ଗତି କରିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଋଣ ପରିଶୋଧ କରିବା ସକାଶେ ଚିନ୍ତା କରିବେ । ସାମାଜିକ କାର୍ଯ୍ୟରେ ସହଭାଗୀତ କରିବେ । ଅନ୍ୟର କଥାକୁ ବିଶ୍ଵାସ କରିଲେ ନିଜେ ହିଁ ଅସୁବିଧାରେ ପଡିବେ । ମତନ୍ତର ଓ ଯୁକ୍ତିତର୍କ ମାଧ୍ୟମରେ ବିଜାତୀୟ ବ୍ୟକ୍ତିଙ୍କ ସହ କଳହ ଘଟିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ଦୈହିକ ସୁସ୍ଥତା ଫେରି ଆସିବ । ସୁସମ୍ବାଦ ପାଇ ମନ ପ୍ରଫୁଲ୍ଲିତ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । କୌଣସି ନୂତନ ବ୍ୟବସାୟ କରିବା ପାଇଁ ଯୋଜନା କରିପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରି ପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବା ଫଳରେ ପରିବାରରେ ମଧ୍ୟ ଖୁସିର ଲୋହରି ଖେଳି ଉଠିବ । ଆଶା ଓ ବିଶ୍ୱାସର ସହ କାମ କରି ଚାଲନ୍ତୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଧାର୍ମିକ କାର୍ଯ୍ୟ ଦାନଧର୍ମ ଆଦି କାର୍ଯ୍ୟ ପ୍ରତି ମନୋବଳାଇବେ । ମୁଖଭାବରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ଅନୁପ୍ରେରିତ କରିବ । ସଭାସମିତି କିମ୍ବା ଅଫିସିଆଲି ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କିନ୍ତୁ କୌଣସି କ୍ଷେତ୍ରରେ ଅଭାବ ରହିବ ନାହିଁ ଏବଂ କାର୍ଯ୍ୟ ମଧ୍ୟ ଅଟକିବା ନାହିଁ । ଅଫିସରେ ସହକର୍ମୀଙ୍କ ସହଯୋଗ ସାହାଯ୍ୟ ପାଇବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କିଛିି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ କିନ୍ତୁ କୌଣସି ଅଭାବ ଅସୁବିଧା ହେବ ନାହିଁ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଭୋଳାନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ନୀଚ୍ଚାଂଶଗତ ଶୁକ୍ର ଓ ମଙ୍ଗଳ ପ୍ରଭାବରେ ବହୁତ ଦିନର ସୁସମ୍ପର୍କ ବାଧାପ୍ରାପ୍ତ ହୋଇପାରେ । କିନ୍ତୁ ଆପଣ ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି ଯେ କୈାଣସି ପ୍ରକାରେ ସମସ୍ତ କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିରେ ଦେଖିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଚଳନୀୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିରୁଦ୍ଧାଚରଣ ମନକୁ କ୍ଷୁବ୍ଧ କରିବ ଏବଂ ଅନ୍ୟପକ୍ଷରେ ଉପରିସ୍ଥ କର୍ମଚାରୀ ଗୋଟିଏ ପରେ ଗୋଟିଏ ଦାୟିତ୍ଵ ଅର୍ପଣ କରିପାରନ୍ତି । କିନ୍ତୁ ଆଜି ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ପାଇବେ । ମିଳିମିଶି ମଜାମଉଜ କରିବେ । କିନ୍ତୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ହାତକୁ ନେଇ ଥିବା କାମଗୁଡିକ ଅତି ସହଜ ଓ ସୁବିଧାରେ ସମ୍ପନ୍ନ୍ ହୋଇଯିବ । ତୃତୀୟଭାବରେ ସ୍ଵଗୃହୀ ମଙ୍ଗଳ ଭ୍ରାତୃ ସ୍ନେହଶ୍ରଦ୍ଧା ବୃଦ୍ଧି କରାଇବ ଓ କର୍ମକ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବ । ବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ଏବଂ ଅନ୍ୟପକ୍ଷରେ ଦୀର୍ଘଦିନର ଆଶା ଫଳବତୀ ହେବ । କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଅଫିସରେ ଅଟକିଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପାଦନ କରିପାରିବେ । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚନ୍ତ ବଢିବ । ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଯୋଗ ଯୋଗୁଁ ସମସ୍ୟାକୁ ଜଗି ଚଳିବାକୁ ପଡିବ, ନଚେତ ଅଯଥାରେ କଳହ ଉପୁଜିପାରେ । କଥାବର୍ତ୍ତରେ ସଂଯମତା ରକ୍ଷା ନ କାଲେ ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଉଚ୍ଚାପଦାଧିକାରୀଙ୍କ ଚାପ ଯୋଗୁଁ ଅଫିସ ଗୁରୁଦାୟିତ୍ୱ ବହନ କରି କାମର ଜାଳରେ ଛନ୍ଦି ହୋଇଯିବେ । ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାରେ ମନୋମାଳିନ୍ୟ ଘଟିପାରେ । ପଡ଼ୋଶୀ ମାନେ ସହଯୋଗର ହାତ ବଢ଼ାଇବେ ଓ କାମଟି ସୁବିଧାରେ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *