21 ଜୁଲାଇ 2021 ବୁଧବାର :- ଆର୍ଥିକ ସମ୍ବନ୍ଧୀୟ ସଙ୍କଟରୁ ମୁକ୍ତି ପାଇବେ ଆଜି ଏହି ୬ଟି ରାଶିର ବ୍ୟକ୍ତି । କର୍ମକ୍ଷେତ୍ରରେ

21 ଜୁଲାଇ 2021 ବୁଧବାର :- ଆର୍ଥିକ ସମ୍ବନ୍ଧୀୟ ସଙ୍କଟରୁ ମୁକ୍ତି ପାଇବେ ଆଜି ଏହି ୬ଟି ରାଶିର ବ୍ୟକ୍ତି । କର୍ମକ୍ଷେତ୍ରରେ

21 ଜୁଲାଇ 2021 ବୁଧବାର :- ଆର୍ଥିକ ସମ୍ବନ୍ଧୀୟ ସଙ୍କଟରୁ ମୁକ୍ତି ପାଇବେ ଆଜି ଏହି ୬ଟି ରାଶିର ବ୍ୟକ୍ତି । କର୍ମକ୍ଷେତ୍ରରେ ଦୃଢ ମନୋବଳ ନେଇ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ ।

ଆଜି ଆମେ ଆପଣଙ୍କୁ ୨୧ ଜୁଲାଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଉଦାସ ରହିବ । ନୀଚସ୍ଥ ଓ ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ବିଶୃଙ୍ଖଳାକୁ କେନ୍ଦ୍ରକରି ମନରେ ଶାନ୍ତି ରହିବ ନାହିଁ । କର୍ମକ୍ଷେତ୍ରରେ ଅତି ଆପଣାର ବନ୍ଧୁ ଜଣକ ବିଶ୍ଵାସଘାତ କରିପାରେ । ସହକର୍ମୀଙ୍କ ଖାମଖିଆଲ ମନୋବୃତ୍ତି ନିମନ୍ତେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ଚାକିରୀ କ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକା ରହିଲେ ମଧ୍ୟ ସହକର୍ମୀଙ୍କ ସହାୟତାରେ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟକୁ ସମାପନ କରିବାରେ ସମର୍ଥ ହେବେ । ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ରାଜନୀତିରେ ଉଚ୍ଚପଧିକାରୀଙ୍କ ସହ ଲାଗିରହିଥିବା ମତଭେଦ ଦୂର ହେବେ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସବୁ ସୁବିଧା ଥିଲେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଆତ୍ମୀୟ ସ୍ଵଜନଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି । କାରବାର ମାନ୍ଦା ରହିବ, କର୍ମକ୍ଷେତ୍ରରେ ପ୍ରତି ମନରେ ଆଗ୍ରହ ଆସିବ ନାହିଁ । ଅଫିସର କେତେକ କାର୍ଯ୍ୟ ସ୍ଥଗିତ ଥିବା ଯୋଗୁଁ ବରିଷ୍ଠ ଅଧିକାରୀଙ୍କୁ କୈଫତ୍ ଦେବାକୁପଡିପାରେ । ଇଚ୍ଛା ନଥିଲେ ମଧ୍ୟ କମକ୍ଷେତ୍ରରେ ବାଧ୍ୟବଦ୍ଧକତା ହୋଇ କେତେକ କାର୍ଯ୍ୟ କରିବେ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ କରିବା ଦିଗରେ ହଠାତ୍‌ କୌଣସି ଦୃଢ ପଦକ୍ଷେପ ନେଇ ସମସ୍ୟାର ଆଶୁ ସମାଧାନ କରିବାକୁ ଚେଷ୍ଟା କରିବେ । ବୈବାହିକ କ୍ଷେତ୍ରରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ନିଜକୁ ନିୟନ୍ତ୍ରଣରେ ନ ରଖିଲେ ପ୍ରତ୍ୟେକ କାମରେ କିଛିନା କିଛି ବ୍ୟତିକ୍ରମ ଦେଖାଦେବ । କର୍ମକ୍ଷେତ୍ରରେ କିଛି ନୂତନ କାମ କରିବା ସକାଶେ ଚିନ୍ତା କରିପାରନ୍ତିି । ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ । ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଫାଇଦା ହାସଲ ପାଇଁ ସମ୍ପର୍କୀୟମାନେ ଫନ୍ଦିଫିକର କରିପାରନ୍ତି । ବିବାଦୀୟ ପରିସ୍ଥିତି ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଧ୍ୟାତ୍ମିକ ଭାବନାରେ ଉଦ୍-ବୃଦ୍ଧ ହୋଇ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ବଳେଇବେ । ଆଜି ଯେତିକି ପାଇବେ ତାହାଠାରୁ ଅଧିକ ହରାଇବାକୁ ପଡିବ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବା ପାଇଁ ଚିନ୍ତା କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ ସହ ଆର୍ଥିକ ସ୍ଥିତି ମଧ୍ୟ ସଦୃଢ ରହିବ । କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସି ହେବେ । ପାରିବାରିକ ପ୍ରତିରୋଧ ଅଧିକାଂଶ ସମୟ କାମକୁ ବିଶୃଙ୍ଖଳିତ କରିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଉନ୍ନତ ଚିନ୍ତା ସଙ୍ଗକୁ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରିବା ଲାଗି ମନରେ ତତ୍ପର ପ୍ରକାଶ କରିବେ । ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଆଶାନୁରୂପକ ଫଳ ପାଇବେ । କିନ୍ତୁ ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ବୁଝିନପାରି କ୍ଷତିରେ ପଡ଼ିପାରନ୍ତି । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ନିଜ କାମ ଗୁଡିକ ନିଷ୍ଠାର ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଉପରିସ୍ଥଙ୍କ ଆଦେଶାନୁସାରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ । ସ୍ୱାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରି ଯିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଆରାଧନା: ଶ୍ରୀଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନ ପ୍ରାୟତଃ ଏକ ପ୍ରକାର ଭଲ ରହିବ । ବାଣିଜ୍ୟ ଓ ବ୍ୟବସାୟିକ କ୍ଷେତ୍ର ମନୋବାଞ୍ଛିତ ଫଳ ପାଇବେ । ଅଫିସରେ ବାତାବରଣ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ଯୋଗ ଦେଇପାରନ୍ତି । ପରିବହନ, ଏଜେନ୍ସିପ୍‌, କଚେରି ମାମଲାରେ ସୁଫଳ ପାଇବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟାଇବାରେ ସଫଳ ହେବେ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଯୋଗୁଁ ସମ୍ପର୍କହାନୀ ହୋଇପାରେ । ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ମଧ୍ୟରେ ଛନ୍ଦି ହୋଇପାରନ୍ତି । ପୁରାତନ ରୋଗର ପାଦୁର୍ଭାବ ବୃଦ୍ଧି ଯୋଗୁଁ ମନୋବଳ ହ୍ରାସ ପାଇବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରତ୍ୟେକ ସ୍ଥଳରେ ନାନାଦି ସମସ୍ୟା ଲାଗିରହିଥିବା ଯୋଗୁଁ ମାନସିକ ସ୍ତରରେ ବିଚଳିତ ରହିବେ । ବୃତ୍ତିଗତ କର୍ମକ୍ଷେତ୍ରରେ କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଋଣ, ପରିବାର ସଦସ୍ୟଙ୍କ ରୋଗବ୍ୟାଧିକୁ ଚିନ୍ତିତ ରହିବେ । କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ସାମାଜର ପରିସରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଗୋପନରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ବନ୍ଧୁମାନଙ୍କ ସହ ଆଲୋଚନାରେ ଅଧିକ ସମୟ ବିତିବ । ପରିବାରରେ ପ୍ରିୟ ସତ କଥା କହି ପରିସ୍ଥିତିକୁ ସୁଧାରିବାରେ ସକ୍ଷମ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ପରିଲକ୍ଷିତ ହେବ ନାହିଁ । କେତେକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ ଯାହାଫଳ ମନକୁ ଆଶ୍ୱସ୍ତି ମିଳିବ । ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡିପାରେ । ବକ୍ ଅସଂଯମତା ଯୋଗୁଁ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ । ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ । ପାଖ ପଡୋଶୀ କିମ୍ବା ଆତ୍ମୀୟମାନଙ୍କ ଠାରୁ ସହାୟତା ପାଇବେ । ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିବ । ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରଭୁଙ୍କ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆପଣ ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ପୂର୍ବରାଗ ଶୁଝିବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । କର୍ମକ୍ଷେତ୍ରରେ ଅତୀତରୁ ଲାଗିରହିଥିବା ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ ଏବଂ ଶତୃମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ସାହସର ସହିତ ସମ୍ପାଦନ କରିବା ଦ୍ଵାରା ଉଚ୍ଚାଧିକାରୀ ସମେତ ଅନ୍ୟମାନେ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବେ । ଆଜି ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂତନ ଚୁକ୍ତି ସ୍ଵାକ୍ଷର କରିପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ । ପାରିବାରିକ ଘଟଣାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଆପଣଙ୍କ ମନରେ ଅନେକ ଆଶା ଓ କଲ୍ପନା ନେଇ କର୍ମକ୍ଷେତ୍ରକୁ ଓହ୍ଲାଇବେ । କିନ୍ତୁ ଯେତେ ଉପାୟ ଅବଲମ୍ବନ କଲେ ସୁଦ୍ଧା କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିବ ନାହିଁ । ପରିସ୍ଥିତି ବଶତଃ କେତେକ କ୍ଷେତ୍ରରେ ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କରିପାରନ୍ତି । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିର ପଥରେ ବାଧକ ସାଜିବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷସମୟ ଦେବାକୁ ପଡ଼ିବ । ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଦୀର୍ଘଚେଷ୍ଟା କରିବା ପରେ ଋଣସୂତ୍ରରେ ଅର୍ଥଲାଭ କରିବେ । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ବ୍ୟବସାୟ ଜନିତ କୌଣସି କାର୍ଯ୍ୟ ଆକସ୍ମିକ ଭାବରେ ଅଟକିଯିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ନିକଟରୁ ସାହାଯ୍ୟ ପ୍ରତିଶ୍ରୁତି ମିଳିବ ଯୋଗୁଁ ମନରୁ ଦୁଶ୍ଚିନ୍ତା କିଛି ମାତ୍ରା କମିଯିବ । ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଅର୍ଥ ସଂକଟ ହେତୁ ମନରେ ସରସତା ରହିବ ନାହିଁ । ପାରିବାରିକ କ୍ଷେତ୍ର ବିବାଦ ବହୁଳ ହେବାର ସୂଚନା ରହିଛି । ବିଭିନ୍ନ ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ । ମତାନ୍ତର ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜ ଉପରେ ବିଶ୍ଵାସ ରଖନ୍ତୁ । କର୍ମକ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ମନୋବଳ କମିବ ନାହିଁ । ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କ, ବିତର୍କ ଦେଖା ଦେଇପାରେ । ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବନ୍ଧୁ ଜଣେ ସାହାଯ୍ୟ କରିବେ । ଅଫିସରେ ଆପଣଙ୍କୁ ଏକ ନୂତନ ଦାୟିତ୍ଵ ମିଳିପାରେ ଏବଂ ଅଫିସରେ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ସହଯୋଗରେ ସଂପୂର୍ଣ୍ଣ କରିପାରିବେ । ସାମାଜିକ ସ୍ତରରେ ଅଯଥାରେ ବିବାଦୀୟ ପରିସ୍ଥିତି ଉପୁଜିପାରେ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ପାରିବାରିକ କ୍ଷେତ୍ରରେ କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । ପିଲାମାନଙ୍କ ଭବିଷଷ୍ୟତ ଓ ପାଠପଢାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Leave a Reply

Your email address will not be published. Required fields are marked *