21 ଅଗଷ୍ଟ 2020, ଶୁକ୍ରବାର – ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

21 ଅଗଷ୍ଟ 2020, ଶୁକ୍ରବାର – ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

21 ଅଗଷ୍ଟ 2020, ଶୁକ୍ରବାର – ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ ମିଳିବ ଅନେକ ସୁବିଧା ସୁଯୋଗ ।

ଆମେ ଆପଣଙ୍କୁ ୨୧ ଅଗଷ୍ଟ, ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ରବି ସହ ଚନ୍ଦ୍ର ଚତୁର୍ଥଭାବସ୍ଥ ଯୋଗୁଁ ପାଖପଡୋଶି, ବନ୍ଧୁ ପରିଜନମାନଙ୍କ ସାହାର୍ଯ୍ୟ ଲାଭ କରି ମନକୁ ଆଶ୍ଵସ୍ତି ମିଳିବ । ଶନିଙ୍କ ପ୍ରଭାବରୁ ଗତକାଲି ଯୋଜନା କରିଥିବା କାମ ଗୁଡିକ ସମ୍ପର୍ଣ୍ଣ କରିବାରେ ବିଳମ୍ବ ହେବ ଓ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟରେ ଗତି କରିବାକୁ ପଡିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସର ବରବରଣ ସୁସ୍ଥ ରହିଲେ ମଧ୍ୟ ସହକର୍ମୀମାନଙ୍କ କାର୍ଯ୍ୟ ମନରେ ସନ୍ଦେହ ସୃଷ୍ଟି କରିବ । ଶତ୍ରୁତା କରୁଥିବା ଲୋକମାନଙ୍କ ଦ୍ୱାରା ଯୁକ୍ତିତର୍କ କରିଲେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ନିମନ୍ତେ ନିଜକୁ ନୀରବତା ରକ୍ଷା କରିବାକୁ ପଡିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିବ । ରାଶିରେ ରାହୁ ଅବସ୍ଥାନ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ଦାଉ ସାଜିବେ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ଅଫିସର ଉଚ୍ଚାଧିକାରୀ ଅନ୍ୟ କାହାରୀକୁ ଶ୍ରେୟସ୍କର କରିବେ । ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିବେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଆର୍ଥିକ ଶୋଚନୀୟତାକୁ ଭିତ୍ତି କରି ବନ୍ଧୁଙ୍କ ନିକଟରୁ ଧାର କରଜ କରିବାକୁ ବାଧ୍ୟ ହେବେ । ପାରିବାରିକ ସମସ୍ୟାକୁ ବାରମ୍ବାର ଚିନ୍ତା କରିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ ଏବଂ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ରାମଚଣ୍ତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବୃହସ୍ପତି ପୂର୍ବାଷାଢା ନକ୍ଷତ୍ରସ୍ଥ ହେତୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷ୍ଠଙ୍ଗିକ ଉନ୍ନତି କରିବେ । ପୂର୍ବ ଯୋଜନାନୁଯାୟୀ ଆଜି ହାତକୁ ନେଇଥିବା କାମଗୁଡିକ ସୁବିଧାରେ ସମ୍ପର୍ଣ୍ଣ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗରେ ସମସ୍ତ ପ୍ରକାର ସମସ୍ୟାକୁ ବୀରତ୍ଵର ସହିତ ସମ୍ମୁଖୀନ କରିବେ ଓ ସଫଳତା ମଧ୍ୟ ହାସଲ କରିବେ । ବନ୍ଧୁଙ୍କ ସହ ମିଶି ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବେ କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନୋବାଞ୍ଛିତ ଫଳ ପ୍ରାପ୍ତି ହେବ । ପୂର୍ବାଫାଲଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ କର୍ମକ୍ଷେତ୍ରରେ ନିଜର ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ଅସୁବିଧା ହେବ ନାହିଁ । ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ବ୍ୟବସାୟ, ବାଣିଜ୍ୟରେ କେତେକେ ପ୍ରତିବନ୍ଧିକ ଦେଖାଦେଇପାରେ । ପରିବାରରେ ପୂର୍ବ ସମସ୍ୟାର ସମାଧାନ ଲାଗି ପାଖ ପଡ଼ୋଶୀମାନେ ସାହାଯ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମୌନତା ରକ୍ଷା କରିପାରିଲେ ଦିନଟି ଭଲରେ ଅତିବାହିତ ହୋଇପାରିବ । ଭାଗ୍ୟସ୍ଥାନରେ ଶୁଭଗ୍ରହଙ୍କ ଦୃଷ୍ଟି ପ୍ରଭାବ ଯୋଗୁଁ ଆଜି କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ଭଲ ରହିବ । ବ୍ୟବସାୟ ବାଣିଜ୍ୟ ହେଉ ଅବା ଅଫିସ କାର୍ଯ୍ୟାଳୟରେ ତରବାରିଆ ପଦକ୍ଷେପ ନିଅନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ଅଫିସରେ ବାତାବରଣ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ କାର୍ଯ୍ୟର ଭାର ଅଧିକ ରହିବ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ନିକଟ ସମ୍ପର୍କୀୟ କିମ୍ବା ସହକର୍ମୀଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ରାଶିରେ କର୍ମାଧିପତିଙ୍କ ସ୍ଥିତି କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ କରିବ । ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ଆପଣଙ୍କ ପାଇଁ ଉତ୍ତମ ହେବ । ଟଙ୍କା ପଇସା ନେଣଦେଣକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହ ତର୍କବିତର୍କ ହେବାର ଆଶଙ୍କା ରହିଛି ।ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ବିଭିନ୍ନ ପ୍ରକାରର ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଆଖଣ୍ତଳମଣି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହୋଇପାରେ । ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଅନ୍ୟମାନେ ଆକର୍ଷିତ ହେବେ । କର୍ମକ୍ଷେତ୍ରରେ ରାହୁଙ୍କର ପ୍ରଭାବ ପରିସ୍ଥିତିକୁ ଗୋଳମାଳିଆ କରିବ । ଅସାବଧାନତା ଯୋଗୁଁ ଧନ ହାନି ଘଟିବାର ସମ୍ଭାବନା ରହିଛି । ଅପୂରଣୀୟ ଆଶା ମନରେ ବାରମ୍ବାର ସାମୟିକ ଆଲୋଡ଼ନ ସୃଷ୍ଟି କରିବା କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି । ଉତ୍ତରାଫାଲଗୁନୀର ପ୍ରଭାବରେ ପରକଥାରେ ପଡି ଭୁଲ୍‌ ମାର୍ଗ ଅନୁସରଣ କରିବେ ଓ ହଇରାଣ ହେବାକୁ ପଡିବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ମାନସିକ ଦୁଶ୍ଚିନ୍ତା ଦୂରହେବ, ସକାରତ୍ମକ ଭାବନା ସୃଷ୍ଟି ହେବେ । ଭାଗ୍ୟ ଏବଂ କର୍ମସ୍ଥ ଗ୍ରହ ଆପଣଙ୍କୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରାଇ ଚେଷ୍ଟାସଫଳ ଦିଗରେ ଅନୁପ୍ରେରିତ କରିପାରନ୍ତି । ସାମୟିକ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବେ ଓ ସଫଳତା ମଧ୍ୟ ପାଇବେ । ଅଫିସରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା । ଋଣମୁକ୍ତି ପାଇଁ ଚିନ୍ତା କରିବେ । ବନ୍ଧୁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନ ପ୍ରଫୁଲ୍ଲ ରହିବ । ରାଶିରେ ଏକାଧିକ ଗ୍ରହ ଧନସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ବିଭିନ୍ନ ଦିଗରୁ ଅର୍ଥ ସଂଗ୍ରହ କରିପାରିବେ । ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ବନ୍ଧୁଙ୍କ ମାଧ୍ୟମରେ ଲାଭ କରିବା ସହିତ ଦୀର୍ଘ ସମୟର ବ୍ୟସ୍ତତା ଦୂରହେବ । କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ ସ୍ଥଗିତ ଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ । ଚିନ୍ତା କରିଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା କାଏମ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ସପ୍ତମସ୍ଥ କର୍ମାଧିପତି ଯୋଗୁଁ ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ । କର୍ମକ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଆଦୌ ବଦଳିବେ ନାହିଁ ଅର୍ଥାତ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସେମାନେ ଇର୍ଷାନ୍ଵିତ ହେବ । ଅନ୍ୟପଟେ ଅଫିସରେ ମଧ୍ୟ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ରିବାରରେ ଶାନ୍ତି ଫେରି ଆସିବ । ବନ୍ଧୁ ମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନିକଟ ସମ୍ପର୍କୀୟମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ପ୍ରତିଶୋଧପରାୟଣ ମନୋଭାବ ନେଇ କାର୍ଯ୍ୟ କରିଲେ ନିଜେ ହିଁ ଅସୁବିଧାରେ ପଡିବେ । ରାହୁ ଦେବଗୁରୁଙ୍କ ନକ୍ଷତ୍ରରେ ରହି କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରନ୍ତି । ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତାନ୍ତର ଦେଖାଦେଇପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ ହୋଇପାରିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ମିଥ୍ୟା ଅଭିଯୋଗରେ ଫସାଇ ଦେଇପାରନ୍ତି । ପାରିବାରିକ ସ୍ତରରେ କେତେକ ଦ୍ଵନ୍ଦ ଓ ସମସ୍ୟା ଯୋଗୁଁ ମାନସିକ ସ୍ଥିତି ଠିକ ରହିନପାରେ । ପେଟ ଗୋଳମାଳ ଓ ଅଜୀର୍ଣ୍ଣ ଜନିତ ବ୍ୟାଧି ଦେଖାଦେଇ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ସପ୍ତମାଧିପତି ଚନ୍ଦ୍ର ସ୍ଵଗୃହୀ ହେତୁ ବାଣିଜ୍ୟ, ବ୍ୟବସାୟ ଭିତ୍ତିକ ଚିନ୍ତାରେ ଆପଣ ନିମଗ୍ନ ହୋଇରହିବେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ଦୁଃସାହସିକ କାର୍ଯ୍ୟ କରି ପ୍ରଶଂସିତ ହେବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ମିଥ୍ୟାରୋପର ଅଭିଯୋଗ କ୍ରମେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ବ୍ୟବସାୟରେ ଆର୍ଥିକ ମାଧ୍ୟମ ଧରଣର ରହିବ । ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ ପ୍ରତାରଣାପୂର୍ଣ୍ଣ କଥାରେ ମନ ଅସ୍ଥିର ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *