ବାର୍ଷିକ ରାଶିଫଳ : ମେଷ ରାଶିର ବ୍ୟକ୍ତିଙ୍କ ଲାଗି କିପରି ରହିବ ନୂତନ ବର୍ଷ ୨୦୨୧ ମସିହାଟି ! ଆସନ୍ତୁ ଜାଣିବା…

ବାର୍ଷିକ ରାଶିଫଳ : ମେଷ ରାଶିର ବ୍ୟକ୍ତିଙ୍କ ଲାଗି କିପରି ରହିବ ନୂତନ ବର୍ଷ ୨୦୨୧ ମସିହାଟି ! ଆସନ୍ତୁ ଜାଣିବା…

ସମୟ ଓ ସ୍ଥିତି ଅନୁସାରେ ଗ୍ରହମାନଙ୍କର ଗତିବିଧି ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହ ନକ୍ଷେତ୍ରଗୁଡିକ ନିଜ ସ୍ଥାନ ପରିବର୍ତ୍ତନ କରିବା ଫଳରେ ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ । ଗ୍ରହ ସ୍ଥିତିର ଅବସ୍ଥାନ ଭଲ ଥିଲେ, ମନୁଷ୍ୟ ଜୀବନରେ ଏହାର ସୁପ୍ରଭାବ ଦେଖିବାକୁ ମିଳିଥାଏ ଓ ଜୀବନ ସୁଖଦମୟ ହୋଇଥାଏ । ଚଳିତ ୨୦୨୧ ମସିହାଟି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ଆସନ୍ତୁ ଜାଣିବ ।

ଆର୍ଥିକ ସ୍ଥିତି :

ମେଷ ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତି ଏହି ବର୍ଷ ପୂର୍ବଠାରୁ ଭଲ ରହିବ ଓ ଶନିଙ୍କର ଗୋଚର ରାଶିର ଅଷ୍ଟମ ଭାବରେ ମକର ରାଶିରେ ହେବା ଦ୍ୱାରା ଶନିଙ୍କର ଦୃଷ୍ଟି ଧନ ଭାବରେ ରହିବ, ଯାହାଦ୍ୱାରା ଅଯଥା ଖର୍ଚ୍ଚ କମ ରହିବ । କୌଣସି କାର୍ଯ୍ୟକୁ ନେଇ ଋଣ ନେବା କିମ୍ବା ଋଣ ପରିଶୋଧ କରିବା ଚାହୁଁଥିଲେ ମଧ୍ୟ ବାଧା ଆସିବ ନାହିଁ । ମଇ ମାସ ପୂର୍ବରୁ ଏବଂ ଅକ୍ଟୋବର ମାସ ପରେ ଜମିଜମା ସଙ୍କ୍ରନ୍ତିୟ କ୍ଷେତ୍ରରେ ବିନିଯୋଗ କରିବା ଦ୍ୱାରା ଲାଭପ୍ରାପ୍ତ ହୋଇପାରିବେ । ଶେୟାର ବଜାରରେ ମଧ୍ୟ ଧନ ଲଗାଇବା ପାଇଁ ସେପ୍ଟେମ୍ବର ମାସ ପରର ସମୟ ଭଲ ରହିବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଏହିବର୍ଷ ଲାଭ ମିଳିବ । ବର୍ଷର ଶେଷରେ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଦେଇଥିବା ଧନ ଫେରସ୍ତ ପାଇବାର ସଙ୍କେତ ରହିଛି ।

Google

କ୍ୟାରିଅର, ଚାକିରୀ ଏବଂ ବ୍ୟବସାୟ :

ମେଷ ରାଶିର ଲୋକମାନଙ୍କୁ ଏହି ବର୍ଷର ପ୍ରାରମ୍ଭରେ ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ଯୋଗ ରହିଛି । ଏହି ବର୍ଷର ମଇ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଶନି ଏବଂ ଗୁରୁ ଉଭୟଙ୍କର ବକ୍ରୀ ହେବା ଦ୍ୱାରା ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ବହୁତ ସାବଧାନତା ଅବଲମ୍ବନ ଓ ସତର୍କ ରହିବକୁ ପଡିବ । ଏହି ସମୟରେ ଅବଧି ମଧ୍ୟରେ ନିଜ ଇଚ୍ଛାନୁସାରେ ଚାକିରୀ ପରିବର୍ତ୍ତନ କରନ୍ତୁ ନାହିଁ ଓ ବ୍ୟବସାୟରେ ମଧ୍ୟ ଅଧିକ ବିନିଯୋଗ କରିବା ବିଷୟରେ ଭାବନ୍ତୁ ନାହିଁ । ଯଦି ଆପଣଙ୍କ ଚାକିରୀ କ୍ଷେତ୍ରରେ କୌଣସି ମହିଳା କର୍ମଚାରୀ ଅଛନ୍ତି, ତେବେ ତାଙ୍କୁ ଅଧିକ ନିକଟତର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଯଦି ଆପଣ ଭାଗିଦାରୀ ବ୍ୟବସାୟ କରୁଛନ୍ତି, ତେବେ ସେହିପରି କ୍ଷେତ୍ରରେ ମଧ୍ୟ ମହିଳା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ମେଷ ରାଶିର ଲୋକମାନଙ୍କୁ ଜୁନ୍ ମାସ ପରବର୍ତ୍ତୀ ସମୟରେ କର୍ମଚାରୀମାନଙ୍କ ଯୋଗୁଁ କର୍ମକ୍ଷେତ୍ର ଓ ଚାକିରିରେ ଚାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ବର୍ଷର ଶେଷରେ, ଆପଣ ଚାକିରୀ ପରିବର୍ତ୍ତନ କରିପାରନ୍ତି ଏବଂ ବେରୋଜଗାର ଥିବା ଯୁବପିଡିଙ୍କୁ ଚାକିରୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ପାରିବାରିକ ଜୀବନ :

ମେଷ ରାଶିର ଲୋକମାନଙ୍କ ପାଇଁ ବର୍ଷର ଆରମ୍ଭ ପରିବାରର ସହ କୌଣସି ଭୁଲ୍ ବୁଝାମଣାକୁ ନେଇ ଆରମ୍ଭ ହୋଇପାରେ । ବର୍ଷର ପ୍ରାୟ ଅଧିକାଂଶ ଦିନ ପାରିବାରିକ ଜୀବନରେ ପରସ୍ପର ସହ କୌଣସି ଅତୀତର କଥାକୁ ନେଇ ମନରେ ଭ୍ରମ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ନିକଟ ସମ୍ପର୍କୀୟଙ୍କ ସହ ଅଯଥାରେ ତିକ୍ତତା ମନୋଭାବ ଉପୁଜିବା ସହ ବ୍ୟର୍ଥ ଖର୍ଚ୍ଚ ମଧ୍ୟ ହୋଇପାରେ । ମେ’ରୁ ଜୁଲାଇ ଏହି ସମୟ ଅବଧି ମଧ୍ୟରେ, ପରିବାରରେ କୌଣସି ପ୍ରକାରର ଖୁସିମୟ ପରିବେଶ ସୃଷ୍ଟି ହେବ, ଯାହାଦ୍ୱାରା ସମ୍ପର୍କରେ ପୁଣିଥରେ ପରିବର୍ତ୍ତନ ଫେରିଆସିବ । ବର୍ଷର ମଧ୍ୟଭାଗରେ ମାତାପିତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମନକୁ ବିଚଳିତ କରିବ । ବର୍ଷର ଶେଷରେ ନୂତନ ଘର କିମ୍ବା ଯାନବାହନ କିଣିବାର ଯୋଗ ରହିଛି ।

ପ୍ରେମ ସମ୍ପର୍କ ଏବଂ ବୈବାହିକ ଜୀବନ :

ବର୍ଷର ପ୍ରାରମ୍ଭରେ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୈବାହିକ ଜୀବନ ସୁଖମୟ ଓ ପ୍ରେମମୟ ରହିବ । ଯଦିଓ କୌଣସି ଭୁଲ ବୁଝାମଣା ଯୋଗୁଁ ପାରସ୍ପରିକ ଚାପର ବଶବର୍ତ୍ତୀ ହେବ, ତଥାପି ଏକାଠି ବସି କଥାବାର୍ତ୍ତା ଦ୍ୱାରା ସମାଧାନ କରିନେବେ । ଯଦି ଆପଣ ଏକୁଟିଆ ଅଛନ୍ତି, ତେବେ ମାର୍ଚ୍ଚ ମାସ ପରେ ଆପଣଙ୍କୁ କେହି ପସନ୍ଦ ଆସିବ । ମେ’ରୁ ଜୁନ୍ ମାସରେ ଆପଣଙ୍କ ଅହଙ୍କାର କାରଣରୁ ସମ୍ପର୍କରେ ତିକ୍ତତା ଆସିପାରେ । ଏହି ମାସରେ ବହୁତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ । ସେପ୍ଟେମ୍ବର ମାସ ପରେ ସମ୍ପର୍କରେ ସକାରାତ୍ମକ ପରିଣାମ ଆସିବ । ବର୍ଷର ମଧ୍ୟଭାଗରେ ତୃତୀୟ ବ୍ୟକ୍ତିଙ୍କ ଆଗମନ ଯୋଗୁଁ ଜୀବନସାଥିଙ୍କ ସହ ମତଭେଦ ଦେଖାଦେଇପାରେ । ଏହି ସମୟରେ ବହୁତ ସାବଧାନରେ ନିଜ ସମ୍ପର୍କକୁ ସମ୍ଭାଳନ୍ତୁ । ସେପ୍ଟେମ୍ବର ପରେ ଜୀବନସାଥୀଙ୍କ କାଯ୍ୟରେ ପରିବର୍ତ୍ତନ ହେତୁ ଆର୍ଥିକ ରୂପରେ ଲାଭ ପାଇବା ସହ ଘରେ ଖୁସିର ପରିବେଶ ରହିବ । ଏହି ସମୟରେ ଆପଣ ଜୀବନ ସାଥିଙ୍କ ଖୁସିରେ ସାମିଲ ରହିବେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ମଧ୍ୟ ବୃଦ୍ଧି ପାଇବ ।

Google

ସ୍ୱାସ୍ଥ୍ୟ :

ସ୍ୱାସ୍ଥ୍ୟ ସମ୍ବନ୍ଧ ଦୃଷ୍ଟିକୋଣରୁ ଚଳିତ ୨୦୨୧ ମସିହାଟି ଅତ୍ୟନ୍ତ ଭଲ ରହିବ ଏବଂ ଆପଣ ନିଜକୁ ବହୁତ ସୁସ୍ଥ ଅନୁଭବ କରିବେ । ଆପଣଙ୍କୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ଉନ୍ନତି ଆଣିବା ଉଚିତ ଏବଂ ଯୋଗ ଓ ଖାଦ୍ୟପେୟର ଧ୍ୟାନ ରଖିବା ଉଚିତ ଯେଉଁଥିରେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । କୌଣସି ପ୍ରକାରର ଅବହେଳା ଆପଣଙ୍କୁ କ୍ଷତି ପହଞ୍ଚାଇବ । ବର୍ଷର ମଧ୍ୟଭାଗରେ ନିଜ ପେଟର ଧ୍ୟାନ ରଖନ୍ତୁ ଏବଂ ଘରର ଖାଦ୍ୟ ଖାଆନ୍ତୁ; ନଚେତ୍ ସଂକ୍ରମଣଜନିତ ସମସ୍ୟାର ଶିକାର ହୋଇପାରନ୍ତି । ବର୍ଷର ଶେଷାର୍ଦ୍ଧରେ ଯାନବାହାନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

Leave a Reply

Your email address will not be published. Required fields are marked *