21 ଫେବୃୟାରୀ 2020, ଶୁକ୍ରବାର- ଆଜି ହେଉଛି ମହଶିବରାତ୍ରି ! ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ମହାଦେବଙ୍କ ଆଶୀର୍ବାଦ । ପୂର୍ଣ୍ଣ ହେବ

21 ଫେବୃୟାରୀ 2020, ଶୁକ୍ରବାର- ଆଜି ହେଉଛି ମହଶିବରାତ୍ରି ! ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ମହାଦେବଙ୍କ ଆଶୀର୍ବାଦ । ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଛା !

ବ୍ୟକ୍ତିର ଜୀବନରେ ରାଶିଫଳର ମହତ୍ତ୍ୱ ରହିଛି, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ସକାରାତ୍ମକ ଭାବନାରେ ମନ ଉର୍ତ୍ତଫୁଲିତ ରହିବେ ଏବଂ ଭାଗ୍ୟର ମଧ୍ୟ ପୂର୍ଣ୍ଣ ସହଯୋଗ ମିଳିବ । ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ । ପ୍ରତିଦାନ ପାଇବାର କୌଣସି ଆଶା ନ ରଖି କର୍ତ୍ତବ୍ୟ ଦୃଷ୍ଟିକୋଣରୁ କାମ କରିଚାଲିବେ । ଅବଶ୍ୟ ସ୍ଵାତୀ ନକ୍ଷତ୍ର ବିଭିନ୍ନ ପ୍ରକାରର କର୍ମ ଜଞ୍ଜାଳର ଚାପରେ ଅତିଷ୍ଠ ହୋଇପାରନ୍ତି କିନ୍ତୁ ଧନସ୍ଥାନରେ ଗୁରୁଚନ୍ଦ୍ର ଯୋଗ ଅର୍ଥଲାଭ, ସାମାଜିକ ସମ୍ମାନ ଓ ନୂତନ କାର୍ଯ୍ୟାରମ୍ଭରେ ସଫଳତା ପାଇପାରିବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ । ତଥାପି ସାମୟିକ ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ଏହି ଦିଗରେ ପ୍ରତିବନ୍ଧକ ସାଜିବ । ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ । ବ୍ୟୟଭାବସ୍ଥ ବୁଧ ପ୍ରଭାବରେ ଆଜିର ଅବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ । ଆକସ୍ମିକ ଭାବରେ ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ମଙ୍ଗଳମୟ ରହିବ । ଦୃଢ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ରବିଙ୍କ ଦୁର୍ବଳତା କାରଣରୁ ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଲେ ମଧ୍ୟ ପ୍ରିୟଜନଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ ଅନୁଚିନ୍ତା ସାମୟିକ ଭାବରେ ଦୂର ହେବ । ସ୍ଵାସ୍ଥ୍ୟ ପରିସ୍ଥିତିରେ କୈାଣସି ଉନ୍ନତି ଦେଖାଯାଇ ନ ପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ । ଶୁକ୍ରଙ୍କ ସହ ଶନିଙ୍କ ସମ୍ପର୍କ ବିଳମ୍ବିତ ସମୟରେ କାମ ହାସଲ କରାଇବ । କିନ୍ତୁ ବାଧକାଧିପତି ଫଳରେ କୈାଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ ଯାହାକି ସମସ୍ୟା ବହୁଳ ହୋଇପାରେ । ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ବନ୍ଧୁ ପରିଜନ ମାନଙ୍କ ସହଯୋଗ ଅବଶ୍ୟ ମିଳିବ । ଶୁକ୍ରଙ୍କ ଶୁଭଦୃଷ୍ଟିରୁ ବନ୍ଧୁଗହଣରେ ହସଖୁସୀରେ ସମୟ କଟାଇବେ ଏବଂ ସାମାଜିକ ସ୍ତରରେ ମଧ୍ୟ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

କୋଣଭାବସ୍ଥ ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ଏକାଧିକଗ୍ରହ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ । ଆତ୍ମୀୟମାନଙ୍କ ସହଯୋଗରେ ଅର୍ଥ ସଂଗ୍ରହ କରିବାରେ ସଫଳତା ହାସଲ କରିବେ । ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । କର୍ମ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ଆପଣଙ୍କ କଥାକୁ ଅଫିସରେ କର୍ତ୍ତୃପକ୍ଷ ସକାରାତ୍ମକତାର ସହ ନେବେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଖୁବ୍‌ ଭଲ ରହିବ । କର୍ମାଧିପ ଏବଂ ରାଶ୍ୟାଧିପଙ୍କ ଶୁଭତ୍ୱ ଦୃଷ୍ଟିକୋଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ପରିବାରରେ ମତଭେଦ କାରଣରୁ ଭୁଲ୍‌ ବୁଝାମଣା ଜନିତ ସମ୍ପର୍କ ହାନି ଘଟିପାରେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । ମହିଳାମାନେ ପରିଧାନ ଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଧୈର୍ଯ୍ୟ ଧରି କାମ କରନ୍ତୁ ଫାଇଦା ହେବ । କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । କିନ୍ତୁ ଆର୍ଥିକ ଅନଟନ ମଧ୍ୟରେ ହାତକୁ ନେଇଥିବା କାମଟି ଅଧାରେ ଅଟକି ଯିବ । ଶୁଭରଙ୍ଗ: ଧଳା । ଆରାଧନା: ବିଷ୍ଣୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନ ବଳ ଦୃଢ ହେବ । ଅତୀତର ସମସ୍ତ କାର୍ଯ୍ୟ ସମାପନ କରିବାରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର କର୍ମୋନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ରାଜନୀତିରେ ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ଶାରିରୀକ ଅସୁସ୍ଥତା ଦେଖା ଦେବ । ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ପାରିବାରିିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ । ବହୁତ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସଙ୍ଗକୁ ନିକଟ ସମ୍ପର୍କୀୟମାନଙ୍କ ସହ କୈାଣସି ନୂତନ କର୍ମାରମ୍ଭର ଯୋଜନା ପ୍ରସ୍ତୁତ କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ । ବୈବାହିକ ଜୀବନ ସୁଖପ୍ରଦ ରହିବ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଦ୍ୱାଦଶଭାବରେ ଶନି ଆପଣଙ୍କୁ କର୍ମଜଞ୍ଜାଳ ମଧ୍ୟରେ ଅନିଦ୍ରାଜନିତ କ୍ଳାନ୍ତି ଓ ଅବସନ୍ନ କରାଇପାରେ । ଶୁଭକାମ କରି ପ୍ରଶଂସିତ ହେବେ କିନ୍ତୁ ମୁଖଭାବରେ ଶନି ପ୍ରଭାବରୁ ଆପଣଙ୍କ ନୀରବତା ଅନ୍ୟମାନଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିବ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀ ମାନଙ୍କ ସହ ବ୍ୟବହାର ଭଲ ରହିବ ଓ ସମୟ ଅବଶ୍ୟ ଖୁସୀରେ କଟିଯିବ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ସାହିତ୍ୟ ଚର୍ଚ୍ଚା, ସଭା ସମିତିରେ ସଫଳତା ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପାରିବାରରେ ସୁଖ ଶାନ୍ତି ଏବଂ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ଭାଗ୍ୟସ୍ଥାନ ପ୍ରତି ଗୁରୁଦୃଷ୍ଟି ନୂତନ କାର୍ଯ୍ୟାରମ୍ଭ ସକାଶେ ଅନୁକୂଳ ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ମିଳିବ । ଅଫିସରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗୁଁ ସମ୍ମାନର ଆଧିକାରୀ ହୋଇପାରିବେ । ଆନୁଷ୍ଠାନିକ, ସଭାସମିତି, ବନ୍ଧୁ ମିଳନ ପାଇଁ ଭଲ ଦିନଟିଏ ଅତ୍ୟନ୍ତ ଭଲ ରହିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ କେତେକ ଘଟଣାରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅବିବାହିତଙ୍କ ଜୀବନରେ ଆଜି ପ୍ରେମ ପ୍ରବେଶ କରିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

Be the first to comment

Leave a Reply

Your email address will not be published.


*