20 ମାର୍ଚ୍ଚ 2020, ଶୁକ୍ରବାର- ମାଆ ସିଦ୍ଧିଦାତ୍ରୀଙ୍କ କୃପାରୁ ୫ଟି ରାଶିର ବ୍ୟକ୍ତିଙ୍କୁ ଆୟର ନୂଆ ସ୍ରୋତ ମିଳିବ । ଘରେ ଆନନ୍ଦଉଲ୍ଲାସରେ

20 ମାର୍ଚ୍ଚ 2020, ଶୁକ୍ରବାର- ମାଆ ସିଦ୍ଧିଦାତ୍ରୀଙ୍କ କୃପାରୁ ୫ଟି ରାଶିର ବ୍ୟକ୍ତିଙ୍କୁ ଆୟର ନୂଆ ସ୍ରୋତ ମିଳିବ । ଘରେ ଆନନ୍ଦଉଲ୍ଲାସରେ ବାତାବରଣ ବଜାୟ ରହିବ । କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । କର୍ମସ୍ଥାନରେ ଶୁକ୍ର ରହିଥିବା ଯୋଗୁଁ ସୁଖ, ସୁବିଧା ସଙ୍ଗେ ସଙ୍ଗେ ଅର୍ଥ ଓ ସମ୍ମାନ ମଧ୍ୟ ପ୍ରାପ୍ତି ହେବାର ଯୋଗ ରହିଛି । ଅଫିସ ସମ୍ବନ୍ଧୀୟ ଚିନ୍ତା ଦୂର ବେବ କିନ୍ତୁ ଅଫିସ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । କାର୍ଯ୍ୟାଳୟ କିମ୍ବା ବ୍ୟବସାୟ କ୍ଷେତ୍ରର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରିବେ । ରାଜନୀତିଜ୍ଞମାନେ ସମାଜରେ ନିଜର ପ୍ରତିପତ୍ତି ବୃଦ୍ଧି କରିପାଇବେ । ସଭାସମିତିରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ ଓ ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ନେବେ । ପରିବାର ସଦସ୍ୟଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ପରିବାରରେ ଶାନ୍ତିର ବାତାବରଣ ରହିବା । ଥକ୍କାପଣ ଯୋଗୁଁ ପରିବାରରେ ସାମାନ୍ୟ ଅସ୍ବାଭାବିକ ପରିସ୍ଥିତି ଉପୁଜିପାରେ । ଦାମ୍ପତ୍ୟ ଜୀବନ ଖୁସିମୟ ରହିବା । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୂର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ରୋହିଣୀ ନକ୍ଷତ୍ର ଯୋଗୁଁ ଆଜି ଆପଣ ପ୍ରତିଟି କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟ, ବାଣିଜ୍ୟ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳ ପାଇବେ । ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାରେ ସମର୍ଥ ହେବେ । ନୂତନ କାର୍ଯ୍ୟ ପାଇଁ ପ୍ରେରଣା ପାଇବ ଓ ଆପଣ ଆରମ୍ଭ କରିବାରେ ସକ୍ଷମ ହେବେ । ଅଫିସର ସହଯୋଗୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ ଓ ଅଫିସର ବାତାବରଣ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ରାଜନୀତିରେ ସ୍ଵାର୍ଥରକ୍ଷା କରିବାରେ ସମୟ ବିତିବ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ, ନଚେତ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆଜି ଅପରାହ୍ନରେ ଦୂରରେ ରହୁଥିବା କୌଣସି ପ୍ରିୟଜନ କିମ୍ବା ବନ୍ଧୁଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ପରିବାର ସହ କୌଣସି ଧାର୍ମିକ ସ୍ଥାନ ପରିଦର୍ଶନରେ ଯିବେ । ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । କର୍ମକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ଟଙ୍କା ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବାଦବିବାଦ, ମାଲି ମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଯଶସ୍ୱୀ ଲାଭ କରିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ କିନ୍ତୁ ପୁନର୍ବସୁ ନକ୍ଷତ୍ର ଯୋଗୁଁ ଆଜି ରାସ୍ତାରେ ଯିବା ସମୟରେ କୌଣସି ଅଜଣା ଲୋକ ସହ ବାକ୍‌-ଅସଂଯୋମତା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହାର ଗୌରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କର ସ୍ଵଭାବ ହାସ୍ୟସ୍ପଦ ରହିବ । ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାରେ ସମର୍ଥ ହେବେ ଏବଂ ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ଅନୁଭବ କରିବେ । କର୍ମକ୍ଷେତ୍ରରରେ ବନ୍ଧୁ ଲାଭ ଓ ପଦୋନ୍ନତିର ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଅଶାନ୍ତି ଭୋଗିବେ । ଶାରିରୀକ ଅସୁସ୍ଥତା ଦେଖା ଦେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ଦାଗ ଆସିବ । ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ଅଶାନ୍ତି ହେବେ । ବିବାହିତାଙ୍କୁ ପାରିବାରିକ ସୁଖ ମିଳିବ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭାସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସୀ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଚାକିରି କରୁଥିବା କର୍ମଜୀବିମାନଙ୍କୁ କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ରାଶିରେ ମଘା ନକ୍ଷତ୍ର ଯୋଗୁଁ ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ, ଅବଶ୍ୟ କିଛି ସମୟ ହଇରାଣ ହେବାକୁ ପଡ଼ିବ । ପ୍ରେମିକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା ପ୍ରସ୍ତୁତ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଦାମ୍ପତ୍ୟ ଜୀବନ ବଢିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ତୃତୀୟସ୍ଥ ଚନ୍ଦ୍ର ମାନସିକ ସ୍ତରକୁ ଶିଥିଳ କରି ରଖିପାରେ । କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି । ମନରେ ସକାରାତ୍ମକ ବିଚାର ଆସିବ । ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ । ସାମାଜିକ ସମାରୋହରେ ଯୋଗ ଦେବାର କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କୁ ନିଜ କାମରେ ସହଭାଗିତା କରାଇ ପାରିବେ । ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ଅଧିକ ହେବ । ଅତୀତର ବିବାଦକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ବାକ୍‌ବିତଣ୍ଡା ସୃଷ୍ଟି ହେବାର ସୂଚନା ରହିଛି । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀର ପୀଡ଼ା କଷ୍ଟକର ହେବ । ମହିଳାମାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଭଲ ରହିବ । ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ, ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଅଫିସରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସ୍ଥଗିତ କାମଟି ଆଜି ହିଁ ଶେଷ କରିବାକୁ ଭାବୁଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପାରେ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିବେ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମାରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରାତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ସାମାନ୍ୟ କଥାରୁ ମତାନ୍ତର ଘଟିଥିବାରୁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ । ତରବର ନ ହୋଇ କାମକଲେ ସମସ୍ୟାର ସରଳ ସମାଧାନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ସ୍ଵାର୍ଥର ବଶବର୍ତ୍ତୀ ହୋଇ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ନିଜ ଉପରେ ଆତ୍ମା ବିଶ୍ଵାସ ରଖନ୍ତୁ । ଆଜି ଆପଣ କୌଣସି କାମ କରିସାରିବା ପରେ ଅନୁତାପ କରିବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ଯୋଗାଯୋଗ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ବ୍ୟବସାୟୀମାନେ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ସହକର୍ମୀଙ୍କ ସହ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ ରହିବ । ଆବଶ୍ୟକୀୟ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ରାଜନୀତିଜ୍ଞମାନେ ପ୍ରସଂଶିତ ହେବେ । ନିଜର ସତର୍କତା ଅଭାବରୁ ଧନ ହାନୀ ଘଟିପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ରାଶିକୁ ଏକାଧିକ ଗ୍ରହ ପ୍ରଭାବିତ କରୁଥିବାରୁ ଅତୀତ ଘଟଣା, ବନ୍ଧୁଙ୍କ ଅବିବେକୀ କାମ, ସହକର୍ମୀଙ୍କ କୂଟନୀତି ଓ ଆତ୍ମୀୟଙ୍କ ବେଖାତି ଆଦି କଥା ସକାଶେ ଅନୁତାପ କରିପାରନ୍ତି । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ସଂପୂର୍ଣ୍ଣ କରିପାରିବେ । କର୍ମକ୍ଷେତ୍ରସ୍ଥ ବନ୍ଧୁମାନଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ସମସ୍ୟା ଦୂର ହେବ । ସରକାରୀ ନେଣଦେଣରୁ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ, ସଂଘର୍ଷ ମଧ୍ୟ ଦେଇ ସମୟ ଅତିବାହିତ କରିବାକୁ ପଡିପାରେ । ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ନିଜ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେଇପାରେ । ଶାରୀରିକ ଅସୁସ୍ଥତା ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ମନରେ ଲାଗି ରହିଥିବା ନକାରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ । ଧନାଧିପତି ଧନସ୍ଥାନକୁ ଦେଖୁଥିବାରୁ ଅର୍ଥଲାଭ ହେଲେ ମଧ୍ୟ ପାପଗ୍ରହ ପ୍ରଭାବରୁ ଝିନଝଟ୍‌ ଭିତରେ ଗତି କରିବାକୁ ପଡିବ । ସାଧାରଣ କଥାରେ ଉତ୍ତେଜିତ ହେବା ଦ୍ୱାରା ପାଖ ପଡୋଶୀ ମାନଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ । କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ । ବ୍ୟବସାୟିକ କଥାବାର୍ତ୍ତା ଲାଗି ଦୂରସ୍ଥାନକୁ ଯାଇପାରନ୍ତି । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ନୂତନ ନିଯୁକ୍ତିର ସୁଯୋଗ ପାଇବେ । ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ଆପଣଙ୍କୁ ନ୍ୟୁନ ଭାବରେ ଦେଖିବେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ନିଜର ସତର୍କତା ଅଭାବରୁ ଧନ ହାନୀ ଘଟିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କଟକଚଣ୍ଡୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ନିଜ ଉପରେ ଆତ୍ମା ବିଶ୍ଵାସ ରଖନ୍ତୁ; ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବ । ଶନିଙ୍କ ଦୃଷ୍ଟିରେ ଶୁକ୍ର ରହିଥିବାରୁ କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅର୍ଥହାନିର ଯୋଗ ରହିଛି । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ବ୍ୟବସାୟରେ କଠିନ ପରିଶ୍ରମ କରିବେ କିନ୍ତୁ ଆଶାତୀତ ଫଳ ଶୀଘ୍ର ମିଳିବ ନାହିଁ । ପିତାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବନ୍ଧୁମାନଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରିବେ । ଖଳ ଲୋକଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କାକୁ ଦେଇପାରେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *