20 ଜୁଲାଇ 2020, ସୋମବାର- ଆଜି ମହାଦେବଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତି ଆଶାତୀତ ପ୍ରତ୍ୟେକ କ୍ଷେତ୍ରରେ

20 ଜୁଲାଇ 2020, ସୋମବାର- ଆଜି ମହାଦେବଙ୍କ କୃପାରୁ ଏହି ୪ଟି ରାଶିର ବ୍ୟକ୍ତି ଆଶାତୀତ ପ୍ରତ୍ୟେକ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ଶୁଣିବାକୁ ପାଇବେ ଖୁସି ଖବର !

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ । ଆଜି ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ । ଆଜି ସବୁ କାମ ଗୁଡିକ ଶୃଙ୍ଖଳିତ ରହିବାରେ ନିଜ ସନ୍ତାନବର୍ଗ କିମ୍ବା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଫଳରେ ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ସମ୍ୟକ ଖଟାମିଠା ରହିବ । ନିଜର ସରଳ ସ୍ଵଭାବବଶତଃ ଅନ୍ୟକୁ ସାହାଯ୍ୟ କରିବେ କିନ୍ତୁ ଅଭାବ ଅସୁବିଧା ବଶତଃ ଧାର କରିବାକୁ ପଡିପାରେ । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିପାରେ । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରିଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ପରିବାର ମଧ୍ୟରେ ପତିଆରା ଦେଖାନ୍ତୁ ନାହିଁ, କାରଣ ଭଲ ବଦଳରେ ତାହା ମନ୍ଦରେ ପରିଣତ ହେବ । କୌଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପୂଜାପାଠରେ ଅଧିକ ସମୟ ବିତିବ । କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ । ନୂତନ ଭାବେ କୈାଣସି କାମ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ତଥାପି କୌଣସି ଅଭାବ ଅସୁବିଧା ହେବ ନାହିଁ । ଅଫିସର ବରବରଣ ସୁସ୍ଥ ରହିବ କିନ୍ତୁ କାର୍ଯ୍ୟଭାର ଅଧିକ ରହିପାରେ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ମିଳିମିଶି ସନ୍ଧ୍ୟାରେ କୌଣସି ବିଷୟ ପ୍ରତି ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ଭାଗ୍ୟସ୍ଥାନରେ ଚାରୋଟି ପାପଗ୍ରହର ପ୍ରଭାବ ଯୋଗୁଁ କାମଗୁଡିକ ଅସମ୍ପୂର୍ଣ୍ଣ ରହିବା କାରଣରୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ମିଳିଲେ ମଧ୍ୟ ଅତ୍ୟାଧିକ କାର୍ଯ୍ୟଭାର ଯୋଗୁଁ ମନରେ ବିରକ୍ତି ଭାବନା ଜାତ ହୋଇପାରେ । ଉଚ୍ଚବର୍ଗର ଲୋକମାନଙ୍କ ସାହାଯ୍ୟରେ ପୂର୍ବରୁ ଲାଗି ରହିଥିବା ସମସ୍ୟା ଦୂରେଇବାରେ ସମର୍ଥ ହେବେ । ଆତ୍ମୀୟଙ୍କ ସହ ସମ୍ପର୍କହାନୀ ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମ୍ୟକ କଳହ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଧର୍ମ କାର୍ଯ୍ୟରେ ସମୟ ବିତିବ । କେନ୍ଦ୍ରସ୍ଥ ଗ୍ରହର ସୁପ୍ରଭାବ ଯୋଗୁଁ ନିଜ ଇଚ୍ଛା ଅନୁସାରେ ଯେକୌଣସି କାର୍ଯ୍ୟ କରନ୍ତି, ସଫଳତା ନିଶ୍ଚୟ ମିଳିବ କିନ୍ତୁ ଆପଣ ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍‌ଫୁଲ୍ଲିତ ହୋଇ କାମକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମନୋଭାବ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ । ବୃଥା ସନ୍ଦେହ କାରଣରୁ ନିଜ ଲୋକମାନଙ୍କୁ ଭୁଲ୍‌ ବୁଝତ୍ପାରନ୍ତି । ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ, ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ଉଚ୍ଚାରୋହୀ ରବି ଅଷ୍ଟମସ୍ଥ ଯୋଗୁଁ ପରିସ୍ଥିତି କେତେକାଂଶରେ ଭଲ ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗି ରହିବ । ପ୍ରତ୍ୟେକ ସ୍ତରରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରି ପାରିବେ । କୈାଣସି ଘଟଣା ନ ବୁଝି କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପାଖ ପଡୋଶୀମାନେ କ୍ରୋଧ ପ୍ରକାଶ କରିପାରନ୍ତି । ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତି ହିଁ ସମସ୍ୟାକୁ ବଢାଇ ଦେଇପାରେ । ପାରିପାର୍ଶ୍ୱିକ ଓ ପାରିବାରରରିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ରହିବ । ଶୁକ୍ରଙ୍କ ସୁଦୃଷ୍ଟିରୁ ସ୍ଵାସ୍ଥ୍ୟ ଭଲ ରହିବ ଏବଂ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଯଦିଓ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ, ତଥାପି ଆରମ୍ଭ କରିଥିବା କାମଟି ଅଟକିବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବା ସଙ୍ଗେ ସଙ୍ଗେ ଉଚ୍ଚଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କରିବେ ଯାହାଫଳରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ଵନ୍ଦରେ ପଡିପାରନ୍ତି । ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀର ସୂଚନା ରହିଛି । ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ଶାରୀରିକ ସୁସ୍ଥତାରେ ବ୍ୟାହତ ଯୋଗୁଁ ମାନସିକ ଦୁଶ୍ଚିତ ବଢିଯିବ । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ଚନ୍ଦ୍ର ଓ ମଙ୍ଗଳଙ୍କ ଉଚ୍ଚାବସ୍ଥାନ ଯୋଗୁଁ ଆର୍ଥିକ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିବା ନାହିଁ କିନ୍ତୁ ଫୋନ ମାଧ୍ୟମରେ ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବେ । କର୍ମକ୍ଷେତ୍ରରେ ନିଷ୍ଠର ସହ କାର୍ଯ୍ୟ କରିବେ ଓ କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କ କାମକୁ ପ୍ରଶଂସା କରିବେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି କିନ୍ତୁ କିଛି ଅସୁବିଧା ହେବନାହିଁ । ସାଧାରଣ କଥାରେ ନିଜ ଲୋକଙ୍କୁ ସନ୍ଦେହ କରିବେ । ଜୀବନସାଥୀଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ ଓ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ମୁଖ ଭାବରେ ମଙ୍ଗଳ ଯୋଗୁଁ ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେଇପାରେ । ସାଧାରଣ କଥାରେ ତର୍କବିତର୍କ ଜନିତ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅଫିସରେ ଭାବପ୍ରବଣ ବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ । ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟକୁ ନେଇ ବିଚଳିତ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଜି ଦିନଟିରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ । ଆଜି ରାଶିରେ ଗ୍ରହମାନଙ୍କ ସୁପ୍ରଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଯେ କୌଣସି ପରିସ୍ଥିତି ଆସୁନା କାହିଁକି ଆପଣ କୈାଣସି କଥାକୁ ଖାତିର ନ କରି ଆଗକୁ ମାଡି ଚାଲିବେ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ସକାରାତ୍ମକ ଚିନ୍ତାଧାରାରେ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ । ପାପଗ୍ରହଯୁକ୍ତ ତୃତୀୟଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ ପ୍ରକାଶ କରିବେ କିନ୍ତୁ କୌଣସି ମତେ ବନ୍ଧୁକୁ ବୁଝାଇବାକୁ ପଡିବ ନଚେତ କ୍ଷତିରେ ପଡିବେ । ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ପାଖ ପଡୋଶୀମାନେ ନିଅଁ।ରେ ଘିଅ ଢାଳିଲା ଭଳି କଥା କହିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ସୁସ୍ଥ ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ କ୍ରମେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବା ଯୋଗୁଁ ମନରେ ଖୁସି ଅନୁଭବ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *