20 ଫେବୃୟାରୀ 2021, ଶନିବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଦୂର ହେବ

20 ଫେବୃୟାରୀ 2021, ଶନିବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଦୂର ହେବ

20 ଫେବୃୟାରୀ 2021, ଶନିବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଦୂର ହେବ ସମସ୍ତ ଦୁଃଖକଷ୍ଟ…

ଆଜି ଆମେ ଆପଣଙ୍କୁ ୨୦ ଫେବୃୟାରୀ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେବାର ପ୍ରଯତ୍ନ କରିବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡିକ ବନ୍ଧୁଙ୍କ ସହଯୋଗରେ ସୁବିଧାରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବାରେ ଅସୁବିଧା ହେବେ ନାହିଁ । ଅବହେଳା କାରଣରୁ ଅନ୍ୟକୁ କୈଫିତ୍‌ ଦେବାକୁ ପଡ଼ିପାରେ । ସାମାଜିକ ସ୍ତରରେ ସ୍ଵାର୍ଥସାଧନ ଆଶାରେ ମିତ୍ରମାନେ ଆପଣଙ୍କ ପ୍ରଶଂସା ଗାଇ ବୁଲିବେ । ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାରର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟକୁ ଗୁରୁତ୍ଵ ଦେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ ଏବଂ ପଦୋନ୍ନତିର ଯୋଗ ରହିଛି । ସାମାଜିକ ସ୍ତରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ରହିବେ । ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିବ । ବନ୍ଧୁଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୂଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ପରିବହନ, କୋର୍ଟକଚେରି ମାମଲାକୁ କେନ୍ଦ୍ର କରି ଚିନ୍ତିତ ରହିବେ । ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା ରହିଲେ କିଛି ଅଘଟଣା ଘଟିପାରେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ଚଞ୍ଚଳତା ରହିବ ନାହିଁ । ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ । ଆକସ୍ମିକ କଳହ ସାଙ୍ଗକୁ ସହକର୍ମୀ କିମ୍ବା ପଡୋଶୀମାନଙ୍କ ସହ ସମ୍ପର୍କରେ ବିଭ୍ରାଟ ଘଟିବ । ବ୍ୟବସାୟ ବାଣିଜ୍ୟରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ଆଜି ଅଫିସରେ ସହକର୍ମୀମାନେ ଅସହଯୋଗ କରିବା ସହ ଆପଣଙ୍କ କାର୍ଯ୍ୟକୁ ନେଇ ନାନା ପ୍ରକାର ସମାଲୋଚନା କରିବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ନିର୍ମାଣ କାର୍ଯ୍ୟ କିମ୍ବା ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ଵାକ୍ଷରିତ ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଗୃହାପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା:ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କୌଣସି ଅତୀତ ଘଟଣା ସକାଶେ ଅନୁତାପ କରିପାରନ୍ତି । ବିଶେଷ କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ସୁସ୍ଥ ମାନସିକତାରୁ ବଂଚିତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଅଶାନ୍ତିର କାରଣ ପାଲଟିଯିବାର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ଭାନ୍ଧୀୟ କୌଣସି ଚିନ୍ତା ରହିବ ନାହିଁ । ଅର୍ଥସଂକଟ କିମ୍ବା ଅସହଯୋଗ କାରଣରୁ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ ଓ କ୍ରୀଡା,ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ । ଜୀବନରେ ମଉଜ ମଜଲିସ ପାଇଁ ସୁନ୍ଦର ଅବସର ମିଳିବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯଥାରୀତି ଭାବରେ କାର୍ଯ୍ୟ ସମ୍ପନ୍ନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ମନ ବୁଝିଲା ଭଳି କଥା କହି ପରକୁ ମଧ୍ୟ ଆପଣାର କରିବାରେ ସମର୍ଥ ହେବେ । ପୂର୍ବରୁ କରିଥିବା ପରିଶ୍ରମରୁ ଆଜି ଆପଣଙ୍କୁ ଲାଭ ମିଳିବ । ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ । ବ୍ୟବସାୟ, ବାଣିଜ୍ୟରେ ସମସ୍ୟା ଦୂର ହେବ ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଅଫିସ ପରିସରର ବାତାବରଣ ସୁସ୍ଥ ନିରାମୟ ରହିବ । ଅଫିସରେ ପରସ୍ପରକୁ ସହଯୋଗ କରି କାର୍ଯ୍ୟକୁ ସୁରୁଖୁରୁରୁରେ ସମ୍ପର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦରେ ପଡିବେ । ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଆଶାନୁରୂପକ ଫଳ ପାଇବାର ଆଶା କରାଯାଇପାରେ । କୈାଣସି ଖଳ ଲୋକଙ୍କ କଥାରେ ପଡି ହଇରାଣ ହରକତ ହୋଇପାରନ୍ତି । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପାରେ । କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜସ୍ଵ ଉଦ୍ୟମରେ ବ୍ୟବସାୟର ପ୍ରଚାର ପ୍ରସାର କରି ଲାଭବାନ ହୋଇପାରିବେ । ଆର୍ଥିକ ସ୍ଥିତି ଅପେକ୍ଷାକୃତ ଭଲ ରହିବ । ଅଫିସରେ ସହକର୍ମୀଙ୍କ ଜଣକ ସାଧାରଣ କଥାକୁ କେନ୍ଦ୍ର କରି କଳହ କରିପାରେ । ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ସଭାସମିତିରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ତରବର ନ ହୋଇ କାମ କଲେ ସମସ୍ୟା ସରଳ ସମାଧାନ କରିବାରେ ସମର୍ଥ ହେବେ । ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଉଦ୍ୟମ ଜାରି ରଖିବେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟ,ବାଣିଜ୍ୟରେ ସମସ୍ୟା ଦୂରେଇ ଯିବା ସଙ୍ଗେସଙ୍ଗେ ଆଶାତୀତ ଲାଭବାନ୍ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା କାରଣରୁ ଋଣ ପରିଶୋଧ କରିବାକୁ ଚିନ୍ତା କରିବେ । ଅଫିସରେ କୌଣସି ନୂତନ ଦାୟିତ୍ଵ ମିଳିପାରେ । ଆଜିର ବୈଠକ ଓ ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ବିବାଦୀୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରର ସୁଖ ଶାନ୍ତି ଅକ୍ଷୁଣ୍ଣ ରହିପାରିବ । ଦାମ୍ପତ୍ୟ ଜୀବନ ବେଶ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାଗ୍ୟର ସହଯୋଗରେ ବିନା ବାଧାବିଘ୍ନରେ ଆଗକୁ ବଢିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଙ୍ଗକୁ ମନ ବୁଝିଲା ଭଳି କଥା କହି ଆପଣେଇ ନେବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅନୁରୋଧ କ୍ରମେ ମନୋରଞ୍ଜନ କାର୍ଯ୍ୟକଳାପ ଦିଗପ୍ରତି ମନରେ ଆଗ୍ରହ ଜନ୍ମିବ । ଅଫିସରେ ଉଚ୍ଚ-ଅଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । ସତର୍କତାର ସହ ଜଗିରହି କାର୍ଯ୍ୟ କରନ୍ତୁ, ପୂର୍ବରୁ ଶତ୍ରୁତା ଜରୁଥିବା ବ୍ୟକ୍ତିମାନଙ୍କ ସକ୍ରିୟତା ବୃଦ୍ଧି ପାଇପାରେ । ରାଜନୈତି, ପ୍ରସାଶନ, ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ । ସହକର୍ମୀଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଗୃହରେ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କଙ୍କ ସହ ଆଲୋଚନା କରିବେ । ସ୍ଵସ୍ଥ୍ୟାବସ୍ଥା ଉନ୍ନତ ରହିଲେ ମଧ୍ୟ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମନରେ କ୍ଳାନ୍ତ ଅନୁଭବ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ମିଶ୍ରଣ ଫଳ ପ୍ରଦାନ କରିବ । କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି । କିନ୍ତୁ ମନେ ରଖନ୍ତୁ ଦୁଃସାହସିକ ପଦକ୍ଷେପ ନେଇ ଅନ୍ୟମାନଙ୍କ ସମ୍ମୁଖରେ ସମ୍ମାନିତ ହେବେ ସତ କିନ୍ତୁ ପ୍ରତ୍ୟେକ୍ଷରେ ଆପଣ ନିଜେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ । ଅଫିସର କେତେକ କାମରେ ପ୍ରତିବନ୍ଧକ ଲାଗି ରହିଥିଲେ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । କୌଣସି ସଭାସମିତି କାର୍ଯ୍ୟରେ ସାମିଲ ହୋଇପାରନ୍ତି । କୋର୍ଟକଚେରୀର ରାୟ ଆପଣଙ୍କ ସପକ୍ଷ ରହିବ । ସନ୍ତାନମାନଙ୍କ ଭବିଷୟତାକୁ ନେଇ ଚିନ୍ତିତ ରହିବେ । ପାରିବାରିକ ଚଳଣି ଠିକଠାକ ରହିଲେ ମଧ୍ୟ କେତେକ ବ୍ୟତିକ୍ରମକୁ ନେଇ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ:ଲାଲ । ଆରାଧନା: ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସମୟ ଓ ପାରିପାର୍ଶ୍ୱିକ ପରିସ୍ଥିତି ବଦଳିଯିବା କାରଣରୁ ମନକୁ ସମ୍ୟକ ଆଶ୍ୱସ୍ତି ମିଳିବ । ଦୀର୍ଘ ଦିନରୁ ଯେଉଁ କାର୍ଯ୍ୟ ନିମନ୍ତେ ଚିନ୍ତିତ ଥିଲେ ଆଜି ହଠାତ୍ ସେହି କାର୍ଯ୍ୟ କରିବା ପାଇଁ ମନ ବଳାଇବେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ସହଯୋଗରେ ସମାଧାନର ମାର୍ଗ ଖୋଜିପାଇବେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ସମ୍ୟକ୍ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । କୌଣସି ଚୁକ୍ତିପତ୍ରରେ ଦସ୍ତଖତ କରିବା ସମୟରେ ଭାବରେ ପଢନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ବୟସ୍କଙ୍କ ସହ ଆଲୋଚନା କରନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିଲେ ମଧ୍ୟ ମାନସିକ ସ୍ତରରେ ଅଯଥା ଆଶଙ୍କା ମନ ବିଚଳିତ ରହିବ । ସହଧର୍ମୀଙ୍କ ପ୍ରେରଣାରେ କେତେକ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ପାଇ କେତେକାଂଶରେ ଉପକୃତ ହେବେ । ଅର୍ଥସଂକଟ ଦୂର ହେବ ସହ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ମଧ୍ୟ ଦୂର ହେବ । ବ୍ୟବସାୟକୁ ନେଇ ଦୂରଯାତ୍ରା କରିବାକୁ ପଡିପାରେ । ଅଫିସରେ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସ୍ଵାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ । ପରିବହନ, ନିର୍ମାଣ ଓ ପ୍ରକାଶନ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଛୋଟ ଛୋଟ କଥାକୁ ଧରି ବସିଲେ ପରିବାରରେ ଅଶାନ୍ତିର ପରିବେଶ ସୃଷ୍ଟି ହେବ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସ୍ଵାସ୍ଥ୍ୟହାନି କାରଣରୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ସକାରାତ୍ମକ ଚିନ୍ତାଧାରା ବଜାୟ ରହିବ । ଦୀର୍ଘ ଦିନରୁ ଅତିକିଥିବା କାମ ବନ୍ଧୁମାନଙ୍କ ଦ୍ୱାରା ସମ୍ପନ୍ନ କରିନେବେ । ନିଜର ବିଚାରଧାରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ସଙ୍ଗକୁ ଅର୍ଥ ଓ ଦ୍ରବ୍ୟ ଲାଭ ହେବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ । ଅଫିସରେ ଆୟୋଜିତ ବୈଠକରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଳା, କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ତଥା ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ କିମ୍ବା ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ତାହା ଆପଣଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ବିଶେଷ କିଛି ପ୍ରଭାବ ପକାଇବା ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *