20 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ସମାଜରେ

20 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ସମାଜରେ

20 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ । ସମାଜରେ ମାନସମ୍ମାନ ବୃଦ୍ଧି ହେବ, ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆମେ ଆପଣଙ୍କୁ ୨୦ ଅଗଷ୍ଟ, ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପ୍ରତ୍ୟେକ କାମ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବାରେ ସମ୍ୟକ ଅସୁବିଧା ସୃଷ୍ଟି ହୋଇପାରେ । ବକ୍ରୀ ଶନି ଉତ୍ତରାଷାଢ଼ା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଆଜି ଆପଣ ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଶିଥିଳତା ମନକୁ ବିଭ୍ରାନ୍ତ କରିବ । ସମସ୍ୟା ରହିଥିବାରୁ ପ୍ରତି ମୁହୂର୍ତ୍ତରେ ପ୍ରତିକୂଳ ପରିସ୍ଥିତିର ଚାପ ମଧ୍ୟ କମିବ ନାହିଁ । ଅଫିସରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ପରିବାରରେ ହସଖୁସିର ମହୋଲ କାଏମ ରହିବ । ଜୀବନ ସାଥୀ ଦ୍ୱାରା ଦିଆଯାଇଥିବା ଉପହାର ଆପଣଙ୍କୁ ପ୍ରେମରେ ପରିପୂର୍ଣ୍ଣ କରିବ । ଶୁଭରଙ୍ଗ: ନୀଳ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ରବି ସହ ଚନ୍ଦ୍ର ଓ ବୁଧ ଚତୁର୍ଥଭାବସ୍ଥ ଯୋଗୁଁ ପରକୁ ମଧ୍ୟ ଆପଣର କରିପାରିବେ । ଆପଣଙ୍କର ଉକୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ଅଫିସିଆଲି କାମ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ଉପସ୍ଥିତି ବୃଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ପରିସ୍ଥିତିବଶତଃ ଆତ୍ମୀୟଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ସ୍ୱାଭାବିକ ରୂପେ ଭଲ ରହିବ ଏବଂ ମନରେ ଅଜସ୍ର ଉତ୍ସାହ ଓ ଶକ୍ତି ଅନୁଭବ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବୃହସ୍ପତି ପୂର୍ବାଷାଢ଼ା ନକ୍ଷତ୍ରସ୍ଥ ହେତୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ ଓ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମଧ୍ୟ ପାଇବେ । ଜଣେ ଅଭିଜ୍ଞ ଏବଂ ନିର୍ଭରଯୋଗ୍ୟ ବ୍ୟକ୍ତିଙ୍କଠାରୁ ପରାମର୍ଶ ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ସାମାଜରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ଆର୍ଥିକ ନେଣଦେଣକୁ ଭିତ୍ତି କରି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରିବେ । ପାରିବାରିକ ସ୍ତରରେ ହସଖୁସି ବଜାୟ ରହିବ । କଥାବାର୍ତ୍ତାରେ ସଂଯମ ରକ୍ଷା କରନ୍ତୁ ଏବଂ ବିବାଦୀୟ ପରିସ୍ଥିତିରୁ ଦୂରରେ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ କଅଁଳିଆ କଥା କହି ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଦୀର୍ଘଦିନର ଆଶା ଫଳବତୀ ହେବ । ବନ୍ଧୁଙ୍କ ନିକଟରୁ କୌଣସି ଶୁଭ ଖବର ପାଇବେ । କର୍ମକ୍ଷେତ୍ରରେ ଆଗ୍ରହ ସହିତ ପ୍ରତିଟି କାର୍ଯ୍ୟ ସମ୍ପର୍ଣ୍ଣ କରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ଅଫିସରେ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକଳାପର ଦୋଷ ଖୋଜିବେ, ଯାହାଫଳରେ ସମାଲୋଚନାର ପାତ୍ର ହୋଇପାରନ୍ତି । ସ୍ଥଗିତ କାର୍ଯ୍ୟ ସକାଶେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିପାରେ । ପରିବାରରେ ଭୁଲ୍ ବୁଝାମଣା ହେତୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ସମସ୍ୟା ଓ ପ୍ରତିବାନ୍ଧକ ମଧ୍ୟ ଦେଇ ଗତି କରିବେ । ଶୁକ୍ର ଦେବଗୁରୁଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଯୋଗୁଁ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ କଲେ ଉପକୃତ ମିଳିବ । ବନ୍ଧୁଙ୍କ ପରୋକ୍ଷ ବିରୋଧୀ ମନୋଭାବ ଯୋଗୁଁ ସାମାଜିକ ସ୍ତରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିପାରେ । ସତର୍କତା ଅଭାବରୁ ବ୍ୟବସାୟରେ ପ୍ରତାରଣାର ଶିକାର ହୋଇପାରନ୍ତି । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଅତୀତର ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରୟାସ କରିବେ ଓ ପରିଶେଷରେ ଉପକୃତ ମଧ୍ୟ ହେବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ବୈବାହିକ ଜୀବନରେ ସାମାନ୍ୟ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଆଖଣ୍ଡଳମଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ନୂଆ କାର୍ଯ୍ୟକୁ ନେଇ ମନରେ ଉତ୍ସାହିତ ଜନ୍ମିବ । ଭାଗ୍ୟ ସ୍ଥାନକୁ ଶୁଭଗ୍ରହଙ୍କ ଦୃଷ୍ଟି ଫଳରେ ଯାହା ଚିନ୍ତା କରୁଛନ୍ତି, ସେହି ଅନୁସାରେ ହିଁ କାମଗୁଡିକ ସମ୍ପନ୍ନ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଛୋଟିଆ ଛୋଟିଆ କାର୍ଯ୍ୟଗୁଡିକୁ ହାତକୁ ନେଇ ଅଯଥାରେ ଅଧିକ ଚିନ୍ତା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କୌଣସି ଅଭାବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କେତେକ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ସମର୍ଥନ ଅଭାବରୁ ଆପଣଙ୍କ ମନୋବଳ ମଧ୍ୟ ଦୁର୍ବଳ ହୋଇପାରେ । ନିକଟ ସମ୍ପର୍କୀୟମାନଙ୍କ ଅସାବଧନତା ଯୋଗୁଁ ମନରେ ସରସତା ରହିବ ନାହିଁ । ଶ୍ୱାସ ରୋଗ ସମ୍ବନ୍ଧୀୟ ସମସ୍ୟା ଉତ୍କୃଷ୍ଟ ହୋଇପାରେ । ଦାମ୍ପତ୍ୟ ଜୀବନରେ ସହଧର୍ମୀଙ୍କ ସହଯୋଗ ମନୋବଳକୁ ଦୃଢ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଭବିଷ୍ୟତର ଅସୁବିଧା କଳ୍ପନା କରି ମାନସିକ ଅବସାଦର ଶିକାର ହୋଇପାରନ୍ତି । ଏକାଦଶସ୍ଥ ସ୍ଥାନରେ ତିନୋଟି ଗ୍ରହ ଆପଣଙ୍କୁ ଅର୍ଥଲାଭ କରାଇବା ସହ ଅଭିଳାଷ ପୂରଣ କରାଇବାରେ ସାହାଯ୍ୟ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଅଫିସରେ ଅଧିକ ଦାୟିତ୍ଵ ବହନ କରିବେ ଓ ସହକର୍ମୀଙ୍କ ସମ୍ପର୍କ ଭଲ ରହିବ । ଆପଣ ସାମାଜିକ ସ୍ତରରେ ଅଧିକ ବ୍ୟସ୍ତ ରହିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ପ୍ରଶାସନ ଠାରୁ ସହାୟତା ମିଳିବର ସୂଚନା ରହିଛି । ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କ ପ୍ରତି ଲୋକମାନଙ୍କ ବିଶ୍ଵାସ ଅକ୍ଷୁଣ୍ଣ ରହିବ । ଆଜିର ଗ୍ରହ ସ୍ଥିତି ଆପଣଙ୍କ ସକାଶେ ବିଶେଷ ଭାବରେ ଅନୁକୂଳ ରହିବ, । କର୍ମକ୍ଷେତ୍ରରେ ବୀରତ୍ଵର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ କିନ୍ତୁ କାର୍ଯ୍ୟ ଭାର ଅଧିକ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ଉତ୍ସାହ ଓ ଆତ୍ମବିଶ୍ଵାସର ସଂପୂର୍ଣ୍ଣ ଲାଭ ଉଠାଇବେ ଓ କଠିନରୁ ଅତି କଠିନ କାର୍ଯ୍ୟକୁ ମଧ୍ୟ ସହଜରେ ସମ୍ପାଦନ କରିପାରିବେ । କିନ୍ତୁ ଆଜି କୌଣସି ବିଷୟକୁ ନେଇ ଅଧିକ ତର୍କବିତର୍କ କରନ୍ତୁ ନାହିଁ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ପରିବାରରେ ବୟୋଜେଷ୍ଟଙ୍କ ସହ ଆଗାମୀ ଭବିଷ୍ୟତକୁ ନେଇ ଆଲୋଚନା କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ । କାରବାରରେ ସ୍ଥଗିତ କାମ ପୂରା କରିବାକୁ ପ୍ରୟାସ କରିବେ । ଦୂର ସମ୍ପର୍କୀୟଙ୍କ ସହ ସୁଖଦ ବାର୍ତ୍ତାଳାପ କରିବେ । ଆଜି ଲକ୍ଷ୍ମୀସ୍ଥାନରେ ମଙ୍ଗଳ ଅବସ୍ଥାନ ଯୋଗୁଁ ଗୃହରେ ଶାନ୍ତି ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ମଧ୍ୟ ପ୍ରଶଂସିତ ହେବେ । କ୍ୟାରିୟରରେ ଆଗକୁ ଯିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ ଓ କୃତ୍ତକାର୍ଯ୍ୟ ମଧ୍ୟ ହେବେ । ଆଜି ଆପଣଙ୍କ ଅଫିସ କାର୍ଯ୍ୟାଳୟରେ ପରିବେଶ ଭଲ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହେବେ । ପରିବାର ସଦସ୍ୟଙ୍କ ସହାୟତା ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବା କାରଣରୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନର ଭାବକୁ ହଠାତ ପ୍ରକାଶ କରନ୍ତୁ ନାହିଁ । ଶୁକ୍ରଙ୍କ ସୁପ୍ରଭାବରୁ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସୁରୁଖୁରୁରେ ସମ୍ପାଦନ କରିପାରିବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ । ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଅଫିସରେ ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟରେ ସମାପ୍ତ ହେବ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ନିଜର ଦୃଢ ମନୋବଳ ଓ ପରିବାରର ସମର୍ଥନ ଯୋଗୁଁ କୌଣସି ଦୃଢ ନିଷ୍ପତ୍ତି ନେଇପାରନ୍ତି, ଯାହା ଆପଣଙ୍କ ଭବିଷ୍ୟତରେ ଅଭାବକୁ ମେଣ୍ଟାଇପାରିବ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ । ଷଷ୍ଠାଧିପ ଚନ୍ଦ୍ର ସପ୍ତମସ୍ଥ ଯୋଗୁଁ ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟରେ ସ୍ଥିତି ଅତି ଶୋଚନୀୟ ରହିବ । ବିଭିନ୍ନ ପ୍ରକାର ଘାତପ୍ରତିଘାତ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ମିଳିବ । କିନ୍ତୁ ପରିବାରର ଖର୍ଚ୍ଚ ତୁଲାଇବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ପ୍ରିୟବନ୍ଧୁଙ୍କ ସାହାଯ୍ୟରେ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କାମ କରିଲେ ଅସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । ମଙ୍ଗଳ ଭାଗ୍ୟସ୍ଥାନରେ ରହିଥିବାରୁ କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଉନ୍ନତିମାନର ରହିବ । ଅଫିସରେ ଆପଣଙ୍କର ନିଷ୍ଠାର ସହ କାର୍ଯ୍ୟ କରିବେ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟଗୁଡିକ ସମାପ୍ତ କରିପାରିବେ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଅତ୍ୟନ୍ତ ପ୍ରସନ୍ନ ହେବେ । କିନ୍ତୁ ସାମାଜିକ କ୍ଷେତ୍ରରେ କେତେକ ସୁଯୋଗ ହାତପାହାନ୍ତାରେ ଖସି ଯାଇପାରେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ପରିବାରର ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

Leave a Reply

Your email address will not be published. Required fields are marked *