ଚାଣକ୍ୟ ନୀତି : ଯେଉଁମାନଙ୍କର ରହିଥାଏ ଏହି ୮ଟି ଅଭ୍ୟାସ ସେମାନେ ଜୀବନରେ କେବେ ମଧ୍ୟ ଧନୀ ହୋଇପାରନ୍ତି ନାହିଁ ! ଏହି ଅଭ୍ୟାସଗୁଡିକ ଆପଣଙ୍କ ଠାରେ ନାହିଁ ତ ? ଆସନ୍ତୁ ଜାଣିବା…

ଚାଣକ୍ୟ ନୀତି : ଯେଉଁମାନଙ୍କର ରହିଥାଏ ଏହି ୮ଟି ଅଭ୍ୟାସ ସେମାନେ ଜୀବନରେ କେବେ ମଧ୍ୟ ଧନୀ ହୋଇପାରନ୍ତି ନାହିଁ ! ଏହି ଅଭ୍ୟାସଗୁଡିକ ଆପଣଙ୍କ ଠାରେ ନାହିଁ ତ ? ଆସନ୍ତୁ ଜାଣିବା…

ଆମ ସମସ୍ତଙ୍କ ଠାରେ କିଛି ଭଲ ଗୁଣ ରହିବା ସଙ୍ଗେ ସଙ୍ଗେ କିଛି ଖରାପ ଗୁଣ ମଧ୍ୟ ରହିଥାଏ । କୌଣସି ବ୍ୟକ୍ତି ସଂପୂର୍ଣ୍ଣ ଭାବରେ ସଚ୍ଚୋଟ ହୋଇନଥାନ୍ତି । କିନ୍ତୁ କିଛି ଲୋକଙ୍କ ଅଭ୍ୟାସରେ ଅନ୍ୟମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର (ଯାହାକୁ ବର୍ତ୍ତମାନ ପାଟଣା ନାମରେ ଜଣାଯାଉଛି)ର ମହାନ ବିଦ୍ୱାନ ଥିଲେ । ଚାଣକ୍ୟ ତାଙ୍କର ନ୍ୟାୟପ୍ରିୟ ଆଚରଣ ଯୋଗୁଁ ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି । ସେ ବିଶାଳ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ସେ ଏକ ସାଧାରଣ କୁଟିଆରେ ବାସ କରୁଥିଲେ । ସେ ଲୋକଙ୍କ ଭଳି ସାଧାରଣ ଜୀବନ ଯାପନ କରୁଥିଲେ । ଚାଣକ୍ୟ ନିଜ ଜୀବନ ଠାରୁ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ ଏମିତି କିଛି କଥା କୁହାଯାଇଛି, ଯାହାକୁ ଯଦି ବ୍ୟକ୍ତି ତ୍ୟାଗ କରିଦିଏ; ତେବେ ବ୍ୟକ୍ତି କେବେ ମଧ୍ୟ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଏହି ଅଭ୍ୟାସକୁ ପରିତ୍ୟାଗ କରିଥିବା ବ୍ୟକ୍ତି କେବେ ମଧ୍ୟ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିନଥାଏ :

• ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ କେବେ ମଧ୍ୟ ମିଥ୍ୟାର ସମର୍ଥନ କରିବା ଉଚିତ ନୁହେଁ । ମିଥ୍ୟାର ସମର୍ଥନ କରୁଥିବା ବ୍ୟକ୍ତି ସର୍ବଦା ଗରିବଙ୍କ ଭଳି ଜୀବନ ଅତିବାହିତ କରିଥାଏ । ଏପରି ବ୍ୟକ୍ତି ସର୍ବଦା ସାରା ଜୀବନ ଦରିଦ୍ରତା ସୀମା ରେଖା ତଳେ ହିଁ ରହିଥାନ୍ତି । ଏଥିପାଇଁ ସର୍ବଦା ସତ୍ୟର ସହାୟକ ହେବା ଉଚିତ ।

• ବ୍ୟକ୍ତିକୁ ସର୍ବଦା ସଫା ସୁତୁରା କପଡା ପିନ୍ଧିବା ଉଚିତ । ଯେଉଁ ବ୍ୟକ୍ତି ମଇଳା ପୋଷାକ ପିନ୍ଧନ୍ତି ଏବଂ ନିଜର ସଫା ସୁତୁରା ଉପରେ ଧ୍ୟାନ ଦିଅନ୍ତି ନାହିଁ, ଏହିପରି ଲୋକ କେବେ ଧନୀ ହୋଇ ପାରନ୍ତି ନାହିଁ । କାହିଁକି ନା ସ୍ୱଚ୍ଛ ଶରୀରରେ ହିଁ ଲକ୍ଷ୍ମୀଙ୍କ ବାସ ରହିଥାଏ ।

• କିଛି ଲୋକ ପେଟ ଭରି ଯିବା ପରେ ମଧ୍ୟ ଖାଦ୍ୟ ଖାଇଥାନ୍ତି । ଖାଇବା ଦ୍ଵାରା ତାଙ୍କର ପେଟ ତୋ ଭରି ଯାଇଥାଏ କିନ୍ତୁ ମନ ଭରିନଥାଏ । ଚାଣକ୍ୟ ନୀତି ଅନୁସାରେ ଏହିପରି ଲୋକଙ୍କ ଘରେ କେବେ ମଧ୍ୟ ଟଙ୍କା ରହିନଥାଏ; ଯେଉଁମାନେ କି ଆବଶ୍ୟକରୁ ଅଧିକ ଖାଦ୍ୟ ଖାଇଥାନ୍ତି । ଏଥିପାଇଁ ବ୍ୟକ୍ତିକୁ ସର୍ବଦା ନିୟନ୍ତ୍ରଣରେ ହିଁ ଖାଇବା ଉଚିତ ।

• ଯେଉଁ ବ୍ୟକ୍ତି ନିଜର ଦାନ୍ତକୁ ସଫା କରୁନଥିବେ ଏବଂ ଯାହା ମୁହଁରେ ଦୁର୍ଗନ୍ଧ ବାହାରୁଥାଏ, ସେହିପରି ଲୋକଙ୍କ ଘରେ କେବେ ମଧ୍ୟ ମାତା ଲକ୍ଷ୍ମୀ ବାସ କରିନଥାନ୍ତି । ମାତା ଲକ୍ଷ୍ମୀ ସର୍ବଦା ସେହିପରି ଲୋକଙ୍କ ଠାରୁ ଦୂରେଇ ରୁହନ୍ତି । ଏହିପରି ବ୍ୟକ୍ତିମାନେ ସର୍ବଦା ଦରିଦ୍ରତାରେ ହିଁ ଜୀବନ ଅତିବାହିତ କରିଥାନ୍ତି ।

• ଏହା ବ୍ୟତୀତ ସେହି ଲୋକ ମଧ୍ୟ କେବେ ଧନବାନ ହୋଇନଥାଏ; ଯିଏକି ସୂର୍ଯ୍ୟଉଦୟ ପରେ ଉଠିଥାଏ । ଚାଣକ୍ୟଙ୍କ ଅନୁସାରେ ପରିଶ୍ରମୀ ସେହି ବ୍ୟକ୍ତିଙ୍କୁ କୁହାଯଏ; ଯିଏକି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିଜର ଦିନଚର୍ଯ୍ୟା ଆରମ୍ଭ କରିଥାଏ । ଅଳସୁଆ, କାମଚୋର ଏବଂ ନିଦରେ ମଗ୍ନ ରହୁଥିବା ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ କେବେ ତାଙ୍କ କୃପା ବର୍ଷନ୍ତି ନାହିଁ ।

• ଯେଉଁ ବ୍ୟକ୍ତିମାନେ, ମହିଳାମାନଙ୍କୁ ସମ୍ମାନିତ ବା ଇଜ୍ଜତ କରିନଥାନ୍ତି ଏବଂ କଥା କଥାରେ ମହିଳାଙ୍କୁ ଧିକ୍କାର କରିଥାନ୍ତି, ସେହିପରି ଲୋକଙ୍କ ଘରେ ମାତା ଲକ୍ଷ୍ମୀ କେବେ ମଧ୍ୟ ବାସ କରିନଥାନ୍ତି । କାହିଁକି ନା ହିନ୍ଦୁ ଧର୍ମରେ ସ୍ତ୍ରୀମାନଙ୍କୁ ଲକ୍ଷ୍ମୀ ରୂପରେ ମାନ୍ୟତା ଦିଆଯାଇଛି ଏବଂ ସ୍ତ୍ରୀମାନଙ୍କ ଅପମାନ ଲକ୍ଷ୍ମୀଙ୍କ ଅପମାନ ସହ ସମାନ ।

• ଯେଉଁ ବ୍ୟକ୍ତି ରୋଷେଇ ଘରକୁ ସଫା ସୁତୁରା କରି ରଖିନଥାନ୍ତି, ସେମାନଙ୍କ ଘରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ । କିଛି ଲୋକଙ୍କ ଅଭ୍ୟାସ ରହିଥାଏ ଯେ, ସେମାନେ ଖାଦ୍ୟ ଖାଇବା ପରେ ସମସ୍ତ ଆଇଁଠା ବାସନ ଏକତ୍ର କରି ରଖିଦିଅନ୍ତି । ଅନ୍ୟ କିଛି ଘରେ ତୋ ଦୁଇ ତିନି ଦିନ ପର୍ଯ୍ୟନ୍ତ ଅଇଁଠା ବାସନ ଜମା ହୋଇ ରହିଥାଏ । ଏହିପରି ଘରେ ସର୍ବଦା ଟଙ୍କାର ଅଭାବ ଦେଖା ଦେଇଥାଏ । ସେଥିପାଇଁ ସର୍ବଦା ରୋଷେଇ ଘରକୁ ସଫା ସୁତୁରା କରି ରଖିବା ଉଚିତ ।

• ଯେଉଁ ବ୍ୟକ୍ତି ଅନ୍ୟଠରୁ ମାଗି ଆଣିଥିବା ଜିନିଷକୁ ଅତି ଶୀଘ୍ର ଫେରସ୍ତ କରିନଥାନ୍ତି ଏବଂ ସଦାସର୍ବଦା ପାଇଁ ସେହି ଜିନିଷକୁ ନିଜ ପାଖରେ ରଖି ଦେଇଥାନ୍ତି । ଏହିପରି ଲୋକମାନେ କେବେ ଧନୀ ହୋଇପାରନ୍ତି ନାହିଁ । ଏଥିପାଇଁ ଅନ୍ୟର ଜିନିଷ ହେଉ କିମ୍ବା ଟଙ୍କା କାମ ହୋଇଯିବା ପରେ ଫେରସ୍ତ କରିଦେବା ଉଚିତ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରୁ ସଂଗୃହିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *