ବାର୍ଷିକ ରାଶିଫଳ  : ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ନୂତନ ବର୍ଷ ୨୦୨୧ ମସିହାଟି ! ପଢନ୍ତୁ ଆପଣଙ୍କ ରାଶିଫଳ…

ବାର୍ଷିକ ରାଶିଫଳ : ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ନୂତନ ବର୍ଷ ୨୦୨୧ ମସିହାଟି ! ପଢନ୍ତୁ ଆପଣଙ୍କ ରାଶିଫଳ…

ନୂତନ ବର୍ଷ ସଦା ସର୍ବଦା ନିଜ ସହ ନୂତନ ଆଶା ନେଇ ଆସିଥାଏ । ନୂତନ ବର୍ଷ ୨୦୨୧ ମସିହାର ଆରମ୍ଭ ହୋଇସାରିଛି । ଏବଂ ଏହି ନୂତନ ବର୍ଷ ଠାରୁ ଲୋକମାନଙ୍କର ବହୁତ ନୂତନ ଆଶା ରହିଥିବ । କିଛି ଲୋକଙ୍କ ମନରେ ଏଭଳି ମଧ୍ୟ ପ୍ରଶ୍ନ ରହିଥିବ ଯେ, ୨୦୨୧ ମସିହା ଆମ ପାଇଁ କିପରି ରହିବ ? ଏହିବର୍ଷ ଆମ ଜୀବନରେ କେଉଁ କେଉଁ ପରିବର୍ତ୍ତନ ହେବ । ତେବେ ଆଜିର ଏହି ବାର୍ଷିକ ରାଶିଫଳରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ବର୍ଷର ରାଶିଫଳ ବିଷୟରେ କହିବାକୁ ଯାଉଛୁ । ଏହି ବାର୍ଷିକ ରାଶିଫଳରେ ଆମେ ଆପଣଙ୍କୁ ଜୀବନରେ ହେଉଥିବା ଗୋଟିଏ ବର୍ଷର ଘଟଣା ବିଷୟରେ ଆଲୋଚନା କରିବା, ତେବେ ଜାଣିବାପାଇଁ ବାର୍ଷିକ ରାଶିଫଳ ୨୦୨୧ ମସିହାଟି ବିଷୟରେ ପଢନ୍ତୁ ।

ମେଷ ରାଶି:-

ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ବର୍ଷ ଚାକିରୀ କ୍ଷେତ୍ରରେ ସିନିୟର ମାନେ ଆପଣଙ୍କ ସମର୍ଥନ କରିବେ । ନୂତନ ବର୍ଷରେ ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଭାଇ ଭଉଣୀ ଏବଂ ପରିଜନ ପକ୍ଷରୁ ଖୁସି ମିଳିବାକୁ ଯାଉଛି । ସମସ୍ତ ଲୋକମାନଙ୍କ ସହ ଆପଣଙ୍କ ତାଳମେଳ ଭଲ ରହିବ । ପଇସା ରୋଜଗାର କରିବା ଲୋଭରେ କୌଣସି ଭୁଲ ଉପାୟ ଗ୍ରହଣ କରନ୍ତୁ ନାହିଁ । ଯଦି ଆପଣ ବ୍ୟବସାୟ କରିବେ, ତେବେ ସେଥିରୁ ଆପଣଙ୍କର ଲାଭ ହୋଇପାରେ । ଏହିବର୍ଷ ଉନ୍ନତିର ରାସ୍ତା ଖୋଲିବ । ନଭେମ୍ବର ମାସ ଆପଣଙ୍କ ପାଇଁ କୌଣସି ଭଲ ଖବର ଆଣିବ । ବ୍ୟବହାରରେ ସୌମ୍ୟତା ରହିବ ।

ବୃଷ ରାଶି:-

ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ବର୍ଷରେ ପ୍ରେମୀ ମାନଙ୍କ ମଧ୍ୟରେ ଦୂରତା ଆସିପାରେ । ମନରେ ଅନେକ ପ୍ରକାରର ସନ୍ଦେହ ରହିବ । କୌଣସି ଶାରୀରିକ ସମସ୍ୟା ହେବ ନାହିଁ, କିନ୍ତୁ ଆଳସ୍ୟ ରହିବ । ଆପଣ ସର୍ବଦା କାମକୁ ଟାଳିବା ବିଷୟରେ ଚିନ୍ତା କରିବେ । ସମୟ ରହୁ ରହୁ ଆପଣଙ୍କ ଭୁଲକୁ ଠିକ କରିବାକୁ ଚେଷ୍ଟା କରନ୍ତୁ । ଏହିବର୍ଷ ଆପଣଙ୍କୁ ଟଙ୍କା କ୍ଷେତ୍ରରେ ବହୁତ ଭାବିଚିନ୍ତି ଚାଲିବାର ଆବଶ୍ୟକତା ରହିଛି, କିଛିଲୋକ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେ, ଏଥିପାଇଁ କାହା ଉପରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ । ଜୁନ ମାସରେ ବିଦ୍ୟା କ୍ଷେତ୍ରରେ ଅସୁବିଧା ଆସିବ ।

ମିଥୁନ ରାଶି:-

ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୧ ମସିହାଟିରେ ବାକି ରହିଥିବା କାମ ଗୁଡିକ ଶେଷ ହୋଇଯିବ । ଜୀବନସାଥୀ ଆପଣଙ୍କ ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମର୍ଥନ କରିବେ । ପରିବାର ସହ ସାମଞ୍ଜସ୍ୟ ରଖି ଚାଲିବାକୁ ହେବ । ବ୍ୟକ୍ତିଗତ ଜୀବନରେ କ୍ରମାଗତ ଭାବରେ ଉତ୍ଥାନ ପତନ ଆସିବ । ଟଙ୍କା ଦୃଷ୍ଟିରୁ ଏହିବର୍ଷ ମଧ୍ୟ ଭଲ ରହିବାକୁ ଯାଉଛି । ଯଦି ଆପଣ ଚାକିରୀ କରୁଛନ୍ତି, ତେବେ ସେଠାରେ ମାନ ସମ୍ମାନ ଏବଂ ଉନ୍ନତି ମିଳିବ ଏବଂ ଯଦି ବ୍ୟବସାୟ କରୁଛନ୍ତି, ତେବେ ସେଥିରେ ଲାଭ ମିଳିବ । ପିଲାମାନଙ୍କ ବ୍ୟବହାର ଆପଣଙ୍କୁ କିଛି ମାତ୍ରାରେ ଚାପ ଦେଇପାରେ । ବ୍ୟବସାୟରେ ଲାଭ ହେବ ଏବଂ ଶତ୍ରୁ ମାନଙ୍କର ପରାଜୟ ହେବ ।

କର୍କଟ ରାଶି:-

କର୍କଟ ରାଶିର ବ୍ୟକ୍ତିମାନେ ଏହିବର୍ଷ ଧୋର୍ଯ୍ୟ ଏବଂ ପରିଶ୍ରମର ସହ କାମ କରିବେ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ, ଆପଣ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଭାବିଚିନ୍ତି କିଛି କୁହନ୍ତୁ । ଏହିବର୍ଷ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ପ୍ରତିଭା ପ୍ରମାଣିତ କରିବାକୁ ସୁଯୋଗ ମିଳିବ । ଛାତ୍ର ମାନଙ୍କ ପାଇଁ ଏହିବର୍ଷ କଠୋର ପରିଶ୍ରମର ସମୟ ଅଟେ । ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାର ଫଳାଫଳ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ । ପ୍ରେମ ପ୍ରସଙ୍ଗ କ୍ଷେତ୍ରରେ ଏହିବର୍ଷ ଭଲ ରହିବ ଏବଂ ଆପଣ ଯୌନ ସୁଖର ମଧ୍ୟ ଆନନ୍ଦ ନେଇପାରିବେ ।

ସିଂହ ରାଶି:-

ସିଂହ ରାଶିର ବ୍ୟକ୍ତିମାନେ ଏହିବର୍ଷ ସମସ୍ତ ବାଧାକୁ ଅତିକ୍ରମ କରି ନିଜ ମାର୍ଗ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ । ଆପଣ ଯେତିକି ପରିଶ୍ରମ କରିବେ, ସେତିକି ଫଳ ଆପଣଙ୍କୁ ମିଳିବ । ହୃଦରୋଗୀ ମାନଙ୍କୁ ଧ୍ୟାନ ରଖିବାକୁ ପଡିବ । ବର୍ଷର ଶେଷ ପର୍ଯ୍ୟାୟରେ ପୁଣିଥରେ ଭଲ ଖବର ଆସିବାକୁ ଲାଗିବ । ଆପଣଙ୍କ ସହକର୍ମୀ ମାନଙ୍କ ଠାରୁ କୌଣସି ପ୍ରକାରର ଖରାପ ଜିନିଷ ନିଅନ୍ତୁ ନାହିଁ, ନଚେତ ଆପଣଙ୍କୁ ସମସ୍ୟା ହୋଇପାରେ । ଏହିବର୍ଷ ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କ ସହ ଭଲ ବ୍ୟବହାର କରିବାର ଆବଶ୍ୟକତା ରହିଛି ଏବଂ ଭଲହେବ ଯେ, ତାଙ୍କ ଉପରେ ଅଯଥାରେ ସନ୍ଦେହ କରନ୍ତୁ ନାହିଁ ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

କନ୍ୟା ରାଶି:-

କନ୍ୟା ରାଶିର ବ୍ୟକ୍ତିମାନେ ଏହିବର୍ଷ ତତ୍ପରତାରେ ନିଆଯାଇଥିବା କୌଣସି ନିଷ୍ପତ୍ତି ଆପଣଙ୍କ ପାଇଁ ଅତ୍ୟନ୍ତ ହାନିକାରକ ହୋଇପାରେ । ଏହିବର୍ଷ ଆପଣଙ୍କୁ ସମସ୍ତ ପଦକ୍ଷେପ ଭାବିଚିନ୍ତି ରଖିବାକୁ ହେବ । ଆପଣଙ୍କ ସନ୍ତାନ ଆପଣଙ୍କୁ ଖୁସି ରହିବାର କାରଣ ହେବେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଇଚ୍ଛାନୁସାରେ ଜିନିଷ ଆଗକୁ ବଢିବ । ଏହିବର୍ଷ ପାରିବାରିକ ପ୍ରସଙ୍ଗରେ ଅଧିକ ଚିନ୍ତିତ ହେବାକୁ ପଡିବ ନାହିଁ । ପରିବାରର ସମସ୍ତ ସଦସ୍ୟ ମାନଙ୍କର ସହଯୋଗ ମିଳିବ । ସନ୍ତାନ ପକ୍ଷରୁ ଖୁସି ମିଳିବ ।

ତୁଳା ରାଶି:-

ତୁଳା ରାଶିର ବ୍ୟକ୍ତି ବିଶେଷମାନେ ନୂତନ ବର୍ଷରେ ଆପଣ ଆପଣଙ୍କର ସମସ୍ତ ଲମ୍ବିତ କାର୍ଯ୍ୟ ଗୁଡିକୁ ଅତ୍ୟନ୍ତ ଆରାମର ସହ ପୂରଣ କରିବେ । ବନ୍ଧୁ ତଥା ଆଖପାଖର ଲୋକମାନଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରିବା କ୍ଷତିକାରକ ହୋଇପାରେ । ଆପଣ ଆପଣଙ୍କ ଜୀବନସାଥୀଙ୍କ ଯୋଗୁଁ ଲାଭ କରିପାରନ୍ତି । ସେୟାର ବଜାରରେ ସମ୍ପତ୍ତିରେ ଟଙ୍କା ଲଗାଇବା ପାଇଁ ଏହିବର୍ଷ ଭଲ ଅଟେ, କିନ୍ତୁ ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ବୟସ୍କ ମାନଙ୍କ ଠାରୁ ସମ୍ମାନ, ସହଯୋଗ ଏବଂ ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ମଇ ମାସପରେ ଆପଣଙ୍କ ସମୟ ଟିକିଏ ଭଲ ହେବ, ତେଣୁ ଯଦି କୌଣସି ବିନିଯୋଗ କରିବାର ଅଛି, ତେବେ ଏହିମାସ ପରେ କରନ୍ତୁ ।

ବିଛା ରାଶି:-

ବିଛା ରାଶିର ବ୍ୟକ୍ତି ମାନଙ୍କୁ ଏହି ବର୍ଷରେ ଭାଗ୍ୟ ଆପଣଙ୍କ ସମର୍ଥନ କରିବାପାଇଁ ତତ୍ପର ରହିଛି । ବର୍ଷସାରା ଶକ୍ତିବାନ ଅନୁଭବ କରିବେ । ଫେବ୍ରୁଆରୀ ମାସରେ ସନ୍ତାନକୁ ନେଇ ଚିନ୍ତା ଘାରିବ । ମାର୍ଚ୍ଚ ମାସରେ ପରିସ୍ଥିତି ଠିକ ରହିବ । ଯଦି ଆପଣ ଆପଣଙ୍କ ଅଯଥା ଖର୍ଚ୍ଚ ଉପରେ କାବୁ ରଖିବେ, ତେବେ ଏହିବର୍ଷ ଆପଣଙ୍କ ପାଇଁ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟକୁ ହୃଦୟ ଲଗାଇ କରିବେ । ଏହିବର୍ଷ ପ୍ରେମ ସମ୍ପର୍କରେ ମଧୁରତା ଆଣିବ । ଏହିବର୍ଷ ଆପଣଙ୍କ ପ୍ରେମ ସମ୍ପର୍କ ଦୃଢ଼ ହୋଇପାରେ । ତେବେ ଏହି ବର୍ଷର ଆରମ୍ଭରେ ସମ୍ପର୍କକୁ ନେଇ ସମସ୍ୟା ଆସିପାରେ । ଏହିବର୍ଷ ଆପଣଙ୍କ ନିକଟରେ ଧନର ଅଭାବ ହେବନାହିଁ ।

ଧନୁ ରାଶି:-

Google

ଧନୁ ରାଶିର ବ୍ୟକ୍ତିମାନେ ଏହିବର୍ଷ ବ୍ୟବସାୟରେ ଲାଭ ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ମାନର ଯୋଗ ରହିଛି । ଏହିବର୍ଷ ଯଥାସମ୍ଭବ ଜମି ସହ ଜଡିତ ନିଜ କାର୍ଯ୍ୟକୁ କରିନିଅନ୍ତୁ, ଏହା ଆପଣଙ୍କ ପାଇଁ ଭଲ ରହିବ । ନିଜ ସମ୍ପର୍କକୁ ବଜାୟ ରଖିବାପାଇଁ ପରସ୍ପରକୁ ବୁଝିବାପାଇଁ ଚେଷ୍ଟା କରନ୍ତୁ ଏବଂ ବୁଝିସୁଝି କାମ ନିଅନ୍ତୁ । ଏଭଳି ଏକ ସମୟ ଆସିବ, ଯେତେବେଳେ ଆପଣ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇପାରେ । ପୁରୁଣା ରୋଗ ପୁଣିଥରେ ବାହାରିପାରେ, ଏଥିପାଇଁ ବର୍ଷର ପ୍ରାରମ୍ଭ ତିନିମାସରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନ ରୁହନ୍ତୁ ।

ମକର ରାଶି:-

ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହିବର୍ଷ ଆପଣଙ୍କ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଆସିବ । ଜୁନ ମାସ ମଧ୍ୟ ଭାଗରୁ ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ସବୁ ଜିନିଷ ଭଲ ଲାଗିବ ଏବଂ ଆପଣଙ୍କ ନିଜ ଲୋକଙ୍କ ଯୋଗୁଁ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ । ବର୍ଷର କିଛି ଦିନ ମଧ୍ୟରେ ସମସ୍ୟା ବଢ଼ିପାରେ । ବ୍ୟବସାୟିକ ଅଂଶୀଦାରଙ୍କ ସହ ତର୍କବିତର୍କ ହୋଇପାରେ ଏବଂ ସେ ଆପଣଙ୍କୁ ଧୋକା ମଧ୍ୟ ଦେଇପାରନ୍ତି । ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ । ଘରର ପରିବେଶ ଖୁସିମୟ ରହିବ । ଯଦି ଆପଣ ଚାକିରୀ କରୁଛନ୍ତି, ତେବେ ଆପଣଙ୍କୁ ସେଥିରୁ ମାନ ସମ୍ମାନ ମିଳିବ ଏବଂ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ ।

କୁମ୍ଭ ରାଶି:-

କୁମ୍ଭ ରାଶିର ବ୍ୟକ୍ତିମାନେ ଏହିବର୍ଷ ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏହିବର୍ଷ ଆପଣଙ୍କ ପାଇଁ କିଛି ମିଠା ତଥା ତିକ୍ତସ୍ମୃତି ସହ ଅତିବାହିତ ହେବ । ଆପଣ କୌଣସି ପ୍ରକାରର ବିନିଯୋଗ କରିପାରନ୍ତି । ସେୟାର ବଜାରରୁ ଭଲ ଲାଭ ମିଳିବ । ସର୍ବଦା ନିଜ କାଗଜପତ୍ରକୁ ଦାୟିତ୍ୱରେ ରଖନ୍ତୁ, ଟିକିଏ ଦାୟିତ୍ବହୀନତା ଯୋଗୁଁ ବଡ଼ କ୍ଷତି ହୋଇପାରେ । ଏହିବର୍ଷ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁର ରହିବାକୁ ଯାଉଛି କିନ୍ତୁ ସର୍ତ୍ତ ଏହା ଯେ, ଆପଣ ଆପଣଙ୍କ ଜୀବନସାଥୀଙ୍କୁ ପ୍ରକୃତ ପ୍ରେମ କରନ୍ତୁ ଏବଂ ତାଙ୍କ ଭାବନାକୁ ସମ୍ମାନ କରନ୍ତୁ ।

ମୀନ ରାଶି:-

ମୀନ ରାଶିର ବ୍ୟକ୍ତିମାନେ ଏହିବର୍ଷ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ଗତି ଧରିବ । ଛାତ୍ର ମାନେ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସିକ ଗୁଣ ଏହିବର୍ଷ ଆପଣଙ୍କୁ ଅତ୍ୟନ୍ତ କାମରେ ଆସିବ । ଏପ୍ରିଲ ମାସରେ ଶତ୍ରୁ ଭୟ ସହ ଆର୍ଥିକ ଲାଭର ସମ୍ଭାବନା ରହିଛି । ଆପଣ ଯାହା ଧାର୍ଯ୍ୟ କରିବେ, ତାହା ଇଚ୍ଛାଶକ୍ତି ବଳରେ ପୁରା କରିବେ । ଆପଣଙ୍କ ପ୍ରେମୀଙ୍କ ସହ ଆପଣଙ୍କର ସମ୍ପର୍କ ଗଭୀର ହେବ । ଏହିବର୍ଷ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ହେବ । ବାହାର ଖାଦ୍ୟକୁ ପରିତ୍ୟାଗ କରନ୍ତୁ ଏବଂ ଘରେ ନିର୍ମିତ ଶୁଦ୍ଧ ଖାଦ୍ୟ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *