ସାପ୍ତାହିକ ରାଶିଫଳ : ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ

ସାପ୍ତାହିକ ରାଶିଫଳ : ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ

ସାପ୍ତାହିକ ରାଶିଫଳ : ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୦୭ ମଇରୁ ୧୩ ଜୁନ୍)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ନିକଟ ସମ୍ପର୍କୀୟ କିମ୍ବା ପ୍ରିୟଜନଙ୍କ ସହିତ କଥାବାର୍ତ୍ତାକୁ କେନ୍ଦ୍ର କରି ମନାନ୍ତର ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବା ଯୋଗୁଁ ମନରେ ନାନା ପ୍ରକାର ଆଶଙ୍କା ଉପୁଜିବ । ଅଫିସରେ ଏବଂ ସମାଜରେ କିଛି ବିଶେଷ ଲୋକଙ୍କ ସହିତ ଦେଖାସାକ୍ଷାତ ହେବାର ସମ୍ଭାବନା ରହିଛି । ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜର ବାଣୀ ଉପରେ ସଂଯମତା ରଖନ୍ତୁ । ବନ୍ଧୁଙ୍କ ସହ ଆଲୋଚନା କରି ଏହି ସପ୍ତାହରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ପାଇଁ ଚିନ୍ତା କରିବେ ଓ ଏଥିନିମନ୍ତେ ପୁଞ୍ଜି ବିନିଯୋଗ ମଧ୍ୟ କରି ପରିଶେଷରେ ନିଷ୍ପତ୍ତି ବଦଳାଇ କ୍ଷତିରେ ପଡ଼ିପାରନ୍ତି । ପାରିବାରିକ ସ୍ତରରେ ଖର୍ଚ୍ଚର ପରିମାଣ ବୃଦ୍ଧି ହେବ ସହ ବୈବାହିକ ଜୀବନରେ ଉତ୍ଥାନପତନ ଲାଗିରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସପ୍ତାହଟି ଭଲ ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ, ବୃଷ ରାଶିର ଲୋକମାନେ ଧୌର୍ଯ୍ୟ ଧରି କାର୍ଯ୍ୟ କରିବାକୁ ପଡିବ । ଯୁକ୍ତିତର୍କ ବାଦବିଦୀଦ ଠାରୁ ଯଥାସମ୍ଭବନ ଦୂରେଇ ରହିବା ଭଲ ହେବ । ସପ୍ତାହର ପ୍ରାରମ୍ଭ ଦିନରେ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଜନିତ କେତେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ଆବଶ୍ୟକତାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅଫିସରେ ଫାଇଲ ସମ୍ବନ୍ଧୀୟ କାର୍ଯ୍ୟକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ମାର୍କେଟିଂ ସହିତ ଜଡିତ ଲୋକଙ୍କ ପାଇଁ ସପ୍ତାହଟି ଲାଭଦାୟକ ରହିବ । ପାରିବାରିକ ସ୍ତରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଗ୍ରହ ନକ୍ଷେତ୍ରର ସୁପ୍ରଭାବ ହେତୁ ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ମାଆ ଲକ୍ଷ୍ମୀଙ୍କ ଅନୁଗ୍ରହରୁ ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଧିନସ୍ଥ କର୍ମଚାରୀ ନିଜ ନିଜ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାରେ ସମର୍ଥ ହେବେ । ପରିବାର ସଦସ୍ୟମାନେ କର୍ମକ୍ଷେତ୍ରରେ ସହଯୋଗର ହାତ ବଢାଇବେ । ସପ୍ତାହ ପ୍ରଥମ ଦିନ ଓ ଦ୍ଵିତୀୟ ଦିନ ଅଫିସରେ ଅତ୍ୟଧିଆକ କାର୍ଯ୍ୟ ରହିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ଅତି ସହଜରେ କାର୍ଯ୍ୟ କରିବାରେ ସମର୍ଥ ହେବେ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପରିବାରରେ କେତେକ ସମସ୍ୟା ଦେଖାଗଲେ ମଧ୍ୟ ବିଶେଷ କିଛି ଗୁରୁତ୍ଵାରୋ ରୂପ ନେବା ନାହିଁ । ସାମୟିକ ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ବାରମ୍ବାର ପ୍ରୟାସ କରି ପରିଶେଷରେ ସଫଳତା ଲାଭ କରିବେ । ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ପୂର୍ବକ କାର୍ଯ୍ୟ କରନ୍ତୁ, ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ପୁନଶ୍ଚ ଏକାଧିକ କାର୍ଯ୍ୟରେ ମୁଣ୍ଡ ପୁରାଇଥିବା ଯୋଗୁଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଅବଶ୍ୟ ବନ୍ଧୁ ଓ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ କେତେକାଂଶରେ ଉପକୃତ ହେବେ । ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହି ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଉଚ୍ଚାଧିକାରୀଙ୍କ ସମ୍ମୁଖୀନରେ ମନୋର ଭାବକୁ ପ୍ରକାଶ କରିବେ ଓ କତୃପକ୍ଷଙ୍କ ଅନୁକମ୍ପାରୁ ଆର୍ଥିକ ସ୍ତରରୁ କିଛି ସୁବିଧା ସୁଯୋଗ ମିଳିବ । ପାରିବାରିକ ଜୀବନରେ ଭାଇଭଉଣୀଙ୍କ ସହିତ କୌଣସି ବିଷୟ ବସ୍ତୁକୁ ନେଇ ତର୍କବିତର୍କ ହେବାର ସମ୍ଭାବନା ରହିଛି । ସପ୍ତାହ ମଧ୍ୟଭାଗରେ ଖର୍ଚ୍ଚ ବଢିବାର ସୂଚନା ରହିଛି । ସ୍ୱାସ୍ଥ୍ୟ ଜନିତ କେତେକ ସମସ୍ୟା ଓ ଆର୍ଥିକ ସଙ୍କଟ ଯୋଗୁଁ ମାନସିକ ସତରେ ଚିନ୍ତିତ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ନିଜ ବିପକ୍ଷରେ ଥିବା ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରସ୍ତୁତ କେତେକ ପ୍ରତିରୋଧ କର୍ମକ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ । କିନ୍ତୁ କର୍ମକ୍ଷେତ୍ରରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପକ ଫଳ ପାଇବେ । ବିନୟପୂର୍ଣ୍ଣ ବ୍ୟବହାର ଦ୍ଵାରା ବ୍ୟବସାୟ ସ୍ଥଳରେ ଗ୍ରାହକଙ୍କ ମନ ଜିଣିପାରିବେ । ଚଳିତ ସପ୍ତାହରେ ଅଫିସରେ କାର୍ଯ୍ୟ ଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିବେ ଓ ଉପକୃତ ପାଇବେ । ସାମାଜିକ କ୍ଷେତ୍ରରେ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ଯେଉଁ ଦ୍ଵନ୍ଦ ଲାଗିରହିଥିଲା, ତାହା ଦୂର ହେବ । ପାରିବାରିକ ସ୍ଥଳରେ ସହଧର୍ମୀଙ୍କ ମନର ଭାବକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହରେ, ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅଧିକ ଯତ୍ନ ନିଅନ୍ତୁ ଓ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣ ଖୁସି ରହିବା ସହ ପରିବାରରେ ମଧ୍ୟ ହସଖୁସୀର ବାତାବରଣ ରହିବ । ଆର୍ଥିକ ଦୃଷ୍ଟିରୁ ଆପଣ ନିରାପଦରେ ରହିବେ ଏବଂ ବ୍ୟବସାୟ ବାଣିଜ୍ୟରେ ପୁଞ୍ଜି ବିନିଯୋଗ କରିବା ଲାଭପ୍ରଦ ହେବ । କିନ୍ତୁ ହଠାତ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ଭାଗୀଦାରୀ ଜନକ କିମ୍ବା ଅଧିନସ୍ଥ କର୍ମଚାରୀଙ୍କ ମଧ୍ୟରୁ କେହି ପ୍ରତାରଣା କରିପାରନ୍ତି । ଅଫିସରେ ଉଚ୍ଚ ଅଧିକାରୀଙ୍କ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ରହିବେ । ସାମାଜିକ ସ୍ତରରେ ପରିସ୍ଥିତି ଯେତିକି ଜଟିଳ ଥିଲା ତାହା ଧୀରେ ଧୀରେ ବଦଳିଯିବ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଆପଣଙ୍କ ନିଜ ବାଣୀରେ ଲଗାମ ଦିଅନ୍ତୁ ନଚେତ ପରିସ୍ଥିତି ବିଗିଡି ଯାଇପାରେ । ଅନ୍ୟମାନଙ୍କ ଉପରେ ଆଶାକରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପାରିବାରିକ କେତେକ ସମସ୍ୟାକୁ ଭିତ୍ତି କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ, କୌଣସି ବିଷୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ନିଜ କାର୍ଯ୍ୟ କରିବା ଶୈଳୀକୁ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ଵାର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ବୃତ୍ତିଗତ କର୍ମକ୍ଷେତ୍ରରେ ବ୍ୟବସାୟୀମାନଙ୍କୁ ଆର୍ଥିକ ରୋଜଗାର କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସପ୍ତାହର ଶେଷ ପର୍ଯ୍ୟାୟରେ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ ଏପରିକି ଆର୍ଥିକ ଜନିତ କ୍ଷୟକ୍ଷତି ମଧ୍ୟ ସହ୍ୟ କରିବାକୁ ପଡିପାରେ । ସମାଜରେ କେତେକ ନୂତନ ଲୋକଙ୍କ ସହ ଦେଖାସାକ୍ଷାତ ହେବ ଏବଂ ଆପଣ ସେମାନଙ୍କ ଠାରୁ କିଛି ଶିଖିବାର ଅବସର ମିଳିବ । ବକ୍ତବ୍ୟର ମଧୁରତା ବନ୍ଧୁତ୍ଵ ସମ୍ପର୍କକୁ ଅଧିକ ମଜବୁତ କରିବ । ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବରେ ପତ୍ନୀଙ୍କ ଠାରୁ କିଛି ଭଲ ଖବର ଶୁଣିବାକୁ ପାଇବେ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅସହ୍ୟ ହୋଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ଓ ଦୀର୍ଘ ଦିନର ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ । ଚଳିତ ସପ୍ତାହରେ ଆପଣ କଠିନ ପରିଶ୍ରମ କରିବେ ଓ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତରେ ଦେଖାବାକୁ ମିଳିବ । ବ୍ୟବସାୟ ସମ୍ବନ୍ଧୀୟ କେତେକ ବିଷୟକୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । କିନ୍ତୁ ଅଫିସ କାର୍ଯ୍ୟାଳୟର ସ୍ଥିତି ଭିନ୍ନ ରୂପ ନେଇପାରେ । ସହକର୍ମୀଙ୍କ ସହ ଭୁଲ ବୁଝାମୁଣା କେତେକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିବ । ପାରିବାରିକ କ୍ଷେତ୍ରରେ ସ୍ଥିତି ସ୍ଵାଭାବିକ ରହିବ । କିନ୍ତୁ ମାତା ପିତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିନ୍ତା ପ୍ରକୋଟ କରିବେ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ସ୍ୱାସ୍ଥ୍ୟ ଜନିତ ଛୋଟିଆ ଛୋଟିଆ ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଭାଗ୍ୟର ସହଯୋଗରେ ଅସାଧ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଯେଉଁ କାର୍ଯ୍ୟ ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି, ସେଥିରେ ନିଶ୍ଚୟ ସଫଳତା ପାଇବେ । ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସ୍ଥିତି ଭଲ ରହିଲେ ମଧ୍ୟ ଦେଖି ଚାହିଁ ଅର୍ଥ ବିନିଯୋଗ କରନ୍ତୁ । ଭାଗୀଦାରୀରେ କୌଣସି ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଅଫିସରେ କୌଣସି ଗୁରୁ ଦାୟିତ୍ଵ ମିଳିପାରେ ଯାହାଫଳରେ କାର୍ଯ୍ୟର ଚାପ ବଢିଯିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଟଙ୍କା ପଇସା ନେଣଦେଣକୁ ଭିତ୍ତି କରି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଏପରି କି କଳହ ହେବାର ସମ୍ଭାବନା ରହିଛି । ସ୍ତ୍ରୀଙ୍କ ପ୍ରେମରେ ଅତୀତର ଦୁଃଖକୁ ଭୁଲି, ରୋମାଞ୍ଚକର ପାରିବାରିକ ପରିବେଶରେ ଦିନ ଅତିବାହିତ କରିବେ । ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହରେ, ଯେକୌଣସି କାର୍ଯ୍ୟ ହାସଲ କରିଲେ ମଧ୍ୟ ଖର୍ଚ୍ଚାନ୍ତ ଅଧିକ ହେବ, ଯାହାଫଳରେ ମନରେ ସରସତା ରହିବ ନାହିଁ । କେତେକ ସ୍ଥଳରେ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇବା ପାଇଁ, ହାତରୁ ଖର୍ଚ୍ଚ କରି କାର୍ଯ୍ୟ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଯେଉଁ ବ୍ୟକ୍ତିକୁ ଅତି ବିଶ୍ଵାସ କରୁଥିଲେ ସେହି ବ୍ୟକ୍ତି ଜନକ ହିଁ ଆଜି ଆପଣଙ୍କ ବିରୋଧରେ ନାନା ପ୍ରକାର କଥା କହିବ । ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ସମାଧାନତା ଅବଲମ୍ବନ କରନ୍ତୁ, ଅନ୍ୟଥା ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ମନର ଭାବନକୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ଜୀବନସାଥିଙ୍କ ସହ ଅଧିକ ସମୟ ଅତିବାହିକ କରିବାକୁ ସମୟ ବାହାର କରନ୍ତୁ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବୃତ୍ତିଗତକର୍ମ ଅବା କର୍ମକ୍ଷେତ୍ରକୁ ନେଇ ସତର୍କ ରୁହନ୍ତୁ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିପାରନ୍ତି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି ଓ ପରିବାରର ବୟୋସ୍କଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଅଟକି ରହିଥିବା କାର୍ଯ୍ୟ ସହଜରେ ପୂରଣ ହୋଇଯିବ । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ବିନା କୌଣସି ଦ୍ଵିଧାରେ ନିଷ୍ଠାର ସହ କାର୍ଯ୍ୟ କରିବେ । ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ସମାଜର ଖଳ ପ୍ରକୃତିର ଲୋକମାନେ ଆଗରେ ନ ହେଲେ ପଛରେ ମଧ୍ୟ ଆପଣଙ୍କ ବିରୋଧରେ ନାନାଦି କଥା କହିବେ । ମନ ଭାବନକୁ ଜୀବନ ସାଥିଙ୍କ ସହ ସେୟାର କରିବେ ଯାହାଫଳରେ ମନକୁ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଜୀନିତ କେତେକ ସମସ୍ୟା ମାନସିକ ଦୁଶ୍ଚିନ୍ତାର କାରଣ ହେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ମନକୁ ନୂଆ ଚିନ୍ତାଧାରା ଆସିବ । ବ୍ୟବସାୟିକ ଦିଗରେ ବହୁତ ଅଗ୍ରଗତି କରିବେ । ଏହି ସପ୍ତାହରେ, କର୍ମକ୍ଷେତ୍ରକୁ ସନ୍ତୁଳିତ ଅବସ୍ଥାରେ ରଖିବାକୁ ସମକ୍ଷ ହେବେ । ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରସଂଶା କରିବେ । କିନ୍ତୁ ଅଫିସରେ କିଛି ସହକର୍ମୀ ଆପଣଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିପାରନ୍ତି । କାନ ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ନିଜ ବିବେକ ଅନୁସାରେ ସମ୍ମୁଖୀନ କରିଥିବା ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । କୌଶଳକୁ ପାଥେୟ କରି ଶତ୍ରୁତାକୁ ଆଚରଣ କରୁଥିବା ବ୍ୟକ୍ତିଙ୍କୁ ଆପଣାର କରିନେବେ । ସ୍ୱାମୀ ସ୍ତ୍ରୀଙ୍କ ଉତ୍ତମ ବୁଝାମୁଣା ରହିବ । ପରିବାରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଜାୟ ରହିବ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ । ଖାଦ୍ୟପେୟ ଜନିତ ଅବହେଳା ଯୋଗୁଁ କେତେକ ବ୍ୟତିକ୍ରମ ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *