ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ, ପ୍ରତିଟି

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ, ପ୍ରତିଟି

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ, ପ୍ରତିଟି କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୭ ମଇରୁ ୨୩ ମଇ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସପ୍ତାହଟି ସଂଘର୍ଷମୟ ରହିବ । ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବୁଝି ବିଚାରୀ ପଦକ୍ଷେପ ନିଅନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯଦି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସୁପରିକଳ୍ପିତ ଯୋଜନାବଦ୍ଧ ଭାବରେ ନିଜ କାର୍ଯ୍ୟକୁ ପରିଚାଳିତ କରିନ୍ତି, ତେବେ ଆପଣଙ୍କ କେତେକାଂଶରେ ଉପକୃତ ହୋଇପାରନ୍ତି । ଚାକିରୀ କରୁଥିବା ବ୍ୟକ୍ତିମାନେ ତରବାରିଆ ହୋଇ କୌଣସି ପଦକ୍ଷେପ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ଶତ୍ରୁମାନଙ୍କର ପ୍ରବଳତା ଯୋଗୁଁ ନିଜର ନିୟନ୍ତ୍ରଣ ହରାଇବସିବେ । ସପ୍ତାହର ପ୍ରଥମାର୍ଦ୍ଧରେ ଆର୍ଥିକ ସ୍ଥିତି ମାନ୍ଦା ରହିବ ଏବଂ କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ କରିବେ କିନ୍ତୁ ଶେଷାର୍ଦ୍ଧରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାର ସହିତ କିଛି ଭଲ ମୁହୂର୍ତ୍ତ ଉପଭୋଗ କରିବେ । ପରିବାର ସଦସ୍ୟଙ୍କ ପ୍ରତିଟି କଥାରେ ପ୍ରତିକ୍ରିୟା ନ ଦେଇ ବରଂ ନୀରବ ରୁହନ୍ତୁ, ପାରିବାରିକ ପରିସ୍ଥିତି ସୁସ୍ଥ ରହିବ । ସହଧର୍ମୀଙ୍କ ସହ ସମ୍ପକ ଭଲ ରହିବ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଯୋଗୁଁ ଚିନ୍ତିତ ରହିବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ କିଛି ବରିଷ୍ଠ ଓ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ କରିବେ । ପ୍ରଶାସନିକ ସେବା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ଅତ୍ୟାଧିକ କାର୍ଯ୍ୟଚାପ ଯୋଗୁଁ ମାନସିକ ଭାରସାମ୍ୟ ହୋରାଇପାରନ୍ତି ଓ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କୁ ଆର୍ଥିକ ଲାଭର ସମ୍ଭାବନା ଅଛି । ସାମାଜିକ ଗତିବିଧିରେ ଭାଗ ନେବାଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ । ଏହି ସପ୍ତାହଟିରେ ଆର୍ଥିକ ନେଣଦେଣ ଠାରୁ ଦୂରେଇ ରହିବା ଆପଣ ପାଇଁ ଭଲ । ବିନା କାରଣରେ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସନ୍ତାନ ସୁଖର ପ୍ରାପ୍ତି ହେବ । ଜୀବନସାଥୀର ସହଯୋଗ ପ୍ରାପ୍ତ ହେବ । ପେଟ ସମ୍ବନ୍ଧୀୟ ରୋଗରୁ ଚିନ୍ତିତ ରହିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଇଚ୍ଛା ନଥିବା ସତ୍ତ୍ୱେ ବାଧ୍ୟବଦ୍ଧକତାର ସହ କେତେକ କାର୍ଯ୍ୟ କରିବାକୁ ପଡିବ । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟକୁ ସହଜରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏହି ସପ୍ତାହରେ ଶେଷ ହେବ । ଆଖପାଖର ଲୋକଙ୍କ ଠାରୁ କିଛି ନୂଆ ଶିଖିବାର ଅବସର ମିଳିବ । ଜୀବନସାଥୀଙ୍କ ଆଶା ପୂରଣ ହେବ । ବୈବାହିକ ଜୀବନ ଅତ୍ୟନ୍ତ ସୁଖଦ ରହିବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ । କୌଣସି କଥା ଅନ୍ୟ କାହାରି ନିକଟରେ ସେୟାର କରନ୍ତୁ ନାହିଁ, ଯାହା ଆପଣଙ୍କୁ ଅସୁବିଧାରେ ପକାଇବ । ନୂତନ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଚାକିରୀ କରୁଥିବା ଲୋକଙ୍କ ପାଇଁ ମଜାମସ୍ତିର ସମୟ ଅଟେ । କୌଣସି ବିଷୟକୁ ଅଧିକ ଚିନ୍ତା କରନ୍ତୁ ନାହିଁ, ଯାହାଦ୍ୱାରା ମାନସିକ ଶାନ୍ତି ହରାଇପାରନ୍ତି । ଖାଦ୍ୟ ଏବଂ ପାନୀୟର ଅନିୟମିତତା ହେତୁ ଶାରୀରିକ ଅସୁସ୍ଥାର କାରଣ ହୋଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ଦେଖାଯିବେ । ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦିଙ୍କୁ ପରାଜିତ କରିବାରେ ସଫଳ ହେବେ । ବୀରଙ୍କ ଭଳି କର୍ମକ୍ଷେତ୍ରରେ ସମସ୍ତ ବାଧାବିଘ୍ନକୁ ଏକାକୀ ସମ୍ମୁଖୀନ କରିବେ । କିନ୍ତୁ ନିଜ ଅଧିନସ୍ଥ କେତେକ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ଉଚ୍ଛା ଅଧିକାରୀଙ୍କ ପ୍ରୋତ୍ସାହୀନ ଦ୍ଵାରା ଆପଣଙ୍କ ମନରେ ଉତ୍ସାହ ବଢିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକଳାପ ଦେଖି ଅନ୍ୟମାନେ ପ୍ରଶଂସା କରିବେ । ଆର୍ଥିକ ଜନିତ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ପରବର୍ତ୍ତୀ ସମୟରେ ଆତ୍ମୀୟସ୍ଵଜନ ସହଯୋଗୀ ଆର୍ଥିକ ସଙ୍କଟ ଦୂରେଇଯିବ । ଏହି ସପ୍ତାହରେ ବୈବାହିକ ଜୀବନ ଦେଖାଦେଇଥିବା କେତେକ ବ୍ୟତିକ୍ରମ ଦୂରେଇ ଯିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହ ଆପଣ ପ୍ରୟାସ ଦ୍ଵାରା ସମସ୍ୟାର ସମାଧାନ କରିଦେବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ ଏବଂ ପରିଶ୍ରମ ଅନୁସାରେ ଫଳ ମଧ୍ୟ ପାଇବେ । ଦୀର୍ଘ ଦିନରୁ ଯେଉଁ କାର୍ଯ୍ୟ ନିମନ୍ତେ ଧୈଯ୍ୟ ଧରି ଅପେକ୍ଷା କରିଥିଲେ, ତାହାରି ଫଳ ଏହି ସପ୍ତାହରେ ପାଇବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କ କାର୍ଯ୍ୟ ଆପଣଙ୍କ ଦ୍ଵାରା ପୂରଣ ହେବ । ଭାଗ୍ୟର ସହାୟତାରେ କେତେକ ସମସ୍ୟା ଓ ପ୍ରତିବନ୍ଧକକୁ ଦୃଢତାର ସହିତ ମୁକାବିଲା କରିବାରେ ସମର୍ଥ ହେବେ । ଆପଣଙ୍କ ନିଜ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ । ଅଫିସରେ ସହକର୍ମୀଙ୍କ ସାହାଯ୍ୟରେ ଅନେକ କାର୍ଯ୍ୟ ପୂରଣ କରିପାରିବେ । ଅଫିସରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ । ପରିବାର ସହ ଅଧିକ ସମୟ ପ୍ରେମ ସମ୍ବନ୍ଧରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ମୁଣ୍ଡ ଏବଂ ପେଟ ଯନ୍ତ୍ରଣା ହୋଇପାରେ । ଖାଦ୍ୟରେ ସାବଧାନ ରଖନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆର୍ଥିକ ସମ୍ବନ୍ଧୀୟ ସଙ୍କଟ ଦୂର ହେବ । ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ଥିଲେ ମଧ୍ୟ ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ ଅପେକ୍ଷାର ଫଳ ଆପଣଙ୍କ ସପକ୍ଷରେ ହିଁ ରହିବ । ଚଳିତ ସପ୍ତାହର ଶେଷରେ ଚାକିରି କ୍ଷେତ୍ରରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ମିଳିମିଶି ପରସ୍ପରକୁ ସାହାଯ୍ୟ କରି କାର୍ଯ୍ୟଗୁଡିକ ସମ୍ପାଦନ କରିବେ । ବ୍ୟବସାୟ ବାଣିଜ୍ୟରେ ଅଧିନସ୍ଥ କର୍ମଚାରୀମାନେ ବିଶ୍ଵାସଘାତ କରିପାରନ୍ତି । ଆପଣଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାର ଶକ୍ତି ବଳରେ ଆପଣ ସଫଳତା ହାସଲ କରିବେ । ଯେଉଁ ବ୍ୟକ୍ତିମାନେ ଦଲାଲୀ କାର୍ଯ୍ୟ କରନ୍ତି, ସେମାନଙ୍କ ଅଟକି ରହିଥିବା ଟଙ୍କା ସହଜରେ ଆଦାୟ କରିପାରିବେ । ଆପଣଙ୍କ ବନ୍ଧୁତ୍ଵର ପରିସର ବୃଦ୍ଧି ପାଇପାରେ । କିଛି ନୂଆ ସ୍ଥାନକୁ ଯିବାର ସମ୍ଭାବନା ରହିଛି ଏବଂ ନୂତନ ଲୋକଙ୍କୁ ଭେଟି ଲାଭନୀତ୍ୱ ହେବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ଚକ୍ଷୁ ସମ୍ବନ୍ଧୀୟ ସାମସ୍ୟା ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କ ପରିବାର ସହିତ ଜଡିତ ସମସ୍ତ ଜଟିଳ ବିଷୟ ସୁରୁଖୁରୁରେ ସମ୍ପର୍ଣ୍ଣ ହେବ । ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ବୃତ୍ତିଗତ କର୍ମକ୍ଷେତ୍ରରେ କେତେକ ଭଲ ଭଲ ସୁଯୋଗ ମିଳିପାରେ । ମନରେ ଦୃଢ ଆତ୍ମବିଶ୍ଵାସ ରହିବା ନାହିଁ ଯାହାଫଳରେ କେତେକ ଭୁଲ ନିଷ୍ପତ୍ତି ନେଇ ପଶ୍ଚାନ୍ତରେ ଅନୁତାପ କରିବେ । ସରକାରୀ କର୍ମଚାରୀଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ଅଟେ । ବିନା ସ୍ଵାର୍ଥରେ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବେ । ନିଜ ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ ଏବଂ ଆପଣଙ୍କ ମନର ଭାବକୁ ଜୀବନସାଥିକୁ ଜଣାଇବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ନିଜକୁ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ମାଧ୍ୟମ ଫଳ ପ୍ରଦାନ କରିବ । ଭାଇ ଓ ସମ୍ପର୍କୀୟଙ୍କ ସହିତ ପ୍ରେମ ସମ୍ପର୍କ ନିବିଢ ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଅବହେଳା କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁତାପ କରିବାକୁ ପଡିପାରେ । ବ୍ୟବସାୟରେ ଅଗ୍ରଗତି କରିବେ । ସମୟର ମହତ୍ତ୍ୱକୁ ବୁଝିସୁଝି କାର୍ଯ୍ୟ କରନ୍ତୁ ଏବଂ ଭବିଷ୍ୟତ ପାଇଁ ନିଷ୍ପତ୍ତି ନିଅନ୍ତୁ । କୌଣସି ଦସ୍ତାବିଜ ବା ଦଲିଲକୁ ଭଲ ଭାବରେ ପଢି ଦସ୍ତକ୍ଷତ କରନ୍ତୁ । ଚାକିରିରେ ଅତ୍ୟଧିକ ଚାପ ହେତୁ, ମନରେ ସରସତା ରହିବ ନାହିଁ । ଅର୍ଥକ ପରିସ୍ଥିତି ସନ୍ତୋଷଜନକ ରହିବ । ଜୀବନସାଥୀ ସହିତ କୌଣସି କଥାକୁ ନେଇ ବିବାଦ ଲାଗିପାରେ, ଯାହାଫଳରେ ସମ୍ପର୍କର ଦୂରତା ବଢିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଚଳିତ ସପ୍ତାହରେ ଆପଣ ନିଜକୁ ଫୁର୍ତ୍ତି ଓ ସତେଜତା ଅନୁଭବ କରିବେ । ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଆପଣ ନିଜ ବ୍ୟବସାୟରେ ଧ୍ୟାନ କେନ୍ଦ୍ରଭୂତ କରିବେ । ଏହି ସପ୍ତାହରେ ଅଧିକ ପରିଶ୍ରମ କରିବାକୁ ପଡିବ । ସମୟ ସ୍ରୋତରେ ଆସୁଥିବା କେତେକ ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ବ୍ୟବସାୟ ପାଇଁ ନୂତନ ଲୋକଙ୍କ ସହ ଯୋଗାଯୋଗ କରିପାରନ୍ତି । ଏହି ସପ୍ତାହର ଶେଷାର୍ଦ୍ଧରେ ଚାକିରି କରୁଥିବା କର୍ମଜୀବିଙ୍କୁ ସମ୍ୟକ ଚାପରୁ ମୁକ୍ତି ମିଳିବ । ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିପାରନ୍ତି । ଅତୀତର କେତେକ ଘଟଣାକୁ ମନେ ପକାଇ ମାନସିକ ଅବସାଦର ଶିକାର ହୋଇପାରନ୍ତି । ପାରିବାରିକ ଓ ବୈବାହିକ ଜୀବନରେ ସୁଖଶାନ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି । ନିଦ୍ରାର ଅଭାବ ଯୋଗୁଁ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦାନ କରିବ । ବ୍ୟବସାୟ, ବାଣିଜ୍ୟ ଅର୍ଥବା ବୃତ୍ତିଗତ କର୍ମକ୍ଷେତ୍ରରେ ଉତ୍ଥାନପତନ ଲାଗିରହିବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସପ୍ତାହର ମଝିରେ କରିବାକୁ ପ୍ରୟାସ କରନ୍ତୁ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତି ବିଶେଷମାନେ ଆପଣଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଉଦ୍ୟମ କରିବେ । ବ୍ୟବସାୟରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିଲେ ନିଶ୍ଚୟ ଉପକୃତ ହେବେ । କିନ୍ତୁ ଅଫିସର ବାତାବରଣ ସୁସ୍ଥ ରହିବା ସହ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ସାମାଜିକ ସ୍ତରରେ କେତେକ କୌଣସି ସମସ୍ୟା କାରଣରୁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଆର୍ଥିକ ନେଣଦେଣ ସମ୍ବନ୍ଧୀୟ କାରବାରରେ ଅନ୍ଧ ଭାବରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ପାରିବାରିକ ପରିସ୍ଥିତିକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣ ଆର୍ଥିକ ମାମଲା କୁ ନେଇ ସତର୍କ ରୁହନ୍ତୁ ଏବଂ ନିଜର ଖର୍ଚ୍ଚ ଲଗାମ ଲଗାନ୍ତୁ । କର୍ମକ୍ଷେତ୍ରରେ କାରବାର ମଧ୍ୟମ ଧରଣର ରହିବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ସମାଜ ପ୍ରତି ଆପଣଙ୍କ ଅବଦାନ ଅବିସ୍ମାରଣୀୟ ରହିବ । କିନ୍ତୁ ଈର୍ଷାନ୍ଵିତ ଲୋକମାନେ ଆପଣଙ୍କୁ ସମାଲୋଚନ କରିବେ ଓ ପଛେ ନାନାଦି କଥା କହିବେ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ପରିଚାଳନା କରିବେ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ପରିବାରର ବୟସ୍କଙ୍କ ସହ ଆଲୋଚନା କରିବେ । ରାଜନୀତିରେ ଥିବା ବ୍ୟକ୍ତିମାନେ ଉଚ୍ଚ କତୃପକ୍ଷଙ୍କ ସହ ଦେଖାସାକ୍ଷାତ କରିବେ । ପରିବାର କେତେକ ସମସ୍ୟା ଥିଲେ ମଧ୍ୟ ତାହା ବିଶେଷ କିଛି ଗୁରୁତ୍ଵର ରୂପ ନେବା ନାହିଁ । ବୈବାହିକ ଜୀବନ ସୁଖଦମୟ ରହିବ । ପେଟ ଯନ୍ତ୍ରଣା ବିରକ୍ତ କରିପାରେ, ଖାଇବା ଓ ପିଇବା ଉପରେ ଟିକେ ସଂଯମତା ବଜାୟ ରଖିବାକୁ ପଡିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଚଳିତ ସପ୍ତାହରେ କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ରହିବ । ଆପଣଙ୍କ ସ୍ଵଭାବ ଓ ବ୍ୟବାହରେ ମଧ୍ୟ ନମ୍ର ରହିବ । କର୍ମକ୍ଷେତ୍ରରେ ଏପରି କେତେକ ପରିସ୍ଥିତିର ସାମ୍ନା କରିବାକୁ ପଡିବ ଯାହାର ନିଷ୍ପତ୍ତି ନେଇପାରିବେ ନାହିଁ ଅର୍ଥାତ ଦ୍ଵନ୍ଦରେ ପଡିବେ । ବୃତ୍ତିଗତ କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଅନୁପସ୍ଥିତି ଓ ଖାମଖିଆଲ ମନୋବୃତ୍ତି ଯୋଗୁଁ ପ୍ରତ୍ୟେକ ସ୍ତରରେ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ ସ୍ଥଳରେ ବୟସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ କେତେକାଂଶରେ ଉପକୃତ ହେବେ । ଅବଶ୍ୟ ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଯୋଗୁଁ ମନରେ ବିରକ୍ତି ଭାବନା ଜାତ ହେବେ । ଯେଉଁ କାର୍ଯ୍ୟ ନିମନ୍ତେ ମନରେ ଅନେକ ଇଚ୍ଛା ଓ ଆକାଂକ୍ଷା ରହିଥିଲା, ସେହି କାର୍ଯ୍ୟକୁ ଆଜି ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ପୂର୍ଣ୍ଣ କରିବାରେ ସମର୍ଥ ହେବେ । କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମୁଣା ରହିବ । ପରସ୍ପରକୁ ସାହାଯ୍ୟ କରି ପାରିବାରିକ ସମସ୍ୟାକୁ ସୁଧାରୀ ନେବେ । ସପ୍ତାହର ଶେଷାର୍ଦ୍ଧରେ ଆକସ୍ମିକ ଭାବରେ ପରିବାରର କାହାରି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମନ ବିଚଳିତ ରହିବ । ଆପଣଙ୍କ ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ ଓ ନିୟମିତ ଭାବରେ ଖାଦ୍ୟପେୟ କରନ୍ତୁ ।

Leave a Reply

Your email address will not be published. Required fields are marked *