ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଓ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ।

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଓ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ।

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଓ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ । ପାରିବାରିକ ସମ୍ପର୍କରେ ନିବିଢତା ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (15 ଫେବୃୟାରୀରୁ 21 ଫେବୃୟାରୀ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମେଷ ରାଶିର ଲୋକମାନେ ଏହି ସପ୍ତାହରେ କୌଣସି ମାମଲାରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଯେଉଁ କଥା ଆପଣଙ୍କ ମନରେ ଅନେକ ଦିନରୁ ରହିଛି, ତାହାକୁ ସାମ୍ନାକୁ ଆସିବାକୁ ଦିଅନ୍ତୁ । ଗୁରୁତ୍ଵ ପୂର୍ଣ୍ଣ ମାମଲା ଗୁଡିକରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି, ଯେଉଁଥିପାଇଁ ସଂଯୁକ୍ତ ଚେଷ୍ଟା କିମ୍ବା ନିଷ୍ପତ୍ତିର ଆବଶ୍ୟକତା ହୋଇଥାଏ । ବ୍ୟବସାୟରେ ଆର୍ଥିକ ସ୍ଥିତି ଠିକ୍ ରହିବ, କୌଣସି ବିନିଯୋଗ କ୍ଷେତ୍ରରେ ସଠିକ୍ ବିଚାର କରିବାର ଆବଶ୍ୟକତା ହେବ । କାର୍ଯ୍ୟସ୍ଥଳରେ ବିବାଦ ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ । ପ୍ରେମ ଜୀବନ ମଧୁରମୟ ରହିବ । ପୂର୍ବରୁ ଅଟକି ରହିଥିବା କାମ ଗୁଡିକ ସମ୍ପୂର୍ଣ ହୋଇଯିବ । ବିଦେଶ ମାମଲାରେ ଲାଭ ମିଳବାର ଦେଖା ଯାଉଅଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧି ଖରାପ ରହିବ, ସେଥିପାଇଁ ସାବଧାନ ରୁହନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବୃଷ ରାଶିର ଲୋକମାନଙ୍କ କାର୍ଯ୍ୟସ୍ଥଳର ପରିସ୍ଥିତି ସୁଧାରିବ ଏବଂ ଆପଣଙ୍କ କାମକୁ ମାନ୍ୟତା ମିଳିବ । ନିଜ ବୃତିର ସମ୍ମାନ କରନ୍ତୁ କାରଣ ଏହା ଆପଣଙ୍କ ଜୀବିକାର ସାଧନ ଅଟେ । ଆର୍ଥିକ ଦୃଷ୍ଟିରେ କୌଣସି ନିଷ୍ପତ୍ତି ନେଉଛନ୍ତି ତ ବଡ଼ ସତର୍କତାର ସହ ନିଅନ୍ତୁ । କିଛି ଲୋକ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇପାରନ୍ତି ଏବଂ ଆପଣଙ୍କ କଥାରେ ଆନନ୍ଦିତ ହୋଇପାରନ୍ତି । ଆଧ୍ୟାତ୍ମିକତା ଆଡ଼କୁ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହ ଭଲ ରହିବାକୁ ଯାଉଛି । ସମ୍ପର୍କରେ ନୂତନତା ଆସିବ । କ୍ୟାରିଅର୍ ପ୍ରତି ଧ୍ୟାନ ଦିଅନ୍ତୁ ସଫଳତା ମିଳିବାର ପ୍ରଭାବ ରହିଛି । କାମକୁ ଭଲ ଭାବରେ ପୂର୍ଣ୍ଣ କରିବାପାଇଁ ଚେଷ୍ଟା କରନ୍ତୁ । କୌଣସି ଋତୁକାଳୀନ ରୋଗ ହୋଇପାରେ, ସାବଧାନତା ଅବଲମ୍ବନ କରନ୍ତୁ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ଆପଣଙ୍କ ପରିଶ୍ରମକୁ ପରିଚୟ ମିଳୁଅଛି ଏବଂ ଖୁବ ଶୀଘ୍ର କୌଣସି ପୁରସ୍କାର ମଧ୍ୟ ମିଳିବ । ଆପଣଙ୍କ ମଧ୍ୟରୁ କେତେକ ବିଦେଶରେ ରହିବାର ବିକଳ୍ପ ଚୟନ କରିପାରନ୍ତି । ମା କିମ୍ବା ମାତୃ ପକ୍ଷର ସମ୍ପର୍କୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଘରରେ କୌଣସି ସମସ୍ୟାରେ ଚିନ୍ତିତ ରହିପାରନ୍ତି । ଚାକିରୀ ଏବଂ ବ୍ୟବସାୟରେ ଲାଭ ମିଳିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ ଏବଂ ନିଜ ପାଇଁ ସମୟ ମିଳିବ । ପ୍ରେମ ସମ୍ପର୍କ ମଧ୍ୟରେ ଦୂରତା ଶେଷହେବ ସମ୍ପର୍କରେ ମଧୁରତା ଆସିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଶିକ୍ଷାକ୍ଷେତ୍ରରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ସମୟ ଭଲ ରହିଛି । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆର୍ଥିକ ନେଣ ଦେଣ ଭାବି ଚିନ୍ତି କରନ୍ତୁ । ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଅତ୍ୟଧିକ ପରିଶ୍ରମ କରୁଥିବା ହେତୁ ଥକାପଣ ଅନୁଭବ କରିପାରନ୍ତି । ପାରିବାରିକ ପରିବେଶ ଖୁସିମୟ ରହିବ । ଗୁରୁଜନ ଏବଂ ପ୍ରେମିକପ୍ରେମିକଙ୍କ ସହ ସମୟ ଅତିବାହିତ କରି ଆନନ୍ଦିତ ହୋଇପାରନ୍ତି । ଇଚ୍ଛା ନଥିଲେ ମଧ୍ୟ କେତେକ ସାମାଜିକ ସମାରୋହରେ ଯୋଗ ଦେବାକୁ ପଡିବ । ଆର୍ଥିକ ସମସ୍ୟା ହେତୁ ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଜୀବନ ସାଥୀଙ୍କ ସହ ଚାଲିଥିବା ପୁରୁଣା ବିବାଦ ଶେଷ ହେବ । ପ୍ରେମ ଜୀବନରେ ଉତ୍ଥାନପତନ ଦେଖାଦେଇପାରେ । ଏହି ସପ୍ତାହରେ କ୍ୟାରିଅର ମାମଲାରେ ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ପୁରୁଣା ରୋଗ ଶେଷ ହେବା ମାତ୍ରେ ନୂତନ ରୋଗ ଆରମ୍ଭ ହୋଇଯିବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସିଂହ ରାଶିର ଲୋକମାନେ ଚାପ ଠାରୁ ଦୂରେଇ ରୁହନ୍ତୁ ଏବଂ ଜିନିଷକୁ ହାଲୁକାରେ ନିଅନ୍ତୁ । କୌଣସି ଲୋକଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣ ସେମାନଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଋଣ ଗ୍ରସ୍ତ କାରଣରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ନିଜ ବିରୋଧୀ ମାନଙ୍କ ବିଜୟରେ ଆପଣଙ୍କ ସନ୍ତୁଷ୍ଟତା ବଢିବ । ଧନର ଅନିୟମିତ ପ୍ରବାହ ଆପଣଙ୍କୁ ଚାପପୂର୍ଣ କରିପାରେ । ପ୍ରେମ ଜୀବନରେ ବିବାହର ପ୍ରସ୍ତାବ ସ୍ଥିର ହୋଇପାରେ । ଅଫିସରେ ବଡ଼ ବଡ଼ ଅଧିକାରୀ ମାନଙ୍କର ସାହାଯ୍ୟ ମିଳିବ । ବ୍ୟବସାୟୀ ମାନଙ୍କୁ ଆୟର ନୂତନ ଉତ୍ସ ମିଳିବ । ରୋଗରେ ପୀଡିତ ହୋଇପାରନ୍ତି, ସାବଧାନ ରୁହନ୍ତୁ । କୌଣସି ଚାପ କାରଣରୁ ମଧ୍ୟ ଚିନ୍ତିତ ହୋଇପାରନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କ ପାରିବାରିକ ଜୀବନ ସ୍ୱାଭାବିକ ରହିବ । କିଛି ବ୍ୟକ୍ତିଗତ କାର୍ଯ୍ୟ ରାଜ୍ୟ ବାହାରକୁ ଯାତ୍ରା କରିବାକୁ ପଡିପାରେ । ଯେଉଁ ବ୍ୟକ୍ତିମାନେ ରାଜନୀତି କ୍ଷେତ୍ର ସହିତ ଜଡିତ ଅଛନ୍ତି, ସେମାନନେ ଉଚ୍ଚକତ୍ତୃପକ୍ଷଙ୍କ ଦ୍ଵାରା ସମ୍ମାନନୀତ ହୋଇପାରନ୍ତି । ଏହି ସପ୍ତାହରେ ଆପଣ ଆପଣଙ୍କ ପରିବାରକୁ ସମୟ ଦିଅନ୍ତୁ ଏବଂ ନିଜ କର୍ମକ୍ଷେତ୍ର ପ୍ରତି ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ । କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ଦ୍ଵାରା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମୟିକ ସମସ୍ୟା ଡେକଦେଇପାରେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରଖିବେ, ଯାହାଫଳରେ ଆପଣଙ୍କ ସମ୍ମାନ ବୃଦ୍ଧି ହେବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ଚଳିତ ସପ୍ତାହରେ କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରନ୍ତି । ସାମାଜିକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାକୁ ସୁଧାରୀ ନେବେ । ପାରିବାରିକ ସ୍ଥିତି ଭଲ ଥିଲେ ମଧ୍ୟ ସନ୍ତାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମନକୁ ଭାରକ୍ରାନ୍ତ କରିବ । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକ୍କାପଣ ଅନୁଭବ କରିପାରନ୍ତି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ମାନସିକ ଅବସାଦରୁ ମୁକ୍ତି ମିଳିପାରେ । ପାରିବାରିକ ଜୀବନ ଆନନ୍ଦମୟ ଏବଂ ସୁଖମୟ ରହିବ । ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବା କାରଣରୁ ମନକୁ ଆଶ୍ଵସ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ଦୀର୍ଘ ସମୟରୁ ଯେଉଁ ଯେଉଁ କ୍ଷେତ୍ରରେ ବିନିଯୋଗ କରିଛନ୍ତି, ସେଥିରୂ ଆଶାନୁରୂପକ ଲାଭ ପାଇବେ । ଅଫିସରେ ଏକ ଘନିଷ୍ଠ ସହକର୍ମୀଙ୍କ ସହ ମତଭେଦ ହେବାପାରେ । ଆଲୋଚନା ପରିସରରେ ଯୋଗ ଦେଇ ନିଜର ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବେ । ଜୀବନସାଥୀଙ୍କ ମନର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ଜୀବନସାଥିଙ୍କ ସହ ସଂଯମତା ରକ୍ଷା କରନ୍ତୁ । ଯେଉଁ ଲୋକମାନେ ବେରୋଜଗାରୀ ଅଛନ୍ତି, ସେମାନଙ୍କୁ କୌଣସି ନା କୌଣସି କ୍ଷେତ୍ରରେ କର୍ମ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ଚଳିତ ସପ୍ତାହରେ ଆଘାତ କିମ୍ବା ଦୁର୍ଘଟଣାର ଯୋଗ ରହିଛି । ଖାଦ୍ୟପେୟର ଅନିୟମିତତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ, ନିଜ ପରାକ୍ରମ ଦ୍ଵାରା ଦୁଃସାଧ୍ୟ କାର୍ଯ୍ୟ ମଧ୍ୟ ସମ୍ପାଦନ କରିପାରିବେ । କ୍ରୋଧର କାରଣରେ ନିଜର ପ୍ରିୟଜନଙ୍କୁ କଠୋର ବ୍ୟବହାର କରିବେ ଏବଂ ପରେ ଅନୁତାପ କରିବାକୁ ପଡିବ । କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ବଜାୟ ରହିବ । ଅଫିସରେ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ ଏବଂ ଆପଣ ଏକ ନୂତନ କାର୍ଯ୍ୟଭାର ମଧ୍ୟ ଗ୍ରହଣ କରିବାର ଯୋଗ ମଧ୍ୟ ରହିଛି । ପରିବାର ସଦସ୍ୟ ମଧ୍ୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଓ ବୃତ୍ତିଗତ କାର୍ଯ୍ୟରେ ଆପଣଙ୍କୁ ସହଯୋଗ କରିବେ । ସଠିକ ସମୟରେ କାମ ପୁରା ହେବା ଦ୍ୱାରା ମନକୁ ଆଶ୍ଵସ୍ତି ମିଳିବ । ସେୟାର ବଜାର ସହ ଜଡିତ ମାମଲାରେ କୌଣସି ବଡ଼ ନିଷ୍ପତ୍ତି ନ ନେବା ହିଁ ଭଲ ରହିବ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ସମାଜରେ କିଛି ଲୋକଙ୍କୁ ଭେଟିପାରନ୍ତି ଯାହାଦ୍ୱାରା ଆପଣଙ୍କ ଜୀବନରେ ଏକ ଗଭୀର ପ୍ରଭାବ ପଡିବ । ପ୍ରେମ ସମ୍ପର୍କରେ ଥିବା ଯୁଗଳ କିମ୍ବା ସ୍ଵାମୀ-ସ୍ତ୍ରୀଙ୍କ ପାଇଁ ସପ୍ତାହଟି ଭଲ ରହିବ । ଏହି ସପ୍ତାହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣଙ୍କ ମନ ଚଞ୍ଚଳ ରହିବ ନାହିଁ । ନାନା ଦିଗରୁ ନାନା ପ୍ରକାର ଘାତପ୍ରତିଘାତର ସମ୍ମୁଖୀନ କରିବାକୁ ପାରିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ବିଶ୍ଵାସ କରି କାର୍ଯ୍ୟ କରିଲେ ସମସ୍ୟା ବଢିବ ସିନା କମିବା ନାହିଁ । କର୍ମକ୍ଷେତ୍ରରେ ଆର୍ଥିକ ସମସ୍ୟାକୁ ଯାଞ୍ଚ କରନ୍ତୁ । ପରିବହନ, ରାଜନୀତି ତଥା ପ୍ରସାଶନରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ସପ୍ତାହଟି ଅତି ଉତ୍ତମ ରହିବ । ଚଳିତ ସପ୍ତାହରେ ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ବନ୍ଧୁମାନଙ୍କ ସହ ମିଶି କୌଣସି ସ୍ଥାନକୁ ବୁଲିଯିବା ପାଇଁ ଯୋଜନା କରିପାରନ୍ତି । ପରୋକ୍ଷ ଶତୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷମାନେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ଦାମ୍ପତ୍ୟ ଜୀବନ ଖୁସିମୟ ରହିବ । ଏହି ସପ୍ତାହ ପ୍ରଫେସନାଲ ଜୀବନ ପାଇଁ ଭଲ ରହିବ । କୌଣସି ବଡ଼ ଲାଭ ଆପଣଙ୍କୁ ମିଳିବ । କ୍ରମାଗତ ଭାବରେ କାମ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ଉଭୟ ଭାବରେ ଚିନ୍ତିତ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣଙ୍କ ନିଜ କାମକୁ ନିର୍ଦ୍ଧାରିତ ସମୟରେ କରିବାରେ ସମର୍ଥ ହେବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ କାରଣ ଆପଣଙ୍କ କଠୋର ଶବ୍ଦ ଆପଣଙ୍କ ପ୍ରିୟଜନଙ୍କ ମନକୁ ଆଘାତ ଦେଇପାରେ । ଯାହାଫଳରେ ପ୍ରିୟଜନଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନ ଉତ୍ଥାନପତନ ଲାଗିରହିବ । ଏପରିକି ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟରେ କ୍ଷତି ସହିବାକୁ ପଡିବ । ଠିକ ସେହିପରି ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ପ୍ରଥମାର୍ଦ୍ଧରେ ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । କିନ୍ତୁ ସପ୍ତାହର ମଧ୍ୟଭାଗରେ ବ୍ୟବସାୟରେ ଦେଖାଦେଇଥିବା ସମସ୍ୟା ଆପେଆପେ ଦୂରେଇ ଯିବ । ସମାଜର ଆନୁଷ୍ଟାନିକ କାର୍ଯ୍ୟରେ ସହଭାଗିତା କରିବେ । ଏହି ସପ୍ତାହ ପ୍ରେମ ଜୀବନରେ ଆପଣଙ୍କ ପାଇଁ ସ୍ମରଣୀୟ ରହିବ । କିନ୍ତୁ ମାଆଙ୍କ ସ୍ଵସ୍ଥ୍ୟାବସ୍ଥା ଜନିତ ଚିନ୍ତା ମନକୁ ବିଭ୍ରାନ୍ତ କରିପାରେ । ମେଡ଼ିକାଲ ଏବଂ ଆଇନ ପାଠ ପଢ଼ୁଥିବା ଛାତ୍ର ମାନଙ୍କ ପାଇଁ ଏହି ସପ୍ତାହର ସାତ ଦିନ ଭଲ ରହିବ । ରକ୍ତଚାପ ଏବଂ ଶ୍ୱାସ ରୋଗୀ ସାବଧାନତା ଅବଲମ୍ବନ କରନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସାମୁହିକଭାବେ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସାହାଯ୍ୟ ସହଯୋଗ ପାଇବେ । ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ତ୍ୱରାନ୍ୱିତ କରିବେ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଧୁ ମାନଙ୍କର କେତେକ କାର୍ଯ୍ୟକୁ ନେଇ ମନରେ ବିସ୍ତାପ ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ଆପଣଙ୍କ ଆଶାତୀତ ଉନ୍ନତି କରିବେ ଏବଂ ଅନ୍ୟ କେତେକ ଉପାୟ ଦ୍ୱାରା କ୍ରମାଗତ ଭାବରେ ଲାଭ ଏବଂ ଉନ୍ନତି ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ନିଜ ଅଧିନସ୍ଥ କର୍ମଚାରୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ । ସଭାସମିତିରେ ଯୋଗ ଦେଇ ଗୌରବାନ୍ଵିତ ହୋଇପାରନ୍ତି । ସମାଜର କେତେକ ଦୁଃସାଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ସମ୍ପର୍ଣ୍ଣ କରିବେ । ଜୀବନସାଥୀଙ୍କର ଭାବନାକୁ ଗୁରୁତ୍ଵ ଦିଅନ୍ତୁ । ବ୍ୟବସାୟ ଏବଂ ଚାକିରୀରେ ଲୋକମାନଙ୍କ ଉପରେ ଆପଣଙ୍କ ପ୍ରଭାବ ରହିବ । ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ବେଶ୍ ଭଲ ରହିବ ।

Leave a Reply

Your email address will not be published. Required fields are marked *