ମାସିକ ରାଶିଫଳ (ମଇ) : ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର

ମାସିକ ରାଶିଫଳ (ମଇ) : ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର

ମାସିକ ରାଶିଫଳ (ମଇ) : ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ଆପଣଙ୍କର କଳାତ୍ମକ ଏବଂ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ । ଆପଣଙ୍କୁ ରୋଜଗାରର ଅଧିକ ମାଧ୍ୟମ ମିଳିବ । କୌଣସି ସମ୍ପତ୍ତିକୁ ଭଲ ଦରରେ କିଣିବାରେ ସଫଳ ହେବେ । ଅଧିକାରୀଙ୍କ ଆଗରେ ଭଲ ଦୃଷ୍ଟିକୋଣ ନିର୍ମାଣ କରିବାପାଇଁ ଚେଷ୍ଟା କରିବା ଦ୍ଵାରା ଆପଣ ଏଥିରେ ସଫଳ ହୋଇପାରନ୍ତି । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ । ଶିକ୍ଷଣୀୟ ପ୍ରସଙ୍ଗ ଉପରେ ସଫଳତା ପାଇବାପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଆପଣଙ୍କର ଆଖପାଖ ଗତିବିଧି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆପଣ କୌଣସି ନୂତନ ପ୍ରେମ ସମ୍ପର୍କର ଆରମ୍ଭ କରିପାରନ୍ତି । କ୍ୟାରିଅର୍ ସହ ଜଡିତ କିଛି ଭଲ ଅଫର୍ ମିଳିପାରେ । କୌଣସି ବଡ଼ ପ୍ରକଳ୍ପ ହାତରେ ଲାଗିପାରେ । ଆପଣଙ୍କୁ ହାଲୁକା ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି, ନଚେତ୍ ପେଟ ସମ୍ବନ୍ଧୀୟ ଅସୁବିଧାରେ ପୀଡିତ ହୋଇପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପରିଶ୍ରମ ଅନୁଯାୟୀ ଟିକିଏ କମ୍ ଫଳ ମିଳିବ । ଆପଣଙ୍କୁ ଆପଣଙ୍କ ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ରହିଛି । ସହଭାଗୀତା ଦ୍ୱାରା ଟଙ୍କା ରୋଜଗାର କରିବାର ସୁଯୋଗ ମିଳିପାରେ । ଅନ୍ୟମାନଙ୍କ ପ୍ରତି ସହଯୋଗର ଭାବନା ଦ୍ୱାରା ଲାଭ ମିଳିବ । ବ୍ୟବସାୟୀ ମାନେ କର୍ମ ଉପରେ ଅଧିକ ଲକ୍ଷ୍ୟ ରଖିବା ଉଚିତ୍, ଯଦି କୌଣସି ନୂତନ କାରବାର ସହଭାଗୀତା ଦ୍ୱାରା କରିବାକୁ ଚାହୁଁଛନ୍ତି, ତେବେ ଠିକ୍ ହେବ । ଲୋକମାନେ ଆପଣଙ୍କ ବିଚାର ଦ୍ୱାରା ପ୍ରଭାବିତ ହେବେ । ଜୀବନସାଥୀଙ୍କ ସାହାଯ୍ୟରେ କାମ ପୂର୍ଣ୍ଣ ହୋଇପାରେ । ବ୍ୟବସାୟରେ ଲାଭ ହେବ । ରୋଜଗାର ବଢିବାର ସମ୍ଭାବନା ରହିଛି । ସଠିକ୍ ଖାଦ୍ୟପେୟ ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବ୍ୟବସାୟୀକ ମାନେ କୌଣସି ବ୍ୟବସାୟ କ୍ଷେତରେ କାହାକୁ ଉଧାର ମାଲ୍ ଦେବା ଠାରୁ ଦୂରେଇ ରହିବାକୁ ପଡିବ ନଚେତ୍ ଟଙ୍କା ବୁଡି ଯାଇପାରେ । ଭଲ ଅଫର୍ ଯୋଗୁଁ କୌଣସି ସମ୍ପତ୍ତି କିଣିବାପାଇଁ ଗମ୍ଭୀର ହୋଇପାରନ୍ତି । ପାଠପଢାରେ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଯେଉଁ ସ୍ୱତନ୍ତ୍ର ସୁଯୋଗର ଆପଣ ଅପେକ୍ଷା କରୁଛନ୍ତି, ତାହା ମିଳିପାରେ । ଯେଉଁ ଲୋକମାନେ ସଙ୍ଗୀତ ଏବଂ କଳା ସହ ଜଡିତ ଅଛନ୍ତି, ସେମାନେ କିଛି ନୂଆ କାମ କରିବାପାଇଁ ଚେଷ୍ଟା କରିବେ । ପ୍ରେମ ପାଇଁ ଏହି ମାସ ଶୁଭ ଅଟେ । ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ଼ ହେବ । ଚାକିରୀରେ ମନଇଚ୍ଛା ପରିବର୍ତ୍ତନର ଯୋଗ ରହିଛି । ଦୀର୍ଘ ସମୟ ଧରି ଚିନ୍ତିତ କରୁଥିବା କୌଣସି ରୋଗରୁ ମୁକ୍ତି ମିଳିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ କୌଣସି ସୁଯୋଗ ନିଜ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ବ୍ୟବସାୟର ଗତି ଧୀର ଦେଖାଗଲେ ମଧ୍ୟ ତାହାକୁ ଚାଲୁ ରଖନ୍ତୁ । କିଛି ଏଭଳି ଲୋକଙ୍କ ସହ ଦେଖା ହୋଇପାରେ, ଯେଉଁମାନେ ଆପଣଙ୍କ କ୍ୟାରିଅରରେ ଆପଣଙ୍କୁ ସାହାଯ୍ୟ କରିବେ । କର୍ମ କ୍ଷେତ୍ରରେ କୌଣସି ଭଲ ଖବର ମିଳିବ । କାର୍ଯ୍ୟକ୍ଷେତ୍ରରେ କାମରେ ଲକ୍ଷ୍ୟ କରନ୍ତୁ କାରଣ ଗ୍ରହର ସ୍ଥିତି କାର୍ଯ୍ୟରୁ ଆପଣଙ୍କ ମନକୁ ହଟାଇ ପାରନ୍ତି କିନ୍ତୁ ବିଚଳିତ ହୁଅନ୍ତୁ ନାହିଁ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ । ପ୍ରେମ ଜୀବନରେ ଖୁସି ଖବର ମିଳିବ । ଚାକିରୀ ଏବଂ ବ୍ୟବସାୟ ମାମଲାରେ ଏହି ମାସ ଉତ୍ସାହପୂର୍ବକ ରହିବ । ଯେଉଁ ଲୋକମାନଙ୍କର ଶୁଗାର୍ ରହିଛି, ସେମାନଙ୍କୁ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ । ରାଜନୀତି ସହ ଜଡିତ ଲୋକ ମାନଙ୍କ ପାଇଁ ଏହି ମାସ ଭଲ ରହିପାରେ । ଆପଣଙ୍କ ଆଶା ଠାରୁ ଏହି ମାସ ଅଧିକ ଭଲ ରହିବ । କୌଣସି ସମସ୍ୟା ଯୋଗୁଁ ଚିନ୍ତିତ ହୁଅନ୍ତୁ ନାହିଁ, ଅଧିକ ସମସ୍ୟା ହେଲେ କୌଣସି ସମ୍ପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଶିକ୍ଷା କ୍ଷେତ୍ରରେ ଆପଣଙ୍କ ଯୋଗ୍ୟତା ଆପଣ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି ହେବ । ସମସ୍ତେ ଆପଣଙ୍କ କର୍ମର ପ୍ରଶଂସା କରିବେ । ପ୍ରେମ ପକ୍ଷ ଦୃଢ଼ ରହିବ । ନୂତନ ପ୍ରେମ ପ୍ରସଙ୍ଗରେ ସଫଳତା ଆପଣଙ୍କ ପାଦ ଛୁଇଁବ । କୌଣସି ବଡ଼ ବିନିଯୋଗ ଭାବିଚିନ୍ତି କରନ୍ତୁ । ଛାତ୍ରଛାତ୍ରୀ ମାନଙ୍କର ମନ କୌଣସି ଅଯଥା କାମରେ ରହିପାରେ । ନିଶ୍ଚିତ ଭାବରେ ବ୍ୟାୟାମ କରନ୍ତୁ କାରଣ ବ୍ୟାୟାମ ନ କରିବା ଦ୍ୱାରା ହେବାକୁ ଥିବା ରୋଗ ଆପଣଙ୍କୁ ଚିନ୍ତିତ କରିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ମାସରେ ଅଧିକ କାମନା କରିବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ ତେଣୁ ପରିଶ୍ରମ କରନ୍ତୁ ଫଳ ମିଳିବ । ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ନିଜ ଗ୍ରାହକ ମାନଙ୍କୁ ଆକର୍ଷିତ କରିବାପାଇଁ କୌଣସି ନୂତନ ଯୋଜନାକୁ ଆପଣେଇବାକୁ ପଡିବ । କିଛି ଲୋକମାନଙ୍କ ସାହାର୍ଯ୍ୟ ଦ୍ଵାରା କର୍ମ କ୍ଷେତ୍ରରେ ସଫଳତା ପାଇପାରନ୍ତି ଏବଂ ପଦବୀରରେ ରହିବାର ଇଚ୍ଛା ପ୍ରକାଶ କରିପାରନ୍ତି । ଏହି ରାଶିର ଲୋକମାନଙ୍କୁ କୌଣସି ପୁରୁଣା ବ୍ୟକ୍ତିଙ୍କ ଠାରୁ ଲାଭ ମିଳିପାରେ । ଅନ୍ୟ ଲୋକଙ୍କ ପ୍ରତି ଆତ୍ମବିଶ୍ଵାସ ବଢିବ । ପୁରୁଣା ବନ୍ଧୁଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । କୌଣସି ନୂତନ ପ୍ରେମ ପ୍ରସ୍ତାବ ମିଳିପାରେ । ପ୍ରେମ ସମ୍ବନ୍ଧକୁ ନେଇ ଉତ୍ଥାନ-ପତନର ପରିସ୍ଥିତି ରହିପାରେ । ମସଲାଯୁକ୍ତ ଖାଦ୍ୟକୁ ଅଧିକ ସେବନ କରନ୍ତୁ ନାହିଁ, ନଚେତ୍ ପେଟ ସମନ୍ଧୀୟ ରୋଗରେ ପଡିପାରନ୍ତି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ଆପଣଙ୍କ ନିଜ ଖର୍ଚ୍ଚର ଯତ୍ନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାସର ପ୍ରଥମ ଦୁଇଟି ସପ୍ତାହ ଭଲ ରହିବ କିନ୍ତୁ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣ ରହିବ । ବ୍ୟବସାୟରେ ଟଙ୍କା ଗ୍ରହକଙ୍କ ପାଖରେ ବନ୍ଧକ ସଦୃଶ ରହିପାରେ । ଯତ୍ନର ସହିତ ବିନିଯୋଗ କରନ୍ତୁ । ଆପଣଙ୍କର କାର୍ଯ୍ୟ ପରିବେଶରେ ଉନ୍ନତି ହେବ, କ୍ରୋଧ ଏବଂ ନକାରାତ୍ମକ ଚିନ୍ତାଧାରା ଉପରେ ପ୍ରାଧାନ୍ୟ ଦିଅନ୍ତୁ ନାହିଁ । ଶିକ୍ଷା ପ୍ରତିଯୋଗିତା ଦିଗରେ ପ୍ରୟାସ ସାର୍ଥକ ହେବ । ପାରିବାରିକ ପରିବେଶ ସୁଖଦମୟ ରହିବ । ଦ୍ୱନ୍ଦ୍ୱ କାରଣରୁ କିଛି ବିଷୟ ବିଗିଡ଼ି ପାରେ । ପ୍ରେମ ଜୀବନ ସୁଖଦ ରହିବ । ସାଥୀକୁ ଅଭିଯୋଗ କରିବାର ସୁଯୋଗ ଆପଣ ଦେବେ ନାହିଁ । କଠିନ ପରିଶ୍ରମର ଫଳାଫଳ ଆପଣ ଯେତିକି ଭାବୁଛନ୍ତି ଠିକ ସେହିଭଳି ହିଁ ପାଇବେ । କିଛି ପୁରୁଣା ରୋଗର ପୁନରାବୃତ୍ତି ହେବାର ସମ୍ଭାବନା ରହିଛି, ଆଖିରେ ସମସ୍ୟା ଦେଖା ଦେଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ମାସରେ ବିଛା ରାଶିର ବ୍ୟକ୍ତିମାନେ ବିପଦପୂର୍ଣ୍ଣ କାର୍ଯ୍ୟରୁ ନିଜକୁ ଦୁରେଇ ରଖନ୍ତୁ । ରୋଜଗାର କ୍ଷେତ୍ରର ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂଲ କରିବାକୁ ପାଇଁ ପରାମର୍ଶ ଦିଆଯାଉଥାଏ । ପ୍ରଶାସନିକ ଏବଂ ଆର୍ଥିକ ସେବା ସମ୍ବନ୍ଧୀୟ ଅଧିକାରୀମାନେ ସଫଳ ହେବେ । କାହାଠାରୁ ଅଧିକ ଆଶା କରିବା ଠିକ୍ ନୁହେଁ । ଶ୍ରମିକମାନଙ୍କ ମଧ୍ୟରେ ଏକ ଅନନ୍ୟ ବୃଦ୍ଧି ଘଟିବ, ଅଧିକାଂଶ ସମସ୍ୟା ସହଜରେ ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ବିଶେଷ ଲାଭଦାୟକ ହୋଇପାରେ । ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ବିବାଦ କାରଣରୁ ସମସ୍ୟା ଲାଗି ରହିବ । ବ୍ୟବସାୟ ସମ୍ବନ୍ଧରେ ନିରନ୍ତର ଯୋଜନାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଉପକୃତ ହେବେ । ମିଥୁନ ରାଶିର ଲୋକମାନେ ଋତୁ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗକୁ ନେଇ ଚିନ୍ତିତ ରହିବେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଭବିଷ୍ୟତ ସମ୍ବନ୍ଧୀୟ କିଛି ଚିନ୍ତା ମନ ଉପରେ ପ୍ରଭାବ ପକାଇବ । ଆପଣଙ୍କ ଜିଦ୍ଦି ସ୍ଵଭାବ ଆପଣଙ୍କ ମାତାପିତାଙ୍କ ଶାନ୍ତି ଛଡେଇ ନେଇପାରେ । ନୂତନ ବାସଗୃହ, ଭୂମି କିମ୍ବା ଯାନବାହାନର ସୁଖ ପ୍ରାପ୍ତି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ରହିବେ । ଅଫିସ କାର୍ଯ୍ୟରେ ସିନିଅରଙ୍କ ସାହାଯ୍ୟରେ ଆପଣଙ୍କ ଅଟକି ରହିଥିବା କାମ ପୂରଣ ହୋଇଯିବ । କିଛି ସୁଯୋଗ ମିଳିପାରେ ଯେଉଁଥିରେ ଆପଣ ଲାଭବାନ ହୋଇପାରିବେ । ଆପଣଙ୍କ ଯୋଜନା ଅନୁଯାୟୀ ଜରୁରୀ କାର୍ଯ୍ୟଗୁଡିକ ସମ୍ପାଦିତ ହେବାକୁ ଲାଗିବ । ଯଦି ସମ୍ପର୍କକୁ ମଜବୁତ କରିବା ପାଇଁ ଚାହୁଛନ୍ତି ତେବେ ତେବେ ଆପଣଙ୍କ ଏଥିପାଇଁ ସମୟ ବାହାର କରନ୍ତୁ ଓ ନିଜର ପ୍ରାଥମିକତାକୁ ବଦଳି ଦିଅନ୍ତୁ । ଏହି ମାସରେ, ତୁମେ ତୁମର କ୍ୟାରିଅରରେ ନୂତନ ପରିମାଣ ପ୍ରତିଷ୍ଠା କରିବ । ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁସ୍ଥତା ଲାଗି ରହିବ । ଯଦି ପିଠି ଓ ଆଣ୍ଠୁ ବ୍ୟଥାରେ ପୀଡ଼ିତ ଅଛନ୍ତି; ତେବେ ଏହା ଅଧିକ ସମସ୍ୟା ଦେଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ମାସରେ ଆପଣଙ୍କୁ ଏକା ସାଙ୍ଗରେ ଅନେକ କାର୍ଯ୍ୟ ସମ୍ଭାଳିବାକୁ ପଡ଼ିବ । ନିଜର କ୍ରିୟାଶୀଳତା ଦ୍ୱାରା ପ୍ରଗତି ଆଡ଼କୁ ଅଗ୍ରସର ହେବେ । କଥାବାର୍ତ୍ତାରେ ଅସଂଯମତା ଯୋଗୁଁ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ଏହି ମାସରେ ଟିକିଏ ସତର୍କ ରୁହନ୍ତୁ, ନଚେତ ବିବାଦର ଘେରରେ ଛନ୍ଦି ହୋଇପରାନ୍ତି । ଉତ୍ସାହର ସହିତ ନୂତନ ଯୋଜନାଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବେ । ଜୀବନ ସାଥୀଙ୍କ ସହିତ କୌଣସି ବିଷୟକୁ ନେଇ କଥାବାର୍ତ୍ତା ହୋଇପାରନ୍ତି । ଆପଣଙ୍କ ସମ୍ପର୍କରେ ଦୃଢ଼ତା ଆସିବ । କ୍ୟାରିୟରର ଚୟନ ପାଇଁ କାହାର ପରାମର୍ଶ ଅବଶ୍ୟ ଗ୍ରହଣ କରନ୍ତୁ । ମାସ ଶେଷରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ମାସର ଶେଷାର୍ଦ୍ଧରେ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବୟସ୍କ ବ୍ୟକ୍ତି କିମ୍ବା ବିରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ଏଥିପାଇଁ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସରେ କୁମ୍ଭ ରାଶିର ଲୋକମାନେ ମାଆ ଲକ୍ଷ୍ମୀଙ୍କୁ ଆଶୀର୍ବାଦ ପାଇବେ । ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ସହ ସ୍ନେହ ଓ ଶ୍ରଦ୍ଧା ଅତୁଟ ରହିବ । ମାତାପିତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ମାତା ପିତା ସାହାଯ୍ୟରେ ଆପଣ ଆର୍ଥିକ ଅଭାବରୁ ବାହାରିବା ପାଇଁ ସଫଳ ହେବେ । ନିଜର କୌଣସି ବନ୍ଧୁ କାରଣରୁ ବଡ଼ ଅସୁବିଧାରେ ଫଶିବାରୁ ବର୍ତ୍ତି ପାରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶାତୀତ ଫଳ ପାଇବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଯଦି ଆପଣ ପ୍ରେମ ବିଷୟରେ ଚିନ୍ତା କରୁଛନ୍ତି; ତେବେ ଏ ମାସରେ ଆପଣଙ୍କ ଜୀବନରେ ଜୀବନସାଥୀଙ୍କ ଆଗମନ ହୋଇପାରେ । ଏହି ମାସରେ ଆପଣଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା ଉପରେ ରହିବ । ମାନସିକ ଚିନ୍ତାରୁ ଦୁରେଇ ରୁହନ୍ତୁ । ଧ୍ୟାନ, ଯୋଗ ଓ ପ୍ରାଣୟମ ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ମାସରେ ଆପଣ ସନ୍ତାନଙ୍କ ସୁଖ ପ୍ରାପ୍ତି କରିବାର ସମ୍ଭାବନା ରହିଛି । ଆପଣଙ୍କ ସ୍ଵାଧୀନତା ଅଧିକାର ମଧ୍ୟ ଏହି ମାସରେ ବଢିପାରେ । ଏହି ଏପ୍ରିଲ ମାସରେ ଆପଣ କିଛି ନୂତନ ପ୍ରକଳ୍ପ ବା କିଛି ନୂତନ କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା ପାଇଁ ଚିନ୍ତା କରିବେ । ଯାହା ଲାଭଦାୟକ ହେବ ବୋଲି ଆଶା କରାଯାଏ । ଉପଯୁକ୍ତ ବ୍ୟକ୍ତିଙ୍କଠାରୁ ଉପଦେଶ, ପ୍ରେରଣା ପାଇ ଆପଣଙ୍କ ଚିନ୍ତା ଲାଘବ ହୋଇପାରିବ । ଶିଶୁର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଜୀବନ ସାଥୀ ସହିତ ଆପଣଙ୍କ ସମ୍ପର୍କ ଓ ବିଶ୍ୱାସ ମଜବୁତ ରହିବାର ସମ୍ଭାବନା ଅଛି । ଏହି ମାସରେ ଆପଣ ଏକ ନୂତନ ବିଷୟ ଶିଖିବାର ସୁଯୋଗ ପାଇବେ । ଆପଣ ନିଜ ଶରୀରରୁ ଦୁର୍ବଳ ଏବଂ ଥକ୍କା ଅନୁଭବ କରିପାରନ୍ତି କିନ୍ତୁ ପୂର୍ବରୁ ପୀଡିତ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

Leave a Reply

Your email address will not be published. Required fields are marked *