ମାସିକ ରାଶିଫଳ (ଫେବୃୟାରୀ) : ଚଳିତ ମାସରେ ଏହି ୭ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ ! କର୍ମକ୍ଷେତ୍ରରେ ମିଳିବ ଅପୂର୍ବ ସଫଳତା !

ମାସିକ ରାଶିଫଳ (ଫେବୃୟାରୀ) : ଚଳିତ ମାସରେ ଏହି ୭ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ ! କର୍ମକ୍ଷେତ୍ରରେ ମିଳିବ ଅପୂର୍ବ ସଫଳତା !

ମାସିକ ରାଶିଫଳ (ଫେବୃୟାରୀ) :

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ଆପଣଙ୍କ ଭଲ ବ୍ୟବହାର କାରଣରୁ ସମ୍ମାନ ବଢିବ । ସତର୍କତା ଅଭାବ କାରଣରୁ ଧନ ତଥା ମାନହାନିର ଆଶଙ୍କା ଅଛି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ ନେଣଦେଣ ପାଇଁ ଅନୁକୂଳ ସମୟ ଅଟେ । କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଅଫିସରେ ନୂଆ ଦାୟିତ୍ୱ ମିଳିପାରେ । କୋର୍ଟ ମାମଲାରେ ବିଜୟ ମିଳିପାରେ । ବିଦ୍ୟାର୍ଥୀମାନେ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ପ୍ରେମିଯୁଗଳଙ୍କ ପାଇଁ ପ୍ରେମଜୀବନ ଭଲ ରହିବ । ବୈବାହିକ ଜୀବନର ସୁଖମୟ ରହିବ । ବ୍ୟବସାୟ ନିରନ୍ତର ପ୍ରଗତି କରିବ । ଆର୍ଥିକ ଦିଗ ଆପଣଙ୍କ ଅନୁକୂଳ ରହିବ । ଶ୍ୱାସ ରୋଗରେ ଆକ୍ରାନ୍ତ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ମାସ ଆପଣଙ୍କୁ ନୂଆ ଲାଭଦାୟକ ସୁଯୋଗ ପ୍ରଦାନ କରିବ । କର୍ମ କ୍ଷେତ୍ରରେ କୌଣସି ପ୍ରକାରର ଭୟ ମଧ୍ୟ ରହିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣ ଯେଉଁ କାଯ୍ୟ କରୁଛନ୍ତି ସେଥିରେ ପରିଶ୍ରମ ଅନୁଯାୟୀ ଫଳ ନିଶ୍ଚିତ ମିଳିବ । ପରିବାର ସହିତ ଧାର୍ମିକ କ୍ଷେତ୍ରକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଏକ ନୂତନ କାଯ୍ୟର ଆରମ୍ଭ ହୋଇପାରେ କିମ୍ବା ଆପଣ ଏକ ନୂତନ ଚୁକ୍ତିକୁ ଶେଷ ରୂପ ଦେଇପାରନ୍ତି, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ରହିବ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଅବିବାହିତ ଲୋକଙ୍କ ପ୍ରେମଜୀବନ ଭଲ ହୋଇପାରେ । ଏହି ମାସରେ ଛାତ୍ରଙ୍କ ପାଇଁ ନୂଆ ଚାକିରିର ସୁଯୋଗ ଉପଲବ୍ଧ ହେବ । ଏହି ମାସରେ ଆପଣଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କାର୍ଯ୍ୟରେ ସଫଳତା ଏବଂ ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଏହି ମାସ ଭଲ ରହିବ । ପୁରୁଣା ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ସାକ୍ଷାତ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସତର୍କତା ଅବଲମ୍ବନ କରନ୍ତୁ । ଘରୋଇ ଦାୟିତ୍ୱବୋଧର କାର୍ଯ୍ୟକ୍ଷମତା ପାଇଁ ଆପଣଙ୍କର ଗୁରୁତ୍ୱ ବୃଦ୍ଧି ହେବ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ମଧୁରତାର ଅନୁଭବ କରିବେ । ଆର୍ଥିକ ଲାଭ ପାଇଁ କିଛି ଅଧିକ ପରିଶ୍ରମ କରିବାକୁ ପଡିପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ପ୍ରେମିକର ହୃଦୟ ଜିତିପାରିବେ । କାଯ୍ୟସିଦ୍ଧିର ପ୍ରୟାସରେ ସଫଳତା ମିଳିବ । ଆର୍ଥିକ ଉନ୍ନତି ପାଇଁ ନୂଆ ଯୋଜନା ପ୍ରସ୍ତୁତ ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଜମି ଏବଂ କୋଠା ଇତ୍ୟାଦିର ବିକ୍ରୟ ଏବଂ କ୍ରୟରେ ଲାଭଦାୟକ ହୋଇପାରେ । କର୍ମ କ୍ଷେତ୍ରରେ ସହଭାଗୀମାନେ ଏକାଠି ରହିବେ । ପରିବାର ସଦସ୍ୟମାନଙ୍କର ସହଯୋଗ ମିଳିପାରେ । ନୂତନ ବିଚାର, କୌଶଳ ଆପଣଙ୍କ ପାଇଁ ପ୍ରଭାବଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହୋଇପାରେ । ଯଦି ଆପଣ ନିଜର କାଯ୍ୟାଳୟ କିମ୍ବା ନିଜର ଘରକୁ ବଦଳେଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସଫଳତା ମିଳିପାରେ । ଭାଇ-ଭଉଣୀ ସହିତ ସମ୍ପର୍କରେ ମଧୁରତାର ଅନୁଭବ କରିବେ । ଜୀବନସାଥିଙ୍କ ସହ ମତାନ୍ତର ହୋଇପାରେ । ବିପଦପୂର୍ଣ୍ଣ ମାମଲାରୁ ସାବଧାନ ରୁହନ୍ତୁ । ବ୍ୟବସାୟରେ କ୍ଷତି ହୋଇପାରେ । ଋତୁ ପରିବର୍ତ୍ତନ ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସିଂହରାଶିର ଲୋକମାନଙ୍କୁ ସହଯୋଗ ଏବଂ ସହଭାଗିତାର ସାଥିରେ ବିରୋଧର ସମ୍ମୁଖୀନ କରିବାକୁ ପଡିପାରେ । ସୃଜନଶୀଳ କାର୍ଯ୍ୟରେ ଆଗ୍ରହୀ ହେବେ । ପରିବାରରେ ଥିବା ଦୁଃଖ ଯୋଗୁଁ ଘରେ ଅସାନ୍ତି ବଢିପାରେ । ସନ୍ତାନ ପକ୍ଷରୁ ଶୁଭ ସମାଚାରର ପ୍ରାପ୍ତି ହୋଇପାରେ । ମାତା ପିତାଙ୍କ ସହଯୋଗରେ ପୁରୁଣା ଋଣ ଦୂର ହୋଇଯିବ । ଧୈଯ୍ୟ ଏବଂ ପ୍ରୟାସ ମଧ୍ୟରେ ସନ୍ତୁଳନ ରଖିବେ ତେବେ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରିବ । ପ୍ରେମପୂର୍ଣ୍ଣ ବୈବାହିକ ଜୀବନ ଆପଣଙ୍କୁ ଖୁସି ରଖିବ । ବ୍ୟବସାୟରେ କୌଣସି ଅଧୁରା ରହିଯାଇଥିବା କାଯ୍ୟ ସମ୍ପୂର୍ଣ୍ଣ ହେବ । ଧନର ଆଗମନର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଆପଣ ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ମାସରେ ଆପଣଙ୍କୁ ବିବାଦ ସମାଧାନ କରିବାରେ ଅନେକ ସଫଳତା ମିଳିପାରେ । କର୍ମ କ୍ଷେତ୍ରରେ ଲାଭର ସୁଯୋଗ ହାତକୁ ଆସିବ । କୋର୍ଟ କାର୍ଯ୍ୟରେ ଅନୁକୂଳତା ରହିବ । କୌଣସି ପ୍ରକାରର ବିଶୃଙ୍ଖଳାରେ ପଡ଼ିବା ଦ୍ୱାରା କ୍ଷତି ହୋଇପାରେ । ପିଲାମାନେ ଏକାଡେମିକ ସାମ୍ନାରେ ଉକୃଷ୍ଟ ପ୍ରଦର୍ଶନ କରିବେ । ଅହଂକାର ଦ୍ଵାରା ସମାଜରେ ସମ୍ମାନ ହାନୀ ହୋଇପାରେ । ପରିବାରରେ କୌଣସି କଥାକୁ ନେଇ କଳି ହୋଇପାରେ । ଛୋଟ ଛୋଟ କଥାରୁ ଦୁରେଇ ରୁହନ୍ତୁ । ଆପଣଙ୍କୁ ଜୀବନରେ ପ୍ରକୃତ ପ୍ରେମ ମିଳିପାରେ । ପରୀକ୍ଷା ଏବଂ ପ୍ରତିଯୋଗିତାରେ ସଫଳତା ମିଳିବ । ପେଟରୋଗ ଆପଣଙ୍କୁ ଚିନ୍ତିତ କରିପାରେ । ଖାଦ୍ୟପେୟର ନିୟନ୍ତ୍ରଣ କରନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ଆପଣଙ୍କ ଚାକିରୀ କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି । ଅପରିଚିତ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ସାଙ୍ଗମାନଙ୍କ ସାହାଯ୍ୟରେ ଜଟିଳ କାର୍ଯ୍ୟ ଗୁଡିକର ସମାଧାନ ମିଳିପାରେ । ବ୍ୟବସାୟରେ ଯନ୍ନତି ହେବ । ଖରାପ ସାଙ୍ଗ ଏବଂ ସ୍ୱାର୍ଥପର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନଶୀଳ କଳା ପ୍ରତି ଆଗ୍ରହୀ ହେବେ । କାଯ୍ୟକ୍ଷେତ୍ରରେ ଭାବିଚିନ୍ତି ହିଁ ନିର୍ଣ୍ଣୟ ନିଅନ୍ତୁ । ଆର୍ଥିକ ସମସ୍ୟା ହେତୁ କିଛି ବ୍ୟବସାୟ ଯୋଜନାକୁ ବନ୍ଦ କରିବାକୁ ପଡିପାରେ । ଏହି ମାସରେ ତୁଳାରାଶିର ଲୋକଙ୍କ ବୈବାହିକ ସମ୍ବନ୍ଧ ମଧୁର ହେବ । ଭାଗ୍ୟ ଆପଣଙ୍କ ସହିତ ରହିବ । ଆୟରେ ବୃଦ୍ଧି ହେବ । ବ୍ୟବସାୟିକ ଯାତ୍ରା ସଫଳ ରହିବ । ମାସ ଶେଷରେ କୌଣସି ପ୍ରକାରର ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

google

ଏହି ମାସରେ ଆପଣ ପିଲାମାନଙ୍କ ନିମନ୍ତେ ଅଯଥା ଖର୍ଚ୍ଚ କରିପାରନ୍ତି । ପରିବାର ସଦସ୍ୟ, ବନ୍ଧୁ ଓ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । କୌଣସି ନୂଆ ଜିନିଷ ଶିଖିବାକୁ ଆଗ୍ରହ ହୋଇପାରନ୍ତି । ଇଚ୍ଛାକୃତ ଜିନିଷ ପାଇବା ଫଳରେ ମନ ଆନନ୍ଦିତ ରହିବ । ମାସର ଶେଷ ସପ୍ତାହରେ ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ, ଯାହାଦ୍ୱାରା ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳିଯିବ । ଏହି ମାସରେ ଆପଣଙ୍କ ମନରେ ଆତ୍ମବିଶ୍ଵାସ ପୂର୍ଣ୍ଣମାତ୍ରାରେ ରହିବ । ବ୍ୟବସାୟ ବୃଦ୍ଧି ପାଇଁ ଚିନ୍ତା କରିବେ । ଅଫିସ କାର୍ଯ୍ୟାଳୟରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମାଜରେ ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ । ପିଲାମାନଙ୍କ ତରଫରୁ ଆପଣ ଚିନ୍ତାମୁକ୍ତ ହେବେ । ପ୍ରେମ ଜୀବନ ଭଲ ରହିବ । ବେକାରୀ ସମସ୍ୟା ଦୂର ହେବ ଏବଂ ସନ୍ତୋଷ ମିଳିବ । ଚାକିରିରେ ପଦୋନ୍ନତି ହୋଇପାରେ । ସ୍ୱାସ୍ଥ୍ୟ ସୁଖ ଭଲ ହେବ । ଶ୍ଵାସରୋଗୀମାନେ ସତର୍କ ରୁହନ୍ତୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧନୁରାଶିର ଲୋକମାନଙ୍କୁ ବ୍ୟବସାୟରେ ଆଶାତୀତ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣ ନିଜ କାମରେ ଖୁସି ରହିବେ ଏବଂ କର୍ମକ୍ଷେତ୍ରରେ କିଛି ମହିଳାମାନଙ୍କ କାରଣରୁ ଲାଭର ଅବସର ମିଳିବ । ନିଜର ଆତ୍ମବିଶ୍ଵାସ ଏବଂ ଆତ୍ମସମ୍ମାନ ବଢାଇବା ପାଇଁ ଏହି ମାସ ଭଲ ଅଟେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଭାବିଛିନ୍ତି ପୁଞ୍ଜି ନିବେଶ କରନ୍ତୁ । ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । କ୍ୟାରିୟର ବିଷୟରେ କହିବାକୁ ଗଲେ ଚଳିତ ଏହି ମାସରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ଯେଉଁଥିରେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଜୀବନସାଥୀଙ୍କ ସହ ମତଭେଦ ଦେଖାଯାଇପାରେ । ମନ ଉଦାସ ରହିବ । ଏହି ମାସରେ ଆପଣଙ୍କୁ ରୋଜଗାରର ଭଲ ରହିବ ତଥା ଲାଭର ଉଚିତ୍ ସୁଯୋଗ ପ୍ରାପ୍ତ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିବେଶ ଦୃଷ୍ଟିରୁ ଏହି ମାସ ଅନୁକୂଳ ଅଟେ । ନିଜ କ୍ରୋଧ କାରଣରୁ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ଉତ୍ଥାନ-ପତ୍ଥାନ ଲାଗିରହିବ । ଚାକିରିରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ସାବଧାନରେ କାମ କରନ୍ତୁ । କୌଣସି କାରଣରୁ ନିଜର ଆତ୍ମସମ୍ମାନ, ଯେପରି ବଜାୟ ରହିବ ସେଥିପ୍ରତି ଧ୍ୟାନ ରଖନ୍ତୁ । ମାସର ଶେଷାର୍ଦ୍ଧରେ ଚାକିରି କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ କୃପାଦୃଷ୍ଟିରୁ ପଦୋନ୍ନତି ହେବାର ସମ୍ଭବ ରହିଛି । କ୍ୟାରିୟର ପରିବର୍ତ୍ତନ କରିବା ପାଇଁ ଉପଯୁକ୍ତ ସମୟ ଅଟେ । ଆପଣ ଆପଣଙ୍କର ଜୀବନସାଥିଙ୍କୁ ବନ୍ଧୁ ବୋଲି ଭାବିବେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଢ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ସଦ୍-ଭାବନା ବଜାୟ ରହିବ । ସ୍ୱାସ୍ଥ୍ୟରେ କାଶ-ଥଣ୍ଡା ଦ୍ଵାରା କିଛି ସମସ୍ୟା ସୃଷ୍ଟି ହୋଇପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସ ପରିବାରରେ ଆନନ୍ଦର ପରିବେଶ ରହିବ । ବେତନ ପ୍ରାପ୍ତ ଲୋକଙ୍କ ପାଇଁ ଏହି ମାସ ଭଲ ରହିବ । ଆପଣଙ୍କୁ ଧନ ପ୍ରାପ୍ତର ଯୋଗ ରହିଛି । ଭୁଲ ବୁଝାମଣା ହେତୁ ବ୍ୟବସାୟିକ ସମ୍ପର୍କ ପ୍ରଭାବିତ ହୋଇପାରେ । ବୟୋସ୍କମାନଙ୍କ ପରାମର୍ଶ କ୍ରମେ ପୁଞ୍ଜି ବିନିଯୋଗ କରନ୍ତୁ, ଲାଭଦାୟକ ହେବେ । କର୍ମକ୍ଷେତ୍ରରେ ଲୋକମାନେ ଆପଣଙ୍କ ପ୍ରଶଂସା କରିବେ ଏବଂ ଆପଣଙ୍କ ମନରେ ଆତ୍ମବିଶ୍ଵାସ ବଢ଼ିବ । ଆବଶ୍ୟକତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ । ଜୀବନ ସାଥୀ ସହିତ ସମ୍ପର୍କ ମଧୁର ଦେଖାଯିବ । ପରିଶ୍ରମର ଯଥାଚିତ ଲାଭ ମିଳିବ । ଚାକିରୀ କରୁଥିବା ଲୋକଙ୍କୁ ନୂତନ ସୁଯୋଗ ମିଳିବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତି ପଥରେ ପ୍ରତିରୋଧ ସୃଷ୍ଟି କରିଲେ ମଧ୍ୟ ସେମାନ ଚେଷ୍ଟା ନିରର୍ଥକ ହେବ । ମାସର ପ୍ରାରମ୍ଭରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟରେ ସମସ୍ୟା ଦେଖାଦେଇପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ମାସରେ ଧାଆଁ ଦଉଡ କାମ ଅଧିକ ରହିବ । ଆୟରେ ନିଶ୍ଚିତତା ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସିନିୟରମାନଙ୍କ ସମର୍ଥନ ମିଳିବ । ପାରିବାରିକ ସୁଖ ଅତୁଟ ରହିବା । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଜମି ଦଲାଲଙ୍କ ପାଇଁ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ । କର୍ମକ୍ଷେତ୍ରରେ ସର୍ବଦା ସକରାତ୍ମକ ମନୋଭାବ ରଖି କାର୍ଯ୍ୟ କରନ୍ତୁ । ଚାକିରୀ କରୁଥିବା ଲୋକମାନଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ । ସମାଜରେ ମାନ-ସମ୍ମାନ ବଢିବ । ଏହି ମାସରେ କିଛି ନୂଆ ଶିଖିବାକୁ ମିଳିବ । ଆୟର ପ୍ରାପ୍ତ କରିବାର ନୂତନ ରାସ୍ତା ମିଳିପାରେ । ଏହି ମାସରେ ଆପଣ ଜୀବନ ସାଥିଙ୍କ ସହ ଅନ୍ୟତ୍ର କୌଣସି ଜାଗାକୁ ଯାଇପାରନ୍ତି । ଶାରୀରିକ ରୂପରେ ସୁସ୍ଥ ଏବଂ ମାନସିକ ରୂପରେ ପ୍ରସନ୍ନ ରହିବେ ।

Leave a Reply

Your email address will not be published. Required fields are marked *