ମାସିକ ରାଶିଫଳ (ଏପ୍ରେଲ) : ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ୨ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ରହିଛି

ମାସିକ ରାଶିଫଳ (ଏପ୍ରେଲ) : ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ୨ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ରହିଛି

ମାସିକ ରାଶିଫଳ (ଏପ୍ରେଲ) : ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ୨ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ରହିଛି ରାଜଯୋଗ !

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ମାସଟି ବିବାହିତା ଲୋକଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ମୁହୂର୍ତ୍ତ ରହିବ । ପରିସ୍ଥିତିରେ ପଡି ନିଜ ଉଦ୍ୟମରୁ ଓହରି ଯାଅନ୍ତୁ ନାହିଁ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବକୁ ଚେଷ୍ଟା କରନ୍ତୁ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଉନ୍ନତି କରିବେ । ଚଳିତ ମାସରେ ଆପଣ ନିଜ କ୍ୟାରିୟର ବା କର୍ମକ୍ଷେତ୍ରରେ ଏକ ନୂଆ ସୁଯୋଗ ପାଇପାରନ୍ତି । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବା ସହ ପଦୋନ୍ନତିର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ଆପଣଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲୋକଙ୍କ ପ୍ରିୟାପାତ୍ର ହୋଇପାରିବେ । ଅତୀତର କେତେକ ସ୍ଥଗିତ କାର୍ଯ୍ୟ ବନ୍ଧୁ ଓ ସହକର୍ମୀଙ୍କ ବଦାନ୍ୟତାରେ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ପାରିବାରିକ ଚଳଣି ଭଲ ଥିଲେ ମଧ୍ୟ ଆକସ୍ମିକ କେତେକ ଅପ୍ରୀତିକର କାର୍ଯ୍ୟ ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ତ୍ରୀଙ୍କ ସହ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ପିଠି, ଆଣ୍ଟୁ ଯନ୍ତ୍ରଣା ପରି କେତେକ ସମସ୍ୟା ଯୋଗୁଁ କାର୍ଯ୍ୟ କରିବାର ଗତି ମନ୍ଥର ହୋଇପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସୂଚନା ଗ୍ରହ ନକ୍ଷେତ୍ରର ସୁପ୍ରଭ ଯୋଗୁଁ ମନରୁ ନକରାତ୍ମକ ବିଚାର ଦୂରେଇ ଯିବ । କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ବାଧା ପ୍ରତିରୋଧର ସମ୍ମୁଖୀନ କରିପାରନ୍ତି । କାର୍ଯ୍ୟ ବ୍ୟସ୍ତତା ରହିବା ସହ ପରିଶ୍ରମ ଅତ୍ୟଧିକ ରହିବ । ଅଫିସର କାର୍ଯ୍ୟଭାରର ଚାପ ଅଧିକ ରହିବ ଫଳରେ ଚାକିରୀ ଛାଡିବାର ମନ କରିପାରନ୍ତି କିନ୍ତୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କୌଣସି କାମ କିମ୍ବା କଥାରେ ତରବାରିଆ ପଦକ୍ଷେପ ନେବା ଫଳରେ କ୍ଷତିରେ ପଡ଼ିପାରନ୍ତି । ଜମି ସମ୍ବନ୍ଧୀୟ ମାମଲାରେ ସାବଧାନତା ପୂର୍ବକ ଭାବିଛିନ୍ତି କାର୍ଯ୍ୟ କରନ୍ତୁ ଓ ପଦକ୍ଷେପ ନିଅନ୍ତୁ । ପାରିବାରିକ ଜୀବନକୁ ଆହୁରି ଅଧିକ ସରସ ସୁନ୍ଦର କରିବା ଉଦ୍ୟମ ଜରିରଖିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ସତର୍କତାର ଦିନଚର୍ଯ୍ୟା କରନ୍ତୁ ଓ ନିର୍ଦ୍ଧାରିତ ସମୟରେ ଔଷଧ ସେବନ କରନ୍ତୁ । ଅବିବାହିତ ଲୋକମାନଙ୍କର ପ୍ରେମମୟ ଜୀବନ ଅତ୍ୟନ୍ତ ଭଲ ରହିବ । ସୁସ୍ଥ ଶରୀର ପାଇଁ ମନକୁ ହାଲୁକା ରଖନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆର୍ଥିକ ପରିସ୍ଥିତି ଭଲ ରହିବ । ଯାନବାହାନ ଏବଂ ଅଳଙ୍କାର କ୍ରୟ କରିପାରନ୍ତି । ଚାକିରୀ କରୁଥିବା ଲୋକମାନଙ୍କୁ ସାବଧାନତାର ସହ ରଖିବାକୁ ହେବ । ଏହି ମାସରେ ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବାର ଯୋଗ ରହିଛି । ନୂତନ କାମ କରିବା ନିମନ୍ତେ ମନରେ ନୂତନ ଆଶା ଉତ୍କଣ୍ଠା ଜାତ ହେବେ । ସାମାଜିକ କ୍ଷେତ୍ରରେ କେତେକ ବଡ ଦାୟିତ୍ଵକୁ ମଧ୍ୟ ସୂଚାରୁ ରୂପେ ସଂପର୍ଣ୍ଣ କରିପାରିବେ । କର୍ମକ୍ଷେତ୍ରରେ କେତେକ ଭଲ ସୁବିଧା ଓ ସୁଯୋଗ ମିଳିପାରେ । କର୍ମଖେୟରରେ ପ୍ରତିଦ୍ବନ୍ଧିତ ବୃଦ୍ଧି ପାଇବା ଯୋଗୁଁ କୌଣସି ବ୍ୟକ୍ତିଙ୍କ ସହ ସହ ଝଗଡା ହୋଇପାରେ, ଏଥିପାଇଁ ଟିକିଏ ସାବଧାନ ରୁହନ୍ତୁ । ବ୍ୟବସାୟ ଏବଂ ରାଜନୀତିରେ ଆପଣ ଆପଣଙ୍କର ଶତ୍ରୁ ମାନଙ୍କ ଉପରେ ବିଜୟ ହାସଲ କରିପାରିବେ । ଏହି ମାସରେ ପ୍ରେମୀଯୁଗଳ ମାନଙ୍କର ସମ୍ପର୍କରେ ନୂତନତ୍ୱ ଆସିବ । ବ୍ୟବସାୟୀ ମାନଙ୍କୁ ନିଜର କମ୍ପ୍ୟୁଟର ଉପରେ ଧ୍ୟାନ ଦେବାକୁ ହେବ । ଚର୍ମ ସହ ଜଡିତ ରୋଗ ଯୋଗୁଁ ଚିନ୍ତିତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିଲେ ମଧ୍ୟ କେତେକ କାରଣକୁ ସ୍ତ୍ରୀଙ୍କ ସହ ମତଭେଦ ଦେଖାଦେଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ ବନ୍ଧୁମାନଙ୍କ ସହ ବୁଲିଯିବା ପାଇଁ ଯୋଜନା କରିପାରନ୍ତି । ଭାଇ, ଭଉଣୀ ଏବଂ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ । ଚଳିତ ମାସରେ ପ୍ରତ୍ୟେକ କ୍ଷେତ୍ରରୁ ଧନର ଆଗମନ ହେବ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଖୁସି ମଧ୍ୟ ବଢିବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୃଢ଼ ହେବ । ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଯେକୌଣସି କ୍ଷେତ୍ରରେ ମଧ୍ୟ ଭାବିଚିନ୍ତି ପୁଞ୍ଜି ବିନିଯୋଗ କରନ୍ତୁ । ବ୍ୟର୍ଥ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ନୂତନ କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି କିମ୍ବା ପରିବାର ସଦସ୍ୟଙ୍କ ପରାମର୍ଶ ନିଅନ୍ତୁ । ନିକଟସ୍ଥ ସମ୍ପର୍କଙ୍କ ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପରାଇଲେ ଆପଣଙ୍କ ପରବର୍ତ୍ତୀ ସମୟରେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁରତା ଆଡକୁ ବଢିବ ଏବଂ ଜୀବନସାଥୀଙ୍କ ସହ ପ୍ରେମ ବଢିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଲୋକମାନଙ୍କ ନିଜକୁ ସୁସ୍ଥ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସହକର୍ମୀ ଓ ବନ୍ଧୁମାନଙ୍କ ସହ ମିଳାମିଶା କରିବା ଦ୍ଵାରା ମନ ଚଞ୍ଚଳ ରହିବ । ସାର୍ବଜନୀନ କ୍ଷେତ୍ରରେ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଆଗାମୀ ଦିନରେ ପରିକଳ୍ପିତ ଯୋଜନାକୁ ସାକାର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଜୀବନସାଥୀଙ୍କ ଠାରୁ ସାହାଯ୍ୟ ଏବଂ ସମର୍ଥନ ମିଳିବା ସଙ୍ଗେସଙ୍ଗେ କର୍ମକ୍ଷେତ୍ରରେ ନିମନ୍ତେ ପରିବାର ସଦସ୍ୟଙ୍କ ସମର୍ଥନ ମଧ୍ୟ ମିଳିବ । ପରିବାରର ସଦସ୍ୟମାନଙ୍କ ସହ ଆନନ୍ଦପୂର୍ଣ ସମୟ ଅତିବାହିତ କରିବେ । ଅଫିସ କାର୍ଯ୍ୟାଳୟରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ପ୍ରଶାସନ, ରାଜନୀତି, ପ୍ରକାଶନ ଆଦି କ୍ଷେତ୍ରରେ ଆଶାନୁରୂପକ ଫଳ ପ୍ରାପ୍ତ କରିବେ । ବେରୋଜଗାର ମାନଙ୍କୁ କୌଣସି ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ମିଳିବର ସୁଯୋଗ ରହିଛି । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଏହି ମାସରେ ବ୍ୟବସାୟରୁ ବହୁତ ଭଲ ଧନ ଲାଭ ହେବ । ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଚଳିତ ମାସରେ କାର୍ଯ୍ୟରେ ବ୍ୟସ୍ତତା ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ମନରେ ରୁଚି ବଢିବା ସଙ୍ଗେ ସଙ୍ଗେ ସାହିତ୍ୟ କଳା ପ୍ରତି ମଧ୍ୟ ମନରେ ଆଗ୍ରହ ବଢିବ । ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଏହା ସଙ୍ଗେସଙ୍ଗେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଅତୀତରୁ ନେଇଥିବା ଋଣ ପରିଶୋଧରୁ ମୁକ୍ତ ହେବେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ ରୋଜଗାରର ମାଧ୍ୟମ ମିଳିବାର ଯୋଗ ରହିଛି । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ଆସିବ । ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବନାଇ ରୁହନ୍ତୁ, ନଚେତ ଝଗଡା ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ କିଛି ଚାପ ଦେଖିବାକୁ ମିଳିପାରେ ଏବଂ ଜୀବନସାଥୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ବେରୋଜଗାର ଲୋକମାନଙ୍କୁ ବେସରକାରୀ କମ୍ପାନୀରୁ ଚାକିରୀର ଅଫର ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଟିକିଏ ସତର୍କ ରହିବାର ଆବଶ୍ୟକତା ରହିଛି । ଜଙ୍କ ଫୁଡ଼ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ଆକସ୍ମିକ ଧନ ଲାଭ ହେବ ଏବଂ ନୂତନ କାମ ଆରମ୍ଭ କରିବା ପାଇଁ ମାସଟି ଗୁରୁତ୍ୱପୂର୍ଣ୍ଣ ରହିବ । କୌଣସି ନୂତନ ଅର୍ଡର କିମ୍ବା ଚୁକ୍ତି ମିଳିବାର ସମ୍ଭାବନା ରହିଛି । ଆପଣଙ୍କୁ ସମ୍ମାନ ମିଳିବ ଏବଂ ଆପଣଙ୍କ ପରିବାରରେ ଆପଣଙ୍କ ସ୍ଥିତି ଦୃଢ ରହିବ । ବ୍ୟବସାୟ ମାମଲାରେ କୌଣସି ଅନୁଭବୀଙ୍କ ଠାରୁ ନିଶ୍ଚିତ ଭାବରେ ପରାମର୍ଶ ନିଅନ୍ତୁ । କୌଣସି କ୍ଷେତରେ ମଧ୍ୟ ତତ୍ପରତା ହୁଅନ୍ତୁ ନାହିଁ । ଏକାକୀ ରହିବାକୁ ଚେଷ୍ଟା କରନ୍ତୁ ନାହିଁ । ଅଧାରେ ଅଟକି ରହିଥିବା କାମକୁ ସଂପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସମାଜରେ ଆପଣଙ୍କ ସ୍ଥାନ ଭଲ ରହିବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ବିଷୟରେ ଗୁଜବ ପ୍ରଚାର କରିବେ, ଯାହାଫଳରେ ସାମୟିକ ବିବ୍ରତ ହୋଇପାରନ୍ତି । ସ୍ୱାସ୍ଥ୍ୟକୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ । ବେରୋଜଗାର ମାନଙ୍କୁ ଚାକିରୀର ସୁଯୋଗ ମିଳିପାରେ । ମାସର ଶେଷ ସପ୍ତାହରେ ଜ୍ଵରରେ ପୀଡିତ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଚଳିତ ମାସରେ ଆପଣ ନିଜ ଆଚାର ବିଚାରରେ ସଂଯମତା ରକ୍ଷା କରିବା ତଥା ଅନୈତିକ କାମରୁ ଦୂରେଇ ରହିବା ଶ୍ରେୟସ୍କର ହେବ । ଆପଣ ନିଜ କାମରେ ଅଧିକ ମନଧ୍ୟାନ ଦେବେ । ଯେକୌଣସି କ୍ଷେତ୍ରକୁ ଗଲେ ମଧ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜ କର୍ମକୁ ହିଁ ଗୁରୁତ୍ଵ ଦେବେ । ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କଲେ ଅସୁବିଧାରେ ପଡ଼ିପାରନ୍ତି । କୌଣସି କାମ କରୁଥିବା ସମୟରେ ଆପଣଙ୍କୁ ଆପଣଙ୍କ ମନ ଶାନ୍ତ ରଖିବାର ଆବଶ୍ୟକତା ରହିଛି । ଟଙ୍କା ସହ ଜଡିତ ବଡ଼ ନିଷ୍ପତ୍ତି ଆପଣଙ୍କୁ ଭାବିଚିନ୍ତି ନେବାକୁ ପଡିବ । ପ୍ରେମୀଯୁଗଳ ମାନଙ୍କ ପାଇଁ ଏହି ମାସ ଭଲ ରହିବାକୁ ଯାଉଛି । ଦାମ୍ପତ୍ୟ ଜୀବନରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଚାକିରୀ କରୁଥିବା ଲୋକମାନଙ୍କୁ ଭଲ ଫଳାଫଳ ମିଳିବ । ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । କମ୍ପ୍ୟୁଟରରେ କାମ କରୁଥିଲେ ଆଖିକୁ ଟିକିଏ ଟିକିଏ ସମୟ ମଧ୍ୟରେ ଥଣ୍ଡା ପାଣିରେ ଧୋଇବା ଉଚିତ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ମାସରେ ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ଅବସର ଦେଖିବାକୁ ମିଳିବ । କିଛି ନୂଆ କାମ ଆରମ୍ଭ କରିପାରନ୍ତି । ଆପଣ କିଛି ଲୋକଙ୍କୁ ଆକର୍ଷିତ କରିପାରନ୍ତି । ଚାକିରୀ ପରିବର୍ତ୍ତନ କରିବା ପାଇଁ କିମ୍ବା ଅଧିକ ରୋଜଗାର କରିବା ପାଇଁ ଚିନ୍ତା କରିପାରନ୍ତି, ଏଥିରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିପାରେ । ନୂତନ ଆରମ୍ଭ କରିବାରେ ମଧ୍ୟ ସଫଳ ହୋଇପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ । ନିଜ ଜୀବନରେ କିଛି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ, ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ । ସନ୍ତାନ ପକ୍ଷରୁ କୌଣସି ଖୁସିଖବର ମିଳିବାର ସମ୍ଭାବନା ରହିଛି । ପ୍ରେମ ଜୀବନ ବଞ୍ଚୁଥିବା ଲୋକମାନଙ୍କୁ ସୁଖମୟ ଫଳାଫଳ ମିଳିବ । ନୂତନ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ତାଜା ଏବଂ ଫୁର୍ତ୍ତି ଅନୁଭବ ହେବ । ସ୍ୱାସ୍ଥ୍ୟରେ ସୁଧାର ହେବାର ଯୋଗ ରହିଛି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ମାସରେ ଉଚ୍ଚଅଧିକାରୀ ମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ କାର୍ଯ୍ୟରେ ସଫଳତା ଏବଂ ଲାଭ ମିଳିବ । ସରକାରୀ କାମରେ ଲାଭ ମିଳିବ । ଆପଣଙ୍କୁ ଭାବନାତ୍ମକ ସହଯୋଗ ମିଳିପାରେ । ସାମାଜିକ ଏବଂ ସାମୁହିକ କାମ ପାଇଁ ଲୋକମାନଙ୍କ ସହ ସାକ୍ଷାତ ହୋଇପାରେ । ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସ ସହ ପ୍ରତ୍ୟେକ କାମକୁ ସଫଳ କରନ୍ତୁ । ଗୃହସ୍ଥ ଜୀବନରେ ସୁଖ ଶାନ୍ତି ରହିବ । ପାରିବାରିକ ଶାନ୍ତି ବଜାୟ ରଖିବା ନିମନ୍ତେ ଅର୍ଥକୁ କେନ୍ଦ୍ର କରି ବାଦବିବାଦ କରନ୍ତୁ ନାହିଁ । ଭାଇମାନଙ୍କ ସହ ସମ୍ପର୍କରେ ନିକଟତା ଆସିବ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । କ୍ୟାରିଅରକୁ ନେଇ ମନରେ ଯେଉଁ ଚିନ୍ତା ଥିଲା, ତାହା କ୍ରମଶଃ ଦୂରେଇ ଯାଇପାରେ । ଉଚ୍ଚ କୋଲେଷ୍ଟ୍ରଲର ସମସ୍ୟା ରହିଛି, ତେଣୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନୂତନ ବନ୍ଧୁତ୍ଵ ଡୋରୀରେ ବାନ୍ଧି ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ଦୀର୍ଘ ଦିନରୁ ଲାଗିରହିଥିବା ମତଭେଦ ଦୂର କରିବାକୁ ପ୍ରଯତ୍ନ କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଥିଲେ ମଧ୍ୟ ବଳେ କୌଶଳେ କାର୍ଯ୍ୟକୁ ସମାପନ କରିବେ । ଫାଲତୁ କଥାରେ ଆସି କାହା ବିରୁଦ୍ଧରେ ଓଲଟା ସିଧା କୁହନ୍ତୁ ନାହିଁ । ଆୟ ବଢିବ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ବ୍ୟବସାୟରେ ଆୟ ବଢ଼ିବାର ସମ୍ଭାବନା ରହିଛି । ପରିଜନ ମାନଙ୍କ ସହ କଳହର ପ୍ରସଙ୍ଗ ହୋଇପାରେ । ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ । ପ୍ରିୟଙ୍କ ସହ ପ୍ରେମପୂର୍ଣ୍ଣ କଥା କହିବାର ସୁଯୋଗ ମିଳିବ । କ୍ୟାରିଅରରେ ଆଗକୁ ବଢିବା ପାଇଁ କିଛି ଭଲ ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଶରୀରରେ ଥକାପଣ ଅନୁଭବ ହେବ । ପୁରୁଣା ରୋଗ ଉତ୍ପନ୍ନ ହୋଇପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ବିନିଯୋଗ ଅଥବା ସ୍ଥିର ସମ୍ପତ୍ତି ବିଷୟରେ ବିଚାର ବିମର୍ଶ ଅବଶ୍ୟ କରନ୍ତୁ । କାର୍ଯ୍ୟରେ ସଫଳତା ମିଳିବା ଦ୍ୱାରା ମନ ଖୁସି ରହିବ । ଆପଣଙ୍କ ଚାକିରୀରେ ସ୍ଥାନାନ୍ତରଣର ଯୋଗ ପ୍ରବଳ ରହିଛି । ଅଫିସରେ ସଂଘର୍ଷ କିମ୍ବା ମନମୁତାବକର ଅବସର ଆସିପାରେ, ସତର୍କ ରହିବାର ଆବଶ୍ୟକତା ରହିଛି । ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କର କୃପା ଦୃଷ୍ଟି ଦ୍ୱାରା ଆପଣଙ୍କ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଆପଣଙ୍କ କାମକାର୍ଯ୍ୟର ଉପାୟରେ ପରିବର୍ତ୍ତନ ହୋଇପାରେ, ଯାହାଦ୍ୱାରା ଆପଣଙ୍କୁ ଲାଭ ହେବ । ଆପଣଙ୍କ ସମ୍ପର୍କ ଭଲ ରହିବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ ହେବ । ବ୍ୟବସାୟୀ ମାନଙ୍କୁ ନିଜ ଜିନିଷ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟରେ ଗରମ ଅଧିକ ହେବା ଯୋଗୁଁ ମଧ୍ୟ ବହୁତ ଅଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ, ନଚେତ କଫ ଆଦି ରୋଗ ଚିନ୍ତିତ କରିପାରେ ।

Leave a Reply

Your email address will not be published. Required fields are marked *