କେମିତି କାଟିବା ଦିନଟି : ଆସନ୍ତୁ ଜାଣିବା 10 ଜୁନ୍ ଗୁରୁବାରର ରାଶିଫଳ !

କେମିତି କାଟିବା ଦିନଟି : ଆସନ୍ତୁ ଜାଣିବା 10 ଜୁନ୍ ଗୁରୁବାରର ରାଶିଫଳ !

ଦୁନିଆରେ କୌଣସି ଜିନିଷ ମଧ୍ୟ ସ୍ଥାୟୀ ନୁହେଁ । ଗ୍ରହ ନକ୍ଷେତ୍ରଗୁଡିକ ମଧ୍ୟ ପ୍ରତିଦିନ ନିଜ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି । ଯେଉଁଥି କାରଣରୁ ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଭରି ଯାଇଥାଏ ଓ ପୁଣି କେତେବେଳେ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ, ଯେତେବେଳେ ଗ୍ରହ ଓ ନକ୍ଷେତ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ଘଟିବଥାଏ, ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ କେତେକ ପରିବର୍ତ୍ତନ ଦେଖାଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ପୂର୍ବାନୁମାନ କରାଯାଇପାରିବ ଓ ଆଗାମୀ ସମୟଟି କିପରି ଅତିବାହିତ ହେବ, ସେ ବିଷୟରେ ମଧ୍ୟ ଟିକେ ନିଖେ ଜାଣି ହେବ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ :

ଉନ୍ନତିର ପଥରେ ଅଗ୍ରସର କରିବେ ଓ କର୍ମକ୍ଷେତ୍ରରେ ଦୀର୍ଘ ଦିନର ଆଶାଫଳବତୀ ହେବ । ବନ୍ଧୁଙ୍କ ପରୋକ୍ଷ ସାହାଯ୍ୟ ସହଯୋଗ ପାଇ, କେତେକ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ସହକର୍ମୀଙ୍କ ସହ ଅର୍ଥକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପ୍ରଶାସନ, ରାଜନୀତି ଓ ସଭାସମିତିରେ ପୂର୍ବରୁ ଲାଗିଥିବା ଦ୍ଵନ୍ଦର ଅବସାନ ଘଟିବ । ଅତୀତର ସ୍ମୃତିକୁ ମନେ ପକାଇ କଲ୍ପନାର ଦୁନିଆରେ ନିଜକୁ ହଜାଇ ଦେବେ । ପରିବାରରେ ଆପୋସ ମିଳାମିଶା କାରଣରୁ ସୁସ୍ଥ ବରବରଣ ବଜାୟ ରହିବ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବାବା ଭୋଳାନାଥ । ଉପଚାର : ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ବୃଷ :

ଅନ୍ୟମାନଙ୍କ ସହଯୋଗରେ କର୍ମକ୍ଷେତ୍ରରେ କାମକୁ ସଂପୂର୍ଣ୍ଣ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୌର୍ଯ୍ୟ ସହ ସମସ୍ୟାର ସମ୍ମୁଖୀନ କରିବେ । ସାମୟିକ ଭାବରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିଲେ ମଧ୍ୟ ଆପଣଙ୍କର କାମଟି ଅଟକିବ ନାହିଁ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ । ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ । ଉପଚାର : ଇଷ୍ଟଦେବୀଙ୍କ ଠାରେ ଥିବା ସିନ୍ଦୁରକୁ କପାଳରେ ଲଗାନ୍ତୁ ।

ମିଥୁନ :

ଧୈର୍ଯ୍ୟର ସହ ବିଭିନ୍ନ କ୍ଷେତ୍ରର ସମସ୍ୟା ମୁକାବିଲା କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଯୁକ୍ତିତର୍କ କରିବାକୁ ପଡିପାରେ । ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ସାମାଜିକ ସ୍ତରରେ କେତେକ ଅସ୍ଵଭାବିକ ଘଟଣାର ସମ୍ମୁଖୀନ କରିବାକୁ ପଡିପାରେ । ପାରିବାରିକ ସ୍ତରରେ ହସଖୁସିର ବାତାବରଣ ରହିବ କିନ୍ତୁ ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ମାନସିକ ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ । ଉପଚାର : ବୟସ୍କ ବ୍ୟକ୍ତିଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ ।

କର୍କଟ :

ଯେଉଁଥିପାଇଁ ଉଦ୍ୟମ କରୁଛନ୍ତି, ସେଥିରେ ନିଶ୍ଚୟ ସଫଳତା ପାଇବେ । ଅସୁବିଧାରେ ପଡିଥିବା ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇବେ । ଆଜି କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପରିଶ୍ରମିକ ପାଇବେ ନାହିଁ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଅଫିସରେ ଆୟୋଜିତ ବୈଠକରେ ନୀରବ ରହି ଅନ୍ୟର ମନ୍ତବ୍ୟକୁ ଶୁଣନ୍ତୁ । ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିବେ, ତେଣୁ ଆପଣ ସତର୍କ ରୁହନ୍ତୁ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ । ଉପଚାର : ପଶୁ କିମ୍ବା ପକ୍ଷୀକୁ କିଛି ମଧ୍ୟ ଖାଇବାକୁ ଦିଅନ୍ତୁ ।

ସିଂହ :

ସ୍ଥଗିତ କାର୍ଯ୍ୟକୁ ପୂରଣ କରିବା ସହ କୌଶଳକୁ ପାଥେୟ କରି ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସିଲେ, ପଛ ଘୁଞ୍ଚା ଦେବେ ନାହିଁ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । ଫିସରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହୋଇପାରେ । ଅସଂଯତ କାର୍ଯ୍ୟକଳାପ ଯୋଗୁଁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ବୁଦ୍ଧିମତାର ସହ ସହଧର୍ମୀ ସମାଧାନ କରିନେବେ । ଏପରି କି ସ୍ତ୍ରୀଙ୍କ ପ୍ରେରଣା ଓ ପରାମର୍ଶ ନେଇ କେତେକ କାର୍ଯ୍ୟ କରିଲେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ । ଉପଚାର : ବ୍ରାହ୍ମଣକୁ ବସ୍ତ୍ର ଦାନ କରନ୍ତୁ ।

କନ୍ୟା :

ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ତଥାପି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଫିସ୍‌ରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ସଂପୂର୍ଣ୍ଣ ମାତ୍ରାରେ ଆରୋଗ୍ୟ ଲାଭ କରି ନ ପାରନ୍ତି । ଘର କାମରେ ଆଳସ୍ୟ ଓ ଅବହେଳା ଯୋଗୁଁ ସ୍ତ୍ରୀଙ୍କ କଟୁକ୍ତି ଶୁଣି ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ । ଉପଚାର : ଦୀନ ରଙ୍କିଙ୍କୁ ଭୋଜନ ଦିଅନ୍ତୁ ।

ତୁଳା :

ବ୍ୟବସାୟ ବାଣିଜ୍ୟରେ ପ୍ରତିବନ୍ଧକ ଦୂର ହେବ ସହ ଆଶାନୁଯାୟୀ ଅର୍ଥ ପ୍ରାପ୍ତି କରିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ଲକ୍ଷ୍ୟ ହାସଲ କରିପାରନ୍ତି । ଅଫିସରେ ନିଜ କାମକୁ ନିଷ୍ଠାର ସହ ସମ୍ପାଦନ କରିବେ ଓ ସହକର୍ମୀ ସମେତ ଅଧିନସ୍ଥ କର୍ମୀଚାରୀଙ୍କ ସହ ସମ୍ପକ ଭଲ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟର ପ୍ରେରଣା ଦେଇ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗିରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା । ଉପଚାର : କୁକୁରକୁ ରୁଟି କହିବାକୁ ଦିଅନ୍ତୁ ।

ବିଛା :

କର୍ମକ୍ଷେତ୍ରରେ ବାତାବରଣ ସୁସ୍ଥ ରହିବ, ପ୍ରତିଦ୍ଵନ୍ଦିଙ୍କ ସହ ସମ୍ପକ ଭଲ ରହିବ । ଯାହା ଚାହୁଁଥିଲେ ତାହା ହାସଲ କରିବା କାରଣରୁ ମନ ଖୁସି ହୋଇଯିବ । କର୍ମକ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଯୋଗୁଁ ଋଣ ପରିଶୋଧ କରିବା ପାଇଁ ମନସ୍ଥ କରିବେ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବା ସହ ଆପଣଙ୍କ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀ ମଧ୍ୟ ଖୁସି ହେବେ । ପଡ଼ୋଶୀମାନେ ଈର୍ଷାନ୍ଵୀତ ହୋଇ ପଛରେ ନାନା ପ୍ରକାରର ମନ୍ତବ୍ୟ ଦେବେ । ପରିବାର ସଦସ୍ୟଙ୍କ ସହିତ ସନ୍ଧ୍ୟାରେ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ । ଉପଚାର : ଲୁହ ନିର୍ମିତ କୌଣସି ଜିନିଷ ଦାନ କରନ୍ତୁ ।

ଧନୁ :

ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ମିଷ୍ଟ ବଚନ ଓ ବିନୟପୂର୍ଣ୍ଣ ଆଚରଣ ଆପଣଙ୍କର ବ୍ୟକ୍ତିତ୍ଵ ଓ ପ୍ରତିଭାକୁ ବୃଦ୍ଧି କରିବ । ଅବଶ୍ୟ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସମାନ କରିବାକୁ ପଡିବ । କିନ୍ତୁ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ହାସଲ କରି ପରିସ୍ଥିତିକୁ ସୁଧାରୀ ନେବେ । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ । ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ବୈବାହିକ ଜୀବନ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ । ଉପଚାର : ଅନାଥ ପିଲାଙ୍କୁ ଘରେ ଖାଇବାକୁ ଦିଅନ୍ତୁ ।

ମକର :

ପ୍ରତ୍ୟେକ କାମକୁ ନେଇ ମନ ଭିରତେ ର୍ଦ୍ୱନ୍ଦ୍ୱ ଲାଗି ରହିବ । କେତେକ କାର୍ଯ୍ୟ ହାସଲ କରିବା ପାଇଁ ଇଚ୍ଛା ନ ଥିଲେ ମଧ୍ୟ ପଡ଼ୋଶୀ କିମ୍ବା ଅନ୍ୟମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଆର୍ଥିକ ସ୍ତର ଦୁର୍ବଳ ରହିବ । ଅଫିସର କର୍ମଚାରୀଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ । ଆନୁଷ୍ଠାନିକ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ମନର ଭାବକୁ ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବେ । ପାରିବାରିକ ସ୍ତରରେ ଆତ୍ମୀୟ ଓ ସ୍ଵାଜନଙ୍କ ପ୍ରତିରୋଧ କାରଣରୁ କେତେକ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା । ଉପଚାର : ସକାଳୁ ସକାଳୁ ସ୍ନାନ ସାରି ଦେବଦର୍ଶନ କରନ୍ତୁ ।

କୁମ୍ଭ :

ସୁଖ, ସଂଭରର ସହ ଦିନଟି ଆରମ୍ଭ କରିବେ । ଯୋଜନାଗୁଡିକୁ ଠିକ ଭାବରେ କାର୍ଯ୍ୟ କରିବା ନିମନ୍ତେ ପ୍ରୟାସ ଜାରି ରଖିବେ । କର୍ମକ୍ଷେତ୍ରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନ ଠିକ୍ ଠାକ ରହିବ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ଆଲୋଚନା ଭିତ୍ତିରେ କାର୍ଯ୍ୟ କରିବେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । କିନ୍ତୁ ଆର୍ଥିକ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ । ବନ୍ଧୁଙ୍କ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପାରିବାରିକ ବ୍ୟତିକ୍ରମକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ବୈବାହିକ ଜୀବନରେ ହଖୁସିର ବାତାବରଣ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ । ଉପଚାର : ବୟସ୍କ ବ୍ୟକ୍ତିଙ୍କ ଆଶୀର୍ବାଦ ନିଆନ୍ତୁ ।

ମୀନ :

ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ । ମନ ଭୁଲାଣିଆ କଥା କହି ଶତ୍ରୁକୁ ମଧ୍ୟ ଆପଣାର କରିନେବେ । ଅଫିସ୍‌ରେ ହଠାତ୍‌ କୌଣସି ଘଟଣାକୁ କେନ୍ଦ୍ର କରି ସହକର୍ମୀ କିମ୍ବା ଉଚ୍ଚାଧିକାରୀଙ୍କ ସହ ମନାନ୍ତର ହୋଇପାରେ । ସାମାଜିକ କ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । ଧାର ଦେଇଥିବା ଅର୍ଥ ଆଦାୟ କରିବାକୁ ଯାଇ ଯୁକ୍ତିତର୍କର ସମ୍ମୁଖୀନ ହୋଇପାରନ୍ତି । କୌଣସି ବ୍ୟକ୍ତିଗତ କାର୍ଯ୍ୟ ସକାଶେ ନିର୍ମାଣଧୀନ କାର୍ଯ୍ୟ କିଛି ଦିନ ପାଇଁ ସ୍ଥଗିତ ରହିପାରେ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ । ଉପଚାର : ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *