09 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିବ ସୂର୍ଯ୍ୟଦେବ । ବ୍ୟର୍ଥ ଚିନ୍ତାରୁ ମିଳିବା ସହ

09 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିବ ସୂର୍ଯ୍ୟଦେବ । ବ୍ୟର୍ଥ ଚିନ୍ତାରୁ ମିଳିବା ସହ

09 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ରହିବ ସୂର୍ଯ୍ୟଦେବ । ବ୍ୟର୍ଥ ଚିନ୍ତାରୁ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୯ ମଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଯୋଗୁଁ ଆପଣ ନିଜ ସ୍ଥଗିତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିପାରିବେ । ଗତକାଲି ଠାରୁ ଯାହା କରିବା ପାଇଁ ଚିନ୍ତା କରିଥିଲେ ଆଜି ସେହି କାର୍ଯ୍ୟକୁ ଅତି ସହଜ ଓ ସୁବିଧାରେ ସମ୍ପାଦନ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ସମାଜରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ଲୋକସମ୍ପର୍କ ବୃଦ୍ଧି ହେବ । ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଆଜି ପରିବାରର ଭାଇ, ବନ୍ଧୁ, କିମ୍ବା ଆତ୍ମୀୟଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଏକାଦଶସ୍ଥ ଚନ୍ଦ୍ର ଯୋଗୁଁ ଅର୍ଥନୈତିକ ସ୍ତରରେ ମଜବୁତ ରହିବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଅଫିସରେ ନିଜ କାମକୁ ନେଇ ପ୍ରଶଂସିତ ହେବେ । ଉପରିସ୍ଥଙ୍କ ସହାୟତାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ସମାଜରେ ମାନସମ୍ମାନ ବୃଦ୍ଧି ହେବ ସହ କର୍ମକ୍ଷେତ୍ରରେ କାର୍ଯ୍ୟ ସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ୍ ରହିବ । ସତ୍‌ସଙ୍ଗ ଓ ବନ୍ଧୁମିଳନ, ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସତର୍କତା ଅଭାବରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଘଟିପାରେ । ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ସମଲେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ଷଷ୍ଠସ୍ଥାନରେ ଭାଗ୍ୟାଧିପ କେତୁଯୁକ୍ତ ଯୋଗୁ ଆପଣଙ୍କ ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ରହିଛି । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ତଥାପି ବ୍ୟବସାୟ, ବାଣିଜ୍ୟରେ କାରବାର ମାନ୍ଦା ରହିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିବେ କିନ୍ତୁ ଆପଣଙ୍କ ଶ୍ରେୟ ଅନ୍ୟ କାହାରିକୁ ମିଳିବ । କର୍ମକ୍ଷେତ୍ରରେ ଦେଖାଦେଇଥିବା ପ୍ରତିଟି ସମସ୍ୟାକୁ ସୁଧାରିବା ନିମନ୍ତେ ବନ୍ଧୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିବ । ତର୍କ ବିତର୍କ, ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଦିନସାରା ବନ୍ଧୁ ଗହଣରେ ରହି ସମୟ କଟିଲେ ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ମନ ଭାରାକ୍ରାନ୍ତ ରଖିବ । ପୁରାତନ ରୋଗର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଭଲରେ ଅତିବାହିତ ହେବ । ଚନ୍ଦ୍ରଙ୍କ ପ୍ରଭାବରୁ ଆଜି ସକାଳୁ ସକାଳୁ ବନ୍ଧୁଙ୍କ ଠାରୁ କୌଣସି ଶୁଭ ଖବର ଶୁଣିବାକୁ ପାଇବେ । ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଅଫିସରେ ଆପଣଙ୍କ ପରାମର୍ଶକୁ ସହକର୍ମୀମାନେ ସମ୍ମାନ ଦେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅନାବଶ୍ୟକ କଥାଗୁଡିକୁ ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ । ପରକଥାରେ ପଡି ଭୁଲ୍‍ ମାର୍ଗକୁ ଅନୁସରଣ କରିବେ ଓ ପରେ ଅନୁତାପ କରିବାକୁ ପଡିପାରେ । ପରିବାରରେ ହସଖୁସୀ ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ସକାରାତ୍ମକ ଭାବନା ଉଦଭ୍ରକ ହେବ । କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁଁ ପ୍ରତ୍ୟେକ କଥାକୁ ଭଲ ଭାବରେ ବିଚାରବିମର୍ଶ କରି କାର୍ଯ୍ୟ କରିବାକୁ ପଡିବ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ମାନମନାନ୍ତର ଦେଖା ଦେଇପାରେ । ଅଫିସରେ କାର୍ଯ୍ୟଭାର ବୃଦ୍ଧି ହେବା ସହ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ । ନିଜ ପରିସରର ବ୍ୟକ୍ତି ବିଶେଷମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ ବିଗାଡି ଦେଇପାରନ୍ତି । ସାମାଜିକ ସ୍ତରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତା କରି ମନ ଭଲ ରହିବ ନାହିଁ । ସ୍ଵାସ୍ଥ୍ୟଜନିତ ସାମାନ୍ୟରେ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ସାଙ୍ଗକୁ କାର୍ଯ୍ୟଗୁଡିକ ମଧ୍ୟ ବିଳମ୍ବରେ ସମ୍ପନ୍ନ ହେଉଥିବା ଯୋଗୁଁ ମନରେ ବ୍ୟସ୍ତତା ବୃଦ୍ଧି ପାଇବ । ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ତ୍ବବାନ୍ଵିତ କରିବେ । ଅଧିକାଂଶ ସମୟ ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଯୋଗୁଁ ଅନ୍ୟମାନେ ଆପଣଙ୍କୁ ଭୁଲି ବୁଝବେ ଓ ବିଭିନ୍ନ ପ୍ରକାରର ଟୀକ୍କାଟୀପଣୀ ଦେଇପାରନ୍ତି । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ହଇରାଣ ହେବାକୁ ପଡିପାରେ । କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟ ବ୍ୟକ୍ତିଙ୍କ ଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ; ଆପଣଛାଏଁ ସବୁ କିଛି ଠିକ ହୋଇଯିବ । ଆଜି ରାଶିରେ ଚତୁର୍ଥ ଓ ଦଶମସ୍ଥାନ ପାପଗ୍ରହଙ୍କ ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିକୁ ଏଡାଇ ପାରିବେ ନାହିଁ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ସମସ୍ୟାକୁ ଆହୁରି ଉତ୍ତେଜିତ କରିପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ, ଯାହାଦ୍ୱାରା ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ଅଫିସରେ ସହକର୍ମୀମାନଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ସଭାସମିତି, ଆଲୋଚନା ପରିସରରେ ନୀରବଦ୍ରଷ୍ଟା ରହିବା ଶ୍ରେୟସ୍କର ହେବ । ବନ୍ଧୁମାନଙ୍କ ସହଯୋଗର ଆଶା ନିରର୍ଥକ ହେବନାହିଁ, ବନ୍ଧୁମାନଙ୍କ ସହଯୋଗ ପାଇବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ପାରିବାରିକ ଗତିବିଧିକୁ ଜାଣିଥିଲେ ମଧ୍ୟ ପରିସ୍ଥିତିରେ ପଡି ନୀରବ ରହିବକୁ ବାଧ୍ୟ ହେବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ସହ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । କର୍ମାଧିପ ରାଶିକୁ ଅବଲୋକନ କରୁଥିବାରୁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ର ଦିନଟି ସୁରୁଖୁରୁରେ ଅତିବାହିତ କରିବେ । କିନ୍ତୁ ଅଫିସରେ ଚାପ କ୍ରମଶଃ ବୃଦ୍ଧି ପାଇବା ସହ ଅଧସ୍ତନ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କେତେକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କୌଣସି ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ କରିବା ଆପଣଙ୍କୁ ମହଙ୍ଗା ପଡିପଡିପାରେ । ପୂର୍ବରୁ ଲାଗି ରହିଥିବା ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ । ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଦିନଟି ଆପଣ ପାଇଁ ଶୁଭଦାୟକ ରହିବ । ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଆପଣଙ୍କ ହସ ହସ ମୁହଁର ବିନୟପୂର୍ଣ୍ଣ ସାଦର ସମ୍ଭାଷଣ ଦେଖି ବନ୍ଧୁ ପରିଜନଙ୍କ ହୃଦୟଗ୍ରାହୀ ହୋଇଯିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ପାଇବେ । ସ୍ଥଗିତ ଥିବା କାମଟି ସହଜରେ ସଂପୂର୍ଣ୍ଣ କରିନେବେ । ବାଣିଜ୍ୟ, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆଜି ଅଫିସରେ ଉଚ୍ଚାଧିକାରୀଙ୍କୁ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ରହିବେ । ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ । ଅତୀତ ଘଟଣାକୁ ସମୀକ୍ଷା କରିବା ଯାଇ ମନ ଉଦାସ ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିମଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଚତୁର୍ଥାଧିପ ନବମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପ୍ରତିଟି କ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଅଫିସରେ ପରସ୍ପର ସହଯୋଗ ଭିତ୍ତିରେ କାର୍ଯ୍ୟ କରିଲେ ପରିସ୍ଥିତି ଅପେକ୍ଷାକୃତ୍ତ ଭଲ ରହିବ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ସହ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ପାରିବାରିିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡ଼ିବ । ସନ୍ତାନଙ୍କ ସ୍ଵସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ବାଣୀକାରକ ବୁଧ ଉତ୍ତେଜନା ସୃଷ୍ଟିକାରୀ ଗ୍ରହ ମଙ୍ଗଳ ସଂସ୍ପର୍ଶରେ ଆସି ଆପଣଙ୍କ ବ୍ୟବହାରକୁ କଠୋର କରି ଦେଇପାରନ୍ତି । ଆଜିର କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାକୁ କେନ୍ଦ୍ର କରି ସହକର୍ମୀ କିମ୍ବା ଅଧିନସ୍ଥ କର୍ମଚାରୀଙ୍କ ସହ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡି କରିବାକୁ ବାଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାମ୍ବାଦିକତା, ଯୋଗାଯୋଗ ପ୍ରଭୃତିରୁ ଖୁସି ରହିବେ । ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ । ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢିପାରେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବନ୍ଧୁ, ସହକର୍ମୀ ଓ ଆତ୍ମୀୟ ସ୍ଵଜନଙ୍କ ସହଯୋଗ ପାଇବେ । ଆଜି ରାଶିରେ ଶୁକ୍ର ଚତୁର୍ଥାଧିପତି କେନ୍ଦ୍ରସ୍ଥ ଯୋଗୁଁ ମଧୁର ବାକ୍ୟାଳାପରେ ଲୋକଙ୍କ ହୃଦୟ ଜିଣିବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିଲେ ମଧ୍ୟ ବିଶେଷ କ୍ଷତି ସହିବାକୁ ପଡିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିକ କାମ କରି ପ୍ରଶଂସିତ ହେବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବୃଦ୍ଧି ପାଇବ । ସଭାସମିତି ଓ ଆଲୋଚନା ପରିସରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ । ସାମାଜିକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ । କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରାଦ୍ଧ ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *