09 ଜୁଲାଇ, ଶୁକ୍ରବାରର ରାଶିଫଳ :- ଗ୍ରହ ନକ୍ଷେତ୍ରର ଶୁଭ ସ୍ଥିତି ଯୋଗୁଁ ୭ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

09 ଜୁଲାଇ, ଶୁକ୍ରବାରର ରାଶିଫଳ :- ଗ୍ରହ ନକ୍ଷେତ୍ରର ଶୁଭ ସ୍ଥିତି ଯୋଗୁଁ ୭ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

09 ଜୁଲାଇ, ଶୁକ୍ରବାରର ରାଶିଫଳ :- ଗ୍ରହ ନକ୍ଷେତ୍ରର ଶୁଭ ସ୍ଥିତି ଯୋଗୁଁ ୭ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା ! ଆର୍ଥିକ ସ୍ଥିତି ମଧ୍ୟ ରହିବା ମଜବୁତ ।

ଆଜି ଆମେ ଆପଣଙ୍କୁ ୦୯ ଜୁଲାଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ରରେ ଗ୍ରହମାନଙ୍କ ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ :

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅଟକି ରହିବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ଚାକିରି କରୁଥିବା କର୍ମଜୀବିମାନେ ଅଫିସ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ କେତେକ ବ୍ୟତିକ୍ରମ ଲାଗିରହିବା ଫଳରେ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । କର୍ମଜଞ୍ଜାଳ ବୃଦ୍ଧି ଘଟିବାର ବିଶେଷ ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସମାଧାନ ନିମନ୍ତେ ନିକଟ ସମ୍ପର୍କୀୟମାନଙ୍କ ଅବଦାନ ଗୁରୁତ୍ଵପୂର୍ଣ୍ଣ ରହିବ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ :

ମନରେ ଅଯଥା ଆଶଙ୍କା ମାନସିକ ଦୁଶ୍ଚିନ୍ତାର କାରଣ ହେବ । କର୍ମାଧିପଙ୍କ ଦୁର୍ବଳତା କାରଣରୁ କେହି ଜଣେ ପ୍ରତିବାଦର ସ୍ଵର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି । ବନ୍ଧୁ, ସହକର୍ମୀଙ୍କ ବଦାନ୍ୟତା କାରଣରୁ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସହକର୍ମୀଙ୍କ ସହ ମିଳିମିଶି ପରସ୍ପର ମଧ୍ୟରେ ସାହାଯ୍ୟ ଓ ସହଯୋଗ ଭିତ୍ତି କାର୍ଯ୍ୟ କରିବେ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁଁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ଆଶା ରହିଛି । ଆର୍ଥିକ ନେଣଦେଣକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ପାରସ୍ପରିକ ବୁଝାମଣା ଦ୍ଵାରା ପାରିବାରିକ କ୍ଷେତ୍ରରେ ଶାନ୍ତି ଫେରି ଆସିବ । ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢାକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ମିଥୁନ :

ଅନ୍ୟମାନଙ୍କ ଠାରୁ ଯାହା ଆଶା କରିଥିଲେ ତାହା ନିରର୍ଥକ ହେବ । ବ୍ୟୟାଧିପ ଅଷ୍ଟମସ୍ଥ ଥିବା ଯୋଗୁଁ ବାଣିଜ୍ୟ, ବ୍ୟବସାୟରେ କ୍ଷତି ସହ୍ୟ କରିବାକୁ ପଡିବ । କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ଅତି ଦୁର୍ବଳ ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । କିନ୍ତୁ ଅଫିସର ବାତାବରଣ ସମ୍ୟକ ସୁସ୍ଥ ରହିବ । ସହକର୍ମୀମାନେ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବା ସହ ଉପରିସ୍ଥ ଅଧିକାରୀ ବର୍ଗ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । ସଭାସମିତିରେ ବାକ୍ ଅସଂଯମତା ଯୋଗୁଁ ବିବାଦଗ୍ରସ୍ଥରେ ଛନ୍ଦି ହୋଇପାରନ୍ତି । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ଵାରା ଗୁଜବ ଖବର ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପାରିବାରିକ କ୍ଷେତ୍ରରେ ଦେଖାଦେବାକୁ ଥିବା ସମସ୍ୟା ଜାଣିଥିଲେ ମଧ୍ୟ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଦାମ୍ପତ୍ୟ କଳହ ଦୂର ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କର୍କଟ :

ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆଜି ରାଶିରେ ଚାରୋଟିଗ୍ରହ ବଳବାନ୍‌ ଥିବା ହେତୁ କର୍ମକ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ବୃତ୍ତିଗତ ବ୍ୟବସାୟରେ ନୂତନ ସମଗ୍ର ମିଶାଇବେ । ବନ୍ଧୁ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ସ୍ଥଗିତ କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ନେଇ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ହେବ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ମାଆ ଭୈରବୀ ।

ସିଂହ :

ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି । ଏକାଦଶସ୍ଥ ଚନ୍ଦ୍ରଙ୍କ ଗ୍ରହ ସାନ୍ନିଧ୍ୟ କାରଣରୁ ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ବୃଦ୍ଧିପାଇବ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବାର ଅବସର ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣ ନିଜ ବ୍ୟବସାୟର ପ୍ରଚାର ପ୍ରସାର କରି ଆର୍ଥିକ ସ୍ଥିତିକୁ ସଦୃଢ କରିପାରିବେ । ସ୍ଥଗିତ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପାରିବାରିକ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ଦୃଢ ପଦକ୍ଷେପ ନେଇ ପରିବାରରେ ଶୃଙ୍ଖଳା ରକ୍ଷା କରିପାରିବେ । ପାରିବାରିକ ସମସ୍ୟାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

କନ୍ୟା :

ଦିନଟି ଆପଣଙ୍କ ସକାଶେ ମାଧ୍ୟମ ଫଳ ପ୍ରଦାନ କରିବ । କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ମଧ୍ୟ ପାରିବାରିକ ପରିସ୍ଥିତି ଠିକ୍‌ ରହିବା କାରଣରୁ ମନୋବଳ ଟାଣ ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆକସ୍ମିକ ଭାବରେ କୌଣସି ନିଷ୍ପତ୍ତି ନେଇ, ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିପାରେ । ଅଫିସରେ ଯେତେ ନିଷ୍ଠାର ସହ କାର୍ଯ୍ୟ କରିଲେ ବାରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । ସାମାଜିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ, କିନ୍ତୁ ବୁଝାମଣା ମାଧ୍ୟମରେ ପରିସ୍ଥିତିକୁ ସମ୍ଭାଳି ନେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପିଠିରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ତୁଳା :

ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ଦଶମସ୍ଥ ଗ୍ରହଜନିତ କାରଣରୁ ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ କୁଣ୍ଠାବୋଧ କରିବେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବା ସହ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସର ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରେ ନୂଆ ନୂଆ ଯୋଜନାର ଖସଡା ପ୍ରସ୍ତୁତ କରିପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହିବା ଭଲ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା :

ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ତରବାରିଆ ହୋଇ କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ରାଶିରେ ଭାଗ୍ୟସ୍ଥଗ୍ରହର ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅଫିସରେ କାମ ଅଧିକ ରହିଲେ ମଧ୍ୟ ଉଚ୍ଚାଧିକାରୀ ସାନ୍ନିଧ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ । ସାମାଜିକ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖାଦ୍ୟପେୟ ଠିକ୍‌ ରହି ନ ପାରେ । ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ହୋଇଉଠିବ । ପାରିବାରିକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ଆଜି ସନ୍ତାନଙ୍କ ସହିତ ହସଖୁସିରେ କିଛି ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ :

ଆଜି ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ । ବୃହସ୍ପତିଙ୍କ ପ୍ରଭାବରୁ ପଡ଼ୋଶୀଙ୍କ ସାହାଯ୍ୟ ହେତୁ ସମସ୍ୟାର ସମାଧାନ ଘଟିବ । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ମଧୁର ବାକ୍ୟାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିବାରେ ସମର୍ଥ ହେବେ । ଅଫିସ ପରିସରରେ ଆୟୋଜିତ ଆଲୋଚନରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ-ପ୍ରମୋଦର ମଉକା ଜୁଟିବ । ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ମକର :

ସମସ୍ୟାର ସରଳ ସମାଧାନ ହେବାରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହାନୁଭୂତି ଅବିସ୍ମରଣୀୟ ରହିବ । ଗ୍ରହସ୍ଥିତିର ସୁପ୍ରଭାବ ଯୋଗୁଁ ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । କର୍ମକ୍ଷେତ୍ରରେ ଆଶାନୁରୂପକ ଫଳପ୍ରାପ୍ତି କରିବେ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ହଠାତ୍‌ ଘରର ବରାଦ ଅନୁସାରେ ଗୃହୋପକରଣ କ୍ରୟ କରିପାରନ୍ତି । ସହକର୍ମୀଙ୍କ ବ୍ୟକ୍ତିଗତ କଥା ଅବା ଅନ୍ୟର ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥ କରିଲେ ଅପଦସ୍ଥ ହେବାକୁ ପଡିବ । ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣ ଥିଲେ ମଧ୍ୟ ଆକସ୍ମିକ ଭାବରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

କୁମ୍ଭ :

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ରାଶିରେ ରାହୁଙ୍କ ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ଏବଂ ବନ୍ଧୁମାନେ ମଧ୍ୟ ପ୍ରତିଶ୍ରୁତି ଦେଇ ନିଜ ନିଜ କଥାକୁ ଓହରି ଯିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିପାରନ୍ତି । ଅଫିସରେ ଗୋଟିଏ ପକ୍ଷରେ କାର୍ଯ୍ୟ ଚାପ ଅଧିକ ଥିଲେ ବେଳେ ଅନ୍ୟପକ୍ଷରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ନାନାଦି ସମାଲୋଚନା କରିବା ଫଳରେ ଅଧିକାରୀ ବର୍ଗଙ୍କ ସହ ଉଚ୍ଚବଚ୍ଚା ହେବାର ସମ୍ଭାବନା ରହିଛି । ସମାଜର ଜଣେ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କଥା ପ୍ରଶଂସିତ ହେବ । କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖପ୍ରଦ ରହିବ । ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

ମୀନ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଏକାଦଶସ୍ଥ ଗ୍ରହ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ । କିନ୍ତୁ କେତେକ ବନ୍ଧୁମାନଙ୍କ ବିଶ୍ଵାସଦ୍ରୋହୀ କାର୍ଯ୍ୟକଳାପ କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି । ଚାକିରିରେ କର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ଭିତ୍ତିରେ କାମ କରିଲେ ଯଥେଷ୍ଟ ଉପକୃତ ପାଇବେ । ଅଫିସରେ ଆୟୋଜିତ ବୈଠକରେ ନୀରବ ରହିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଆଜି ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ । ପ୍ରଶାସନ, ଆଇନ ଅଦାଲତ ଓ ସଭା ସମିତି କ୍ଷେତ୍ରରେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *