09 ଫେବୃୟାରୀ 2021, ମଙ୍ଗଳବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହାୟତା ! ବ୍ୟବସାୟ, ବାଣିଜ୍ୟରେ

09 ଫେବୃୟାରୀ 2021, ମଙ୍ଗଳବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହାୟତା ! ବ୍ୟବସାୟ, ବାଣିଜ୍ୟରେ

09 ଫେବୃୟାରୀ 2021, ମଙ୍ଗଳବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଭାଗ୍ୟର ସହାୟତା ! ବ୍ୟବସାୟ, ବାଣିଜ୍ୟରେ ଆକସ୍ମିକ ଧାନ ଲାଭର ଯୋଗ ରହିଛି ।

ଆଜି ଆମେ ଆପଣଙ୍କୁ ୦୯ ଫେବୃୟାରୀ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ସକାରାତ୍ମକ ଭାବନା ରଖନ୍ତୁ । ସାବଧାନତା ସହକାରେ କାମ କରିବା ଭଲ ହେବ, ଅନ୍ୟଥା କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଆପଣଙ୍କ ପ୍ରତ୍ୟକ କଥାକୁ ବନ୍ଧୁମାନେ ଭୁଲ ବୁଝିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ଲାଗି ଚେଷ୍ଟା କରିବେ । କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ସମାଜରେ ଜନହିତ କାର୍ଯ୍ୟରେ ଯୋଗେ ଦେବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମନାନ୍ତର ଘଟିବାର ସୂଚନା ରହିଛି । ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଅମ୍ବିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ଆଜି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଧୈଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ଦେଖିବେ ସବୁ ପ୍ରତିବନ୍ଧକ ଦୂରେଇଯିବ । ଆଜି ଆପଣ ଯେଉଁ କାମ ସକାଶେ ଉଦ୍ୟମ କରିବେ ତାହା କଦାପି ନିଷ୍ଫଳ ହେବ ନାହିଁ । କର୍ମକ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ନିଜର ସହକର୍ମୀଙ୍କ ପ୍ରତ୍ୟେକ କଥା ଓ କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଅଫିସରେ କର୍ତ୍ତୃତ୍ଵ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝି ପାରିବେ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିରାଶ ହୁଅନ୍ତୁ ନାହିଁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ଆଜି କାମଗୁଡିକ ବିଳମ୍ବରେ ସମ୍ପାଦିତ ହେବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାରେ ପଡିବେ । କାମଗୁଡିକ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ନୀରବତାର ସହ ସମସ୍ତଙ୍କ ମନ୍ତବ୍ୟକୁ ଶୁଣନ୍ତୁ । ପ୍ରଶାସନ, ନିର୍ମାଣ, ଆଲୋଚନା ଓ ସଭାସମିତିରେ କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପନ୍ନ କରିବାରେ ସମର୍ଥ ହେବେ । ନିଜର ଆତ୍ମୀୟସ୍ଵଜନଙ୍କ ଅକାଟ୍ୟ ଉକ୍ତି ଯୋଗୁଁ ମନରେ ଚିନ୍ତା ବଢିପାରେ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ । ଅଯଥା ଯୁକ୍ତିତର୍କ କିମ୍ବା ଅନ୍ୟର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତୁ ନାହିଁ । କେତେକ ସ୍ଥଳରେ ସହଧର୍ମୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ଅନ୍ୟଥା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ମାଶ୍ରଣ ଫଳ ପ୍ରଦାନ କରିବ । ପାରିବାରିକ ସମସ୍ୟାକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଢିଯିବବ, ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ପାଦେ ପାଦେ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସହକର୍ମୀଙ୍କ ସହ ଅର୍ଥକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ । ଅଫିସରେ କୌଣସି କାମରେ ସାମୟିକ ଗତିରୋଧର ସମ୍ମୁଖୀନ ହେବାକୁ ପଡିପାରେ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସହଧର୍ମୀଙ୍କ ସହଯୋଗ ଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ ଅସୁସ୍ଥତା ଯୋଗୁଁ କେତେକ କାମ ହାତଛଡା ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବଗଳାମୁଖୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଶ୍ରେୟସ୍କର ହେବ । ସ୍ଵାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ । ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତି ନେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ବନ୍ଧୁ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବିବାଦୀୟ ଘଟଣା ଓ ମାଲିମକଦ୍ଦମା ସମାଧାନ ହୋଇଯିବାର ଅନେକାଂଶରେ ଆମତ୍ତୃପ୍ତି ମିଳିପାରେ । ରୋଗ, ଋଣ ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ । ପରିବାରର କେତେକ ସମସ୍ୟା ଜାଣିଲେ ମଧ୍ୟ ନୀରବତା ରହିବାକୁ ବାଧ୍ୟ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନ ସାମୟିକ ଉଦାସ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ଅତି ଶୋଚନୀୟ ରହିବ । ବନ୍ଧୁମାନଙ୍କ ସହ ଶୁଭ କାର୍ଯ୍ୟ ପରିପ୍ରେକ୍ଷୀରେ ଦିନଟି ବିତାଇବେ । ବନ୍ଧୁମାନଙ୍କ ସହ ଶୁଭ କାର୍ଯ୍ୟ ପରିପ୍ରେକ୍ଷୀରେ ଦିନଟି ବିତାଇବେ । ଅଫିସ କାର୍ଯ୍ୟକୁ ନେଇ ସାମୟିକ ଚିନ୍ତିତ ରହିବେ । ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ । ଆକସ୍ମିକ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ସହକର୍ମୀ କିମ୍ବା ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ମଧ୍ୟାହ୍ନରେ ସାମୟିକ ପେଟ ଯନ୍ତ୍ରଣା ହୋଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ଗଣେଶ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କଳ୍ପନାର ଦୁନିଆରେ ରହିବେ । ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ସହିପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବା । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଅର୍ପଣ କରିବେ । ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ କୌଣସି ସମସ୍ୟା ଉପୁଜିବାର ଆଶଙ୍କାରେ ବିବ୍ରତ ହୋଇପାରନ୍ତି । ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ । ସ୍ଵାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଅର୍ଥନୈତିକ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିପାରେ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ନିଜ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସାମନା କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ, ପରିବହନ, ରପ୍ତାନି, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ଅଫିସ କାର୍ଯ୍ୟରେ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ । ଅନ୍ୟମାନଙ୍କ ସହିତ କଥା କହିବା ସମୟରେ ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ । ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସାଧାରଣ କଥାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧୌର୍ଯ୍ୟହରା ନ କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ଆଜି ବନ୍ଧୁମାନେ ଫୁସୁଲାଫୁସୁଲି କରି କାର୍ଯ୍ୟ ହାସଲ କରିବାକୁ ଉଦ୍ୟମ କରିବେ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ଯେତେ ଭଲ କାମ କରିଲେ ମଧ୍ୟ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । ମଧ୍ୟାହ୍ନରେ ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହେବେ । ରାଜନୀତିରେ ନୂଆ ଦାୟିତ୍ଵ ଗ୍ରହଣ ପାରନ୍ତି । ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ଅବସର ମିଳିବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚବାର ଆଶା କ୍ଷୀଣ ହୋଇପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କ ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ କାହାର ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି କର୍ତ୍ତବ୍ୟର ସହ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବାରେ ସମର୍ଥ ହେବେ । ବ୍ୟବସାୟ ମାଧ୍ୟମ ଧାରଣ ରହିବ । ଅଫିସ କିମ୍ବା ନିଜ ବୃତ୍ତିଗତ କର୍ମରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ଅଧସ୍ତନ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ଵୀକାର କରିବାକୁ ପଡ଼ିବ । ସମାଜରେ ମାନସମ୍ମନ ବୃଦ୍ଧି ହେବ । ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ର ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ମଧ୍ୟ ଦେଇ ଗତି କରିବାକୁ ପଡିବ । କର୍ମକ୍ଷେତ୍ରରେ ଅନ୍ୟର କଥାକୁ ବିଶ୍ୱାସ କରି କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଈର୍ଷାପରାୟଣ ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବା ଭଲ । କର୍ମସ୍ଥଳରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ । ଅଫିସରେ ସାଧାରଣ ଯୁକ୍ତିବିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ଦେଖା ଦେଇପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଅର୍ଥ ସଙ୍କଟରୁ ମୁକୁଳି ପାରିବେ । ସଭାସମିତି, ଆଲୋଚନା ପରିସରରେ ଅନ୍ୟର ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ । ପରିବାରରେ ଲାଗିରହିଥିବା ସମସ୍ୟା ସମାଧାନ ହେବାଫଳରେ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *