08 ମାର୍ଚ୍ଚ 2021, ସୋମବାର :- ଆଜି ମହାଦେବଙ୍କ କରୁପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ

08 ମାର୍ଚ୍ଚ 2021, ସୋମବାର :- ଆଜି ମହାଦେବଙ୍କ କରୁପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ

08 ମାର୍ଚ୍ଚ 2021, ସୋମବାର :- ଆଜି ମହାଦେବଙ୍କ କରୁପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ କ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି !

ଆଜି ଆମେ ଆପଣଙ୍କୁ ୦୮ ମାର୍ଚ୍ଚ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆର୍ଥିକ ଉନ୍ନତି ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଗ୍ରହମାନଙ୍କ ସୁପ୍ରଭାବରେ କାରଣରୁ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧନ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା ନିମନ୍ତେ ଯୋଜନା ପ୍ରସ୍ତୁତ କରିପାରନ୍ତି । କର୍ମକ୍ଷେତ୍ରରେ ଦୀର୍ଘ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଅଫିସ କାମକୁ ପୂରା କରିବାରେ ସହକର୍ମୀମାନେ ସହଯୋଗ ସାହାଯ୍ୟ କରିବେ । ସନ୍ଧ୍ୟାରେ କୌଣସି ସମ୍ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । କିନ୍ତୁ ସହଧର୍ମୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପରିବାରରେ କୌତୁହଳକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ବିବାଦ ଉପୁଜିବାର ସଂକେତ ରହିଚ୍ଚି । ରବି ଦେବଗୁରୁଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖି କଥାବାର୍ତ୍ତା କରନ୍ତୁ । ତଥାପି ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ମଧ୍ୟ ସୁସ୍ଥ ବାତାବରଣ ସଙ୍ଗେରେ ସହକର୍ମୀଙ୍କ ସହଯୋଗ ପାଇବେ ଏବଂ ଉଚ୍ଚଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ଅଫିସର ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ଭାଗ୍ୟସ୍ଥାନରେ ଶୁକ୍ର ଓ ରବିଙ୍କ ଉପସ୍ଥିତି ହେତୁ ନୂତନ କର୍ମାରମ୍ଭ ଫଳପ୍ରଦ ହେବ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୁପକ ଫଳ ପାଇବେ । ଆପଣ କୌଣସି ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟ ପୂରାକରିବା ସହ ସହକର୍ମୀମାନଙ୍କର ସହଯୋଗ ପାଇ ଖୁସି ଅନୁଭବ କରିବେ । ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ସଭାସମିତି, କଳା, ସାହିତ୍ୟରେ କିଛିଟା ଶୁଭସୂଚନା ଦେଖିପାରିବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କର୍ମକ୍ଷେତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । କିନ୍ତୁ ଧନାଧିପଙ୍କ ଶୁଭ ସଂସ୍ଥାନ ହେତୁ ଆଜି ଆର୍ଥିକ ସ୍ଥିତି ଭଲ ରହିବ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରି ଯିବ । କର୍ମକ୍ଷେତ୍ରରେ ଏପରି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । ପରୋକ୍ଷ ଶତ୍ରୁତା କାରଣରୁ ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ କିନ୍ତୁ ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ବଳବାନ ରାହୁ ଓ ମଙ୍ଗଳ କର୍ମସ୍ଥ ହେତୁ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଯୋଗୁ କାର୍ଯ୍ୟ ସାଧନରେ ସମର୍ଥ ହେବେ । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । କଅଁଳିଆ କହି କୌଶଳ କ୍ରମେ କାର୍ଯ୍ୟ ହାସଲ କରିନେବେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟର ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ମାଲିମକଦ୍ଦମାର ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ । ଛୋଟ ଛୋଟ କାଥାକୁ ଧରି ବସିଲେ ନିଜେ ହିଁ କ୍ଷତିରେ ପଡିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହେବେ । ଆଜି ରାଶିରେ ମଙ୍ଗଳର ଅବଲୋକନ ଯୋଗୁଁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଆଶାତୀତ ଲାଭ ପାଇବେ । କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ କିନ୍ତୁ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୂହୁର୍ତ୍ତରେ ବିଗିଡି ଯିବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ପଡିଲେ ପଶ୍ଚାତ୍ତାପ କରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ । ମୁଖଭାବସ୍ଥ ଚନ୍ଦ୍ର ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି ଖୁସୀ ହେବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବା ଫଳରେ ବିରକ୍ତିଭାବ ପ୍ରକାଶ କରିବେ । ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କର୍ମକ୍ଷେତ୍ରରେ ଏକାଗ୍ରଚିତରେ କାର୍ଯ୍ୟ କରନ୍ତୁ; ଅନ୍ୟମାନଙ୍କ କାର୍ଯ୍ୟକଳାପକୁ ଦୃଷ୍ଟି ଦିଅନ୍ତୁ ନାହିଁ । ଚତୁର୍ଥାଧିପ ବୃହସ୍ପତିଙ୍କ ସଂଯୋଗ ଯୋଗୁଁ ପରିବାରର ସମସ୍ୟାକୁ ନେଇ ଭାରାକ୍ରାନ୍ତ ରହିବେ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ, ଯାହାଫଳରେ ଧାର କରଜ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ଏଣୁ ସତର୍କ ରହିବା ଭଲ । ଅନ୍ୟର ବିବାଦୀୟ କଥାବାର୍ତ୍ତରେ ମୁଣ୍ଡ ପୁରାନ୍ତୁ ନାହିଁ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା କେତେକାଂଶରେ ସୁଧାର ଆସିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ । ବୁଧ ନିଜ ସ୍ଥାନରୁ ଅଷ୍ଟମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ଆଲୋଚନା ଫଳପ୍ରଦ ନ ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ନାନା ସମସ୍ୟା ଦେଖାଦେଇପାରେ ଏବଂ କର୍ମଚାରୀଙ୍କ କାର୍ଯ୍ୟକଳାପ ମନକୁ ଅସନ୍ତୁଷ୍ଟ କରିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ଏପରିକି ନିଃଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ଆକସ୍ମିକ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାମଟି ଅଧାରୁ ବନ୍ଦ କରିବାକୁ ପଡିପାରେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାରରେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡ଼ିପାରନ୍ତି । କଠୋର କଥା କହିବା କାରଣରୁ ନିକଟ ସମ୍ପର୍କୀୟଙ୍କ ସହ ସାମୟିକ କଳହ ସୃଷ୍ଟି ହୋଇପାରେ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ଏକାଧିକ ପାପଗ୍ରହ ରାଶିସ୍ଥ ହେତୁ ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ହଠାତ୍‌ ସମସ୍ୟା ଦେଖାଦେବାରୁ ମନ ବିଚଳିତ ହୋଇଉଠିବ । ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ଲଡିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସମାଜର କିଛି ମହତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । କୈାଣସି ଅତୀତ ଘଟଣା ବିଷୟରେ ଭାବପ୍ରବଣତା ଯୋଗୁ ସାୟାହ୍ନେ ନୈରାଶ୍ୟ ଅନୁଭବ କରିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସ୍ଵାସ୍ଥ୍ୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣ ଭିତରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । କେନ୍ଦ୍ରକୋଣାଧିପ ରାଶିରେ ଥିବାରୁ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିବେ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ ଏବଂ ମିଳିମିଶି କାର୍ଯ୍ୟ କରିବେ । ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣ ହେବା ସହ ପାରିବାରିକ ମତପାର୍ଥକ୍ୟ ଯୋଗୁଁ ମନରେ ସରସତା ରହିବ ନାହିଁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟ ସହ ସମ୍ପର୍କ ହାନୀ ହୋଇପାରେ । ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ କ୍ରୟ କରି ଖୁସି ଅନୁଭବ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନ ଚଞ୍ଚଳତା ରହିବ । କିନ୍ତୁ ଦ୍ୱାଦଶରେ ଶୁକ୍ରଥିବାରୁ ଗତକାଲି ଠାରୁ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ମଧ୍ୟ ସୁସ୍ଥ ବାତାବରଣ ସଙ୍ଗେରେ ସହକର୍ମୀଙ୍କ ସହଯୋଗ ପାଇବେ ଏବଂ ଉଚ୍ଚଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । କିନ୍ତୁ କର୍ମକ୍ଷେତ୍ରରେ ଈର୍ଷାଳୁ ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ଅନେକ କଥା କହିବେ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ପ୍ରଶାସନିକ ସ୍ତରରେ ତର୍କ ଓ ବିବାଦ ବୃଦ୍ଧି ପାଇବା କାରଣରୁ ଟେନ୍‌ସନ ବଢିପାରେ । ପାରିବାରିକ କ୍ଷେତ୍ରରେ ନିଜର ଯୁକ୍ତି ଉପସ୍ଥାନ କରିବାକୁ ଯାଇ ପରିବାର ସଦସ୍ୟଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *