08 ଜୁନ୍ 2021, ମଙ୍ଗଳବାର :- ଆଜି ଏହି ଚାରୋଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଅଧିକ ରୋଜଗାର କରିବେ । ଭାଗ୍ୟର

08 ଜୁନ୍ 2021, ମଙ୍ଗଳବାର :- ଆଜି ଏହି ଚାରୋଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଅଧିକ ରୋଜଗାର କରିବେ । ଭାଗ୍ୟର

08 ଜୁନ୍ 2021, ମଙ୍ଗଳବାର :- ଆଜି ଏହି ଚାରୋଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଅଧିକ ରୋଜଗାର କରିବେ । ଭାଗ୍ୟର ପୂର୍ଣ୍ଣ ସହଯୋଗରେ ଉନ୍ନତିର ଚରମ ଶିଖରରେ ପହଞ୍ଚି ପାରିବେ ।

ଆଜି ଆମେ ଆପଣଙ୍କୁ ୦୮ ମଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ନକରାତ୍ମକ ଚିନ୍ତାଧାରା ଓ ମାନସିକ ଉତ୍ତେଜନା ମଧ୍ୟରେ ସାରା ଦିନ ଅତିବାହିତ କରିବେ । କର୍ମକ୍ଷେତ୍ରରେ ଯେତେ ପରିଶ୍ରମ କରିଲେ ମଧ୍ୟ ଆଶାନୁରୁପକ ଫଳ ପାଇବେ ନାହିଁ । କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାରୁ ମୁକ୍ତ ପାଇବା ପାଇନ ସ୍ୱାୟଚ୍ଚରେ ବନ୍ଧୁମାନେ ସହାୟତାର ହାତ ବଢାଇବେ । ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ରହିବ । ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନେ ଆର୍ଥିକ ସ୍ତରରେ ସହଯୋଗ ପ୍ରଦାନ କରିବେ । ପ୍ରତିକୂଳ ପରିସ୍ଥିତିରେ ଅଫିସରେ କାର୍ଯ୍ୟର ଚାପ ମଧ୍ୟ ଅଧିକ ରହିବ । କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ । ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ କାରବାର ନ ହେଲେ ମଧ୍ୟ ସାଙ୍ଗସାଥି ଓ ଗ୍ରହକଙ୍କ ସହ ବାର୍ତ୍ତାଳାପ ଯୋଗୁଁ ମନ ଖୁସି ରହିବ । କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଅର୍ଥନୈତିକ, ସାମାଜିକ, ରାଜନୈତିକ ଓ ସାଂଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବାରେ ସମର୍ଥ ହେବେ । ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ପାଇଁ ସମର୍ଥନ ଓ ସାହାଯ୍ୟ ଆଶା କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । କର୍ମକ୍ଷେତ୍ରରେ ବିବାଦର ସମସ୍ୟାରେ ବନ୍ଧୁ କିମ୍ବା ଅନ୍ୟମାନଙ୍କର ସାହାଯ୍ୟ ଲୋଡିବେ । ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ପାଇବେ । ବ୍ୟବସାୟରେ କିଛି ନୂଆ ସୁଯୋଗ ମିଳିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ । ରାଜନୈତିକ କାର୍ଯ୍ୟରେ ରୁଚି ରହିବ । ପରିବାରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିସ୍ଥିତି ଓ ପରିବେଶ ଆପଣଙ୍କ ସପକ୍ଷରେ ରହିବ । କର୍ମକ୍ଷେତ୍ରରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ବିଶ୍ଵସ୍ତ ବନ୍ଧୁ ଜଣକ ସାହାଯ୍ୟ କରିବେ । ଶିଳ୍ପ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ଅଫିସରେ ପ୍ରତିଟି କାର୍ଯ୍ୟର କୈଫତ ଦେବାକୁ ପଡିବ । ଆତ୍ମୀୟମାନେ ଶତ୍ରୁତା କଲେ ବି କିଛି ଅସୁବିଧା ହେବନି । କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ଅନ୍ୟମାନଙ୍କ କଥାରେ ବସିଯାଇ ନିଜ ଲୋକଙ୍କୁ ସନ୍ଦେହ କରିବେ ଓ ପରେ ଅନୁତାପ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥତିର ସାମନା କରିବାକୁ ପଡିପାରେ । ଅନ୍ୟମାନଙ୍କୁ ବୁଝାଇ ଶୁଝାଇ କାମ ହାସଲ କରିବା ପାଇଁ ଚେଷ୍ଟା କଲେ ହୁଏତ କେତେକାଂଶରେ ଉପକୃତ ହୋଇପାରିବେ । ଯେଉଁ କାର୍ଯ୍ୟକୁ ହାତକୁ ନେଇଛନ୍ତି ତାହାକୁ ସଂପୂର୍ଣ୍ଣ କରିବା ସହଜସାଧ୍ୟ ନୁହେଁ, ସେହି କାର୍ଯ୍ୟଟି କରିବା ସମୟ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ କୌଣସି ମିଥ୍ୟା ଆରୋପରେ ଛନ୍ଦି ହୋଇଯିବେ । ଦୁଇ ପାକ୍ଷିକ ବ୍ୟବସାୟରେ ଆପୋସ ଆଲୋଚନା ଦ୍ଵାରା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ବନ୍ଧୁମାନଙ୍କ ସହ ଓ ପରିବାର କ୍ଷେତ୍ରରେ ମଧ୍ୟ ପ୍ରତିକୂଳତାର ପ୍ରତିଛବି ଦେଖିବାକୁ ମିଳିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା ଲିଙ୍ଗରାଜ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସାମୟିକ ମନ ଉଦାସ ରହିବ । ବ୍ୟବସାୟ, ବାଣିଜ୍ୟ ମନୋମୁତାବକ ଲାଭ କାଠିକର ପାଠ ହେବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ ପରିଶ୍ରମ ଅନୁସାରେ ଆଶାନୁରୁକ ଫଳ ପାଇବେ ନାହିଁ । ଲୋଭନୀୟ ପ୍ରତିଶ୍ରୁତି କିମ୍ବା ସାହାଯ୍ୟ କରିବା କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଅଫିସରେ ସହକର୍ମୀ ତଥା ପାଖପଡୋଶୀଙ୍କ ସହାନୁଭୂତିରେ କେତେକ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ବନ୍ଧୁଙ୍କ ଦ୍ଵାରା କାର୍ଯ୍ୟ ସଂପୂର୍ଣ୍ଣ କରିପାରନ୍ତି । ଟିକିଏ କଥାରେ କ୍ରୋଧ କରିବା ଫଳରେ ବନ୍ଧୁ ଓ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି । ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ମନକୁ କ୍ଷୁବ୍ଧ କରିବ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପ୍ରତିବନ୍ଧକ ଲାଗି ରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ନ ରହିଲେ ବିବାଦ ଘେରରେ ପଡିବେ । ବ୍ୟବସାୟରେ ଲାଗିରହିଥିବା ସମସ୍ୟା ଗମ୍ଭୀର ରୂପା ଧାରଣ କରିପାରେ । ଆର୍ଥିକ ସ୍ଥିତି ମଧ୍ୟ ସଙ୍କଟାପର୍ଣ୍ଣ ରୂପା ଧାରଣ କରିପାରେ । ଧାର କରଜ କରି ମଧ୍ୟ ଆବଶ୍ୟକତାକୁ ପୂରଣ କରିବାରେ ବନ୍ଧୁ ଜଣକ ସହାୟତା କରିପାରନ୍ତି । ଅଫିସ କାର୍ଯ୍ୟାଳୟରେ ଯେତେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଆପଣଙ୍କ ଶ୍ରେୟ ଅନ୍ୟ କାହାକୁ ମିଳିବ । ଅବଶ୍ୟ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ପାରିବାରିକ ସମସ୍ୟାର ସରଳ ସମାଧାନ ମଧ୍ୟ ହୋଇଯିବ । ଦାମ୍ପତ୍ୟ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦୀର୍ଘଦିନର ସ୍ୱାସ୍ଥ୍ୟଜନିତ ସମସ୍ୟାରେ ସମ୍ୟକ ଉନ୍ନତି ପରିଲକ୍ଷିତ ହେବେ । ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ କେତେକ ଅନ୍ତରାୟର ସମ୍ମୁଖୀନ କରିବାକୁ ପଡିବ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଧୌର୍ଯ୍ୟ ସହ ପରିସ୍ଥିତିର ସମ୍ମୁଖୀନ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । କିନ୍ତୁ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରିଚିକା ପଛରେ ଦୌଡିପାରନ୍ତି । ଅଫିସ କିମ୍ବା ବୃତ୍ତିଗତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ, କେତେକାଂଶରେ ଉପକୃତ ହେବେ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କାକୁ ଏଡାଇ ପାରିବେ ନାହିଁ । ମାଙ୍ଗଳିକ, ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟ, ସତ୍‌ସଙ୍ଗରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ । ପାରିବାରିକ ସ୍ଥଳରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କର କୌଣସି କାମ ଅଟକିବ ନାହିଁ କିମ୍ବା ଯିଏ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି କରି ପାରିବେ ନାହିଁ । କିନ୍ତୁ ଦୂରଦର୍ଶିତାର ଅଭାବ ଯୋଗୁଁ ସାମୟିକ କେତେକ ସମସ୍ୟାର ସମ୍ମୁଖୀନ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଅବସାନ ଘଟିବ । ଲାଗିପାରେ । ଚାକିରି କରୁଥିବା କର୍ମଜୀବୀଙ୍କ ଉପରେ କାର୍ଯ୍ୟଭାର ବଢିବାର ସମ୍ଭାବନା ରହିଛି କିନ୍ତୁ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସୀ ରହିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଯଦିଓ ଦିନଟି ଉତ୍ସାହ ବର୍ଦ୍ଧକ ରହିବ, ତଥାପି ସତର୍କର ସହ ଦିନଚର୍ଯ୍ୟା ସମ୍ପର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁମାନଙ୍କ ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ସାଧାରଣ କଥାରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ଅଫିସ କାମରେ ଅଧିକ ସମୟ ଦେବାକୁ ପଡିବ । ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡିପାରେ । ଅନ୍ୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ, ନିଜେ ହିଁ ଅସୁବିଧାରେ ପଡିବେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ମଙ୍ଗଳଦାୟକ ରହିବ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । କଠିନ ପରିଶ୍ରମ ଯୋଗୁଁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ଠିକ୍‌ ଭାବରେ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ । ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ । ଅଫିସରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଆଲୋଚନାରେ ଭାବପ୍ରବଣତା ପରିହାର ପୂର୍ବକ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ନିଜର ଲୋକଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁଁ ମାନସିକ ସ୍ତରରେ ବିଚଳିତବୋଧ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପ୍ରାପ୍ତିରୁ ବଞ୍ଚିତ ହୋଇଇପାରନ୍ତି । ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ବଦଳରେ ବୃଦ୍ଧି ପାଇପାରେ । ବ୍ୟବସାୟ, ବାଣିଜ୍ୟରେ କାରବାର ବୃଦ୍ଧି ହେଲେ ମଧ୍ୟ ଆୟ ବ୍ୟୟ ପ୍ରାୟ ସମାନ ରହିବ । କିନ୍ତୁ କର୍ମକ୍ଷେତ୍ରରେ ଆଜି ଯେଉଁ କାମରେ ହାତକୁ ନେଇଛନ୍ତି, ତାହାକୁ ସଂପୂର୍ଣ୍ଣ କରିବା ପରେ ହିଁ ନିଃଶ୍ଵାସ ନେବେ । ଅଫିସ ପରିସରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁଁ ଭଲ କାମ କରିଲେ ମଧ୍ୟ ନିନ୍ଦା ଶୁଣିବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵେରୀ ।

Leave a Reply

Your email address will not be published. Required fields are marked *