08 ଜୁଲାଇ, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ କିନ୍ତୁ ୩ ରାଶିର ବ୍ୟକ୍ତିଙ୍କୁ ସତର୍କତାର

08 ଜୁଲାଇ, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ କିନ୍ତୁ ୩ ରାଶିର ବ୍ୟକ୍ତିଙ୍କୁ ସତର୍କତାର

08 ଜୁଲାଇ, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ କିନ୍ତୁ ୩ ରାଶିର ବ୍ୟକ୍ତିଙ୍କୁ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ ।

ଆଜି ଆମେ ଆପଣଙ୍କୁ ୦୮ ଜୁଲାଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ । ନଚେତ୍ ଆକସ୍ମିକ ଭାବରେ କଳହ ଆସିପାରେ । ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି । ସରକାରୀ ଚାକିରିଆଙ୍କୁ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ମିଳିବ । ପରିବାରରେ ସାମୟିକ ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ସହଧର୍ମୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ସ୍ଵାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ର କରି ମନ ଉଦାସ ରହିବ । କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ପ୍ରତିକୂଳ ପରିସ୍ଥିତିରେ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ଏକ ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ମଧ୍ୟାହ୍ନରେ ସହକର୍ମୀଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ପିଲାଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସ୍ୱଭାବ ଶାନ୍ତ ରହିବ । ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମନୋଭାବ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ । କିନ୍ତୁ ନିଜର ଫାଇଦା ହାସଲ ପାଇଁ କିମ୍ବା ଅର୍ଥପ୍ରାପ୍ତି ଲାଳସାରେ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ଇଚ୍ଛା ନଥିଲେ ମଧ୍ୟ ଅଫିସରେ ଉଚ୍ଚାଧିକାରୀଙ୍କ ଆଦେଶରେ ଗୁରୁଦାୟିତ୍ଵ ବାହାନ କରିବାକୁ ବାଧ୍ୟ ହେବେ । ସମ୍ପର୍କୀୟଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଶ୍ରେୟସ୍କର ହେବ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳିଯିବାରୁ ଏକପ୍ରକାର ମନ ହାଲୁକା ହୋଇଯିବ । ଅଫିସରେ ନିଜର ଅସାବଧାନତାବଶତଃ ହେତୁ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି କିନ୍ତୁ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ । ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ ।ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଉନ୍ନତିର ନୂଆ ମାର୍ଗ ଉନ୍ମକ୍ତ ହେବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବାନ ଆଦି ଦିଗରୁ ଶୁଭଫଳ ପାଇବେ । ଅଫିସରେ ବିବଦମାନ ସ୍ଥିତି ସହକର୍ମୀଙ୍କ ସହାୟତାରେ ସମାଧାନ ଦିଗକୁ ଗତି କରିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚାରେ ଅଧିକ ସମୟ ଅତିବାହିକ କରିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯିବ । କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଭାବରେ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ନିଜ ଲୋକଙ୍କ ପାଇଁ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ସେମାନେ ଆପଣଙ୍କୁ ପ୍ରଶଂସା କରିବା ବଦଳରେ ଆପଣଙ୍କ କାର୍ଯ୍ୟକୁ ନାନାଦି ଖୁଣ ବାହାର କରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ କିନ୍ତୁ ଠିକ ଭାବରେ ସଦ୍-ବ୍ୟବହାର କରିପାରିବେ ନାହିଁ । ଅନ୍ୟପକ୍ଷରେ ଅଧିନସ୍ଥ କର୍ମଚାରୀମାନଙ୍କ ବେଖାତିରି କାର୍ଯ୍ୟକଳାପ ମାନସିକ ସ୍ଥିତିକୁ ବିଗାଡି ଦେବ । ଅଫିସରେ ନିଷ୍ଠାପରର ସହ ନିଜ କାର୍ଯ୍ୟକୁ ସମ୍ପାଦନ କରିବେ ଏବଂ ଅସୁବିଧାରେ ଥିବା ସହକର୍ମୀ ବନ୍ଧୁ ଜଣକୁ ସାହାଯ୍ୟ କରିବେ । କଳା, ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ଆତ୍ମୀୟ ସ୍ଵଜନମାନେ ପରୋକ୍ଷରେ ଶତ୍ରୁତା କରିବା ଫଳରେ ଅଧିକାଂଶ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତିମଧ୍ୟ ଦୁର୍ବଳ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ନାନାଦି ସମସ୍ୟା ମଧ୍ୟରେ ଗତି କରିବାକୁ ପଡିବ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯିବା, ଯାହାଫଳରେ ମନରେ ସରସତା ରହିବ ନାହିଁ । ଅଫିସର କର୍ମଚାରୀଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ସାମାଜର ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପରିପାର୍ଶ୍ଵକ ପରିସ୍ଥିତିରେ ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଭଲ ରହିବ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନସ୍ଥ କରିବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମତାନ୍ତର ଦେଖା ଦେଇପାରେ । ପ୍ରତିଦ୍ୱନ୍ଦିତା କରୁଥିବା ସହକର୍ମୀମାନେ ମନରେ ଈର୍ଷାଭାବନା ନେଇ ଆପଣଙ୍କ ସହ ଛଳନାପୂର୍ଣ୍ଣ ଭାବରେ ମିତ୍ରତାର ହାତ ବଢାଇବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ କିନ୍ତୁ କାର୍ଯ୍ୟର ଚାପ ଅଧିକ ରହିବା ଯୋଗୁଁ ସମ୍ୟକ ମାନସିକ ଚାପର ଶିକାର ହୋଇପାରନ୍ତି । କେତେକ ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିବା ଯୋଗୁଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଉତ୍ସାହର ସହ କର୍ମକ୍ଷେତ୍ରରେ ପାଦ ରଖିବେ । କର୍ମକ୍ଷେତ୍ରରେ ସମସ୍ତ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଆପ୍ରାଣ ଉଦ୍ୟମ କରିବେ । ଏଥିନିମନ୍ତେ ସହକର୍ମୀମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିବେ । ସମାଜର କେତେକ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ କରିବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ବ୍ୟବସାୟରେ କାରବାର ଭଲ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ସଦୃଢ ରହିବ । ବ୍ୟବସାୟିକ କ୍ଷେତ୍ରରେ ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ନିର୍ମାଣଧୀନ କାର୍ଯ୍ୟରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ଆପଣଙ୍କ କାର୍ଯ୍ୟରେ ସହଧର୍ମୀଙ୍କ ସମର୍ଥନ ଓ ପ୍ରେରଣା ମାନସିକ ସ୍ଥିତିକୁ ଆହୁରି ସଦୃଢ କରିବ । ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ଓ ସମାଜରେ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବେ । ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ଥିଲେ ମଧ୍ୟ ଆର୍ଥିକ ସ୍ଥିତି ପୂର୍ବପରି ରହିବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଅନ୍ୟମାନଙ୍କ ଅର୍ଥାତ ଅଫିସରେ ସହକର୍ମୀଙ୍କ ମିଠା କଥାରେ ଭାସିଯାଇ ନିଜ କାର୍ଯ୍ୟକୁ ଅବହେଳା କରିବେ । ଅଫିସର ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ତର୍ଜମା କରିବେ । ଆନୁଷ୍ଟାନିକ କାର୍ଯ୍ୟରେ ହଠାତ୍‌ ସମସ୍ୟା ସୃଷ୍ଟି ହେବା କାରଣରୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ । ମନ ବୁଝିଲାଭଳି କଥା କହି ପାଖ ପଡ଼ୋଶୀମାନେ ନିିଜର କାର୍ଯ୍ୟ ହାସଲ କରିନେବେ । ପରିବାରିରେ ସମ୍ୟକ କେତେକ ସମସ୍ୟାକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ଯୋଗୁଁ ମନ ଆନନ୍ଦ ରହିବ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟା ଦ୍ୱାରା ସାଫଲ୍ୟ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟାକୁ ପ୍ରତିହିତ କରିବାରେ ସକ୍ଷମ ହେବେ । କିନ୍ତୁ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟରେ ନାନା ପ୍ରକାର ଅନ୍ତରାୟ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ଅଫିସ କାର୍ଯ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ । ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ଆକସ୍ମିକ ଧନହାନୀ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିବେ । କର୍ମକ୍ଷେତ୍ରରେ ଅତୀତର ଦ୍ଵନ୍ଦାତ୍ମକ କାର୍ଯ୍ୟକଳାପ ସ୍ମରଣ କରି ସାମୟିକ ମନରେ ଦୁଃଖ ପ୍ରକାଶ କରିବେ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ । ସହକର୍ମୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ ଯୋଗ ଦେଇପାରନ୍ତି । ଖଳ ପ୍ରକୃତିର ଲୋକଙ୍କ କଥାକୁ ଗୁରୁ୍‌ତ୍ୱ ନ ଦେଇ ନିଜ କାମରେ ମନଧ୍ୟାନ ଦେଇ କାର୍ଯ୍ୟ କରିବେ ଯଥେଷ୍ଟ ଉପକୃତ ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ପରିବେଶ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *