08 ଜାନୁୟାରୀ 2021, ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ

08 ଜାନୁୟାରୀ 2021, ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ

08 ଜାନୁୟାରୀ 2021, ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଆର୍ଥିକ ସମ୍ବନ୍ଧୀୟ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ ।

ଆଜି ଆମେ ଆପଣଙ୍କୁ ୦୮ ଜାନୁୟାରୀ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଉଭୟ ସୁଖ ଓ ଦୁଃଖ ନେଇ ଆସିବ । ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ, ଯାହାଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବ୍ୟବସାୟରେ ସାମାନ୍ୟ ମନ୍ଥର ରହିବା, ଯାହାଫଳରେ ମନ ପ୍ରସନ୍ନ ରହିବା ନାହିଁ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବିତର୍କର ସମ୍ମୁଖୀନ ହେବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସମ୍ପର୍କୀୟମାନେ ଦୂରେଇ ଯାଉଥିବାରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ରାହୁଙ୍କର ପ୍ରଭାବ ପରିସ୍ଥିତିକୁ ଗୋଳମାଳିଆ କରିବ । ବ୍ୟବସାୟୀମାନେ ଅତ୍ୟାଧିକ ପରିଶ୍ରମ କରିଲେ ମଧ୍ୟ ଆଶାତୀତ ଲାଭ ପାଇବା ସମ୍ଭବ ନୁହେଁ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରର କୌଣସି କାମକୁ ନେଇ ଦ୍ଵନ୍ଦରେ ପଡିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ, ଜହଫଳରେ ବ୍ୟସ୍ତ ରହିବେ । ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ, ଯାହାଫଳରେ ଅସୁବିଧାରେ ପଡ଼ିପାରନ୍ତି । ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରି ପାରନ୍ତି । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ବନ୍ଧୁ ସମ୍ପର୍କ ନିବିଢ ହେବ । କର୍ମକ୍ଷେତ୍ରରେ ଆକସ୍ମିକ ପ୍ରତିବନ୍ଧକ ଫଳରେ କେତେକ କାମ ଅଧାରେ ହିଁ ରହିଯାଇପାରେ । କୈାଣସି ନୂତନ କର୍ମାରମ୍ଭର ନିମନ୍ତେ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । କର୍ମକ୍ଷେତ୍ରରେ ସହକର୍ମୀ ସହଯୋଗ ମିଳିଲେ ମଧ୍ୟ ସ୍ଥିଗୀତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିନେବେ । ସହଧର୍ମୀଙ୍କ ସହଯୋଗ ଓ ପ୍ରେରଣା ଯୋଗୁଁ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମୁଖଭାବରେ ଶନି ପ୍ରଭାବରୁ ଆପଣଙ୍କ ନୀରବତା ଅନ୍ୟମାନଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିବ । କାମ ହାସଲ ପାଇଁ ଆତ୍ମୀୟମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀ ମାନଙ୍କ ସହ ବ୍ୟବହାର ଭଲ ରହିବ ଓ ହସଖୁସିରେ ସମୟ କଟିଯିବ । ଆଲୋଚନା ମଝିରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । କଳା, ସାହିତ୍ୟ ଚର୍ଚ୍ଚା, ଗବେଷଣା, ଆଇନ ଅଦାଲତରେ ସୁଫଳ ପାଇବେ । ସ୍ୱାସ୍ଥ୍ୟଜନିତ ସମସ୍ୟା ଯେପରି କି ଅଜୀର୍ଣ୍ଣ, ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ୍ ପରି କେତେକ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ରାମଚଣ୍ଡୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ ରହିବ । ଚନ୍ଦ୍ର ଶତ୍ରୁଗୃହୀ ହେତୁ ଆଜିର ଆଲୋଚନାରେ ବିତର୍କର ସମ୍ଭାବନା ରହିଛି । କିନ୍ତୁ ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ । ଆୟ ବୃଦ୍ଧି ସଙ୍ଗେସଙ୍ଗେ କର୍ମ ଓ ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ । ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ପଡୋଶୀଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ଭରସା କଲେ ଅସୁବିଧାରେ ପଡ଼ିବେ । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣ କୌଣସି ପୁରୁଣା କଥାକୁ ନେଇ ଉଦ୍‌ବେଗରେ ରହିପାରନ୍ତି । କର୍ମଭାବରୁ ତିନୋଟିଗ୍ରହ ଅଷ୍ଟମସ୍ଥ ଯୋଗୁଁ ମନ ଅନୁଯାୟୀ କାମ ହାସଲ କରିବାରେ ସୁବିଧା ଜନକ ହୋଇପାରିବ ନାହିଁ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡିବ । କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ସମ୍ପର୍କୀୟମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଜଗିରଖି ଆଗକୁ ପାଦ ବଢାନ୍ତୁ । ଅଫିସ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମୁହଁ ଫୁଲାଫୁଲି ହୋଇପାରେ । ନିଜର ବ୍ୟବହାର ଅର୍ଥାତ କଥାବାର୍ତ୍ତାରେ ସଂଯମତା ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ; ଆପଣଙ୍କ ପାଇଁ ଭଲ ରହିବ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ଯାନବାହନରେ ସତର୍କ ନ ରହିଲେ ସମସ୍ୟା ଉପୁଜିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ । କର୍ମଭାବରେ ରବି ଓ ବୁଧ ଦ୍ରୁଷ୍ଟି ଅବଳକନ ଫଳରେ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ସମ୍ପର୍କ ଆହୁରି ନିବିଢ ହେବେ । ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ ଏବଂ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । କିନ୍ତୁ ପରିବହନ କ୍ଷେତ୍ରରେ କେତେକ ସମସ୍ୟା ଉତ୍କଟରୂପ ନେଇପାରେ । ଅଫିସରେ ସହକର୍ମୀଙ୍କ ସହାୟତାରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ ସ୍ତରରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ରାଜନୀତି ଉପରିସ୍ଥ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ । ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ମେରୁନ୍ । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରଭୁଙ୍କ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିରେ କେତୁ ଅବସ୍ଥାନ ଯୋଗୁଁ ଠିକ୍‌ ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡିବେ । କର୍ମକ୍ଷେତ୍ରରେ ଆପଣଙ୍କ ଯେତେ ଭଲ କାମ କାଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଓ ଅପମାନିତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ । କିନ୍ତୁ ଅଫିସରେ କାର୍ଯ୍ୟଦକ୍ଷତା କାରଣରୁ ଆପଣ ସମ୍ମାନ ଲାଭ କରିବା ସଙ୍ଗେସଙ୍ଗେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ତରବରିଆ ଭାବରେ କୌଣସି କାମ ନ କରି ବରଂ ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ ଭଲ ହେବ । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ନିକଟ ସମ୍ପର୍କୀୟମାନେ ସାଧାରଣ କଥାକୁ କେନ୍ଦ୍ର କରି ସମ୍ପର୍କୀୟ ମୁହଁ ଫେରାଇ ନେବ । ଜୀବନସାଥଙ୍କ ସହ ଅଧିକ ସମୟ ଅତିବାହିକ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଯେକୌଣସି କ୍ଷେତ୍ର ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ରାଶିରେ ରବି ଓ ଶୁକ୍ର ଯୋଗରୁ ପ୍ରତ୍ୟେକ ସ୍ଥଳରେ ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରିବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟିତ କରିବେ । ସରକାରୀ ଚାକିରିଆଙ୍କ ଲାଗି ଦିନଟି ଅତ୍ୟନ୍ତ ଭଲ ରହିବ । ଆପଣଙ୍କ ଜନହିତକର କାମ ଲୋକପ୍ରିୟତା ବଢାଇବ । ନିଜ ଆତ୍ମୀୟ ସ୍ଵଜନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ପରିବାରର କେତେକ ସମସ୍ୟା ଜାଣିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ ନତୁବା ସମସ୍ୟା ବୃଦ୍ଧି ପାଇବ । ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନର ଚଞ୍ଚଳତା ରହିବ ନାହିଁ । ଦ୍ୱାଦଶସ୍ଥ ଶୁକ୍ର ଓ ରବିଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗିରହିବ । ଆପଣଙ୍କ କେତେକ ଭୁଲ ନିଷ୍ପତ୍ତି ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ଅପରାହ୍ନରେ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ଆରମ୍ଭ କରିବା ପାଇଁ ମନ ବଳାଇବେ । ଅଫିସରେ ସହକର୍ମୀମାନଙ୍କ ଅସହଯୋଗ ଓ ସେମାନଙ୍କ ଅକାଟ୍ୟ ଉକ୍ତି କର୍ମକ୍ଷେତ୍ରରେ ପ୍ରତି ବିମୁଖ ମନୋଭାବ ସୃଷ୍ଟି କରିବ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ ସତ କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କୁ ହିଁ ନିନ୍ଦିତ କରିବେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ଆର୍ଥିକ ନେଣଦେଣକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବଢ଼ିପାରେ । ପରିବାରରେ ଛୋଟ କଥାଟିକୁ ବଡ ଆକାରରେ ଚିନ୍ତା କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପ୍ରତ୍ୟେକ ସ୍ଥଳରେ ବନ୍ଧୁ ଓ ସହକର୍ମୀମାନେ ସାହାଯ୍ୟ ଓ ସହଯୋଗର ହାତ ବଢାଇବେ, ଯାହାଫଳରେ ମନରେ ଉପୁଜିଥିବା ଆଶଙ୍କା ଦୂରେଇ ଯିବ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ । ଅଫିସରେ ସହଯୋଗ ଭିତ୍ତିରେ କାମ କରିଲେ ଯଥେଷ୍ଟ ଉପକୃତ ହେବେ । ସାମାଜିକସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କୋର୍ଟକଚେରୀ ସମସ୍ୟାର ସମାଧାନ ହୋଇଯିବ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା କପିଳାସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜସ୍ଵ ଚେଷ୍ଟାରେ କାର୍ଯ୍ୟ କରନ୍ତୁ, ସଫଳତା ମିଳିବା । ସପ୍ତମସ୍ଥ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମ ହାତକୁ ନେଇଛନ୍ତି ତାହାକୁ ସଂପୂର୍ଣ୍ଣ କରିବା ଲାଗି ବିଶେଷ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟୀମାନେ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରିବା ଦ୍ଵାରା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗୁଁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବାକ୍ ଅସଂଯମତା ଯୋଗୁଁ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ । ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡ଼ିପାରେ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *