07 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

07 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

07 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ ।

ଆଜି ଆମେ ଆପଣଙ୍କୁ ୦୭ ମଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଆଜି କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଅଫିସର ଅତ୍ୟଧିକ କାମ ସକାଶେ ବିରକ୍ତଭାବ ପ୍ରକାଶ କରିପାରନ୍ତି, ତଥାପି ସାହାଯ୍ୟ, ସହଯୋଗ ଲାଭ କରି କାମ ହାସଲରେ ସମର୍ଥ ହେବେ । ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ପରିବହନ, ସଂଗଠନ ରାଜନୀତି ପାଇଁ ଦିନଟି ବହୁତ ଭଲ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡି କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସାମୂହିକ କାର୍ଯ୍ୟରେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବା ଫଳରେ ମନ ଅତ୍ୟନ୍ତ ଖୁସି ରହିବ । ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପକ ଫଳ ପ୍ରାପ୍ତ କରିବାରେ କୌଣସି ଅସୁବିଧା ହେବ ନାହିଁ । ହାତକୁ ନେଇଥିବା କାର୍ଯ୍ୟ ଅବଶ୍ୟ ସୁବିଧାରେ ସମ୍ପର୍ଣ୍ଣ କରିବେ । ଅଫିସର ପରିବେଶ ମଧ୍ୟ ସୁସ୍ଥ ରହିବ । ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ କେତେକ ଅପ୍ରୀତିକର ଘଟଣାକୁ ଏଡାଇ ଦେଇହେବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ଭୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନିଜ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି, ଯାହାଫଳରେ ଆକସ୍ମିକ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅଫିସରେ ଦୀର୍ଘ ଦିନର ଶତ୍ରୁତା କରୁଥିବା ବ୍ୟକ୍ତି ଜଣକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ପାରିବାରିକ ପରିବେଶ ବିଶୃଙ୍ଖଳିତ ଦେଖାଦେବାର ସମ୍ଭାବନା ରହିଛି । ପାରିବାରିକ ଘଟଣାକୁ କେନ୍ଦ୍ର କରି ବୈବାହିକ ଜୀବନରେ ମନାନ୍ତର ଦେଖାଦେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ଆଜି କର୍ମକ୍ଷେତ୍ରରେ ସ୍ଵଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପରବର୍ତ୍ତୀ ସମୟରେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । ପାଖପଡୋସି, ବନ୍ଧୁ ପରିଜନମାନଙ୍କ ସାହାର୍ଯ୍ୟ ଲାଭ କରି ମନକୁ ଆଶ୍ଵସ୍ତି ମିଳିବ । ଗତକାଲିର ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାମଗୁଡିକ ସମ୍ପର୍ଣ୍ଣ କରିବାରେ କଷ୍ଟକର ହେବେ ଓ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟରେ ଗତି କରିବାକୁ ପଡିବ । ଅଫିସର ବରବରଣ ସୁସ୍ଥ ରହିଲେ ମଧ୍ୟ ସହକର୍ମୀମାନଙ୍କ କାର୍ଯ୍ୟ ମନରେ ସନ୍ଦେହ ସୃଷ୍ଟି କରିବ । ଶତ୍ରୁତା କରୁଥିବା ଲୋକମାନଙ୍କ ଦ୍ୱାରା ଯୁକ୍ତିତର୍କ କରିଲେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯିବାର ସୂଚନା ରହିଛି । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ନିମନ୍ତେ ନିଜକୁ ନୀରବତା ରକ୍ଷା କରିବାକୁ ପଡିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିବ । ବ୍ୟବସାୟ, ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ଦାଉ ସାଜିବେ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ଅଫିସର ଉଚ୍ଚାଧିକାରୀ ଅନ୍ୟ କାହାରୀକୁ ଶ୍ରେୟସ୍କର କରିବେ । ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିବେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଆର୍ଥିକ ଶୋଚନୀୟତାକୁ ଭିତ୍ତି କରି ବନ୍ଧୁଙ୍କ ନିକଟରୁ ଧାର କରଜ କରିବାକୁ ବାଧ୍ୟ ହେବେ । ପାରିବାରିକ ସମସ୍ୟାକୁ ବାରମ୍ବାର ଚିନ୍ତା କରିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ ଏବଂ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟହାନିଜନିତ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନ ବଦଳିଯିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ରାମଚଣ୍ତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷ୍ଠଙ୍ଗିକ ଉନ୍ନତି କରିବେ । ପୂର୍ବ ଯୋଜନାନୁଯାୟୀ ଆଜି ହାତକୁ ନେଇଥିବା କାମଗୁଡିକ ସୁବିଧାରେ ସମ୍ପର୍ଣ୍ଣ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗରେ ସମସ୍ତ ପ୍ରକାର ସମସ୍ୟାକୁ ବୀରତ୍ଵର ସହିତ ସମ୍ମୁଖୀନ କରିବେ ଓ ସଫଳତା ମଧ୍ୟ ହାସଲ କରିବେ । ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପୁରାତନ ଗାଡ଼ିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇ ପାରନ୍ତି । ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବେ କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ସ୍ଥିର ଭାବରେ ରହିପାରିବେ ନାହିଁ । ଆଜି କୌଶଳରେ କାମ ହାସଲ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢିବାର ସମ୍ଭାବନା ରହିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ଆପଣଙ୍କ ପାଇଁ ଉତ୍ତମ ହେବ । ଟଙ୍କା ପଇସା ନେଣଦେଣକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହ ତର୍କବିତର୍କ ହେବାର ଆଶଙ୍କା ରହିଛି । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ବିଭିନ୍ନ ପ୍ରକାରର ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଆଖଣ୍ତଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅନ୍ୟମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କ ସମ୍ମୁଖରେ ପ୍ରଶଂସା କରିବେ । କୌଣସି କ୍ଷେତ୍ର ହେଉ ନା କାହିଁକି, କୌଣସି ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ଯେତେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ଆପଣଙ୍କ ଶ୍ରେୟସ୍କର ଅନ୍ୟକୁ ମିଳିବ ଓ ଉଚ୍ଚାଧିକାରୀ ବର୍ଗ ଆପଣଙ୍କ କାର୍ଯ୍ୟରେ ତର୍ଜମା କରି ଆପଣଙ୍କୁ ସମାଲୋଚିତ କରିପାରନ୍ତି । ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ । ବୈବାହିକ ଜୀବନ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଅଯଥାରେ ଯୁକ୍ତିତର୍କ କରି ବିବାଦରେ ଫସି ଯାଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସ୍ଵାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ କାମ କରିବା ଭଲ । କୌଣସି ବନ୍ଧୁ ବା ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ସାମାଜରେ ଆପଣଙ୍କ ମାନ-ସମ୍ମାନରେ ଦାଗ ଲାଗିପାରେ । କୌଣସି ବନ୍ଧୁ ବା ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ସାମାଜରେ ଆପଣଙ୍କ ମାନ-ସମ୍ମାନରେ ଦାଗ ଲାଗିପାରେ । ବ୍ୟସ୍ତ ନ ହୋଇ ଆକସ୍ମିକ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ । ପରିବାରର ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ସାମନା କରି ଆଶା ପୂରଣ କରିପାରିବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇ ଆଗକୁ ବଢିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ଥିକ ସହାୟତା ପାଇବାର ଯୋଗ ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସମାଜରେ ବିଜ୍ଞ ବ୍ୟକ୍ତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ନିଜ ଆତ୍ମୀୟ ଲୋକମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ମନ୍ଥର ଗତିରେ ସମ୍ପାଦନ ହେବ । ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରି ମନ ଉଦାସ ହୋଇପାରେ । କିନ୍ତୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ମିଳିବ । ସତର୍କରେ ନ ଚଳିଲେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ । ବାଣିଜ୍ୟ, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରୁ ସୁଫଳ ମିଳିବ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରେ । ଅର୍ଥ ସମ୍ପର୍କୀୟ କୌଣସି ଝମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ସ୍ଵାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ଵଜନ ଦୂରେଇ ଯାଇପାରନ୍ତି । ପରିବାରର ସଦସ୍ୟଙ୍କ ସହଯୋଗ ଲାଭକରି କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ଅତ୍ୟନ୍ତ ଶୁଭଦାୟକ ରହିବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖା ଦେଇପାରେ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଅଫିସରେ ଅନ୍ୟର କଥାକୁ ପ୍ରାଧାନ୍ୟ ଦେଇ ସହକର୍ମୀଙ୍କ ସହ ତିକ୍ତତା ମନୋଭାବ ଉପୁଜିବ । ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ପ୍ରତ୍ୟାହିତ କରିବେ । ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ପାରିବାରିକ ସମସ୍ୟା ନେଇ ଚିନ୍ତିତ ରହିବା ସଙ୍ଗେସଙ୍ଗେ ବ୍ୟବହାରରେ କଠୋରତା ମଧ୍ୟ ପ୍ରକାଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *