07 ଜୁନ୍ 2021, ସୋମବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିବ । ସ୍ଥଗିତ

07 ଜୁନ୍ 2021, ସୋମବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିବ । ସ୍ଥଗିତ

07 ଜୁନ୍ 2021, ସୋମବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିବ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ ।

ଆଜି ଆମେ ଆପଣଙ୍କୁ ୦୭ ମଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । କର୍ମକ୍ଷେତ୍ର ହେଉ କିମ୍ବା ପରିବାରରେ ହେଉ ଆପଣ ଆଜି ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିବାକୁ ପଛାଇବେ ନାହିଁ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସାମୟିକ ଭାବପ୍ରବଣତା କାରଣରୁ ଜମିଜମା, ସ୍ତ୍ରୀ/ସ୍ବାମୀଙ୍କ ସ୍ବାସ୍ଥ୍ୟ କିମ୍ବା ବ୍ୟବସାୟିକ କିଛି ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ । ଆଜିର କର୍ମକ୍ଷେତ୍ରରେ ଟିକିଏ ଜୋର୍‌ ଦେଇ କଥାକହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିବେ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ପାଇବେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରସ୍ତବ ଦେଇ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା ଯୋଗୁଁ ନିର୍ମାଣ କାର୍ଯ୍ୟରେ ସାମୟିକ ବାଧାବିଘ୍ନ ଦେଖାଦେଇପାରେ । ପରିବାର ସହିତ ହସଖୁସିରେ ଦିନ ଅତିବାହିତ କରିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । କିନ୍ତୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହିପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିବାର ଆଶଙ୍କା ରହିଛି । ବ୍ୟବସାୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । କୌଣସି ନୂଆ କର୍ମାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଫିସରେ ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ଉପୁଜିପାରେ, ଯାହାଫଳରେ ମନ ଭଲ ରହିବ ନାହିଁ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ସମ୍ପନ୍ନ କରିବେ । ଧୈର୍ଯ୍ୟହରା ନ ହୋଇ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିପାରିଲେ ସଫଳତା ପାଇବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ଗୃହ ସମସ୍ୟାର ସମାଧାନ, ଅନୁଷ୍ଠାନିକ କାମ ଓ ଶିଳ୍ପ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିଲେ ମଧ୍ୟ ନିକଟ ସମ୍ପର୍କୀୟମାନେ କୌଣସି କାରଣ ବଶତଃ ଦୂରେଇ ଜେଇପାରନ୍ତି । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କୁ ମିଶ୍ରଣ ଫଳପ୍ରଦାନ କରିବ । ବାଣିଜ୍ୟ, ବ୍ୟବସାୟ ବିଶେଷ ଲାଭ ନ ହେଲେ ମଧ୍ୟ କ୍ଷତି ହେବ ନାହିଁ ଅର୍ଥାତ ଆୟ ବ୍ୟୟ ପ୍ରାୟ ସମାନ ରହିବ । ନୂତନ ଯୋଜନାମ୍ଭରେ ପ୍ରାଥମିକ ସ୍ତରରେ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ଯୌଥ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ସାମୟିକ ମନାନ୍ତର ହୋଇପାରେ । ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆକସ୍ମିକ ଭାବରେ ଅଯାଚିତ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ଓ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଜି ମିତ୍ରତାର ହାତ ବଢାଇବେ । ବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମକୁ ନେଇ ପ୍ରଶଂସା କରିବେ । କିନ୍ତୁ ମିତ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଭଲ ସମ୍ପର୍କ ନ ଥିବା କାରଣରୁ ନିଜ ଲୋକେ ବିଶ୍ୱାସଘାତକତା କରିପାରନ୍ତି । ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରି କେତେକାଂଶରେ ବେଶ୍ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କୌଣସି ବନ୍ଧୁଙ୍କ ଅସୌଜନ୍ୟ ବାକ୍ୟ ମନକୁ ଅସ୍ଥିରତା ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ବ୍ୟବସାୟ, ବାଣିଜ୍ୟ, ପରିବହନରୁ ଭଲ ଲାଭ ପାଇବେ । ଅଫିସରେ ସହକର୍ମୀଙ୍କ ସହାୟତା ଲାଭ କରି ସ୍ଥଗିତ କାର୍ଯ୍ୟ ସଂପୂର୍ଣ୍ଣ କରିବେ । ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ମତାନ୍ତର ଘଟିବାର ଆଶଙ୍କା ଦେଖାଦେବ । କେତେକ ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ସମ୍ୟକ ଖଟାମିଠା ରହିବ, ମନ ପ୍ରଫୁଲ୍ଲ ରହିବା ନାହିଁ । ଅବଶ୍ୟ ପରିସ୍ଥିତି ପ୍ରତି ସତର୍କ ରହି କାମ କରନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରି ବିବାଦୀୟ ଘଟଣାରୁ ମୁକ୍ତି ପାଇପାରିବେ ଓ ଆର୍ଥିକ ଦିଗରୁ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମ କରିବା ଠିକ୍‌ ହେବ ନାହିଁ । ନିଜ ଲୋକମାନେ ଈର୍ଷାପରାୟଣତା କାରଣରୁ ଦାଉ ସାଧିପାରନ୍ତି । କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ କରି କାର୍ଯ୍ୟ ପରିଚାଳନା କରିବାକୁ ପଡିବ ନଚେତ ବିବାଦୀୟ ପରିସ୍ଥିତି ଉପୁଜିପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାରା କରଜ କରିବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ସ୍ଵାସ୍ଥ୍ୟରେ ଅବନ୍ନତି ଘଟିବା ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅସ୍ଥିର ରହିବ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ସାମୟିକ ମନାନ୍ତର ହେବାର ସମ୍ଭାବନା ରହିଛି । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ଭାଙ୍ଗିଯାଇଥିବା ସମ୍ପକ ପୁନଃ ପ୍ରତିଷ୍ଠିତ ହେବ, ଫଳରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ । ବ୍ୟବସାୟରେ ଅର୍ଥଲାଭ ହେବ ସଙ୍ଗେ ସଙ୍ଗେ ହଜି ଯାଇଥିବ ଦ୍ରବ୍ୟ ପ୍ରାପ୍ତି ହେବ । ଋଣ ପରିଶୋଧ ସକାଶେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ଅଫିସରେ ସହକର୍ମୀଙ୍କ ସହାନୁଭୂତି ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ପରିବାରର ଛୋଟ ଛୋଟ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ ନଚେତ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନରେ ସମ୍ପର୍କୀୟମାନଙ୍କ ସହଯୋଗ ମିଳିବ । ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଅଂଶୀଦାରଙ୍କ ସହ ତର୍କବିତର୍କ ଯୋଗୁଁ ମନ ସାମୟିକ ଭଲ ରହିନପାରେ । କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବା ସଙ୍ଗକୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପ୍ରତିବନ୍ଧକ ଓ ସମସ୍ୟା ସୃଷ୍ଟି କରିପାରନ୍ତି । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ସଙ୍ଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁଁ ଆଗେଇଯିବେ । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *