06 ଜୁଲାଇ, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ସାମାଜରେ ମାନସମ୍ମାନ ମିଳିବା

06 ଜୁଲାଇ, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ସାମାଜରେ ମାନସମ୍ମାନ ମିଳିବା

06 ଜୁଲାଇ, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ । ସାମାଜରେ ମାନସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ ।

ଆଜି ଆମେ ଆପଣଙ୍କୁ ୦୭ ଜୁଲାଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ରରେ ଗ୍ରହମାନଙ୍କ ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ :

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାମାଜିକ ସ୍ତରରେ ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ବୃଷ :

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ଆଜି ଯେକୌଣସି କାର୍ଯ୍ୟ ହାସଲ କରିବା ନିମନ୍ତେ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ପଡିପାରେ । ଆଜିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ବିବାଦୀୟ ପରିସ୍ଥିତି, ମନ୍ତବ୍ୟ ଦେଇ କଳହକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ମିଥୁନ :

ସମସ୍ୟା ମଧ୍ୟରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିପାରେ । ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉତ୍ଥାନପତନ ଲାଗିବ । କୌଣସି ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ କରିବା ପୂର୍ବରୁ ଭାବିଚିନ୍ତି ସ୍ଵାକ୍ଷର କରନ୍ତୁ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ପାଇବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ପରିବାର ସଦସ୍ୟଙ୍କୁ ସନ୍ଦେହ କରି ପରିବେଶକୁ କଳୁଷିତ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କର୍କଟ :

ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ସେତେଟା ଭଲ ରହିନପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରିବେ । କାରବାର ମାନ୍ଦା ରହିବା ସହ ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ଦୂରେଇ ଯିବ । ଅଫିସରେ କାର୍ଯ୍ୟର ଚାପ ଥିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି । ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଆଜି ଆତ୍ମୀୟ ସ୍ଵଜନମାନେ କାଳେ ସାହାଯ୍ୟ କରିବାକୁ ପଡିବ ଏହି ଆଶା ନେଇ ଦୂରେଇ ଯିବେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

ସିଂହ :

ଦିନଟି ଆପଣଙ୍କ ପାଇଁ ଉଭୟ ସୁଖଦୁଃଖର ମିଶ୍ରଣ ପ୍ରଦାନ କରିବ । କର୍ମକ୍ଷେତ୍ରରେ ପରିସ୍ଥିତିରେ ସୁଧାର ଆସିବ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ । କିନ୍ତୁ ମଧ୍ୟାହ୍ନରେ ସ୍ଥିତିରେ ପରିବର୍ତ୍ତନ ଆସିଯିବ । ଆର୍ଥିକ ସ୍ତରରେ ଅତି ଶୋଚନୀୟ ରହିବ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ପ୍ରତିକୂଳ ପରିସ୍ଥିତିରେ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ସମାଜର ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରତିଛବିରେ ଦାଗ ଲଗାଇବାକୁ ଚେଷ୍ଟା କରିବେ । ବନ୍ଧୁ ବା ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ପାରିବାରିକ ସମସ୍ୟାକୁ ଭିତ୍ତି କରି ସ୍ଵାମୀ ସ୍ତ୍ରୀ ମଧ୍ୟରେ ପରସ୍ପର ଆଲୋଚନା କରିବେ ଓ ସମସ୍ୟାର ସରଳ ସମାଧାନର ରାସ୍ତା ଖୋଜି ବାହାର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା :

ଆଜି ପ୍ରତ୍ୟେକ କାମରେ ଦ୍ଵନ୍ଦ ଲାଗିରହିବ । ବ୍ୟବସାୟ, ବାଣିଜ୍ୟରେ ପାଦେ ପାଦେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । କିନ୍ତୁ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରି ଆଜିର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସକ୍ଷମ ହେବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ତୁଳା :

ଆକସ୍ମିକ ସମସ୍ୟା ଯୋଗୁଁ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ କିନ୍ତୁ କୌଶଳ ଓ ବୁଦ୍ଧି ପ୍ରୟୋଗ ସମସ୍ୟାର ସମାଧାନ କରିନେବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସର ଆଲୋଚନା ବୈଠକରେ, ସଭାସମିତି, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଘରଭଡ଼ା କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

ବିଛା :

କର୍ମଜଞ୍ଜାଳ ବୃଦ୍ଧି ପାଇବା ସହ ପ୍ରତିବନ୍ଧକ କାରଣରୁ କାମଗୁଡିକ ସୁବିଧାରେ ସମ୍ପର୍ଣ୍ଣ ହେବା କାଠିକର ପାଠ ହେବ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ । କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ପରିବର୍ତ୍ତନ କରିପାରନ୍ତି । ଅଫିସରେ ସହକର୍ମୀମାନେ ଆଗରେ ପ୍ରଶଂସା କରିଲେ ମଧ୍ୟ ପଛେ ଆପଣଙ୍କ ବଦ୍-ଗୁଣ ଗାଇ ବୁଲିବେ । ପରିବାରରେ ସୁସ୍ଥ ବାତାବରଣ ରହିବ କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ମନରେ ଅଜସ୍ର ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ରାମଚଣ୍ଡୀ ।

ଧନୁ :

ଭାଗ୍ୟର ସହାୟତାରେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ବର୍ତ୍ତୀ ଯିବେ । କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ କାରଣରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ବୃତ୍ତିଗତ କର୍ମ ଅବା ବ୍ୟବସାୟରେ ଆକସ୍ମିକ ଭାବେ କେତେକ ଅସ୍ଵାଭାବିକ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଯୋଗୁଁ ମାନସିକ କ୍ଷେତ୍ରରେ ଅସ୍ଥିରତା ଲାଗିରହିବ । ଅଫିସର ପରିସ୍ଥିତି ସୁଖଦମୟ ରହିବ କିନ୍ତୁ କାମ କରିବାକୁ ମନରେ ଇଚ୍ଛା ପ୍ରକାଶ ହେବ ନାହିଁ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସନ୍ତୋଷୀ ।

ମକର :

କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସମର୍ଥନ ପାଇ ଆଗକୁ ବଢିବେ । ବ୍ୟବସାୟ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଦେଖାଦେଇପାରେ । ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ ଯୋଗୁଁ ମନ ବିଚଳିତ ରହିବ । ସଭାସମିତି କିମ୍ବା ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବାରେ ସମର୍ଥନ ହେବେ । କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ପାରିବାରରେ କୌଣସି ନା କୌଣସି ସମସ୍ୟା ଲାଗିରହିଥିବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

କୁମ୍ଭ :

ଦୀର୍ଘ ଦିନରୁ ଅଟକିଥିବା ଅମୀମାଂଶିତ ସମସ୍ୟାର ସ୍ଥାୟୀ ସମାଧାନ ହେବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ପ୍ରତିହତ କରି ସ୍ଥିତିକୁ ସୁଦୃଢ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅଫିସରେ ସ୍ଥିତି ଭଲ ରହିବ । ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିବେ । ଅର୍ଥ ନେଣଦେଣକୁ ଭିତ୍ତି କରି ବନ୍ଧୁ କିମ୍ବା କୌଣସି ସମ୍ପର୍କୀୟଙ୍କ ସହ କଳହ ସୃଷ୍ଟି ହେବାର ସୂଚନା ରହିଛି । ସ୍ୱାସ୍ଥ୍ୟ ଜନିତ ସମୟରେ ଉନ୍ନତି ପରିଲକ୍ଷିତ ହେବା ସହ ପରିବର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମୀନ :

ସଂଘର୍ଷମୟ ସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିବା ସତ୍ତ୍ୱେ ମଧ୍ୟ କାମ ଅଟକିବ ନାହିଁ କିନ୍ତୁ ବିଳମ୍ବରେ ସଂପୂର୍ଣ୍ଣ ହେବା ଯୋଗୁଁ ମନରେ ବିରକ୍ତିଭାବ ଜାତ ହେବ ଓ ଅନ୍ୟମାନଙ୍କ ଉପରେ ଅଯଥାରେ କ୍ରୋଧ କରିବେ । ତେଣୁ କଥାବାର୍ତ୍ତା, ବ୍ୟବହାରରେ ସଂଯମତା ଆଚରଣ କରନ୍ତୁ, ପରିସ୍ଥିତି ଆପଣା ଛାଏଁ ସୁଧାରି ଯିବ । ଚାକିରୀ କ୍ଷେତ୍ରରେ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିପାରନ୍ତି । ସତର୍କରେ ନ ଚଳିଲେ ବିବାଦକୁ ଟାଣି ହୋଇଯିବେ, ଅବଶ୍ୟ ବନ୍ଧୁଙ୍କ ହସ୍ତକ୍ଷେପରେ ପରିସ୍ଥିତିକୁ ସୁଧାରି ନେବେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *