07 ଜାନୁୟାରୀ 2021, ଗୁରୁବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଦେବଗୁରୁ ବୃହସ୍ପତି ରହିବ କୃପାଦୃଷ୍ଟି । ଆର୍ଥିକ

07 ଜାନୁୟାରୀ 2021, ଗୁରୁବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଦେବଗୁରୁ ବୃହସ୍ପତି ରହିବ କୃପାଦୃଷ୍ଟି । ଆର୍ଥିକ

07 ଜାନୁୟାରୀ 2021, ଗୁରୁବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଦେବଗୁରୁ ବୃହସ୍ପତି ରହିବ କୃପାଦୃଷ୍ଟି । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ସହ କର୍ମକ୍ଷେତ୍ରରେ ବୀରଙ୍କ ଭଳି କାର୍ଯ୍ୟ ସମ୍ପାଦନ କରିବେ ।

ଆଜି ଆମେ ଆପଣଙ୍କୁ ୦୭ ଜାନୁୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜି ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ମହତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯିବା, ଯାହାଫଳରେ ମନରେ ସରସତା ରହିବ ନାହିଁ । ଅଫିସର କର୍ମଚାରୀଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ଋଣଭାର ପରିଶୋଧ ପାଇଁ ବ୍ୟସ୍ତ ରହିବେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାରର ଝମେଲା ମଧ୍ୟ ଦେଇ ଗତି କରିବାକୁ ପଡିବ, ଯାହାଫଳରେ ମାନସିକ ଶାନ୍ତି ଓ ସନ୍ତୋଷ ପାଇବେ ନାହିଁ । ହସ୍ତା ନକ୍ଷତ୍ର ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ତଥାପି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଶ୍ରେୟସ୍କର ଅନ୍ୟକୁ ମିଳିବ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ସଂପୂର୍ଣ୍ଣ ମାତ୍ରାରେ ଆରୋଗ୍ୟ ଲାଭ କରି ନ ପାରନ୍ତି । ଘର କାମରେ ଆଳସ୍ୟ ଓ ଅବହେଳା ଯୋଗୁଁ ସ୍ତ୍ରୀଙ୍କ କଟୁକ୍ତି ଶୁଣି ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ ଅସ୍ଥିରତା କାରଣରୁ କୋଣସି କାମରେ ମନ ଲାଗିବ ନାହିଁ । ଚତୁର୍ଥ କେନ୍ଦ୍ରରେ ଅଷ୍ଟମାଧିପତି ପାରିବାରିକ, ପାରିପାର୍ଶ୍ୱିକ, ଲୋକ ସମ୍ପର୍କ, ଯାନାବହନ ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅନ୍ୟମାନଙ୍କ କାନ କୁହା କଥା ଶୁଣି ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପ୍ରତି ମନରେ ଭୁଲ୍‌ ଧାରଣା ସୃଷ୍ଟି ହେବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ କିନ୍ତୁ ଠିକ ଭାବରେ ସଦ୍-ବ୍ୟବହାର କରିପାରିବେ ନାହିଁ । କାର୍ଯ୍ୟ ହାସଲର ଶେଷ ପର୍ଯ୍ୟୟରେ ସମ୍ପର୍କୀୟମାନେ ହିଁ ସବୁ କିଛି ବିଗାଡି ଦେଇପାରନ୍ତି । ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ବଢିବ । ଆଇନ ଅଦାଲତ, ନିର୍ମାଣ, ପରିବହନ କ୍ଷେତ୍ରରେ ସ୍ଥିତିତି ଆପଣଙ୍କ ସପକ୍ଷରେ ରହିବ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତିମଧ୍ୟ ଦୁର୍ବଳ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆଜି ଆର୍ଦ୍ର ନକ୍ଷତ୍ର ଯୋଗୁଁ ହଠାତ୍‌ ପରିସ୍ଥିତି ବଦଳି ଯିବ । ଆପଣଙ୍କ ନମ୍ର ସ୍ଵଭାବ ହେତୁ ସହକର୍ମୀମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ । କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ତାହା ହୋଇଯିବ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ମାଲି ମକଦ୍ଦମା କ୍ଷେତ୍ରରୁ ସୁଫଳ ମିଳିବ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟ ଭୂମିକା ତୁଲାଇବେ । ମୂଲ୍ୟବାନ ପଦାର୍ଥ କ୍ରୟ କରିବା ସକାଶେ ମନ ବଳାଇବେ । ଅନ୍ୟର ବିବାଦୀୟ ପରିସ୍ଥିତି ଅବା ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇଲେ ଅଯଥାରେ ଅପମାନିତ ହେବାକୁ ପଡିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ ସୁଯୋଗ ହାତଛଡା ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡିପାରେ । କିନ୍ତୁ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଯାତ୍ରା ଓ କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରହିବା ଭଲ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ପରିବାର ସହିତ ବୁଲି ଯିବାର ଅବସର ମିଳିବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସ୍ଵାତୀ ନକ୍ଷେତ୍ର ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ସହ କାର୍ଯ୍ୟସିଦ୍ଧି ଯୋଗୁଁ ମନ ଖୁସି ରହିବ । ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦେକ୍ଷପ ନେଇ କାମ ହାସଲ କରିବେ । ଯଦିଓ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ, ତଥାପି ଆରମ୍ଭ କରିଥିବା କାମଟି ଅଟକିବ ନାହିଁ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ । କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ପଇସା ନେଣଦେଣ ସାବଧାନତା ସହ କରନ୍ତୁ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପୁନର୍ବସୁ ନକ୍ଷତ୍ର ଏହି ରାଶି ପାଇଁ ଦିନଟି ସ୍ମରଣୀୟ ରହିବ । ଆକସ୍ମିକ ଭାବେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । କୌଣସି ନୂତନ କାମ ଆରମ୍ବ କରିବାକୁ ମନ ବଳାଇବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି । ଆନୁଷ୍ଠାନିକ ଅଥବା ପ୍ରଶାସନିକ ସ୍ତରରେ ଏପରି କି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ କିନ୍ତୁ ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାଗ୍ୟର ସହଯୋଗ ପାଇ ଉନ୍ନତି ପଥରେ ଅଗ୍ରସର ହେବେ । ରୋହିଣୀ ନକ୍ଷେତ୍ର ଯୋଗୁଁ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରିୟ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଦିନ ଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ପିଲାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ । ପ୍ରେମ ସଂପର୍କ ନିବିଡ଼ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ଆଜି କୃତ୍ତିକା ନକ୍ଷତ୍ର ଏହି ରାଶି ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ । ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମନୋଭାବ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ । ସମ୍ପର୍କୀୟଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା ଓ କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଶ୍ରେୟସ୍କର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସହଯୋଗ ଦେବ । ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । ଶିଳ୍ପ, ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆଦି କ୍ଷେତ୍ରରେ ନିଜକୁ ହଜାଇ ଦେଇ ପାରନ୍ତି । କିନ୍ତୁ ଏକାଧିକ ଗ୍ରହ ରାଶିରେ ଆର୍ଥିକ ଅଭିବୃଦ୍ଧି କରିବା ସହ କେତେକ କ୍ଷେତ୍ରରେ ସମସ୍ୟାର କାରଣ ହୋଇପାରନ୍ତି । କିନ୍ତୁ ଆପଣଙ୍କ ନିର୍ମାଣକୁ ବିରୋଧକରି ପଡୋଶୀ ପ୍ରତିବାଦ କରିପାରନ୍ତି । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦୀର୍ଘ ଦିନରୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ଚନ୍ଦ୍ରଙ୍କ ରାଶ୍ୟାବସ୍ଥାନ ହେତୁ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ । ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ ରହିବ । ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ । ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ସ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ କଥାରେ ମାନସିକ ଅଶାନ୍ତି ଦୂରେଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବ ଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ତଥାପି କୌଣସି ବିଭ୍ରାନ୍ତ ହୁଅନ୍ତୁ ନାହିଁ, ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ଆପଣଙ୍କୁ ଚାକିରି ମିଳିବାର ଯୋଗ ରହିଛି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

Leave a Reply

Your email address will not be published. Required fields are marked *