07 ଫେବୃୟାରୀ 2021, ରବିବାର :- ଆଜି ଗ୍ରହ ନକ୍ଷେତ୍ରଗୁଡିକ ମଧ୍ୟରେ ଘଟିବାକୁ ଯାଉଛି ଶୁଭ ସଂଯୋଗ ! ୭ଟି ରାଶିର

07 ଫେବୃୟାରୀ 2021, ରବିବାର :- ଆଜି ଗ୍ରହ ନକ୍ଷେତ୍ରଗୁଡିକ ମଧ୍ୟରେ ଘଟିବାକୁ ଯାଉଛି ଶୁଭ ସଂଯୋଗ ! ୭ଟି ରାଶିର

07 ଫେବୃୟାରୀ 2021, ରବିବାର :- ଆଜି ଗ୍ରହ ନକ୍ଷେତ୍ରଗୁଡିକ ମଧ୍ୟରେ ଘଟିବାକୁ ଯାଉଛି ଶୁଭ ସଂଯୋଗ ! ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ରହିବା ଅତ୍ୟନ୍ତ ଶୁଭଦାୟକ…

ଆଜି ଆମେ ଆପଣଙ୍କୁ ୦୭ ଫେବୃୟାରୀ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ବିଚାର ସକାରାତ୍ମକ ରହିବ । ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ଜରି ରଖିବେ । କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ ବ୍ୟବସାୟର ଉନ୍ନତି କରିବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି ହେବା ସହ ଉଚ୍ଚ ପ୍ରଶଂସିତ ହେବେ । ଅପରାହ୍ନରେ ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଅତ୍ୟନ୍ତ ଖୁସି ହୋଇପାରନ୍ତି । ସଭାସମିତ, ବନ୍ଧୁମିଳନ, ପରିବହନ, ପ୍ରଶାସନିକ କ୍ଷେତ୍ରାଦିରେ ଆଶାନୁରୂପକ ସଫଳତା ପାଇପାରିବେ । ଈର୍ଷାପରାୟଣ ହେଲେ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ପାଇବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ଯେଉଁ କାମରେ ହାତ ଦେଇଛନ୍ତି ତାହାକୁ ଯେ କୌଣସି ପ୍ରକାରେ କରିବାରେ ସମର୍ଥ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି । ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ କ୍ଷେତ୍ରରେ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ବିଜାତୀୟବ୍ୟକ୍ତିଙ୍କ ସହ ବିଶେଷ ସଂସର୍ଗତାରୁ ଦୂରେଇ ନ ରହିଲ ସମାଲୋଚିତ ହେବାକୁ ପଡ଼ିପାରେ । ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ଶୁଭରଙ୍ଗ: ମେରୁନ୍ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ପୂରା ଦିନ ମନ ପ୍ରସନ୍ନ ରହିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ସୁବିଧାରେ ସମ୍ପର୍ଣ୍ଣ କରିନେବେ । ଅନ୍ୟଙ୍କ ସହ ବାର୍ତ୍ତାଳାପ ସମୟରେ ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ । ଆର୍ଥିକ ପରିସ୍ଥିତି ବଦଳାଇବା ସକାଶେ କର୍ମମୁଖର ହେବେ । ଶିଳ୍ପ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ । ଚାକିରି କରୁଥିବା କର୍ମଜୀବିଙ୍କୁ ସ୍ଥଗିତ କାମ ପାଇଁ ଉଚ୍ଚଧିକାରୀଙ୍କୁ କୈଫତ୍ ଦେବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କାରଣରୁ ସମାଜର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଅତୀତ କଥାକୁ ଚିନ୍ତା କରି ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । ଗ୍ରହମାନଙ୍କ ଅନୁକୂଳ ସ୍ଥିତିରୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। କାମ ହାସଲ ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ସକାରାତ୍ମକ ପରିବର୍ତ୍ତନ ହେବ ଏବଂ ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ଶେଷରେ କିଛି ପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ହସଖୁସିରେ ଦିନଟି ଅବସାନ ଘଟିବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ପ୍ରଶାସନ, ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ । ବ୍ୟବସାୟରେ ଆଶାନୁରୂପକ ଫଳ ପାଇବେ । କିନ୍ତୁ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଖର୍ଚ୍ଚାନ୍ତ ଅଧିକ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ନିଃସ୍ଵାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ସଭାସମିତି, ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ଅନ୍ୟର ଚୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଆପୋସ ବୁଝାମୁଣା ଦ୍ଵାରା କୋର୍ଟ କଚେରୀ ମାମଲା ସମାଧାନ କରିନେବେ । ପରିବାରରେ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଉତ୍ସାହପୂର୍ଣ୍ଣ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପରିବର୍ତ୍ତିତ ମନୋଭାବରୁ କିଛିଟା ହଇରାଣ ହୋଇପାରନ୍ତି । ବକେୟା ଅର୍ଥ, ଘର ଭଡା ଆଦାୟ କରିବା ସମୟରେ ସମ୍ୟକ ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପରିବହନ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ଆପଣାଛାଏଁ ଦୂର ହେବ । ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ହୋଇପାରେ । ପର ଉପରେ ନିର୍ଭର କରିବା କାରଣରୁ କେତେକ କାମ ହାତଛଡା ହୋଇପାରେ । ଜମି କିମ୍ବା ନୂଆ ଘର କିଣିବା ଲାଗି ଯୋଜନା କରିବେ । ସ୍ଵାସ୍ଥ୍ୟ ସମସ୍ୟାକୁ କେନ୍ଦ୍ରକରି ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ କୌଣସି ନୂଆ ଅବସର ମିଳିବ ସୂଚନା ରହିଛି । ନୂତନ ବନ୍ଧୁତ୍ଵ ସମ୍ପର୍କ ସୃଷ୍ଟି ହେବା ସମ୍ଭାବନା ରହିଛି ଯାହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଲାଭ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ କରି ଅଧିକ ଲାଭବାନ ହେବେ । ଅଫିସରେ ସହକର୍ମୀଙ୍କ ସହ ତଳାମେଳ ଭଲ ରହିବ କିନ୍ତୁ ଅଫିସର ଆଲୋଚନା ପରିସରରେ ଛୋଟିଆ ଛୋଟିଆ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିପାରେ । ଆକସ୍ମିକ ଅର୍ଥଲାଭ ସଙ୍ଗେସଙ୍ଗେ ପଦୋନ୍ନତିର ଯୋଗ ରହିଛି । ସାମାଜିକ ସ୍ତରରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ କରିବେ ଓ ସଫଳତା ମଧ୍ୟ ପାଇବେ । ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି । ପରିବାର ସଦସ୍ୟଙ୍କ ସହ ଏକତ୍ର ବସି ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଦିନଟି ଆପଣ ପାଇଁ ଅତି ଉତ୍ତମ ରହିବ । ଆପଣଙ୍କ ହସହସ ମୁହଁ ଓ ବିନୟପୂର୍ଣ୍ଣ ସାଦର ସମ୍ଭାଷଣ ଯୋଗୁଁ ବନ୍ଧୁ ପରିଜନଙ୍କ ହୃଦୟ ଜିଣିପରିବେ । ସ୍ଥଗିତ ଥିବା କାର୍ଯ୍ୟକୁ ବନ୍ଧୁଙ୍କ ଦ୍ଵାରା ସହଜରେ ପୂର୍ଣ୍ଣ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କିନ୍ତୁ ହଠାତ୍ କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାକୁ ସହ୍ୟ କରିନପାରି ଆପଣଙ୍କ ପଛରେ ଭିନ୍ନ ପ୍ରକାରର କୁଟ ମନ୍ତବ୍ୟ ଦେବେ । ପରିବାର ସଦସ୍ୟଙ୍କ ଔଚିତ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଦାମ୍ପତ୍ୟ ଜୀବନରେ ଉଭୟ ଉଭଯଙ୍କୁ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆଜି ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ନିକଟ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିନେବେ । ସମାଜର କିଛି ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କର୍ମକ୍ଷେତ୍ରରେ ଉନ୍ନତିର ରାସ୍ତା ଉନ୍ମକ୍ତ ହୋଇପାରିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଘର ତିଆରି, ଯାନବାହନ, ଦୋକାନର ଉନ୍ନତି ଓ ସଭାସମିତିରୁ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ଧୌର୍ଯ୍ୟ ଓ ବୁଦ୍ଧିମତାର ସହ କାର୍ଯ୍ୟ କରିବେ । କିନ୍ତୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ କିନ୍ତୁ ଆକସ୍ମିକ ବିବାଦର ସମ୍ମୁଖୀନ ହେବାର ଯୋଗ ରହିଛି । ଅଫିସରେ ସୁସ୍ଥ ବାତାବରଣ ମଧ୍ୟରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ନିଜର ଦୂରଦର୍ଶୀ ଗୁଣ ହେତୁ ସବୁ ପରିସ୍ଥିତିରେ ନିଜକୁ ଖାପଖୁଆଇ ନେବାରେ ଅସୁବିଧା ରହିବ ନାହିଁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ବନ୍ଧୁ, ସହକର୍ମୀ ଅବା ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଦୀର୍ଘ ଦିନ ହେଲା ଯେଉଁ ଜିନିଷ ପାଇବା ପାଇଁ ବ୍ୟସ୍ତବିବ୍ରତ ହେଉଥିଲେ ଆଜି ତାହା ଅତି ସହଜରେ ପାଇପାରିବେ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ସ୍ଥଗିତ ଥିବା କରଜ୍ୟଗୁଡିକ କାମଗୁଡିକ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କିନ୍ତୁ ବନ୍ଧୁମାନଙ୍କ ନିକଟରୁ ଆର୍ଥିକ ସହାୟତା ପାଇ ଅନେକାଂଶରେ ଉପକୃତ ହେବେ । ବ୍ୟବସାୟ ବିସ୍ତାର ପାଇଁ ଅର୍ଥ ସଂଗ୍ରହ ଜାରି ରଖିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବା ସତ୍ତ୍ୱେ ବିରକ୍ତି ନ ହୋଇ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରଭୂତ କରିବେ । ସାମାଜିକ ସ୍ତରରେ ଖଳ ପ୍ରକୃତିର ଲୋକମାନେ ଶତ୍ରୁତା କରିଲେ ମଧ୍ୟ ଆପଣଙ୍କ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ । ଜମିଜମା ବିବାଦ କାରଣରୁ ସମ୍ୟକ ଚିନ୍ତିତ ରହିବେ । ପରିବାରର ସମସ୍ତେ ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ନେଇ ପ୍ରଶଂସା କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା:ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *