07 ଅପ୍ରେଲ୍ 2021, ବୁଧବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୁଖ ସୌଭାଗ୍ୟ ନେଇ ଆସିବ । ଆଜି କର୍ମକ୍ଷେତ୍ରରେ

07 ଅପ୍ରେଲ୍ 2021, ବୁଧବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୁଖ ସୌଭାଗ୍ୟ ନେଇ ଆସିବ । ଆଜି କର୍ମକ୍ଷେତ୍ରରେ

07 ଅପ୍ରେଲ୍ 2021, ବୁଧବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୁଖ ସୌଭାଗ୍ୟ ନେଇ ଆସିବ । ଆଜି କର୍ମକ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ ।

ଆଜି ଆମେ ଆପଣଙ୍କୁ ୦୭ ଅପ୍ରେଲ୍ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆତ୍ମୀୟଙ୍କ ସାହାର୍ଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ । ଦ୍ୱିଜା ନକ୍ଷତ୍ରର ପ୍ରଭାବରୁ, ମନରେ ବିଭିନ୍ନ କଥାକୁ ନେଇ ଚିନ୍ତା ଲାଗିରହିବ, ଯାହାଫଳରେ କାମ କରିବାକୁ ମନରେ ଉତ୍ସାହ ଆସିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ଥିଲେ ମଧ୍ୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଯାହାଫଳରେ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ବକ୍ ଅସଂଯମତା କାରଣରୁ ନିଜ ସାଙ୍ଗସାଥୀମାନଙ୍କ ମଧ୍ୟରେ ସାମୟିକ ଅଶାନ୍ତି ଦେଖା ଦେଇପାରେ । ପାରିବାରିକ ଘଟଣାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । କୃତ୍ତିକା ନକ୍ଷତ୍ରର ପ୍ରଭାବ ଯୋଗୁଁ ବିଳମ୍ବରେ କାମଗୁଡିକ ସମ୍ପନ୍ନ ହେବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । କେତେକ ସ୍ଥଳ ରୋକ୍‌ଠୋକ୍‌ କଥାବାର୍ତ୍ତା ଯୋଗୁଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । କରମକଷ୍ଟେତରରେ କେତେକ ନୂଆ ପ୍ରସ୍ତାବ ଉପରେ ରୂପରେଖା ଦେଇପାରନ୍ତି, ଯାହାଦ୍ଵାରା ଭବିଷ୍ୟତରେ ଶୁଭଫଳ ପାଇବେ । କିନ୍ତୁ ସାମୟିକ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ ଆପଣଙ୍କ କାମକୁ ନେଇ ପ୍ରଶଂସା କରିବେ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ଧାର୍ମିକ କାର୍ଯ୍ୟ କିମ୍ବା ସତ୍-ସଙ୍ଗରେ ଯୋଗଦେବେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଘରର କେତେକ ଅକୁହା କଥା ବିଷୟରେ ଚିନ୍ତା କରି ମାନସିକ ସ୍ଥିତି ଭଲ ରହି ନ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବିଭିନ୍ନ ପ୍ରକାରର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପୁନର୍ବସୁ ନକ୍ଷତ୍ର କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ଥ ହେବେ । ଅନ୍ୟମାନଙ୍କ ପ୍ରେରଣା ନେଇ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ହେବେ । ଅଫିସ ପରିସରରେ ଆୟୋଜିତ ବୈଠକରେ ଆପଣଙ୍କ କଥାକୁ ଠିକ୍‌ ଭାବେ ଉପସ୍ଥାନ କରିବେ କିନ୍ତୁ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଏହାକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖି ଆପଣଙ୍କୁ ସମାଲୋଚିତ କରିବେ । ଆର୍ଥିକ ଅବସ୍ଥା ମାନ୍ଦା ରହିବା ଫଳରେ କେତେକ କାର୍ଯ୍ୟ ଅଧାରେ ଅଟକିଜାଇପାରେ । ରାଜନୈତିକ ମହାତ୍ଵାକାଂକ୍ଷା ପୂରା ହେବ । ଜମିଜମା କାରବାର କିମ୍ବା ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନ ଚଞ୍ଚଳ ରହିବା ସଙ୍ଗେସଙ୍ଗେ କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ଆଶା ଓ ଆକାଂକ୍ଷା ପୂରଣ କରିବେ । ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । କାର୍ଯ୍ୟବ୍ୟସ୍ତତାରେ ରହି ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ । ଅଫିସରେ ଉଚ୍ଚାଧିକାରୀଙ୍କ ବିପକ୍ଷରେ ମନ୍ତବ୍ୟ ଦେଇ ବିବାଦର ଜାଲରେ ଛନ୍ଦି ହୋଇଯାଇପାରନ୍ତି । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡ଼ିପାରନ୍ତି । କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ସାଙ୍ଗସାଥି ଓ ପରିବାର ସହିତ ଅତିବାହିକ କରିବେ । କିନ୍ତୁ ପୂର୍ବାଫାଲଗୁନୀ ନକ୍ଷତ୍ରର ପ୍ରଭାବରେ ଆବଶ୍ୟକତା ପୂରଣକୁ ଯାଇ ବହୁ ଖର୍ଚ୍ଚାନ୍ତ କରିବାକୁ ପଡିବ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ଧୌର୍ଯ୍ୟ ଧରି ସମସ୍ୟାର ସମ୍ମୁଖୀନ କରିବେ । ଅଫିସରେ ଫାଇଲ୍‌ କାମକୁ ନେଇ ବ୍ୟସ୍ତ ରହିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି । ସମାଜିକ ଜନକଲ୍ୟାଣ କାର୍ଯ୍ୟରେ ରୁଚି ବଢିବ । କେତେକ ସମସ୍ୟା ଭିତରେ ଚଳିଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ମନ ଅଶାନ୍ତି ରହିବ । ସ୍ଵାସ୍ଥ୍ୟ ଜନିତ ସମସ୍ୟା ମାନସିକ ଦୁଃଶ୍ଚିନ୍ତାର କାରଣ ହୋଇପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣ ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ବିଶେଷ ସୂତ୍ରରୁ ଅର୍ଥଲାଭ କାରଣରୁ ଅଟକି ରହିଥିବା ଆପଣଙ୍କ କାମ ସୁବିଧାରେ ହୋଇଯିବ । ଆଜିର ଗୁରୁତ୍ୱପୂର୍ଣ୍ଣ କାମଟିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବା କାରଣରୁ ମନକକୁ ସାମୟିକ ଆମତୃପ୍ତି ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ପ୍ରୟାସ ଜାରି ରଖିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ ମିଳିବା ଫଳରେ କାମ କରିବାରେ ଆନନ୍ଦ ଆସିବ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ବକେୟା ଆଦାୟକୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ପରିବାରିକ ସୁଖଶାନ୍ତି ବଜାୟ ରହିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ହାନୀ କାରଣରୁ ମନ ବିଚଳିତ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ । ବ୍ୟବସାୟ ସମ୍ବନ୍ଧରେ ବନ୍ଧୁମାନଙ୍କ ସହ ଆଲୋଚନା କରିବେ ଓ ବ୍ୟବସାୟ, ବାଣିଜ୍ୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ନିମନ୍ତେ ବନ୍ଧୁମାନେ ସାହାଯ୍ୟ କରିବେ । ଦୀର୍ଘ ଦିନର ଅଟକି ଥିବା ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଆନୁଷଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କିମ୍ବା ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ସଭାସମିତିରେ, ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ । ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରି ଯିବ । ଭୁଲ୍‌ ବୁଝାମଣା ଯୋଗୁଁ ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତିର ବହ୍ନି ପ୍ରଜ୍ଜ୍ଵଳିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ଉପୁଜିଥିବା ନକରାତ୍ମକ ଚିନ୍ତାଧାରା, ଦିନଟିକୁ ବିଗାଡି ଦେଇପାରେ । ଅନୁରାଧା ନକ୍ଷତ୍ର ସାଧାରଣ କଥାରେ ବିରକ୍ତ ହୋଇ ନିଜ ପାଇଁ ଅନିଷ୍ଟକୁ ବରଣ କରିବେ । ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ । କୌଣସି ଆନୁଷ୍ଠାନିକ କାମରେ ବନ୍ଧୁଙ୍କୁ ସାହାଯ୍ୟ କରି ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି । ସଂଗଠନ, ରାଜନୀତି, ଅଧ୍ୟୟନ ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପାଖ ପଡୋଶୀଙ୍କୁ ଆପଣେଇ ନେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ରାଶିରେ ପାପ ଗ୍ରହର ପ୍ରଭାବ ଯୋଗୁଁ ଧନହାନି ହେବାର ଆଶଙ୍କା ରହିଛି ଓ କେତେକ କ୍ଷେତ୍ରରେ ସାମୟିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କିନ୍ତୁ କୌଣସି କାମରେ ପଛକୁ ଫେରିବାର ଚିନ୍ତା କରିବେ ନାହିଁ, ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ ଓ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧି ଲାଭ ନିଶ୍ଚୟ କରିବେ । ବାଣିଜ୍ୟ, ବ୍ୟବସାୟ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସମାଜରେ ନୂତନ ବନ୍ଧୁତ୍ଵ ସ୍ଥାପନ କରିବେ । ଶ୍ରବଣା ନକ୍ଷତ୍ରର ମାନସିକ ସ୍ଥିରତା କେତେକାଂଶରେ ଅକ୍ଷୁଣ୍ଣ ରହିବ । ଆପଣଙ୍କ ସୁଖ, ସମ୍ମାନ, ପ୍ରତିଷ୍ଠାଦି ଗୌରବ ପ୍ରଦାନ କରିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରୁ ଲାଭ ମଧ୍ୟ ପାଇବେ । ଅଫିସରେ କାମର ଚାପ କମ୍‌ ରହିବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି । କୌଣସି ବ୍ୟକ୍ତି ନିକଟରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ । ପରିବହନ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ କିନ୍ତୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ଆପଣ କୌଣସି ନୂଆ କାମ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ସମାଜରେ ମାନ ସମ୍ମାନ ବଢ଼ିବ । ଚାକିରି କରୁଥିବା କର୍ମଜୀବି ମାନେ ନିଜର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ । ରାଜନୀତିରେ ସଫଳତା ମିଳିବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବର ସମ୍ଭାବନା ରହିଛି । ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବା ଭଲ । ପାରସ୍ପରିକ ସହମତି ମଧ୍ୟରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ । କିନ୍ତୁ ଅଯଥା ବିରକ୍ତି ପ୍ରକାଶ ନ କରି ପିଲାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରନ୍ତୁ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ; ଯାହା କି ମୁଣ୍ଡବ୍ୟଥାର କାରଣ ହୋଇପାରେ । ଦାମ୍ପତ୍ୟ ଜୀବନରେ ହସଖୁସିର ଲୋହରି ଖେଳି ଉଠିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ପୂର୍ବାଫାଲ୍‌ଗୁନୀ ନକ୍ଷେତ୍ରର ପ୍ରଭାବରେ ମନୋବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଦୀର୍ଘଦିନର ଅପୂରଣୀୟ ଆଶା ଆଜି ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା ପୂରଣ ହୋଇଯିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେଇପାରନ୍ତି । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ ପାଇଁ ମନ ବଳାଇ ପାରନ୍ତି । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ହଠାତ୍‌ ବାହାରକୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହେବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବଢ଼ିବ । ଶୁଭରଙ୍ଗ: ଧଳା । ବାବା ଗୁପ୍ତେଶ୍ଵର ।

Leave a Reply

Your email address will not be published. Required fields are marked *