06 ମାର୍ଚ୍ଚ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଆସିବ ସୁଧାର

06 ମାର୍ଚ୍ଚ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଆସିବ ସୁଧାର

06 ମାର୍ଚ୍ଚ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଆସିବ ସୁଧାର । ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୦୬ ମାର୍ଚ୍ଚ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ବଳବାନ୍‌ ଶନିଙ୍କ ପ୍ରଭାବରେ ବିବାଦରେ ବିଜୟ ଲାଭ କରିବେ କିନ୍ତୁ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଓ ଯାତ୍ରା ସ୍ଥଗିତ ରହିଯାଇପାରେ । ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ବିଚଳିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପରୁ ଖୁସି ରହିବେ । ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ ଓ ଅନେକ ପ୍ରକାର ସୁବିଧା ସୁଯୋଗ ପାଇ ଆଶା ପୂରଣ ହେବାରେ ବିଳମ୍ବ ହୋଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ରୋଗ, ଋଣ ଓ ଶତ୍ରୁତା ବିଷୟ ଚିନ୍ତନରେ ସମୟ କାଟିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଚଞ୍ଚଳତା ରହିବ ନାହିଁ । ରବି ଦେବଗୁରୁଙ୍କ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ । ତଥାପି ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ସମସ୍ୟା ଦେଖାଦେଲେ ମଧ୍ୟ ଧୌର୍ଯ୍ୟ ଧରି କାର୍ଯ୍ୟ କରିଲେ ଆପଣା ଛାଏଁ ସମସ୍ୟା ଦୂରେଇ ଯିବ । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭଦୟାକ ରହିବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ନୂଆ ସମ୍ଭାର ନେଇ ଆସିଛି । ଭାଗ୍ୟସ୍ଥାନରେ ଶୁକ୍ର ଓ ରବିଙ୍କ ଉପସ୍ଥିତି ହେତୁ ନୂତନ କର୍ମାରମ୍ଭ ଫଳପ୍ରଦ ହେବ । କୌଣସି ସଭାସମିତି କାର୍ଯ୍ୟରେ ସାମିଲ ହୋଇପାରନ୍ତି । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ପଦୋନ୍ନତିର ଯୋଗ ରହିଛି । ପାରିବାରିକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିବେ । ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି । ବାଦ, ବିବାଦ, କୋର୍ଟ କଚେରୀରେ ସକାରାତ୍ମକ ବିଜୟୀ ଲାଭ କରିବେ ।ସନ୍ଧ୍ୟା ସୁଦ୍ଧା ଘରକୁ କୌଣସି ବନ୍ଧୁ ଆସିବେ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ମହିଳାମାନେ ନିଜ କାର୍ଯ୍ୟ ଦକ୍ଷତା ବଳରେ ପ୍ରସଂଶିତ ହେବେ । ଶୁଭରଙ୍ଗ:ଲାଲ । ଆରାଧନା: ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପୂର୍ବରୁ କରିଥିବା ପରିଶ୍ରମରୁ ଆଜି ଆପଣଙ୍କୁ ଲାଭ ମିଳିବ । ଧନାଧିପଙ୍କ ଶୁଭ ସଂସ୍ଥାନ ହେତୁ ଆଜି ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । କୈାଣସି ଖଳ ଲୋକମାନଙ୍କ କଥାରେ ପଡି ହଇରାଣ ହରକତ ହୋଇପାରନ୍ତି । ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ, ଧାର୍ମିକ ବାତାବରଣ, ସାଂଗଠନିକ କାର୍ଯ୍ୟ କିମ୍ବା ସାମୁହିକ କାମରେ ଯୋଗ ଦେଇପାରନ୍ତି । ବ୍ୟବସାୟରେ ପୁଞି ଲଗାଣ କରନ୍ତୁ, ଲାଭ ହେବ । ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ, କ୍ଷେତ୍ରରୁ ଶୁଭଫଳ ପାଇବାର ଆଶା କରାଯାଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ବଳବାନ ରାହୁ ଓ ମଙ୍ଗଳ କର୍ମସ୍ଥ ହେତୁ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଯୋଗୁ କାର୍ଯ୍ୟ ସାଧନରେ ସମର୍ଥ ହେବେ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । ନିକଟ ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ପାରିବାରିକ କ୍ଷେତ୍ରରେ ଗତକାଲିର କଳି ତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ : ମେରୁନ । ଆରାଧନା : ବାବା ଭୋଳାନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଆପଣ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ମଧ୍ୟ ପାଇବେ । ଆଜି ରାଶିରେ ମଙ୍ଗଳଙ୍କ ଦୃଷ୍ଟିଥିବାରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବା ସହ ସମ୍ମାନଜନକ ସ୍ଥିତି ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା ସହଜ ହେବ ନାହିଁ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଶତ୍ରୁତା କାରଣରୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ପ୍ରତିଯୋଗୀତା ପରୀକ୍ଷା, ସାକ୍ଷାତକାରରେ ବିଜୟୀ ହେବେ । ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦରୁ ବଞ୍ଚିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ । ମୁଖଭାବସ୍ଥ ଚନ୍ଦ୍ର ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ଵୀକାର କରିବାକୁ ପଡ଼ିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପ୍ରିୟ ବନ୍ଧୁ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି । ଧାର୍ମିକ କ୍ଷେତ୍ରରେ ନିୟୋଜିତ ହୋଇ ଅର୍ଥ ବ୍ୟୟ ହୋଇପାରେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାଗ୍ୟ ସ୍ଥାନରେ ଏକାଧିପତି ହେତୁ ଯାହା ଆଶା କରୁଛନ୍ତି; ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ । ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବା । ବ୍ୟବସାୟର ଆଶାତୀତ ଲାଭବାନ ହେବେ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ସମାଜରେ ମନ ସମ୍ମାନ ମଧ୍ୟ ବଢିବ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ପାଇବେ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ । ଆର୍ଥିକ ଦିଗରୁ ଉନ୍ନତି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କର ଧ୍ୟାନ ପରିବାର ଓ ଟଙ୍କା ପଇସା ଦିଗରେ ରହିବ । ଚନ୍ଦ୍ର ପ୍ରଭାବରେ ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେ ନାହିଁ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିକଟ ସମ୍ପର୍କୀୟ ମାନଙ୍କ ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିପାରେ । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ ଓ ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଖାଇବା ପିଇବାର ଧ୍ୟାନ ଦିଅନ୍ତୁ । ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା, ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ମହିଳାମାନେ ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଆଜି ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରିଥିବା ହେତୁ ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି । ପରିବାରର କଥା ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ । ଚାକିରୀ କ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରକୃତ ଘଟଣା ନବୁଝି ପାଖପଡୋଶୀ କିମ୍ବା ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ଆତ୍ମୀୟଙ୍କ ସହ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ବାଦାମି । ଆରାଧନା: ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଶୁଭଦାୟକ ରହିବ । କେନ୍ଦ୍ରକୋଣାଧିପ ରାଶିରେ ଥିବାରୁ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ମନୋରଞ୍ଜନ ପ୍ରୀତିପ୍ରଦ ହେବା ସହ ମିତ୍ରମାନଙ୍କ ଠାରୁ ପ୍ରଶଂସିତ ହେବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ବଜାୟ ରଖିବେ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମଚାରୀମାନେ ଅଫିସରେ ସହକର୍ମଙ୍କ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରତ୍ୟେକ ସ୍ଥଳରେ ମନ ବୁଝିଲା ଭଳି କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବା ସାଙ୍ଗକୁ ବନ୍ଧୁବତ୍ସଳ ହେବେ । ଅତୀତର କେତେକ କଥାକୁ କେନ୍ଦ୍ର କରି ଦାମ୍ପତ୍ୟ ସୁଖରେ ବାଧା ଉପୁଜିପାରେ । ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନହେବ । ଦ୍ୱାଦଶରେ ଶୁକ୍ରଥିବାରୁ ଗତକାଲିଠାରୁ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବେ । କେତେକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ । ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକଳାପ ଉପରେ ରୁଷ୍ଟ ହୋଇପାରନ୍ତି । ଯାନବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାରକରଜ କରିବାକୁ ପଡିପାରେ । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *