06 ଜୁନ୍ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚମକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! ରୋଜଗାର ନୂତନ

06 ଜୁନ୍ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚମକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! ରୋଜଗାର ନୂତନ

06 ଜୁନ୍ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚମକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! ରୋଜଗାର ନୂତନ ମାର୍ଗ ଉନ୍ମକ୍ତ ହେବେ ! ପରିବାରରେ ରହିବ ସୁଖଶାନ୍ତିର ବାତାବରଣ !

ଆଜି ଆମେ ଆପଣଙ୍କୁ ୦୬ ମଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆର୍ଥିକ ଦିଗ ଅନୁକୂଳ ରହିଲେ ମଧ୍ୟ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ପ୍ରତିରୋଧ ଦେଖାଦେଇ ପାରେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ସଭାସମିତି ଓ ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । କୌଣସି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତର ବାତାବରଣ ଲାଗିରହିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମା ବିଶ୍ଵାସ ବଢିବ । ବ୍ୟବସାୟ ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ୍‌ ସୂଚନା ରହିଛି । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତା ବଢ଼ାଇ ଦେବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ନିଜକୁ ସମ୍ଭାଳି ନେବେ ଓ ରୋଜଗାର କରିବାର ନୂତନ ପନ୍ଥା ମନକୁ ଆସିବା । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ଭଲ ଥିବା କାରଣରୁ ଋଣ ପରିଶୋଧ ସକାଶେ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ଜଣେ ବନ୍ଧୁ ମାର୍ଗଦର୍ଶକ ସାଜିବା ସାଙ୍ଗକୁ କିଛିଟା ସାହାଯ୍ୟ ମଧ୍ୟ ପାଇବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସଭାସମିତି କିମ୍ବା ଅଫିସ୍ ପରିସରରେ ଆୟୋଜିତ ବୈଠକରେ ନିଜର ମତ ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ମନ ଭାରକ୍ରାନ୍ତ ରହିବ । ଶୁଭରଙ୍ଗ: ବ୍ରାଉନ୍ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଯେଉଁ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେହି କାର୍ଯ୍ୟ ନିମନ୍ତେ ସମାଜରେ ସମ୍ମାନ ଲାଭ କରିପାରନ୍ତି । ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନେ ପାଇ ଖୁସି ହେବେ । ପାରିବାରିକ ଦାୟିତ୍ଵ ସୁଚାରୁରୂପେ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କରି ପରିସ୍ଥିତିକୁ ସମ୍ଭାଳି ନେବେ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ, ନତୁବା କଳହର ସମ୍ମୁଖୀନ ହେବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ପ୍ରକାଶ କରିବେ ଓ ଉତ୍ତମ ଯୋଜନାବଦ୍ଧ ମାଧ୍ୟମରେ କାର୍ଯ୍ୟକୁ ସମ୍ପାଦନ କରିବାର ସମ୍ଭାବନା ରହିଛି । ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପରିବାରି ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଆଦର ଅତୁଟ ରହିବ । ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିଲେ ମଧ୍ୟ କେତେକ ବ୍ୟତିକ୍ରମ ଯୋଗୁଁ ମନରେ ସରସତା ରହିବା ନାହିଁ । କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ଚେଷ୍ଟା କରିବେ । ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଅନାଗତ ଭୟ ଓ ଆଶଙ୍କା ସୃଷ୍ଟି କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳ ପ୍ରକୃତିର ଲୋକମାନେ ଆପଣଙ୍କ କାର୍ଯ୍ୟକୁ ନେଇ ବିରୁଦ୍ଧାଚରଣ କରିପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପରିବାରର କେତେକ ଘଟଣାକୁ ନେଇ ମନରେ ଆଶଙ୍କା ଉପୁଜିବାର ସମ୍ଭାବନା ରହିଛି । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ମନ ଉଦାସ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାର୍ଯ୍ୟକୁ ନେଇ ଅବହେଳା ପ୍ରଦର୍ଶନ କରିବେ ନାହିଁ । ବ୍ୟବସାୟରେ କାରବାର ବୃଦ୍ଧି କରିବା ଓ ଆର୍ଥିକ ମାନଦଣ୍ଡକୁ ସଦୃଢ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ ଓ କେତେକାଂଶରେ ଉପକୃତ ହେବେ । ଅଫିସରେ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିଲେ, ପରିସ୍ଥିତି ଭିନ୍ନ ରୂପ ନେଇପାରେ । ପରିବାରରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଉତ୍କଟ ରୂପ ନେବା ଫଳରେ ମାନସିକ ସ୍ତରରେ ବିଚଳିତ ହୋଇପଡିବେ । ଶୁଭରଙ୍ଗ: ଲାଲ । ଆରାଧନା: ଶ୍ରୀଗଣେଶ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଟା ଭଲ ରହିବା ନାହିଁ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖାନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅନ୍ୟମାନଙ୍କୁ ଅନ୍ଧ ଭାବରେ ବିଶ୍ଵାସ କରିବା ଫଳରେ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ଆର୍ଥିକ ସଙ୍କଟ ଲାଗିରହିବା କାରଣରୁ କେତେକ କାର୍ଯ୍ୟ ହାତ ଛଡା କରିବାକୁ ବାଧ୍ୟ ହେବେ । କୌଣସି ନୂଆ ପରିଯୋଜନା ଲାଗି ମନରେ କଳ୍ପନା ଆସିବ । ରାଜନୈତିକ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ବିବାଦର ଅବସାନ ଘଟିବ ସହ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହ ବାର୍ତ୍ତାଳାପରେ ସମୟ ଅତିବାହିତ କରିବେ । ପରିବାରର କେତେକ ସମସ୍ୟାକୁ ଭିତ୍ତି କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମାନସିକ ସ୍ତରରେ ସମସ୍ୟା ଲାଗିରହିଥିଲେ ମଧ୍ୟ ମନ କଥା ମନରେ ରଖି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ପାରସ୍ପରିକ ସୁସମ୍ପର୍କ ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ପରୋକ୍ଷ ଶତୁତା ଓ ପ୍ରଦୀଦ୍ଵନ୍ଦିତା ଯୋଗୁଁ ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସହକର୍ମୀମାନଙ୍କ ଅସହଯୋଗ ମନୋବୃତ୍ତି ଓ କୂଟକ୍ତି ବାକ୍ୟ ମନ ବିଭ୍ରାନ୍ତ କରିବ । କୌଣସି ଆୟୋଜିତ ବୈଠକରେ ଯୋଗ ଦେଲେ ମଧ୍ୟ ନୀରବ ରହିବା ହିଁ ଶ୍ରେୟସ୍କର ହେବ । ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ଫଳରେ ମନୋବଳ ବୃଦ୍ଧି ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗେସଙ୍ଗେ ଆର୍ଥିକ ସ୍ତର ମଧ୍ୟ ଅଭିବୃଦ୍ଧି ଘଟିବାର ପ୍ରବଳ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିନେବେ । ବ୍ୟବସାୟ ବାଣିଜ୍ୟରେ ଅଂଶୀଦାରଙ୍କ ସହ ସମ୍ପର୍କ ଭଲ ରହିବ ଓ ପରସ୍ପର ମିଳିମିଶି ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ଆଜି ଅଫିସର ପରିବେଶ ସୁସ୍ଥ ରହିବ ଓ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । କିନ୍ତୁ ଆଲୋଚନା ପରିସରରେ ନିଜ ଜିଦ୍‌ ଅଟଳ ରହିବା ଯୋଗୁଁ ଅନ୍ୟମାନଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ ସ୍ତରରେ ଉତ୍ତମ ବୁଝାମଣା ରହିବା ସହ ବୈବାହିକ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି । ଆଜି ବିନା ଖର୍ଚ୍ଚରେ କୌଣସି କାର୍ଯ୍ୟ ହାସଲ କରିବା ସହଜ ସାଧ୍ୟ ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ ଏବଂ ଆଜି ନିଜ ଆତ୍ମୀୟ ସ୍ଵଜନମାନେ ହିଁ ବିଶ୍ୱାସଘାତକତା କରିପାରନ୍ତି । ବନ୍ଧୁମାନଙ୍କ ସହାୟତା ଋଣ ଆକାରରେ ଅର୍ଥ ପ୍ରାପ୍ତି କରିପାରିବେ । ଆଜି ଅଫିସରେ ସତର୍କତା ପୂର୍ବକ କାର୍ଯ୍ୟ କରନ୍ତୁ । ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡ଼ିପାରନ୍ତି । ସାମାଜର କିଛି ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତା ଲାଭ କରି ସ୍ଥଗିତ କାର୍ଯ୍ୟରେ ଅଗ୍ରସର କରିବେ । ସ୍ୱାସ୍ଥ୍ୟରେ ଅବନତି ଓ ଆର୍ଥିକ ସଙ୍କଟ ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ଆଜି କର୍ମକ୍ଷେତ୍ର ସକାଶେ ସାମୟିକ ଚିନ୍ତିତ ରହିବେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଟିକନିଖ ଭାବରେ ପରକ୍ଷୀ କାର୍ଯ୍ୟ କରିବେ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାମଟିକୁ ଆଜି ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଅଫିସରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ଈର୍ଷାନ୍ଵିତ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା କରିପାରନ୍ତି । ବନ୍ଧୁବିରୋଧ, ପ୍ରତିବେଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଭୁଲ୍‌ ବୁଝାମଣାଜନିତ ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *