06 ଜୁଲାଇ, ମଙ୍ଗଳବାର :- ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ରହିବ । କର୍ମକ୍ଷେତ୍ରରେ

06 ଜୁଲାଇ, ମଙ୍ଗଳବାର :- ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ରହିବ । କର୍ମକ୍ଷେତ୍ରରେ

06 ଜୁଲାଇ, ମଙ୍ଗଳବାର :- ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ରହିବ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ !

ଆଜି ଆମେ ଆପଣଙ୍କୁ ୦୬ ଜୁଲାଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପୂଜା ପାଠରେ ଅଧିକାଂଶ ସମୟ ଅତିବାହିତ କରିବେ । ଧନସ୍ଥାନରେ ରାହୁ ଚନ୍ଦ୍ର ଅବସ୍ଥାନ କରିଥିବା ଯୋଗୁଁ ଅର୍ଥହାନି ସହ ବୃଥା କଳହ ମାନସିକ ଚିନ୍ତାର କାରଣ ହେବ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ବଦାନ୍ୟତା କାରଣରୁ କାର୍ଯ୍ୟସିଦ୍ଧି ହେବା ଯୋଗୁଁ ମାନସିକ ସ୍ତରରେ ଖୁସି ଅନୁଭବ କରିବେ । ପାରଷ୍ପରିକ ମତଭେଦ କାରଣରୁ ଅଫିସରେ କିମ୍ବା ଆଲୋଚନା କ୍ଷେତ୍ରର ନିଷ୍ପତ୍ତି ଅମୀମାଂସିତ ହୋଇ ରହିଯାଇପାରେ । ଆଗାମୀ ଦିନର ଆନୁଷ୍ଠାନିକ କାମଗୁଡିକ ଯେପରି ସୁବିଧାରେ ସମ୍ପନ୍ନ ହୋଇପାରିବ, ସେଥିସକାଶେ ଯୋଜନା ପ୍ରସ୍ତୁତ କରିପାରନ୍ତି । ପରିବାର ସଦସ୍ୟଙ୍କ ସାଧାରଣ କଥାରେ କ୍ଷୁବ୍ଧ ହେବା ଯୋଗୁଁ ପରିବାର ସଦସ୍ୟମାନେ ମୁହଁ ଫେରାଇ ନେବେ । କିନ୍ତୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ସାମୟିକ କଷ୍ଟଦୟାକ ରହିବ । କିନ୍ତୁ ରଶ୍ୟାଧିପତି କର୍ମ ସ୍ଥାନରେ ଥିବା ଯୋଗୁଁ ପ୍ରତ୍ୟେକ କାମକୁ କୌଶଳର ସହ ହାସଲ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା, ବନ୍ଧୁମାନଙ୍କ ମାଧ୍ୟମରେ ସହଜରେ ସଂପୂର୍ଣ୍ଣ କରିନେବେ । ଅଫିସରେ କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ । ଅଫିସରେ ଆଲୋଚନା ପରିସର, ସଭାସମିତିରେ ଆପଣଙ୍କ ବିବୃତ୍ତିକୁ ପ୍ରଶଂସା କରାଯିବ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଭାଗ୍ୟସ୍ଥାନସ୍ଥ ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ ସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ପ୍ରସାଶନ, ରାଜନୀତି, ସଭାସମିତି ଆଦି କ୍ଷେତ୍ରରେ ସୁଫଳ ପାଇବେ । କିନ୍ତୁ ନିଜର ବାକ୍ ଅସଂଯମତା ଯୋଗୁଁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି । ଆକସ୍ମିକ ଭାବରେ ପରିବାରରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନ ଚଞ୍ଚଳ ରହିବ । ଶୁକ୍ରମଙ୍ଗଳ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ଓ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଅନୁକୂଳ ରହିପାରେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବା ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ । ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ଅସ୍ଥିରତା କାରଣରୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସମସ୍ୟା ଓ ପ୍ରତିବାନ୍ଧକ ମଧ୍ୟ ଦେଇ ଗତି କରିବେ । ପାପଗ୍ରହ ଯୁକ୍ତ ଚନ୍ଦ୍ର କର୍ମଭାବସ୍ଥ ହେତୁ କୌଣସି ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିବ । ଅବହେଳାଜନିତ ଅଟକିଥିବା କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିପାରିବେ । ବ୍ୟବସାୟରେ ମତାନ୍ତର ଦେଖା ଦେଇପାରେ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ଵ ଦେବେ । ରାଜନୀତିରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ କରିପାରନ୍ତି, ଯାହାଫଳରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ । ଆଲୋଚନା, ଚୁକ୍ତିପତ୍ରରେ ତରବରିଆ ପଦକ୍ଷେପ ଗ୍ରହଣ କରିବା ଠିକ୍‌ ହେବ ନାହିଁ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବା ସହ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଯାତ୍ରା ସମୟରେ ସତର୍କ ନ ରହିଲେ ଜିନିଷ ହଜିଯାଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜର ଉପସ୍ଥିତ ବୁଦ୍ଧି ବଳରେ ଯେତିକି କାର୍ଯ୍ୟ ଆପଣ ନିଜେ କରିପାରୁଛନ୍ତି, ସେତିକି କରନ୍ତୁ, ଅତ୍ୟଧିକ ଲୋଭରେ ପଡି ଏକାଧିକ କାର୍ଯ୍ୟ ହାତକୁ ନେଲେ ଅପଦସ୍ଥ ହେବାକୁ ପଡିବ । ବୁଧ ଭାଗ୍ୟଭାବରେ ଥିବାରୁ ଯେଉଁ କାମରେ ହାତଦେବେ ସଫଳ ହେବେ । କର୍ମକ୍ଷେତ୍ରରେ ଅନ୍ୟର କଥାକୁ ଗ୍ରହଣ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବେ ଓ ସହକର୍ମୀଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ସମାଜରେ ଆପଣଙ୍କ ପ୍ରତିଛବି ଭଲ ରହିବ । ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ । ପୁରାତନ ରୋଗ ପୁନରାୟ ମୁଣ୍ଡ ଟେକିପାରେ, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆନନ୍ଦ ଉଲ୍ଲାସର ସହ ପରିବାର ସହ ଦିନଟି ଅତିବାହିତ କରିବେ । କର୍ମସ୍ଥାନରେ ରାଶ୍ୟାଧିପ ଧନାଧିପଙ୍କ ସହ ରହିଥିବାରୁ ଧନସମ୍ପଦ ଲାଭ ଯୋଗ ରହିଛି । ବ୍ୟବସାୟରେ କାରବାର ଭଲ ଥିଲେ ମଧ୍ୟ ଆକସ୍ମିକ ଭାବରେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ର କରି ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି । ସାମାଜିକ ସ୍ତରରେ କାମ ହାସଲ ସକାଶେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେଇପାରନ୍ତି । ପରିବହନ, ଆଲୋଚନା କ୍ଷେତ୍ରରେ ଉନ୍ନତିମାନର ଫଳ ପାଇବେ । ଅତୀତ କେତେକ ଘଟଣାକୁ ସ୍ମରଣ କରି ମନରେ ଅଶାନ୍ତ ଲାଗିରହିବ । ପାରିବାରିକ କ୍ଷେତ୍ର ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବପରି ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ସପ୍ତମଭାବସ୍ଥ ଗ୍ରହ ସମ୍ପର୍କରୁ ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବା ସହ ଆକସ୍ମିକ ଅର୍ଥ ଲାଭର ଯୋଗ ରହିଛି । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ ପରସ୍ପର ମିଳିମିଶି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସମାଜରେ ଉଚ୍ଚ ପ୍ରଶଂସା ଲାଭ କରିବା ସହ ଆନୁଷ୍ଟାନିକ କ୍ଷେତ୍ରରେ ଦୃଢ ମନୋବଳ ନେଇ ସମସ୍ୟାର ସମ୍ମୁଖୀନ କରିବେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୃହସ୍ପତି ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ସମସ୍ୟା ସମାଧାନରେ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଦେଖାଦେଇଥିବା ସମସ୍ୟା ଆପଣା ଛାଏଁ ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ପାଇଁ ସମର୍ଥ ହେବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଛିବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପରିବାରର ଖର୍ଚ୍ଚଭାର ବୃଦ୍ଧି ଚିନ୍ତାର କାରଣ ହେବ । ନିଜ ଲୋକମାନଙ୍କୁ ଅବିଶ୍ୱାସ କରି ପର କଥା ଶୁଣି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅଯଥା ଖର୍ଚ୍ଚ ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । ଧନସ୍ଥାନରେ ବ୍ୟୟାଧିପ ଥିବାରୁ ଆର୍ଥିକ ଅନଟନ କିଛି ମାତ୍ରାରେ ଦେଖାଦେବ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବା ସହ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ କୌଣସି ସମସ୍ୟା ଆଶଙ୍କାରେ ବିବ୍ରତ ହୋଇପାରନ୍ତି । ସଭାସମିତି, ବୈଠକ, ପ୍ରଶାସନ, ରାଜନୈତିକ ଆଦି କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ସ୍ନାୟବିକ ଦୁର୍ବଳତାରୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ପ୍ରାୟତଃ ଭଲ ରହିବ । ରାଶିରେ ବୃହସ୍ପତି ହେତୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ ରହିବ । ଉପସ୍ଥିତି ବୁଦ୍ଧି ଖଟାଇ କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ କୌଶଳ କ୍ରମେ ଅନ୍ୟମାନଙ୍କ ଦ୍ଵାରା ସମ୍ପାଦନ କରିବାରେ ସମର୍ଥ ହେବେ । ଆର୍ଥିକ ସଂକଟ ଲାଗି ରହିଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ଅଟକି ଯାଇପାରେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟରେ ଆଜିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପୁରାତନ ରୋଗ ପୁନରାୟ ମୁଣ୍ଡ ଟେକିପାରେ, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡିବେ ଓ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅନ୍ୟକୁ ଭରସା କରି କାର୍ଯ୍ୟ କରିଲେ ହଇରାଣରେ ପଡ଼ିପାରନ୍ତି । କୋଣଭାବରେ ଗ୍ରହ ପ୍ରଭାବରୁ ନୂତନ ଯୋଜନା ସକାଶେ ମନ ବଳାଇବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଅଫିସରେ ପରିସ୍ଥିତି ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେହିପରି କିଛି ହେବ ନାହିଁ । କିନ୍ତୁ କାର୍ଯ୍ୟର ଚାପ ଅଧିକ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ସହ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ସାମାଜିକ କ୍ଷେତ୍ରରେ ସତର୍କ ରହନ୍ତୁ, ନତୁବା ଅନୁତାପ କରିବାକୁ ପଡିପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଆପଣଙ୍କ ଦୋଷ ଖୋଜି ବୁଲିବେ । ଦାମ୍ପତ୍ୟ ଜୀବନରେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *