06 ଜାନୁୟାରୀ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ସ୍ଵପ୍ନ ସାକାର ହେବ । ଆର୍ଥିକ ସ୍ଥିତି ମଜବୁତ ରହିବା

06 ଜାନୁୟାରୀ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ସ୍ଵପ୍ନ ସାକାର ହେବ । ଆର୍ଥିକ ସ୍ଥିତି ମଜବୁତ ରହିବା

06 ଜାନୁୟାରୀ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ସ୍ଵପ୍ନ ସାକାର ହେବ । ଆର୍ଥିକ ସ୍ଥିତି ମଜବୁତ ରହିବା ସହ ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୦୬ ଜାନୁୟାରୀ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଉଦାସ ରହିବ । କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ବୃତ୍ତିଗତ କର୍ମ ଅବା ବ୍ୟବସାୟରେ ଆକସ୍ମିକ ଭାବେ କେତେକ ଅସ୍ଵାଭାବିକ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଅଫିସର ପରିସ୍ଥିତି ସୁଖଦମୟ ରହିବ କିନ୍ତୁ କାମ କରିବାକୁ ମନରେ ଇଚ୍ଛା ପ୍ରକାଶ ହେବ ନାହିଁ । ଆର୍ଥିକ ସ୍ଥିତି ଠିକ୍‌ ରହିଲେ ମଧ୍ୟ ପିଲାଙ୍କ ସ୍ଵାସ୍ଥ୍ୟ, ବନ୍ଧୁଙ୍କ କାରନାମା, ଋଣଦାତାଙ୍କ ଭାଷଣବାଜିରୁ ଚିନ୍ତିତ ରହିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ଆଜିର ଯାତ୍ରା, ବିବାଦ, ଗୃହାରମ୍ଭ କେତେକାଂଶରେ ବାଧାପ୍ରାପ୍ତ ହେବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସନ୍ତୋଷୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସାଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରିଆସିବ । ଆତ୍ମୀୟ ଓ ମିତ୍ରମାନଙ୍କ ସାହାଯ୍ୟ ସହଯୋଗ ନେଇ କାର୍ଯ୍ୟ ହାସଲ କରିବେ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ । ନୂତନ କର୍ମାରମ୍ଭ କ୍ଷେତ୍ରରେ ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇ ଋଣଗ୍ରସ୍ତ ହେବାକୁ ପଡ଼ିବ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଜମିଜମା କିଣାବିକା ବାବଦରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ । ଆଜି ଦିନ ମଧ୍ୟରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କାଳୀଜାଈ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ ବ୍ୟବହାର ଦ୍ୱାରା କାମ ହାସଲ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିଲେ ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ । ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ମନ ଭଲ ନ ଥିବା କାରଣରୁ ସାଧାରଣ କଥାକୁ କେନ୍ଦ୍ର କରି ମନରେ ଅସ୍ଥିରତା ଲାଗି ରହିବ । କର୍ମକ୍ଷେତ୍ରରେ ବ୍ୟତିକ୍ରମ ଯୋଗୁଁ ସହକର୍ମୀଙ୍କ ସହ ସାମୟିକ ମନାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । କୌଣସି କ୍ଷେତ୍ରରେ ପୁଞ୍ଜିଲଗାଣ ପାଇଁ ମନ ବଳାଇବେ । ଅଫିସରେ ଉଚ୍ଚପଦାଧିକାରୀଙ୍କ ପରିବର୍ତ୍ତିତ ମନୋଭାବ କରଣରୁ ଆପଣଙ୍କ ସମ୍ୟକ ହଇରାଣରେ ପଡ଼ିପାରନ୍ତି । ସାମାଜିକ ସ୍ତରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେବ । ରାଜନୀତି, ପ୍ରଶାସନ, ଆନୁଷ୍ଠାନିକ କାର୍ଯ୍ୟ ସକାଶେ କୌଣସି ଅସୁବିଧା ହେବନାହିଁ । ଆଶା ଓ ବିଶ୍ୱାସ ନେଇ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି । ପରିବାରରେ ସୁଖଦମୟ ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ବ୍ୟବସାୟୀମାନେ ଯଥେଷ୍ଟ ପରିଶ୍ରମ କରିବେ କିନ୍ତୁ ତଦନୁଯାୟୀ ଫାଇଦା ମିଳିବ ନାହିଁ । ଆୟ ତୁଳନାରେ ବ୍ୟାୟ ଅଧିକ ହେବ । ଅଫିସରେ ମଧ୍ୟ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଆଲୋଚନାର ଶେଷ ଭାଗରେ ହଠାତ୍ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ମଉକା ଜୁଟିପାରେ । ଯାତ୍ରା କାଳରେ ଅସାବଧାନତାରୁ ଦ୍ରବ୍ୟ ହଜିବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ଧ୍ୟା ସମୟରେ କୌଣସି ଶୁଭ ସମ୍ବାଦ ପାଇ ସମ୍ୟକ ଖୁସି ଅନୁଭବ କରିବେ । ସ୍ତ୍ରୀଙ୍କ ସହ ପରିବାରର ସମସ୍ୟା ବିଷୟରେ ଆଲୋଚନା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣ ନିଜ ବ୍ୟବହାର ଦ୍ଵାରା ଅନ୍ୟମାନଙ୍କ ହୃଦୟ ଜିଣିପାରିବେ । ଆଜି ଆପଣଙ୍କ ଯାତ୍ରା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନୂତନ ବନ୍ଧୁଙ୍କ ଆତିଥ୍ୟ ଯୋଗୁଁ ମନରେ ଖୁସି ଅନୁଭବ କରିବେ । କୌଣସି କାମରୁ ଆଜି ବଡ଼ ଫାଇଦା ହେବ । ବ୍ୟବସାୟ ସହିତ ସଂଲଗ୍ନ ଥିବା କାମରେ ଯାତ୍ରା କରିବାକୁ ପଡିବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଆଜି କୌଣସି କ୍ଷେତ୍ରରେ ତରବରିଆ କାମ କରନ୍ତୁ ନାହିଁ । ସଭାସମିତି, ଶିକ୍ଷା, ପରୀକ୍ଷା, ଋଣ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଖଳ ପ୍ରକୃତିର ଲୋକମାନଙ୍କ ଉପଦ୍ରବ ଯୋଗୁଁ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଭାବପ୍ରବଣବଶତଃ ବନ୍ଧୁ କିମ୍ବା ସହକର୍ମୀଙ୍କୁ ଓଲଟା କଥା କହି ଅପଦସ୍ଥ ହେବେ । ପ୍ରେମରେ ସତେଜତା ଅନୁଭବ କରିବେ । ସ୍ଵାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦୀର୍ଘ ଦିନ ହେଲା ଭାବୁଥିବା କଥାଟି ଆଜିର ଅପରାହ୍ନରେ ବାସ୍ତବରେ ପରିଗଣିତ ହୋଇଯିବ । କର୍ମ କ୍ଷେତ୍ରରେ ଶ୍ରମସାର୍ଥକ ହେବ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ସମାଜରେ ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ । ପୁଞ୍ଜି ନିବେଶ କରିଲେ ଲକ୍ଷ୍ମୀଙ୍କ କୃପାରୁ ଆଶାତୀତ ଲାଭ ପାଇବେ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ଯୋଗୁଁ ମନ ବହୁତ ଖୁସି ରହିବ । ଅଫିସରେ ସହକର୍ମୀଙ୍କ ସହ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ଠିକ୍‌ ଠିକ୍‌ ହୋଇଯିବ । ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବେ । ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଆକସ୍ମିକ ଭାବେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବିତ ହେବାର ଆଶଙ୍କା ରହିଛି । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜୀବନରେ ସଫଳତା ହାସଲ କରିବେ ଏବଂ ନିଜର ପ୍ରକୃତ ପ୍ରେମ ଖୋଜିବାରେ ମଧ୍ୟ ସଫଳତା ହାସଲ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସଭାସମିତିରେ, ବିବାଦୀୟ ଘଟଣାରେ ଆପଣଙ୍କ ବିଚାରକୁ ବନ୍ଧୁମାନେ ସମର୍ଥ କରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ଶିକାର ହୋଇପାରନ୍ତି । ଆପଣ ଦିନସାରା ବହୁତ ବ୍ୟସ୍ତ ରହିବେ, ତଥାପି ଆପଣ ଦିନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବେ । କିନ୍ତୁ ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହୋଇପାରନ୍ତି । ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମସ୍ୟା ଜାଲରେ ଛନ୍ଦି ହୋଇପଡ଼ିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ଶ୍ରୀଗଣେଶ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ସୁଖ ଓ ଆନନ୍ଦମୟ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ । ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ବ୍ୟବସାୟରେ କାରବାର ଭଲ ରହିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସଭାସମିତି, ଆନୁଷ୍ଠାନିକ ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା, ବନ୍ଧୁଙ୍କ ମନକୁ ଦୁଃଖ ଦେଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ହେବାର ସମ୍ଭାବନା ରହିଛି । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କଲେ ସମାଲୋଚିତ ହେବାକୁ ପଡିବ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ବୈବାହିକ ଜୀବନ ଆନନ୍ଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି । ଅଭାବ ଅସୁବିଧା ନ ଥିଲେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ । କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁମାନଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିବେ । କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭବାନ ହେବେ । ଅଫିସରେ ଏକାଧିକ କାମ ହାତକୁ ନେଇ ବିବ୍ରତତା ବୃଦ୍ଧି ପାଇବ, କିନ୍ତୁ ସହକର୍ମୀଙ୍କ ସହମତିରେ କାମ କଲେ ଆପଣଙ୍କୁ ବିବ୍ରତ ହେବାକୁ ପଡିବ ନାହିଁ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ଛାଇ ଭଳି ଲାଗିରହିବେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ସମସ୍ତ ସମସ୍ୟାର ସମ୍ମୁଖୀନ କରିବେ । ଅଭିଜ୍ଞ ବ୍ୟକ୍ତିମାନଙ୍କର ପରାମର୍ଶ ନେଇ ବ୍ୟବସାୟ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବେ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ବାଦବିବାଦ କ୍ରମେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଶାରୀରିକ ସୁସ୍ଥତା ସଙ୍ଗେ ମାନସିକ ପ୍ରସନ୍ନତା ଅନୁଭବ କରିବେ । ଅନ୍ୟମାନଙ୍କ କାନକୁହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ପରିବାର ଲୋକଙ୍କ ସହିତ କଥା କହିବା ବେଳେ ଭାଷା ଉପରେ ସଂଯମ ରଖନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ପ୍ରତିକୂଳ ସମୟ ଦେଇ ଗତି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ଵାଭାବିକ ମନେ କରିବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଆତ୍ମୀୟ ସ୍ଵଜନମାନେ ନିଜ ନିଜର ସ୍ଵାର୍ଥ ସାଧନ ପାଇଁ ଆପଣଙ୍କୁ ଆସୁବିଧାରେ ପକାଇବାକୁ ପଛଘୁଞ୍ଚା ଦେବେ ନାହିଁ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ପୂରଣ କରିବା କଷ୍ଟକର ହୋଇପାରେ, ଯାହାଫଳରେ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ । କିନ୍ତୁ ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ କେତେକ କାମକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବେ । ସାମାନ୍ୟ ବଚସାକୁ କେନ୍ଦ୍ରକରି ଆଜି ସକାଳୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ଅପରାହ୍ନରେ ବନ୍ଧୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *