05 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ କର୍ମକ୍ଷେତ୍ରରେ ମନୋବାଞ୍ଛିତ

05 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ କର୍ମକ୍ଷେତ୍ରରେ ମନୋବାଞ୍ଛିତ

05 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତି କରିବେ କିନ୍ତୁ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ପ୍ରତିରୋଧ କରିପାରନ୍ତି ।

ଆଜି ଆମେ ଆପଣଙ୍କୁ ୦୫ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜିର ଏକାଦଶସ୍ଥ ଚନ୍ଦ୍ର ଓ ବୁଧ ପରିବାରରେ କାହାରି ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । କିନ୍ତୁ ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । କିନ୍ତୁ ନିଜର ବନ୍ଧୁବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ପାରିବାରିକ ସମସ୍ୟାର କାରଣ ଜାଣିଥିବା ସତ୍ତ୍ୱେ ନୀରବ ରହିବାକୁ ବାଧ୍ୟ ହେବେ । ସ୍ଵାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ମନର ଦୁଃଖକୁ ପ୍ରକାଶ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅଭାବ ଅସୁବିଧା ଲାଗିରହିବା ସତ୍ତ୍ୱେ ମଧ୍ୟ ନିଜ ଉପରେ ଆତ୍ମା ବିଶ୍ଵାସ ରଖି କାର୍ଯ୍ୟ କରିବେ । ରାଶିରେ ପାପ ଗ୍ରହର ପ୍ରଭାବରେ ଅର୍ଥସଂକଟ, ବ୍ୟବହାରରେ ବ୍ୟତିକ୍ରମ ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅତ୍ୟଧିକ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ଅଫିସରେ ପରିପାର୍ଶ୍ଵକ ସ୍ଥିତି ଭଲ ଥିଲେ ମଧ୍ୟ ସଂଯମତା ଅବଲମ୍ବନ କରିବାକୁ ପଡିବ ନଚେତ ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିର ଠିକ୍‌ ସମୀକ୍ଷା କରି ପଦକ୍ଷେପ ନେବାରେ ସମର୍ଥ ହେବେ । ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଆର୍ଥିକ ପରିସ୍ଥିତି ଭଲ ରହିବ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ସାମାଜିକ ସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ବହୁତ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କରିବେ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆନନ୍ଦମୟ ରହିବ । ରବିଙ୍କ ଶୁଭ ଦୃଷ୍ଟି ଫଳରେ ସ୍ଵାସ୍ଥ୍ୟ କେତେକାଂଶରେ ଭଲ ରହିବ । ଆର୍ଥିକ ଅନଟନ କ୍ରମଶ ଦୂରେଇ ଯିବା ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ସହକର୍ମୀଙ୍କ ସହ ଆଲୋଚନା କ୍ରମେ ସଜାଡି ନେବେ । କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ ଯାହାଫଳରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସକ୍ଷମ ହୋଇପାରିବେ । ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ । ସେବା ମନୋବୃତ୍ତି କାରଣରୁ ସାଙ୍ଗସାଥୀ ମେଳରେ ଜନହିତକର କାର୍ଯ୍ୟରେ ଲିପ୍ତ ରହିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଆତ୍ମୀୟମାନେ ପ୍ରତ୍ୟେକ କ୍ଷେତ୍ର ସକାଶେ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅନ୍ୟାନ୍ୟ କେତେକ ସମସ୍ୟାରେ ଚିନ୍ତିତ ଥିବା କାରଣରୁ ସୁବିଧା ସୁଯୋଗ ପାଇଲେ ମଧ୍ୟ ସଠିକ ଭାବରେ ସଦ୍-ବ୍ୟବହାର କରିପାରିବେ ନାହିଁ । କର୍ମାଧିପତି ସ୍ଵଗୃହକୁ ଦେଖୁଥିବାରୁ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଆଜି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ । କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ କିନ୍ତୁ ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ରବିଙ୍କ ଦୃଷ୍ଟିରୁ ସ୍ଵାସ୍ଥ୍ୟ କେତେକାଂଶରେ ଭଲ ରହିବ । ଆଜି ଆପଣଙ୍କର ନରମ କଥା କହିବା ଶୈଳୀ ହେତୁ କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଚାପର ସମ୍ମୁଖୀନ ହେଲେ ମଧ୍ୟ ଧୌର୍ଯ୍ୟହରା ନ ହୋଇ ନିଷ୍ଠାର ସହ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବେ ଓ ସଫଳତା ମଧ୍ୟ ପାଇବେ । ଅଫିସରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ପରିସ୍ଥିତି ଗୁରୁତ୍ୱକୁ ହୃଦୟଙ୍ଗମ କରି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି । ମାଲିମୋକଦ୍ଦମାରେ ନିଜସ୍ଵ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସମୟ ଓ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଅର୍ଥ ଓ ସମ୍ମାନ ପାଇବେ ଏବଂ ଏହା ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ । ବନ୍ଧୁ ଓ ସହକର୍ମୀମାନଙ୍କ ସାହାଯ୍ୟର କୌଣସି ଅଭାବ ରହିବ ନାହିଁ, ଛାଇ ପରି ଆପଣଙ୍କ ନିକଟରେ ରହିବେ । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିଲେ ମଧ୍ୟ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ । କେତେକ କ୍ଷେତ୍ରରେ ଭାବପ୍ରବଣତାର ବଶବର୍ତ୍ତୀ ହେବା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ଆଜି ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ । ବୈବାହିକ ଜୀବନରେ ମଧୁରତା ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପୂଜାପାଠରେ ଅଧିକ ସମୟ ବିତିବ । କୌଶଳପ୍ରୟୋଗ କରି ନିକଟ ସମ୍ପର୍କୀୟମାନଙ୍କୁ ନିଜ ସପକ୍ଷରେ ଆଣିବାରେ ସମର୍ଥ ହେବେ । ଆର୍ଥିକ ପକ୍ଷରୁ ସ୍ଥିତି ମଜବୁତ ରହିବ । କିନ୍ତୁ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଅଫିସରେ ପରିପାର୍ଶ୍ଵକ ସ୍ଥିତି ଭଲ ଥିଲେ ମଧ୍ୟ ସଂଯମତା ଅବଲମ୍ବନ କରିବାକୁ ପଡିବ ନଚେତ ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ସାମାଜିକ ପ୍ରତିଷ୍ଠା ଓ ପ୍ରଶଂସାକୁ ସହ୍ୟ କରିନପାରି ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ ଓ ଆପଣଙ୍କ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିପାରନ୍ତି । ସାମୂହିକ କାର୍ଯକ୍ରମ ମଧ୍ୟରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି । ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି ତଥା ସାମ୍ବାଦିକତାରେ ପ୍ରଶଂସିତ ହେବେ । ଶୁଭରଙ୍ଗ: ବାଇଗଣି ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁକିଛି ଠିକ୍‌ ହୋଇଯିବ । ଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ସଭାସମିତିରେ ଯୋଗଦେଇ ପାରନ୍ତି କିମ୍ବା ଜମିଜମା କାରବାରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ତ୍ୱରାନ୍ୱିତ ହୋଇପାରିବ । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାରେ କିଛି ଅସୁବିଧା ହେବ ନାହିଁ । ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ନୂତନ କାର୍ଯ୍ୟାରମ୍ଭ ନିମନ୍ତେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଧ୍ୟାତ୍ମିକ ଓ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ଆକର୍ଷିତ ହେବ । ବୁଧ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ମଉଜିଆ କଥା କହି ଅନ୍ୟମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ବନ୍ଧୁମାନଙ୍କ ସହ ଆଲୋଚନା କରି ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଯୋଜନା କରିବେ । ବ୍ୟବସାୟିକ ସ୍ଥିତି ଭଲ ରହିବ । ସଭାସମିତ କିମ୍ବା ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତକଥା କହି ଅନ୍ୟମାନଙ୍କ ବିରୋଧୀ ହୋଇପାରନ୍ତି । ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ । ଈର୍ଷା ପରାୟଣ ନିଜ ଲୋକମାନେ ଶତ୍ରୁତା ଆଚରଣ କରି କାମକୁ ଭଣ୍ଡୁର କରିପାରନ୍ତି । ନିଜ ବିଚକ୍ଷଣ ବୁଦ୍ଧି ବଳରେ ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିନେବେ, ଯାହାଫଳରେ ରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜିର କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବାରେ ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ କଥାବାର୍ତ୍ତାରେ ସଂଯୋମତା ଆଚରଣ କରନ୍ତୁ, ଅନ୍ୟଥା ସମସ୍ୟାର ଘେରରେ ଫସି ଯାଇପାରନ୍ତି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । କେତେକ ଜରୁରୀ କାମ ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ବାଧ୍ୟ ହେବେ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ବ୍ୟବହାର ମନକୁ କ୍ଷୁବ୍ଧ କରିବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିପାରିବେ । ଆନୁଷ୍ଠାନିକ ସାହାର୍ଯ୍ୟ ସହଯୋଗ ଲାଭ କରି ନୂତନ ଯୋଜନାରମ୍ଭ କରିପାରନ୍ତି । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଆତ୍ମବିଶ୍ଵାସ ରଖନ୍ତୁ । ରାଶିର ନବମସ୍ଥ ଚନ୍ଦ୍ର ହେତୁ ଅଯଥା ଚିନ୍ତା କରି ମାନସିକ ସ୍ଥିରତା ହରାଇବସିବେ । କର୍ମକ୍ଷେତ୍ରରେ ସନ୍ଦେହ ଓ ବୁଲ୍‌ ବୁଝାମଣା ଜନିତ ସମସୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିବ । ବନ୍ଧୁଙ୍କ ଜରିଆରେ ଆଜିର ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବ ନାହିଁଁ । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସୌଜନ୍ୟରୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କର୍ମକ୍ଷେତ୍ରରେ କୌଣସି ମନ୍ତବ୍ୟ ଦେଇ ବିବାଦୀୟ ପରିସ୍ଥିତିରେ ଛନ୍ଦି ହୋଇପାରନ୍ତି । ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ ଅନ୍ୟଥା ତାହା ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପଡିବ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବୃଦ୍ଧି ପାଇବ । ପରିବାରରେ ସୁସ୍ଥ ବାତାବରଣ ରହିବ । ସହଧର୍ମୀ ଓ ସନ୍ତାନଙ୍କ ସହ ଅଧିକ ସମୟ ଅତିବାହିକ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *